ପୁରୀ ସମୁଦ୍ରରେ ଭାସୁଛି କଣ୍ଟେନର

ପୁରୀ,୫ା୯(ଅଜିତ୍‌ କୁମାର ମହାନ୍ତି)-ପୁରୀ ସମୁଦ୍ରରେ ଏକ ଅଜଣା କଣ୍ଟେନର ଦେଖିବାକୁ ମିଳିଛି। ପେଣ୍ଠକଟା ମେରାଇନ୍‌ ଥାନା ଅନ୍ତର୍ଗତ ଗଙ୍ଗାଦେବୀ ମନ୍ଦିର ପାଖ ବେଳାଭୂମିଠାରୁ ପ୍ରାୟ ୨୦୦ ମିଟର ଦୂର ସମୁଦ୍ରରେ କଣ୍ଟେନରଟି ଭାସୁଛି। କଣ୍ଟେନରଟି ଓଜନିଆ ଥିବାରୁ ତାହାକୁ କୂଳକୁ ଆଣିବା ପାଇଁ ପୋଲିସ, ଅଗ୍ନିଶମ ବାହିନୀ ଓ ମତ୍ସ୍ୟଜୀବୀମାନେ ଉଦ୍ୟମ କରିଥିଲେ। ତେବେ ସମ୍ପୂର୍ଣ୍ଣ ସଫଳ ହୋଇପାରି ନ ଥିଲେ। ଉକ୍ତ ଅଜଣା କଣ୍ଟେନରକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଥିବାବେଳେ ପୋଲିସ ପହଞ୍ଚି ଅନୁସନ୍ଧାନ କରୁଛି। ଏହି କଣ୍ଟେନର ଭିତରେ କ’ଣ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଏସ୍‌ପି ପିନାକ ମିଶ୍ର କହିଛନ୍ତି।
ସୂଚନା ଅନୁଯାୟୀ, ଗୁରୁବାର ସକାଳୁ ପେଣ୍ଠକଟା ଅଞ୍ଚଳର ମତ୍ସ୍ୟଜୀବୀମାନେ ମାଛ ମାରିବା ପାଇଁ ସମୁଦ୍ର ଭିତରକୁ ଯାଇଥିଲେ। ସେମାନେ ସମୁଦ୍ରରେ ଜାଲ ପକାଇବା ବେଳେ ଗୋଟିଏ କଣ୍ଟେନର ଭାସୁଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ପ୍ରଥମେ ମତ୍ସ୍ୟଜୀବୀ ସଂଘକୁ ଜଣାଇବା ପରେ ମେରାଇନ୍‌ ଓ ସମୁଦ୍ରକୂଳ ଥାନାକୁ ଖବର ଦେଇଥିଲେ। ପରେ ଉକ୍ତ କଣ୍ଟେନରକୁ କୂଳକୁ ଆଣିବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା।
ମତ୍ସ୍ୟଜୀବୀମାନେ କଣ୍ଟେନରକୁ ଡଙ୍ଗାରେ ବାନ୍ଧିି କୂଳକୁ ଆଣିବାକୁ ଚେଷ୍ଟା କରିଥିଲେ। ପରେ ପୋଲିସ ବାହିନୀ, ଅଗ୍ନିଶମ ବାହିନୀ, ମତ୍ସ୍ୟଜୀବୀ ଏବଂ ସ୍ଥାନୀୟ ବାସିିନ୍ଦା ମିଳିତ ଭାବେ ଦଉଡ଼ିରେ ବାନ୍ଧି କଣ୍ଟେନରଟିିିକୁ କୂଳକୁ ଆଣିିବା ନିିମନ୍ତେ ଉଦ୍ୟମ କରିଥିଲେ। ତେବେ କଣ୍ଟେନରଟି ବହୁତ ଓଜନିଆ ହୋଇଥିବାରୁ ସମ୍ପୂର୍ଣ୍ଣ ଭାବେ କୂଳକୁ ଅଣାଯାଇପାରି ନ ଥିଲେ ମଧ୍ୟ କୂଳ ପାଖାପାଖି ଅଣାଯାଇଛି। ପୋଲିିସ କଣ୍ଟେନରକୁ ଜଗିରହିବା ସହ ସହ ନଜର ରଖିଛି।
କଣ୍ଟେନରଟି ନୀଳ ରଙ୍ଗର ହୋଇଥିବା ବେଳେ ଏହା ଭିତରେ କ’ଣ ରହିଛି ଏବଂ କେଉଁଠୁ ଭାସିଆସିଛି ତା’କୁ ନେଇ ଏବେ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। ଏ ନେଇ ଏସ୍‌ପିିି ମିଶ୍ର କହିଛନ୍ତି, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରୁ ଜାଣିିବାକୁ ମିିଳିିଛି ଯେ, ସମୁଦ୍ରରେ ଏକ ଅଜଣା କଣ୍ଟେନର ଭାସୁଛି। ଖବର ପାଇବା ପରେ ତାହା ଉପରେ ନଜର ରଖିବାକୁ ପେଣ୍ଠକଟା ମେରାଇନ ଥାନା ଓ ସମୁଦ୍ରକୂଳ ଥାନାକୁ ନିିର୍ଦ୍ଦେଶ ଦିଆଯାଇଛି। ତେବେ କଣ୍ଟେନରଟି କେଉଁଠାରୁ ଆସିଛି ସେନେଇ ବର୍ତ୍ତମାନ କିଛି କହିହେବ ନାହିଁ। ତଦନ୍ତ କରାଯାଉଛି।
ଏନେଇ କୋଷ୍ଟଗାଡର୍ର୍ ସହ ଯୋଗଯୋଗ କରାଯିବା ସହିତ ସହାୟତା ନିଆଯିବ। ଅନ୍ୟପକ୍ଷରେ ମତ୍ସ୍ୟଜୀବୀ ତଥା ସ୍ଥାନୀୟ ବାସିନ୍ଦା କେ. ସୁକାନ୍ତ ରାଓ କହିଛନ୍ତି, ମନରେ କିଛି ଭୟ ରହିଛି। ତଥାପି କଣ୍ଟେନରକୁ ଦେଖିବା ପାଇଁ ଆଗ୍ରହ ଅଛି। ପ୍ରଥମ ଥର ଏପରି ଘଟଣା ନଜରକୁ ଆସିଛି। ବୁଧବାର କେତେଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବାବେଳେ କଣ୍ଟେନର ଭାସୁଥିବା ଦେଖିବାକୁ ପାଇଥିଲେ। ସେମାନେ ଗୁରୁବାର ସକାଳେ କୂଳରେ ପହଞ୍ଚି ଏ ନେଇ ସୂଚନା ଦେଇଥିଲେ। ପରେ କେତେଜଣ ମତ୍ସ୍ୟଜୀବୀ ଡଙ୍ଗାରେ ଯାଇ କଣ୍ଟେନରକୁ ଦେଖିବା ସହ ଭିଡିିଓ କରି ପଠାଇଥିଲେ।
ଉକ୍ତ କଣ୍ଟେନରକୁ ଆଣିବା ନିମନ୍ତେ ବ୍ୟବସ୍ଥା କରାଯାଉଛି। ତା’ ମଧ୍ୟରେ କ’ଣ ଅଛି କିଛି ଜଣାପଡ଼ିନାହିଁ। କାରଣ କଣ୍ଟେନର ସିଲ ରହିଛି। ପ୍ରାୟ ୧୫ରୁ ୨୦ କୁଇଣ୍ଟାଲ ଜିନିଷ ରହିଥିବା ଅନୁମାନ କରାଯାଉଛି। କଣ୍ଟେନରଟି କୌଣସି ଜାହାଜରେ ଯାଉଥିବା ବେଳେ ସମୁଦ୍ରରେ ଖସିପଡ଼ିଥିବ ବୋଲି ଅନୁମାନ କରାଯାଉଛି ା ସେହିପରି ସ୍ଥାନୀୟ ବାସିନ୍ଦା ତଥା ସାମାଜିକ କର୍ମୀ ବିସ୍ମୟ ମିଶ୍ର କହିଛନ୍ତି, ସମୁଦ୍ର କୂଳଠାରୁ ୨୦୦ ମିଟର ଦୂରରେ କଣ୍ଟେନର ରହିଛି। କିଛିଦିନ ହେବ ବାଂଲାଦେଶରେ ଅସ୍ଥିରତା ଲାଗିରହିଛି। ତେଣୁ କିଛି ଅଘଟଣକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ମନରେ କିଛି ଭୟ ଆସୁଛି। ଭଗବାନ କରନ୍ତୁ, ଯେପରି କିଛି ସେପରି ଜିନିଷ କଣ୍ଟେନର ଭିତରେ ନ ଥାଉ। ତେବେ କଣ୍ଟେନର ସମ୍ପର୍କରେ ସମସ୍ତ ତଥ୍ୟ ଲୋକଲୋଚନକୁ ଆସୁ ବୋଲି ମିଶ୍ର ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ କେନ୍ଦ୍ରାପଡ଼ା ସମୁଦ୍ରରେ ମଧ୍ୟ ଏଭିଳି ଏକ କଣ୍ଟେନର ଦେଖିବାକୁ ମିଳିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?