ପୁରୀ

ଅସଜଡ଼ା ଭିତ୍ତିଭୂମିରେ ଚାଲିଛି ଶିକ୍ଷାଦାନ

ବ୍ରହ୍ମଗିରି,୨୨ା୮(ଡି.ଏନ.ଏ): ବ୍ରହ୍ମଗିରି ବ୍ଲକରେ ଶିକ୍ଷା ବ୍ୟବସ୍ଥା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି। ଏହିି ବ୍ଲକ ଅନ୍ତର୍ଗତ କାଣ୍ଡୋଗଦା ପଞ୍ଚାୟତର ମୁଣ୍ଡାଳ ଗ୍ରାମସ୍ଥିତ ମୁଣ୍ଡାଳ ଜାଡିପୁର ପ୍ରାଥମିକ ବିଦ୍ୟାଳୟ ଓ ଯୁଗୋଜ୍ୟୋତି ୟୁପି ଏମଇ ବିଦ୍ୟାଳୟ ଦେଖିଲେ ଭିତ୍ତିଭୂମି ଓ ଏହାର ଶିକ୍ଷା...

ବଦଳି ହୋଇ ଚାଲିଗଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ: ଧାର୍ଯ୍ୟ ହୋଇପାରିଲାନି ମହାପ୍ରସାଦ ଦର

ପୁରୀ ଅଫିସ, ୨୨ା୮: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ବଦଳି ହୋଇ ଚାଲିଗଲେ। ସୁଆର ମହାସୁଆର ନିଯୋଗ କର୍ମକର୍ତ୍ତା ମଧ୍ୟ ପରିବର୍ତ୍ତନ ହୋଇଗଲେ। ମାତ୍ର ଆନନ୍ଦବଜାର ଶୃଙ୍ଖଳା ପାଇଁ ଏପର୍ଯ୍ୟନ୍ତ ମହାପ୍ରସାଦ ଦର ତାଲିକା ଧାର୍ଯ୍ୟ ହୋଇପାରିଲା ନାହିଁ। ପୂର୍ବତନ ମୁଖ୍ୟ...

ମେଘନାଦ ପାଚେରି ପାର୍ଶ୍ୱ ଉଚ୍ଛେଦର ୩ୟ ଦିନ: କଟାଗଲା ଶତାୟୁ ବରଗଛ

ପୁରୀ ଅଫିସ,୨୨ା୮: ଲଗାତର ତୃତୀୟ ଦିନରେ ପହଞ୍ଚତ୍ଛି ମେଘନାଦ ପାଚେରି ପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା। ବୁଧବାର ମଧ୍ୟ ଦିନତମାମ୍‌ ପ୍ରଶାସନ ପକ୍ଷରୁ ଅନେକ ନିର୍ମାଣ ଭଙ୍ଗାଯାଇଛି। ଏଥିସହ ଏକ ଶତାୟୁ ପୁରୁଣା ବରଗଛ କାଟି ହଟାଇ ଦିଆଯାଇଛି। ଏହି ଗଛ...

୧୪ ଦଫା ଦାବିରେ ନିମାପଡ଼ା-ଗୋପ ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ

ନିମାପଡ଼ା,୨୧।୮(ଡି.ଏନ୍‌.ଏ.): ନିମାପଡ଼ା-ଗୋପ ସୁରକ୍ଷା ମଞ୍ଚ ପକ୍ଷରୁ ୧୪ ଦଫା ଦାବି ନେଇ ବୁଧବାର ନିମାପଡ଼ା ବ୍ଲକ ଅଫିସ ସମ୍ମୁଖରେ ସୁରକ୍ଷା ମଞ୍ଚର ବହୁ କର୍ମକର୍ତ୍ତା ଓ ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଅବସରରେ ବିକ୍ଷୋଭକାରୀମାନେ ରାଜ୍ୟପାଳ, ପଞ୍ଚାୟତିରାଜ ମନ୍ତ୍ରୀ,...

ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

ନିମାପଡ଼ା, ୨୧।୮(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ ବନ୍ତୁ ଗ୍ରାମରେ ବୁଧବାର ମଧ୍ୟାହ୍ନରେ ବଜ୍ରପାତ ଘଟିଥିଲା। ବିଲରେ ଚାଷ କାମ କରୁଥିବା ସମୟରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି।...

ଭକ୍ତଙ୍କ ପାଇଁ ପଡିଲା ମ୍ୟାଟ୍‌

ପୁରୀ ଅଫିସ, ୨୧।୮: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଯେଭଳି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରରୁ ଫେରିବା ବେଳେ ଯେଭଳି ସୁଃଖଦ ଅନୁଭୂତି ସାଉଁଣ୍ଟି...

ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି

ପୁରୀ ଅଫିସ, ୨୧।୮-ଶ୍ରୀମନ୍ଦିରରେ ବୁଧବାର ରାହୁରେଖା ଲାଗି ହେବେ ମହାପ୍ରଭୁ। ଏଥିପାଇଁ ଅପରାହ୍ନ ପ୍ରାୟ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅର୍ଥାତ୍‌ ୫ଘଣ୍ଟା ଦର୍ଶନ ବନ୍ଦ ରହିବ। ପ୍ରଥମ ଭୋଗ ମଣ୍ଡପ ପୂଜା ପରେ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ...

ଚିନ୍ତା ବଢ଼ାଇଲା ମାଲେସିଆ ଜାହାଜ କଣ୍ଟେନରରେ ୫ଫୁଟର ଫାଟ, ପଶିଲା ପାଣି

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୧୯।୮(ଡି.ଏନ୍‌.ଏ.) : ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ମୁହଁାଣର ରାଜହଂସ ଓ ଖିରିସାହି ଗଁା ନିକଟ ବଙ୍ଗୋପସାଗର ଉପକୂଳରେ ଲାଗିଥିବା ମାଲେସିଆ ଜାହାଜ ଦିନକୁ ଦିନ ଚିନ୍ତା ବଢ଼ାଇବାରେ ଲାଗିଛି। ୧୨ ଦିନ ଧରି ଜାହାଜଟି ସେଠାରେ...

ଶ୍ରୀମନ୍ଦିର ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ଉଚ୍ଛେଦ ଆରମ୍ଭ

ପୁରୀ ଅଫିସ,୧୯।୮ : ଶ୍ରୀମନ୍ଦିର ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସୋମବାର ସକାଳ ପ୍ରାୟ ସାଢ଼େ ୬ଟାରେ ପ୍ରଶାସନ ପକ୍ଷରୁ ପ୍ରଥମେ ଦକ୍ଷିଣ ପାର୍ଶ୍ୱରୁ ଉଚ୍ଛେଦ କରାଯାଇଛି। ଶୌଚାଳୟ, ସାମଗ୍ରୀ ଘର ଭଙ୍ଗା ଯାଇଛି। ମାତ୍ର...

୧୯ରେ ଭଙ୍ଗାଯିବ ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା: ଆସିଲା କଣ୍ଟେନର; ଚାଲିବ ସୂଚନା କେନ୍ଦ୍ର, ପୋଲିସ ଫାଣ୍ଡି

ପୁରୀ ଅଫିସ,୧୮।୮: ମେଘନାଦ ପାଚେରି ଚତୁଃପାର୍ଶ୍ୱକୁ ମୁକ୍ତ ରଖିବା ଲାଗି ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା ଆସନ୍ତା ୧୯ ତାରିଖରେ ଭଙ୍ଗାଯିବ। ମୁଖ୍ୟ ମନ୍ଦିର ସହିତ ସମ୍ପର୍କ ନ ଥିବା ସବୁ...

ବାତ୍ୟା ପରେ ବନ୍ୟାପାଣିର ଦୁଃଖ: ପାଣି ଘେରରେ ଏକାଧିକ ଗାଁ

ପୁରୀ ଅଫିସ, ୧୮।୮: ପ୍ରାକୃତିକ ଦୁର୍ବିପାକ ଉପକୂଳବର୍ତ୍ତୀ ପୁରୀ ଜିଲାର ପିଛା ଛାଡୁନି। ପ୍ରାୟ ପ୍ରତିବର୍ଷ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ଜିଲାବାସୀ ଚଳିତବର୍ଷ ବି ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ନିକଟରେ ବାତ୍ୟା ଫନୀ ପୁରୀ...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗ: ବିରୋଧ ଯେତିକି, ସ୍ବାଗତ ସେତିକି

ପୁରୀ ଅଫିସ,୧୮।୮: ରାଜ୍ୟ ସରକାରଙ୍କ ଫୋକସରେ ପୁରୀ। ନିକଟରେ ପୁରୀ ସହରର ବିକାଶ ପାଇଁ ୨୬୫ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବା ପରେ ପରେ ଏବେ ସହରର ଚିତ୍ର ବଦଳାଇବାକୁ କରିଛନ୍ତି ଯୋଜନା। ଏଥିପାଇଁ ଶୁକ୍ରବାର ରାଜ୍ୟ କ୍ୟାବିନେଟରେ...

ପୁରୀ ଜିଲା ଚିଠି: ତୀର୍ଥ ପୁଷ୍କରିଣୀକୁ ହତାଦର

ଭାରତର ଚାରିଧାମ ମଧ୍ୟରୁ ଶ୍ରେଷ୍ଠଧାମ ପୁରୀ। ଏହା ଜଗନ୍ନାଥ ଧାମ ନାମରେ ବେଶ୍‌ ପରିଚିତ। ଏହି ପବିତ୍ର ଧାମରେ ରହିଛି ଏକାଧିକ ତୀର୍ଥ ପୁଷ୍କରିଣୀ। ସେଗୁଡ଼ିକ ପ୍ରତି ଶ୍ରଦ୍ଧାଳୁଙ୍କ ରହିଛି ଗଭୀର ଆସ୍ଥା ଓ ବିଶ୍ୱାସ। ପ୍ରାୟ ଅଧିକାଂଶ ତୀର୍ଥ...

‘ଧରିତ୍ରୀ’ ପ୍ରଭାବ: ଖବର ପ୍ରକାଶନ ପରେ ଲୁଣାବନ୍ଧ ଘାଇ ମରାମତି ଆରମ୍ଭ

କାକଟପୁର,୧୭।୮(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଦେବୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଲୁଣାବନ୍ଧର ଚତୁରା ଘେରି ନିକଟରେ ୫୦ଫୁଟ ଲମ୍ବର ଘାଇ ସୃଷ୍ଟି ହେବା ଯୋଗୁ ବନ୍ୟାପାଣି ନଗର...

ଉଛୁଳିଲା ଭାର୍ଗବୀ, ତଳିଆ ଅଞ୍ଚଳରେ ପଶିଲା ପାଣି

ପୁରୀ ଅଫିସ,୧୭।୮ – ହୀରାକୁଦ ଗେଟ୍‌ ଖୋଲାଯିବା ପରେ ମହାନଦୀରେ ପ୍ରବାହିତ ହେଉଛି ବନ୍ୟା ପାଣି। ଫଳରେ ଏହାର ଶାଖା ନଦୀଗୁଡ଼ିକ ମଧ୍ୟ ଫୁଲିବାରେ ଲାଗିଛି। ଜିଲାର ଭାର୍ଗବୀ ନଦୀରେ ବନ୍ୟା ପାଣି ପ୍ରବାହିତ ହେବା ପରେ ଏହା ଉଚ୍ଛୁଳିଛି।...

ଶ୍ରୀମନ୍ଦିରରେ ରାଖୀ ଲାଗି, ବଳଭଦ୍ର ଜନ୍ମ ନୀତି: ପାଟ ରାଖୀ ପିନ୍ଧିଲେ ମହାପ୍ରଭୁ

ପୁରୀ ଅଫିସ, ୧୬।୮: ପବିତ୍ର ଗହ୍ମାପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ନୀତି ଏବଂ ରାଖୀ ଲାଗି ନୀତି ସମ୍ପନ୍ନ ହୋଇଛି। ଦୁଇଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡଠାକୁର ବଳଭଦ୍ର ଶ୍ରୀଭୂଜରେ ପାଟ ରାଖୀ ଏବଂ ଗୁଆମାଳ ପିନ୍ଧି ଭକ୍ତଙ୍କୁ...

ମିଶନ ଆଶାଲୋକ ଅଭିଯାନର ଶୁଭାରମ୍ଭ: ୧୮ ମାନସିକ ବିକାରଗ୍ରସ୍ତ ପୁରୁଷ ଉଦ୍ଧାର

ପୁରୀ ଅଫିସ, ୧୬ା୮: ଅନେକ ମାନସିକ ବିକାରଗ୍ରସ୍ତ ରାସ୍ତାଘାଟରେ ଏଣେତେଣେ ବୁଲୁଥାନ୍ତିି। କେହି କେହି ଲୋକଙ୍କୁ ମାଗି ଖାଇଥାନ୍ତି ତ ଆଉ କେହି ଅଳିଆ ଆବର୍ଜନା ଗଦାରୁ ପେଟର ଭୋକ ମେଣ୍ଟାନ୍ତିି। ହେଲେ ଏମାନଙ୍କ ପ୍ରତି ସହାନୁଭୂତିର ହାତ ବଢାଇବା...

ଭାର୍ଗବୀ ନଦୀବନ୍ଧରେ ଘଳିଆ

ସାକ୍ଷୀଗୋପାଳ, ୧୬।୮(ଡି.ଏନ.ଏ.): ବଢି ପାଣି ଆସିବା ପରେ ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳରେ ପ୍ରବାହିତ ଭାର୍ଗବୀ ନଦୀରେ ଜଳ ପତ୍ତନ ବୃଦ୍ଧି ପାଇଛି। ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ସାକ୍ଷୀଗୋପାଳ ଜଳସେଚନ ଉପଖଣ୍ଡ ଭାର୍ଗବୀ ଦକ୍ଷିଣ ପର୍ଶ୍ୱ ନଦୀବନ୍ଧର ୬ଟି ସ୍ଥାନରେ...