ପୁରୀ

୩୦ ରାତିରୁ ପୁରୀ ଜିଲାରେ କର୍ଫ୍ୟୁ

ପୁରୀ ଅଫିସ,୨୭।୬- ବିଶ୍ୱ ପ୍ରସିଦ୍ଧ ବାହୁଡା ରଥଯାତ୍ରା ପାଇଁ ପୁଣି ପୁରୀ ଜିଲାରେ ଜାରି ହେବ କର୍ଫ୍ୟୁ। ଜୁନ ୩୦ ରାତି ୧୦ଟାରୁ ଜୁଲାଇ୨ ରାତି ୧୦ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ଏ ନେଇ ଶନିବାର ପୁରୀ ଜିଲାପାଳ ବଲଓ୍ବନ୍ତ…

ରବିବାର ଦକ୍ଷିଣମୋଡ଼, ଯାଞ୍ଚ ହେଲା ତିନି ରଥ

ପୁରୀ ଅଫିସ, ୨୭।୬: ନବ ଦିନାତ୍ମକ ଯାତ୍ରାରେ ଆସି ଆଡପ ମଣ୍ଡପରେ ଅବସ୍ଥାନ କରିଛନ୍ତି ମହାପ୍ରଭୁ। ବାହୁଡ଼ା ଯାତ୍ରାରେ ପୁଣି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଚତୁର୍ଦ୍ଧାବିଗ୍ରହ। ସେଥିଲାଗି ରବିବାର ତିନି ରଥର ଦକ୍ଷିଣ ମୋଡ କରାଯିବ। ଏଥିପାଇଁ ଶନିବାର ତିନି ରଥର…

ଚେୟାରରେ ବସି ଅବଢ଼ା ଖାଇଲେ ପୋଲିସବାବୁ: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ପୁରୀ ଅଫିସ,୨୭ା୬: ପ୍ରତିଟି ଜଗନ୍ନାଥପ୍ରେମୀଙ୍କ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ରହିଛି ଗଭୀର ଭକ୍ତି ଏବଂ ବିଶ୍ୱାସ। ହେଲେ ମହାପ୍ରସାଦ ସେବନର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଭକ୍ତଙ୍କ ଭାବାବଗେକୁ ଆଘାତ ଦେଇଛି। ଶୁକ୍ରବାର କିଛି ପୋଲିସ ଅଧିକାରୀ…

ଗୁଣ୍ଡିଚା ମନ୍ଦିରରେ ପଶିଲେ ୨ ଅଣସେବାୟତ

ପୁରୀ ଅଫିସ,୨୭ା୬: ମହାମାରୀ କରୋନା ପାଇଁ ଏଥର ଭକ୍ତଶୂନ୍ୟ ଘୋଷଯାତ୍ରା ଅନୁଷ୍ଠିତ ହେଉଛି। ନବିଦାନାତ୍ମକ ଯାତ୍ରାରେ ଆସି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଦର୍ଶନ ପାଇଁ କୌଣସି ଭକ୍ତଙ୍କୁ ମନ୍ଦିରକୁ ଛଡ଼ାଯାଉନି। ଫଳରେ ଆଡ଼ପ ମଣ୍ଡପ ଦର୍ଶନରୁ…

୨କରୋନା ଯୋଦ୍ଧା ପଜିଟିଭ: ଟ୍ରାଫିକ ଫାଣ୍ଡି ସିଲ୍‌

ପୁରୀ ଅଫିସ,୨୭ା୬: କରୋନା ଯୋଦ୍ଧାଙ୍କୁ କରୋନା। ପୁରୀ ଜିଲାର ୨ ଜଣ କରୋନା ଯୋଦ୍ଧାଙ୍କଠାରେ ପଜିଟିଭ ଚିହ୍ନଟ ହୋଇଛି। ଜଣେ ଟ୍ରାଫିକ କନଷ୍ଟେବଳ ଏବଂ ଅନ୍ୟଜଣେ ସିଆର୍‌ପିଏଫ୍‌ ଯବାନ। ସିଆରପିଏଫ୍‌ ଯବାନ ଜଣଙ୍କ ଜମ୍ମୁ କଶ୍ମୀରରେ କାର୍ଯ୍ୟରତ ଥିବାବେଳେ ଭଉଣୀ ବାହାଘର…

୧୮ ମାସର ଶିଶୁକୁ କରୋନା

ନିମାପଡ଼ା,୨୭ା୬(ଡି.ଏନ୍‌.ଏ): ନିମାପଡ଼ା ବ୍ଲକରେ ଗତ କିଛିଦିନ ମଧ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଜଣେ ଯୁବକ ଚିହ୍ନଟ ହୋଇଥିବାବେଳେ ଶୁକ୍ରବାର ଭିଲିଗ୍ରାମ ପଞ୍ଚାୟତର କ୍ୱାରାଣ୍ଟାଇନ ସେଣ୍ଟରରେ ମାତାପିତା ଓ ଭାଇଙ୍କ ସହ ରହୁଥିବା ୧୮ ମାସର ଶିଶୁ ପଜିଟିଭ…

ବାହାର ଜିଲା ପୋଲିସଙ୍କୁ ପୁରୀ ମନା

ଭୁବନେଶ୍ୱର,୨୬।୬(ବ୍ୟୁରୋ): ପୁରୀ ଯାଇପାରିବେ ନାହିଁ ଜିଲା ବାହାରର ପୋଲିସ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭକ୍ତଶୂନ୍ୟ ରଥଯାତ୍ରା କରାଯାଉଛି। ଶ୍ରୀଜିଉଙ୍କୁ ଦର୍ଶନରେ ସ୍ବଚ୍ଛତା ଅବଲମ୍ବନ ଲାଗି ପୋଲିସ ଡିଜି ଅଭୟ ନୂଆ ଏସ୍‌ଓପି ଜାରି କରିଛନ୍ତି। ତଦନୁଯାୟୀ ଅଫିସିଆଲ ବାହାନା କରି ବାହାର…

ଗୁଣ୍ଡିଚା ମନ୍ଦିରରୁ ୨ ଛଦ୍ମବେଶୀ ସେବାୟତ ଅଟକ

ପୁରୀ ଅଫିସ, ୨୬।୬: ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ହେଲେ ଶୁକ୍ରବାର ୨ଜଣ ସେବାୟତ ବେଶରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶକରି ଧରାପଡ଼ିଛନ୍ତି। ଏହି ୨ ଛଦ୍ମବେଶୀ ସେବାୟତଙ୍କୁ କୁମ୍ଭାରପଡ଼ା ପୋଲିସ ଅଟକରଖି ପଚରାଉଚରା କରୁଛି। ବର୍ତ୍ତମାନ ଚତର୍ଦ୍ଧାବିଗ୍ରହ…

ନେଗେଟିଭ ରିପୋର୍ଟଧାରୀ ସେବାୟତ କରିବେ ନୀତିକାନ୍ତି

ପୁରୀ ଅଫିସ,୨୬।୬:ସବୁ ସେବାୟତଙ୍କର ଦୁଇରାଉଣ୍ଡ କୋଭିଡ୍‌ ଟେଷ୍ଟ କରାଯିବ। ଗୁରୁବାରଠାରୁ ଏହି ଟେଷ୍ଟିଂ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ୬୮୮ ଜଣଙ୍କ ସ୍ବାବ୍‌ ସଂଗ୍ରହ ହୋଇଛି। ଯେଉଁମାନଙ୍କର ରଥଯାତ୍ରା ପୂର୍ବରୁ ଟେଷ୍ଟ କରାଯାଇଥିଲା ସେମାନଙ୍କର ଆଉଥରେ ପରୀକ୍ଷା କରାଯିବ। କେବଳ ନେଗେଟିଭ…

ପିପିଲିକୁ ଗଡ଼ିଲା ‘ମୋ ବସ୍‌’

ଭୁବନେଶ୍ୱର,୨୬।୬(ବ୍ୟୁରୋ)/ ପିପିଲି (ସ୍ବ.ପ୍ର.): ଦୀର୍ଘଦିନର ପ୍ରତୀକ୍ଷାପରେ ଭୁବନେଶ୍ୱରରୁ ପିପିଲିକୁ ଆରମ୍ଭ ହୋଇଛି ‘ମୋ ବସ୍‌’ ସେବା। ଗୁରୁବାର ସକାଳେ ପିପିଲିଠାରେ ବିଧାୟକ ପ୍ରଦୀପ ମହାରଥୀ ପତାକା ଦେଖାଇ ଏହି ସେବାର ଶୁଭାରମ୍ଭ କରିବା ସହ ପ୍ରଥମେ ଟିକେଟ କାଟି ସେଥିରେ ଯାତ୍ରା…

ଶ୍ରୀମନ୍ଦିରରେ ଯାଞ୍ଚ ସରିଲା: ଗର୍ଭଗୃହ କାନ୍ଥରେ ଧଳା ଆସ୍ତରଣ

ପୁରୀ ଅଫିସ,୨୬।୬: ଗର୍ଭଗୃହରେ ମଇଶ୍ଚର ହୋଇଛି। କାନ୍ଥରେ ଫିମ୍ପି ଭଳି ଧଳାର ଆସ୍ତରଣ ଜମିଯାଇଛି। ଏହାକୁ ସଫା କରାଯାଇ ରାସାୟନିକ ପ୍ରଲେପ ଦିଆଯିବ। ରୋଷଘର, ଭୋଗମଣ୍ଡପର ଚଟାଣ କାମ ହେବ। ନାଟମଣ୍ଡପ ଚଟାଣର କେତେକ ପଥର ନଷ୍ଟ ହୋଇଯାଇଛି। ତାହାକୁ ପରିବର୍ତ୍ତନ…

ପୁରୀର ବାହୁବଳୀ ସେବାୟତଙ୍କ ରଥଟଣା: ଭାଇରାଲ ହେଉଛି ଫଟୋ

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମ୍‌କୋର୍ଟ ଘୋଷଣା କରିଥିଲେ। ହେଲେ ପରବର୍ତ୍ତୀ ପର୍ଯ୍ୟୟରେ ବିନା ଭକ୍ତରେ ଘୋଷଯାତ୍ରା କରିବା ନେଇ ରାୟ ପ୍ରକାଶ ପାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?