ଗୁଣ୍ଡିଚା ମନ୍ଦିରରେ ପଶିଲେ ୨ ଅଣସେବାୟତ

ପୁରୀ ଅଫିସ,୨୭ା୬: ମହାମାରୀ କରୋନା ପାଇଁ ଏଥର ଭକ୍ତଶୂନ୍ୟ ଘୋଷଯାତ୍ରା ଅନୁଷ୍ଠିତ ହେଉଛି। ନବିଦାନାତ୍ମକ ଯାତ୍ରାରେ ଆସି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଦର୍ଶନ ପାଇଁ କୌଣସି ଭକ୍ତଙ୍କୁ ମନ୍ଦିରକୁ ଛଡ଼ାଯାଉନି। ଫଳରେ ଆଡ଼ପ ମଣ୍ଡପ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚତ୍ତ ରହିଛନ୍ତି । ଏଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହାସତ୍ତ୍ବେ ଶୁକ୍ରବାର ଗୁଣ୍ଡିଚା ମନ୍ଦିରକୁ ୨ଜଣ ଅଣସେବାୟତ ପ୍ରବେଶ କରିଛନ୍ତି। ପୋଲିସ ସେମାନଙ୍କୁ ଗିରଫ କରି ପରେ ନୋଟିସ ଦେଇ ଛାଡ଼ିଛି। ସେହିପରି ଅପରାହ୍ନରେ ଅନ୍ୟ ଜଣେ ନକଲି ପାସ୍‌ଧାରୀ ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରଥିବାବେଳେ ମୁଖ୍ୟ ଗେଟ୍‌ ପାଖରେ ପୋଲିସ ତାଙ୍କୁ କାବୁ କରିଥିଲା।
ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଚାଲିଥିବାବେଳେ ସେବାୟତ ବେଶରେ ଦୁଇଜଣ ଯୁବକ ମନ୍ଦିରରେ ପ୍ରବେଶ କରିଥିଲେ। ସେମାନଙ୍କ ଚାଲିଚଳଣି ଏବଂ ହାବଭାବ ଦେଖି ଅନ୍ୟ ସେବାୟତଙ୍କ ସନ୍ଦେହ ହୋଇଥିଲା। ସେମାନେ ଛଦ୍ମବେଶୀ ବୋଲି ନିଶ୍ଚିତ ହେବାପରେ ସେବାୟତମାନେ ପୋଲିସକୁ ଖବର ଦେଇଥିଲେ। କୁମ୍ଭାରପଡ଼ା ପୋଲିସ ପହଞ୍ଚତ୍ ଏହି ଦୁଇ ଅଣସେବାୟତ ମାର୍କଣ୍ଡେଶ୍ୱର ସାହିର ସ୍ମୃତିରଞ୍ଜନ ମହାନ୍ତି ଏବଂ କୁମ୍ଭାରପଡ଼ାର ଅଜୟ କୁମାର ମହାପାତ୍ରଙ୍କୁ ଧରି ଥାନାକୁ ନେଇଥିଲା। ଏନେଇ ଥାନାରେ ଏକ ମାମଲା (ନଂ.୧୫୯/୨୦) ରୁଜୁ ହୋଇ ଉଭୟଙ୍କୁ ଗିରଫ କରାଯାଇଥିଲା। ପରେ ସେମାନଙ୍କୁ ସିଆର୍‌ପିସି ଧାରା ୪୧ରେ ନୋଟିସ ଦିଆଯାଇ ଛଡ଼ାଯାଇଛି ବୋଲି ଥାନା ଅଧିକାରୀ କୁଳମଣି ସେଠୀ ସୂଚନା ଦେଇଛନ୍ତି। ସେହିପରି ଅପରାହ୍ନରେ ମଧ୍ୟ ଜଣେ ନକଲି ପାସ୍‌ଧାରୀ ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ହାତରେ ଧରାପଡ଼ିଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣେ ସେବାୟତଙ୍କ ଯୋଗାଣିଆ ଭାବେ କାମ କରନ୍ତି। ସେ ସେବାୟତଙ୍କୁ ପ୍ରଦାନ କରାଯାଇଥିବା ପାସ୍‌ ପକାଇ ମନ୍ଦିର ଭିତରକୁ ଯାଉଥିବାବେଳେ ପୋଲିସ ମୁଖ୍ୟଦ୍ୱାରରୁ ତାଙ୍କୁ ମାଡ଼ି ବସିଥିଲା। ଯାଞ୍ଚ ପରେ ସେହି ପାସ୍‌ ତାଙ୍କର ନୁହେଁ ବୋଲି ଜଣାପଡ଼ିବା ପରେ ତାଙ୍କୁ ସେହିଠାରୁ ବିଦା କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?