ପୁରୀ

‘ଅପରାଧମୁକ୍ତ ପୁରୀ ମୁଖ୍ୟ ଲକ୍ଷ୍ୟ’

ପୁରୀ ଅଫିସ,୨୩ା୧୧:ପତିତପାବନଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁରୀର ନୂତନ ଏସ୍‌ପି ଭାବେ ଆଇପିଏସ୍‌ ଅଫିସର କେ. ବିଶାଲ ସିଂ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରବିବାର ପୂର୍ବାହ୍ନରେ ପୂର୍ବତନ ଏସ୍‌ପି ଅଖିଳେଶ୍ୱର ସିଂଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ…

ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଜାରି: ଆଜି ମଧ୍ୟରାତ୍ରିରୁ ହେବ କାର୍ଯ୍ୟକାରୀ

ସାକ୍ଷୀଗୋପାଳ,୨୨ା୧୧(ଡି.ଏନ୍‌.ଏ.): ରାତି ପାହିଲେ ପାଳନ ହେବ ପବିତ୍ର ଅଁଳା ନବମୀ। ତେବେ ଏହା ପୂର୍ବରୁ ପୁରୀ ଜିଲାର ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଲାଗୁ ହୋଇଛି। କରୋନା ମହାମାରୀ ଏବଂ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ରବିବାର…

ପୁରୀ ହେପାଜତରେ ମୃତ୍ୟୁ ମାମଲା: ହତ୍ୟା ମାମଲା ରୁଜୁ ଦାବି କଲା ଭାଜପା

ପୁରୀ ଅଫିସ,୨୨।୧୧: ପୋଲିସ ହେପାଜତରେ କେ. ରମେଶଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗିରହିଛି। ପୋଲିସର ଏଭଳି କାର୍ଯ୍ୟକୁ ତୀବ୍ର ବିରୋଧ କରାଯାଉଛି। ଏଭଳି ସ୍ଥିତିରେ ଶନିବାର ମୃତକଙ୍କ ପରିବାରକୁ ଭେଟିଛନ୍ତି ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ ପାତ୍ର। ମୋଚିସାହିସ୍ଥିତ କେ.…

ପିପିଲି ଥାନା ହାଜତ ନିର୍ଯାତନା ଘଟଣା: ସନ୍ଦେହରେ ପୋଲିସ କାର୍ଯ୍ୟାନୁଷ୍ଠାନ

ପିପିଲି,୨୨।୧୧(ସ୍ବ.ପ୍ର.): ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଜିଲାରେ ପୁଣି ଏକ ହାଜତ ନିର୍ଯାତନା ଅଭିଯୋଗ ଆସିଛି। ପିପିଲି ଥାନା ହାଜତରେ ପୋଲିସ ମାଡ଼ରେ ୫ଜଣ ଅଭିଯୁକ୍ତ ଗୁରୁତର ହୋଇଛନ୍ତି। ସେମାନେ…

ମୁଖ୍ୟ ସଚିବ, ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ/ ପୁରୀ ଅଫିସ, ୨୧। ୧୧: ପୁରୀ ପୋଲିସ ହେପାଜତରେ ମୃତ୍ୟୁ ମାମଲାକୁ ନେଇ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଇନର ଶାସନ ଚାଲିଥିବା ଦେଶରେ ଏସବୁ ଗ୍ରହଣୀୟ ନୁହେଁ ବୋଲି କମିଶନ କହିଛନ୍ତି। ଏହି…

ବଦଳିଲେ ପୁରୀ ଏସ୍‌ପି

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ପୁରୀ ଏସ୍‌ପି ଅଖିଳେଶ ସିଂଙ୍କୁ ବଦଳି କରାଯାଇଛି। ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସମ୍ବଲପୁର ଏସ୍‌ପି ଥିବା କେ. ବିଶାଳ ସିଂଙ୍କୁ ପୁରୀ ଏସପି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ…

ହାଇକୋର୍ଟକୁ ଗଲା ପୁରୀ ହେପାଜତ ମୃତ୍ୟୁ ମାମଲା

ପୁରୀ ଅଫିସ,୨୦।୧୧-ହାଇକୋର୍ଟକୁ ଗଲା ପୁରୀ ପୋଲିସ ହେପାଜତ ମୃତ୍ୟୁ ମାମଲା। ହାଇକୋର୍ଟରେ ଏ ନେଇ ଆଇନଜୀବୀ ଶରତ ରାୟଗୁରୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ସମ୍ପୃକ୍ତ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ…

ପୋଲିସ ହେପାଜତରେ ମୃତ୍ୟୁ ଘଟଣା: ‘ମୃତଦେହ ଲୁଚାଇ ଦାହ କରିଛି ପୋଲିସ’

ପୁରୀ ଅଫିସ,୨୦ା୧୧: କେ. ରମେଶ ଦାସଙ୍କ ମୃତ୍ୟୁ ଘଟଣାରେ ସମ୍ପର୍କୀୟମାନେ ଭିନ୍ନ କଥା କହିଛନ୍ତି। ରମେଶଙ୍କ ମା’, ବାପାଙ୍କୁ ପୋଲିସ ସହର ବାହାରର ଏକ ଥାନାକୁ ନେଇ ସେଠାରେ ଅଟକ ରଖିଛି। ୭ଦିନ ପୂର୍ବରୁ ପୋଲିସ ରମେଶଙ୍କୁ ଘରୁ ଉଠାଇ ନେଇ…

‘ବିଧାନସଭାରେ ଉଠିବ ହାଜତ ମୃତ୍ୟୁ ପ୍ରସଙ୍ଗ’

ପୁରୀ ଅଫିସ,୨୦।୧୧: ପୋଲିସ ହେପାଜରେ ଯୁବକଙ୍କ ମୃତ୍ୟୁକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛି ଭାଜପା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ଗୁରୁବାର ସନ୍ଧ୍ୟାରେ ୨୦ଜଣ ବିଧାୟକଙ୍କ ଏକ ପ୍ରତିନିଧି ଦଳ ପୁରୀ ଆସି ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟିଛନ୍ତି।…

ଡିସେମ୍ବର ୨୮ରୁ ପ୍ରକ୍ରିୟା ଆରମ୍ଭ: ୬.୭୬ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ

ପୁରୀ ଅଫିସ,୨୦।୧୧: ପୁରୀ ଜିଲା ଚାଷୀଙ୍କଠାରୁ କିପରି ସୁରୁଖୁରୁରେ ଖରିଫ ଧାନ ସଂଗ୍ରହ କରାଯିବ ସେ ନେଇ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୁଗୁଲ୍‌ ମିଟ୍‌ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଜିଲାପାଳ ବଲୱନ୍ତ ସିଂ ଅଧ୍ୟକ୍ଷତା କରିଥିଲେ।…

ନିମାପଡ଼ା କଲେଜର ପ୍ରଥମ ପିଜି ପରୀକ୍ଷାଫଳ ପ୍ରକାଶିତ

ନିମାପଡ଼ା,୨୦ା୧୧(ଡି.ଏନ୍‌.ଏ.): ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରଥମଥର ସ୍ନାତକୋତ୍ତର(ପିଜି) ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି। ଏହି ପରୀକ୍ଷାର ପାସ ହାର ଶତକଡ଼ା ଶତପ୍ରତିଶତ ହୋଇଛି। କଲେଜରେ ପ୍ରଥମଥର ପାଇଁ ସ୍ନାତକତ୍ତୋର ଶ୍ରେଣୀର ଓଡ଼ିଆ ବିଭାଗରେ ୨୯ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ସମସ୍ତେ ପ୍ରଥମ…

ବିଦେଶୀ ପକ୍ଷୀଙ୍କ ଆଗମନ ସଂଖ୍ୟା କମୁଛି

କୃଷ୍ଣପ୍ରସାଦ,୨୦ା୧୧(ଡି.ଏନ୍‌.ଏ.): ଶୀତ ଋତୁ ଆସିଲେ ରଙ୍ଗବେରଙ୍ଗ ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୁଏ ଚିଲିକା ଓ ଏହାର ଉପକୂଳବର୍ତ୍ତୀ କୃଷ୍ଣପ୍ରସାଦ ଅଞ୍ଚଳ। ଯେଉଁଥି ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ ଚିଲିକାକୁ। ତେବେ ବିଡ଼ମ୍ବନାର ବିଷୟ ପ୍ରାକୃତିକ ବୈଷମ୍ୟତା ଯୋଗୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri