ବିଦେଶୀ ପକ୍ଷୀଙ୍କ ଆଗମନ ସଂଖ୍ୟା କମୁଛି

କୃଷ୍ଣପ୍ରସାଦ,୨୦ା୧୧(ଡି.ଏନ୍‌.ଏ.): ଶୀତ ଋତୁ ଆସିଲେ ରଙ୍ଗବେରଙ୍ଗ ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୁଏ ଚିଲିକା ଓ ଏହାର ଉପକୂଳବର୍ତ୍ତୀ କୃଷ୍ଣପ୍ରସାଦ ଅଞ୍ଚଳ। ଯେଉଁଥି ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ ଚିଲିକାକୁ। ତେବେ ବିଡ଼ମ୍ବନାର ବିଷୟ ପ୍ରାକୃତିକ ବୈଷମ୍ୟତା ଯୋଗୁ ଅକ୍ଟୋବର ସାରା ଲଘୁଚାପଜନିତ ବର୍ଷା ହୋଇ ବିଦେଶ ପକ୍ଷୀଙ୍କ ଆଗମନରେ ବାଧା ସୃଷ୍ଟି କରିଛି। ହଜାର ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ଖାଦ୍ୟ ଅନ୍ବେଷଣରେ ସେମାନେ ଚିଲିକା ଉପକୂଳବର୍ତ୍ତୀ ଇଲାକା ତଥା ଧାନ ଜମିକୁ ଆସିଥାନ୍ତି। କିନ୍ତୁ ଚଳିତବର୍ଷ କୃଷ୍ଣପ୍ରସାଦ ବ୍ଲକରେ ଗଜା ମରୁଡ଼ି ଯୋଗୁ ଧାନ ଫସଲ ହୋଇ ନ ଥିବାରୁ ଏହି ପକ୍ଷୀମାନଙ୍କର ଦେଖାମିଳୁ ନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳରେ ରହିଯାଇଥିବା ଗେଣ୍ଡାଳିଆ, ପେଣ୍ଟଡଷ୍ଟ୍ରକ, ଟିଇଁଟିଆଁ, ବାଟୁଆଣି ଆଦି ଦେଶୀ ପକ୍ଷୀମାନେ ଦେଖାଯାଉଛନ୍ତି।
ନଭେମ୍ବର ସରିବାକୁ ବସିଥିବା ବେଳେ ଏଯାବତ୍‌ ଆଶାନୁରୂପ ଶୀତର ପ୍ରଭାବ ନ ଥିବାରୁ ବିଦେଶୀ ପକ୍ଷୀଙ୍କ ଆଗମନ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଏବେ ଚିଲିକା ମଧ୍ୟରେ ଅଳ୍ପ ସଂଖ୍ୟାରେ ବିଦେଶାଗତ ପକ୍ଷୀମାନେ ଚକର ମାରୁଥିବା ବେଳେ ତଟବର୍ତ୍ତୀ ଅଞ୍ଚଳ ପାରିକୁଦ, ଗୁରୁବାଇ, ନୂଆପଡା, ସିପିଆ, ଅଁଳାକୁଦା, ତିଛିଣି, ପଚଂକୁଦି, ବନମାଳ, ଚଟେଇକୋଣ, ସୋଲାକୁଦି, ପାଣ୍ଢା, ଚିଖିଲି, ଚିତ୍ରକୋଟ, ଖଟିଆକୁଦିରେ ଦେଖିବାକୁ ମିଳୁ ନାହାନ୍ତି। ଉକ୍ତ ଅଞ୍ଚଳରେ କିଛି ମାତ୍ରାରେ ବିଦେଶାଗତ ଗଡଓାଲ, ସୋଭଲର, ଗଡଉଇଟ, ସ୍ୟାଣ୍ଡପାଇପର ଆଦି ପ୍ରଜାତିର ପକ୍ଷୀ ଦେଖିବାକୁ ମିଳୁଛି। ବିଗତ ବର୍ଷ ଭଳି ଚିଲିକା ବନ୍ୟପ୍ରାଣୀ ବନାଞ୍ଚଳ ବନଖଣ୍ଡ, ବାଲୁଗାଁ ତରଫରୁ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଏବର୍ଷ ମଧ୍ୟ କରାଯାଇଛି। ସେହିଭଳି ପାରିକୁଦ, ନୂଆପଡ଼ା ଏବଂ ସାତପଡ଼ାରେ ପକ୍ଷୀ ସୁରକ୍ଷା ଶିବିର କରାଯାଇଛି। ସେଠାରେ ପକ୍ଷୀଙ୍କ ସୁରକ୍ଷା ସହ ଖାଦ୍ୟ ପ୍ରତି ମଧ୍ୟ ବ୍ୟବସ୍ଥା କରାଯାଇଛି। ଯେପରି ବିଦେଶାଗତ ପକ୍ଷୀଙ୍କ ଆଗମନ ସଂଖ୍ୟା ବଢ଼ିବାରେ ସହାୟକ ହୋଇପାରିବ। ଅନ୍ୟପଟେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବାଲୁଗାଁ ତରଫରୁ ୮ଟି ସ୍ଥାନରେ ସାମୁଦ୍ରିକ କଇଁଛ ସୁରକ୍ଷା ଶିବିର କରାଯାଇଥିବା ଜଣାଯାଇଛି। ତେବେ ଗୋଟିଏପଟେ କରୋନା ମହାମାରୀ ଅନ୍ୟପଟେ ଆଶାତୀତ ପକ୍ଷୀ ସଂଖ୍ୟା ନ ଥିବା ଯୋଗୁ ପର୍ଯ୍ୟଟକ ଚିଲିକାକୁ ପ୍ରବେଶ କରିବା ଆଶା କ୍ଷୀଣ ହୋଇପଡ଼ିଛି। ଯାହାଦ୍ୱାରା ଚିଲିକା ଉପକୂଳବାସୀଙ୍କ ରୋଜଗାରରେ ବାଧା ଉପୁଜିବା ଆଶଙ୍କା ରହିଛି। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ପୋଲିସ ଜାଲରେ ୨ ଭାଇ, ଗୁମର ଖୋଲିଲା ‘PhonePe’ ଟ୍ରାଞ୍ଜେକ୍ସନ୍

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?