ବିଦେଶୀ ପକ୍ଷୀଙ୍କ ଆଗମନ ସଂଖ୍ୟା କମୁଛି

କୃଷ୍ଣପ୍ରସାଦ,୨୦ା୧୧(ଡି.ଏନ୍‌.ଏ.): ଶୀତ ଋତୁ ଆସିଲେ ରଙ୍ଗବେରଙ୍ଗ ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୁଏ ଚିଲିକା ଓ ଏହାର ଉପକୂଳବର୍ତ୍ତୀ କୃଷ୍ଣପ୍ରସାଦ ଅଞ୍ଚଳ। ଯେଉଁଥି ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟେ ଚିଲିକାକୁ। ତେବେ ବିଡ଼ମ୍ବନାର ବିଷୟ ପ୍ରାକୃତିକ ବୈଷମ୍ୟତା ଯୋଗୁ ଅକ୍ଟୋବର ସାରା ଲଘୁଚାପଜନିତ ବର୍ଷା ହୋଇ ବିଦେଶ ପକ୍ଷୀଙ୍କ ଆଗମନରେ ବାଧା ସୃଷ୍ଟି କରିଛି। ହଜାର ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ଖାଦ୍ୟ ଅନ୍ବେଷଣରେ ସେମାନେ ଚିଲିକା ଉପକୂଳବର୍ତ୍ତୀ ଇଲାକା ତଥା ଧାନ ଜମିକୁ ଆସିଥାନ୍ତି। କିନ୍ତୁ ଚଳିତବର୍ଷ କୃଷ୍ଣପ୍ରସାଦ ବ୍ଲକରେ ଗଜା ମରୁଡ଼ି ଯୋଗୁ ଧାନ ଫସଲ ହୋଇ ନ ଥିବାରୁ ଏହି ପକ୍ଷୀମାନଙ୍କର ଦେଖାମିଳୁ ନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳରେ ରହିଯାଇଥିବା ଗେଣ୍ଡାଳିଆ, ପେଣ୍ଟଡଷ୍ଟ୍ରକ, ଟିଇଁଟିଆଁ, ବାଟୁଆଣି ଆଦି ଦେଶୀ ପକ୍ଷୀମାନେ ଦେଖାଯାଉଛନ୍ତି।
ନଭେମ୍ବର ସରିବାକୁ ବସିଥିବା ବେଳେ ଏଯାବତ୍‌ ଆଶାନୁରୂପ ଶୀତର ପ୍ରଭାବ ନ ଥିବାରୁ ବିଦେଶୀ ପକ୍ଷୀଙ୍କ ଆଗମନ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଏବେ ଚିଲିକା ମଧ୍ୟରେ ଅଳ୍ପ ସଂଖ୍ୟାରେ ବିଦେଶାଗତ ପକ୍ଷୀମାନେ ଚକର ମାରୁଥିବା ବେଳେ ତଟବର୍ତ୍ତୀ ଅଞ୍ଚଳ ପାରିକୁଦ, ଗୁରୁବାଇ, ନୂଆପଡା, ସିପିଆ, ଅଁଳାକୁଦା, ତିଛିଣି, ପଚଂକୁଦି, ବନମାଳ, ଚଟେଇକୋଣ, ସୋଲାକୁଦି, ପାଣ୍ଢା, ଚିଖିଲି, ଚିତ୍ରକୋଟ, ଖଟିଆକୁଦିରେ ଦେଖିବାକୁ ମିଳୁ ନାହାନ୍ତି। ଉକ୍ତ ଅଞ୍ଚଳରେ କିଛି ମାତ୍ରାରେ ବିଦେଶାଗତ ଗଡଓାଲ, ସୋଭଲର, ଗଡଉଇଟ, ସ୍ୟାଣ୍ଡପାଇପର ଆଦି ପ୍ରଜାତିର ପକ୍ଷୀ ଦେଖିବାକୁ ମିଳୁଛି। ବିଗତ ବର୍ଷ ଭଳି ଚିଲିକା ବନ୍ୟପ୍ରାଣୀ ବନାଞ୍ଚଳ ବନଖଣ୍ଡ, ବାଲୁଗାଁ ତରଫରୁ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଏବର୍ଷ ମଧ୍ୟ କରାଯାଇଛି। ସେହିଭଳି ପାରିକୁଦ, ନୂଆପଡ଼ା ଏବଂ ସାତପଡ଼ାରେ ପକ୍ଷୀ ସୁରକ୍ଷା ଶିବିର କରାଯାଇଛି। ସେଠାରେ ପକ୍ଷୀଙ୍କ ସୁରକ୍ଷା ସହ ଖାଦ୍ୟ ପ୍ରତି ମଧ୍ୟ ବ୍ୟବସ୍ଥା କରାଯାଇଛି। ଯେପରି ବିଦେଶାଗତ ପକ୍ଷୀଙ୍କ ଆଗମନ ସଂଖ୍ୟା ବଢ଼ିବାରେ ସହାୟକ ହୋଇପାରିବ। ଅନ୍ୟପଟେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବାଲୁଗାଁ ତରଫରୁ ୮ଟି ସ୍ଥାନରେ ସାମୁଦ୍ରିକ କଇଁଛ ସୁରକ୍ଷା ଶିବିର କରାଯାଇଥିବା ଜଣାଯାଇଛି। ତେବେ ଗୋଟିଏପଟେ କରୋନା ମହାମାରୀ ଅନ୍ୟପଟେ ଆଶାତୀତ ପକ୍ଷୀ ସଂଖ୍ୟା ନ ଥିବା ଯୋଗୁ ପର୍ଯ୍ୟଟକ ଚିଲିକାକୁ ପ୍ରବେଶ କରିବା ଆଶା କ୍ଷୀଣ ହୋଇପଡ଼ିଛି। ଯାହାଦ୍ୱାରା ଚିଲିକା ଉପକୂଳବାସୀଙ୍କ ରୋଜଗାରରେ ବାଧା ଉପୁଜିବା ଆଶଙ୍କା ରହିଛି। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri