‘ଅପରାଧମୁକ୍ତ ପୁରୀ ମୁଖ୍ୟ ଲକ୍ଷ୍ୟ’

ପୁରୀ ଅଫିସ,୨୩ା୧୧:ପତିତପାବନଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁରୀର ନୂତନ ଏସ୍‌ପି ଭାବେ ଆଇପିଏସ୍‌ ଅଫିସର କେ. ବିଶାଲ ସିଂ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରବିବାର ପୂର୍ବାହ୍ନରେ ପୂର୍ବତନ ଏସ୍‌ପି ଅଖିଳେଶ୍ୱର ସିଂଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ପୋଲିସ ଅଧିକାରୀମାନେ ନୂତନ ଏସ୍‌ପିଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। କାର୍ଯ୍ୟଭାର ଗ୍ରହଣ ପରେ ଅପରାଧୀଙ୍କୁ ଦେଇଛନ୍ତି କଡ଼ା ଚେତାବନୀ କେ. ବିଶାଲ ସିଂ। ଅପରାଧମୁକ୍ତ ପୁରୀ ତାଙ୍କର ମୁଖ୍ୟ ଲକ୍ଷ୍ୟ ରହିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଟିରେ ଅପରାଧ ଓ ଅପରାଧୀଙ୍କୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହି ପ୍ରଥମ ଦିନରୁ ହିଁ ନୂତନ ଏସ୍‌ପି ସିଂ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମ ପ୍ରତିନିିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଏସ୍‌ପି ସିଂ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ମୋତେ ପୁରୀରେ କାମ କରିବାର ସୁଯୋଗ ମିଳିଛି। ଏହାକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ଲାଗି କାମ ଚାଲିଛି। ଏଠାକୁ ଆସୁଥିବା ଭକ୍ତ, ପର୍ଯ୍ୟଟକ ସର୍ବୋପରି ପୁରୀବାସୀ କିପରି ସୁରକ୍ଷିତ ଏବଂ ନିରାପଦ ମଣିବେ ତାହା ଉପରେ ଗୁରୁତ୍ୱ ଦିଆଯିବ। ଅସାମାଜିକ ତତ୍ତ୍ବ ଏବଂ ଅପରାଧୀଙ୍କ ବିରୋଧରେ ଶତ ପ୍ରତିଶତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ପ୍ରକାର ଅପରାଧକୁ ବରଦାସ୍ତ କରାଯିବ ନାହିଁ। ଆଇନଶୃଙ୍ଖଳା ଉପରେ ବି ନଜର ରଖିବାକୁ ହେବ। ପୋଲିସ ଓ ଜନତାଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂରକରି ଜନସାଧାରଣ ପୋଲିସକୁ ସହଯୋଗ କଲେ ପୁରୀ ଅପରାଧମୁକ୍ତ ସହର ହୋଇପାରିବ ବୋଲି ଏସ୍‌ପି ପ୍ରକାଶ କରିଥିଲେ।
ଅଁଳା ନବମୀ, ନାଗାର୍ଜୁନ ବେଶ, ବଡଦିନ ଓ ନୂଆବର୍ଷ ଆଦି ସ୍ବତନ୍ତ୍ର ପର୍ବପର୍ବାଣି ପାଇଁ ପୋଲିସ ବ୍ୟବସ୍ଥା ସମ୍ପର୍କରେ ଏସ୍‌ପି ସିଂ କହିଥିଲେ, ଏଥିପାଇଁ ପୋଲିସ ଆରେଞ୍ଜମେଣ୍ଟ ଚାଲିଛି। ଜନସାଧାରଣଙ୍କ ସହଯୋଗରେ ଭିଡ଼ ନିୟନ୍ତ୍ରଣ, ଯାନିଯାତ୍ରା ଓ ପର୍ବପର୍ବାଣି ସମ୍ପନ୍ନ କରାଯିବ। ସେହିପରି ପିପିଲି ଥାନା ଥାର୍ଡ ଡିଗ୍ରୀ ଅଭିଯୋଗର ତଦନ୍ତ ଦାୟିତ୍ୱ ଡିଆଇଜିଙ୍କୁ ଦିଆଯାଇଛି। ଟାଉନ ଥାନାରେ ହୋଇଥିବା ଥାର୍ଡ ଡିଗ୍ରୀ ସଂକ୍ରାନ୍ତରେ ସେ ଅବଗତ ହେବା ପରେ ଯାହା କିଛି ପଦକ୍ଷେପ ନେବେ। ହାଜତ ମୃତ୍ୟୁ ଘଟଣା ସମ୍ପର୍କରେ କହିଥିଲେ, ଏନ୍‌ଏଚ୍‌ଆର୍‌ସି ଗାଇଡ୍‌ଲାଇନ ଅନୁସାରେ ଏହାର ତଦନ୍ତ ଚାଲିଛି। ଆଗକୁ ସତ୍ୟ କ’ଣ ତାହା ସ୍ପଷ୍ଟ ଜଣାପଡ଼ିବ। ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ଚିଠି ଯାଇଛି। ଖୁବ୍‌ଶୀଘ୍ର ନ୍ୟାୟିକ ତଦନ୍ତ ହେବ ବୋଲି ଆଶା କରୁଥିବା ଏସ୍‌ପି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri