ପୋଲିସ ହେପାଜତରେ ମୃତ୍ୟୁ ଘଟଣା: ‘ମୃତଦେହ ଲୁଚାଇ ଦାହ କରିଛି ପୋଲିସ’

ପୁରୀ ଅଫିସ,୨୦ା୧୧: କେ. ରମେଶ ଦାସଙ୍କ ମୃତ୍ୟୁ ଘଟଣାରେ ସମ୍ପର୍କୀୟମାନେ ଭିନ୍ନ କଥା କହିଛନ୍ତି। ରମେଶଙ୍କ ମା’, ବାପାଙ୍କୁ ପୋଲିସ ସହର ବାହାରର ଏକ ଥାନାକୁ ନେଇ ସେଠାରେ ଅଟକ ରଖିଛି। ୭ଦିନ ପୂର୍ବରୁ ପୋଲିସ ରମେଶଙ୍କୁ ଘରୁ ଉଠାଇ ନେଇ ଥାନାରେ ରଖି ବାଡ଼ିଆପିଟା କରିବାରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ସମ୍ପର୍କୀୟମାନେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି। କିନ୍ତୁ ଏହି ଅଭିଯୋଗକୁ ଏସ୍‌ପି ଅସ୍ବୀକାର କରିଛନ୍ତି। ଏସ୍‌ପି କହିଛନ୍ତି, ବୁଧବାର ରମେଶଙ୍କ ସହ ଏହି ଘଟଣା ଘଟିଛି। ତାଙ୍କ ମା’, ବାପାଙ୍କୁ ପୋଲିସ କେଉଁଠି ନେଇ ଅଟକ ରଖିନାହିଁ। ଏପରି କି ରମେଶଙ୍କ ବାପା ମୃତଦେହ ପଞ୍ଚନାମା ସମୟରେ ଉପସ୍ଥିତ ଥିଲେ ଏବଂ ପଞ୍ଚନାମା କାଗଜରେ ଦସ୍ତଖତ କରିଛନ୍ତି। ତାଙ୍କର ଭିଡିିଓ ମଧ୍ୟ ରେକର୍ଡିଂ କରାଯାଇଛି ବୋଲି କହିଛନ୍ତି। ଅପରପକ୍ଷରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର ନ କରି ପୋଲିସ ବ୍ୟବଚ୍ଛେଦ ପରେ ତରବରିଆ ଭାବେ ହସ୍ପିଟାଲ ପଛପାର୍ଶ୍ୱ ରାସ୍ତା ଦେଇ ସ୍ବର୍ଗଦ୍ୱାରରେ ଦାହ କରିଦେଇଛି ବୋଲି ରମେଶଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସମ୍ପର୍କୀୟ ଏବଂ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିବା ସହ ପୋଲିସର ଏଭଳି କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି।
ହସ୍ପିଟାଲ ସମ୍ମୁଖରେ ଧସ୍ତାଧସ୍ତି
ମୃତଦେହ ହସ୍ପିଟାଲରେ ଥିବାବେଳେ ପୂର୍ବାହ୍ନରେ ମୃତକଙ୍କ ସମ୍ପର୍କୀୟ, ଆଇନଜୀବୀ, ଭାଜପା ଏବଂ କଂଗ୍ରେସ କର୍ମୀ ପହଞ୍ଚତ୍ଥିଲେ। ରମେଶଙ୍କ ସମ୍ପର୍କୀୟ ଓ ଭାଜପା କର୍ମୀ ଶବ ବ୍ୟବଚ୍ଛେଦ ଗୃହକୁ ଯିବା ପାଇଁ ଜିଦ୍‌ ଧରିଥିଲେ। କେଉଁ ପରିସ୍ଥିତିରେ ଓ କେମିତି ତାଙ୍କର ମୃତ୍ୟୁ ହୋଇଛି ତାହା ଜାଣିବାକୁ ଚାହିଁଥିଲେ। ହେଲେ ପୋଲିସ କାହାକୁ ଭିତରକୁ ଛାଡ଼ିି ନ ଥିଲା। ଫଳରେ ଏହାକୁ ନେଇ ପୋଲିସ ସହ ଭାଜପା କର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲା।
କଂଗ୍ରେସ ଓ ଭାଜପାର ଧାରଣା
ଏହି ଘଟଣାକୁ ନେଇ କଂଗ୍ରେସ ଓ ଭାଜପା ପକ୍ଷରୁ ଧାରଣା ଦିଆଯାଇଥିଲା। ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ଆଗରେ ଉଭୟ ଦଳ ମୃତକଙ୍କ ସମ୍ପର୍କୀୟଙ୍କୁ ଧରି ଧାରଣା ଦେଇଥିଲେ। ସମ୍ପର୍କୀୟଙ୍କୁ ମୃତଦେହ ଦେଖାଇବା ପାଇଁ ଦାବି କରିଥିଲେ। ପରେ ଆନ୍ଦୋଳନକାରୀମାନେ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ବିକ୍ଷୋଭ କରିଥିଲେ। ଭାଜପା ଓ କଂଗ୍ରେସ କର୍ମୀମାନେ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। କଂଗ୍ରେସ ନେତା ବିନାୟକ ଦାସମହାପାତ୍ର କହିଛନ୍ତି କେ.ରମେଶଙ୍କ ମୃତ୍ୟୁକୁ ନେଇ ଖବରଦାତା ସମ୍ମିଳୀନରେ ଏସ୍‌ପି ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା। ଯଦି କେହି କିଛି ଅପରାଧ କରୁଛନ୍ତି ତେବେ ତାଙ୍କୁ ଦଣ୍ଡ ଦେବା ଲାଗି ନ୍ୟାୟ ବ୍ୟବସ୍ଥା ରହିଛି। ମାଡ଼ ମାରିବାର ଅଧିକାର ପୋଲିସକୁ କିଏ ଦେଲା? ଥାନାଗୁଡ଼ିକରେ ଅଭିଯୋଗକାରୀଙ୍କ ପ୍ରତି ଉଚିତ୍‌ ବ୍ୟବହାର ହେଉନାହିଁ, ଦୁର୍ନୀତିରେ ଥାନା ବୁଡ଼ିରହିଥିବା ବେଳେ ପୋଲିସ ଆଗ ନିଜକୁ ସୁଧାରୁ ବୋଲି ଦାସମହାପାତ୍ର କହିଛନ୍ତି। ସନ୍ଧ୍ୟାରେ ଜିଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କ ନେତୃତ୍ୱରେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା।
ଆଇଆଇସିଙ୍କ ବିରୋଧରେ ଏତଲା, ବହିଷ୍କାର ଦାବି
ଏହି ଘଟଣାରେ ଓଡ଼ିଶା ରାଜ୍ୟ ମାନବ ଅଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଛି ସଚେତନ ନାଗରିକ ମଞ୍ଚ। ଗୁରୁବାର ମଞ୍ଚ ସଭାପତି ଆଇନଜୀବୀ ପ୍ରସନ୍ନ କୁମାର ଦାଶ କମିଶନଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି, ଉକ୍ତ ଘଟଣାରେ ବାସେଳି ସାହି ଥାନାଧିକାରୀଙ୍କ ସମ୍ପୃକ୍ତି ଥିବାରୁ ତୁରନ୍ତ ତାଙ୍କୁ ବହିଷ୍କାର କରାଯାଉ। ମୃତକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ। ଏହି କ୍ଷତିପୂରଣ ରାଶି ଥାନାଧିକାରୀଙ୍କ ଦରମାରୁ କଟାଯାଉ। ଏହାର ନିରପେକ୍ଷ ତଦନ୍ତ ଲାଗି ଜିଲା ବାହାର ଏବଂ ପୋଲିସ ବିଭାଗ ବ୍ୟତୀତ ଅନ୍ୟ ଉଚ୍ଚ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଉ। ଥାନାଧିକାରୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ପାଇଁ ମଞ୍ଚ କମିଶନଙ୍କୁ ଅନୁରୋଧ କରିଛି। ସେହିପରି ଆଇନଜୀବୀ ଗୋପାଳକୃଷ୍ଣ ପଣ୍ଡା ବାସେଳିସାହି ଥାନାରେ ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ ଏତଲା ଦେଇଛନ୍ତି। କିନ୍ତୁ ଏ ସମ୍ପର୍କରେ ଥାନା ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri