ପୋଲିସ ହେପାଜତରେ ମୃତ୍ୟୁ ଘଟଣା: ‘ମୃତଦେହ ଲୁଚାଇ ଦାହ କରିଛି ପୋଲିସ’

ପୁରୀ ଅଫିସ,୨୦ା୧୧: କେ. ରମେଶ ଦାସଙ୍କ ମୃତ୍ୟୁ ଘଟଣାରେ ସମ୍ପର୍କୀୟମାନେ ଭିନ୍ନ କଥା କହିଛନ୍ତି। ରମେଶଙ୍କ ମା’, ବାପାଙ୍କୁ ପୋଲିସ ସହର ବାହାରର ଏକ ଥାନାକୁ ନେଇ ସେଠାରେ ଅଟକ ରଖିଛି। ୭ଦିନ ପୂର୍ବରୁ ପୋଲିସ ରମେଶଙ୍କୁ ଘରୁ ଉଠାଇ ନେଇ ଥାନାରେ ରଖି ବାଡ଼ିଆପିଟା କରିବାରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ସମ୍ପର୍କୀୟମାନେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି। କିନ୍ତୁ ଏହି ଅଭିଯୋଗକୁ ଏସ୍‌ପି ଅସ୍ବୀକାର କରିଛନ୍ତି। ଏସ୍‌ପି କହିଛନ୍ତି, ବୁଧବାର ରମେଶଙ୍କ ସହ ଏହି ଘଟଣା ଘଟିଛି। ତାଙ୍କ ମା’, ବାପାଙ୍କୁ ପୋଲିସ କେଉଁଠି ନେଇ ଅଟକ ରଖିନାହିଁ। ଏପରି କି ରମେଶଙ୍କ ବାପା ମୃତଦେହ ପଞ୍ଚନାମା ସମୟରେ ଉପସ୍ଥିତ ଥିଲେ ଏବଂ ପଞ୍ଚନାମା କାଗଜରେ ଦସ୍ତଖତ କରିଛନ୍ତି। ତାଙ୍କର ଭିଡିିଓ ମଧ୍ୟ ରେକର୍ଡିଂ କରାଯାଇଛି ବୋଲି କହିଛନ୍ତି। ଅପରପକ୍ଷରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର ନ କରି ପୋଲିସ ବ୍ୟବଚ୍ଛେଦ ପରେ ତରବରିଆ ଭାବେ ହସ୍ପିଟାଲ ପଛପାର୍ଶ୍ୱ ରାସ୍ତା ଦେଇ ସ୍ବର୍ଗଦ୍ୱାରରେ ଦାହ କରିଦେଇଛି ବୋଲି ରମେଶଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସମ୍ପର୍କୀୟ ଏବଂ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିବା ସହ ପୋଲିସର ଏଭଳି କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି।
ହସ୍ପିଟାଲ ସମ୍ମୁଖରେ ଧସ୍ତାଧସ୍ତି
ମୃତଦେହ ହସ୍ପିଟାଲରେ ଥିବାବେଳେ ପୂର୍ବାହ୍ନରେ ମୃତକଙ୍କ ସମ୍ପର୍କୀୟ, ଆଇନଜୀବୀ, ଭାଜପା ଏବଂ କଂଗ୍ରେସ କର୍ମୀ ପହଞ୍ଚତ୍ଥିଲେ। ରମେଶଙ୍କ ସମ୍ପର୍କୀୟ ଓ ଭାଜପା କର୍ମୀ ଶବ ବ୍ୟବଚ୍ଛେଦ ଗୃହକୁ ଯିବା ପାଇଁ ଜିଦ୍‌ ଧରିଥିଲେ। କେଉଁ ପରିସ୍ଥିତିରେ ଓ କେମିତି ତାଙ୍କର ମୃତ୍ୟୁ ହୋଇଛି ତାହା ଜାଣିବାକୁ ଚାହିଁଥିଲେ। ହେଲେ ପୋଲିସ କାହାକୁ ଭିତରକୁ ଛାଡ଼ିି ନ ଥିଲା। ଫଳରେ ଏହାକୁ ନେଇ ପୋଲିସ ସହ ଭାଜପା କର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲା।
କଂଗ୍ରେସ ଓ ଭାଜପାର ଧାରଣା
ଏହି ଘଟଣାକୁ ନେଇ କଂଗ୍ରେସ ଓ ଭାଜପା ପକ୍ଷରୁ ଧାରଣା ଦିଆଯାଇଥିଲା। ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ଆଗରେ ଉଭୟ ଦଳ ମୃତକଙ୍କ ସମ୍ପର୍କୀୟଙ୍କୁ ଧରି ଧାରଣା ଦେଇଥିଲେ। ସମ୍ପର୍କୀୟଙ୍କୁ ମୃତଦେହ ଦେଖାଇବା ପାଇଁ ଦାବି କରିଥିଲେ। ପରେ ଆନ୍ଦୋଳନକାରୀମାନେ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ବିକ୍ଷୋଭ କରିଥିଲେ। ଭାଜପା ଓ କଂଗ୍ରେସ କର୍ମୀମାନେ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। କଂଗ୍ରେସ ନେତା ବିନାୟକ ଦାସମହାପାତ୍ର କହିଛନ୍ତି କେ.ରମେଶଙ୍କ ମୃତ୍ୟୁକୁ ନେଇ ଖବରଦାତା ସମ୍ମିଳୀନରେ ଏସ୍‌ପି ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା। ଯଦି କେହି କିଛି ଅପରାଧ କରୁଛନ୍ତି ତେବେ ତାଙ୍କୁ ଦଣ୍ଡ ଦେବା ଲାଗି ନ୍ୟାୟ ବ୍ୟବସ୍ଥା ରହିଛି। ମାଡ଼ ମାରିବାର ଅଧିକାର ପୋଲିସକୁ କିଏ ଦେଲା? ଥାନାଗୁଡ଼ିକରେ ଅଭିଯୋଗକାରୀଙ୍କ ପ୍ରତି ଉଚିତ୍‌ ବ୍ୟବହାର ହେଉନାହିଁ, ଦୁର୍ନୀତିରେ ଥାନା ବୁଡ଼ିରହିଥିବା ବେଳେ ପୋଲିସ ଆଗ ନିଜକୁ ସୁଧାରୁ ବୋଲି ଦାସମହାପାତ୍ର କହିଛନ୍ତି। ସନ୍ଧ୍ୟାରେ ଜିଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କ ନେତୃତ୍ୱରେ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା।
ଆଇଆଇସିଙ୍କ ବିରୋଧରେ ଏତଲା, ବହିଷ୍କାର ଦାବି
ଏହି ଘଟଣାରେ ଓଡ଼ିଶା ରାଜ୍ୟ ମାନବ ଅଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଛି ସଚେତନ ନାଗରିକ ମଞ୍ଚ। ଗୁରୁବାର ମଞ୍ଚ ସଭାପତି ଆଇନଜୀବୀ ପ୍ରସନ୍ନ କୁମାର ଦାଶ କମିଶନଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି, ଉକ୍ତ ଘଟଣାରେ ବାସେଳି ସାହି ଥାନାଧିକାରୀଙ୍କ ସମ୍ପୃକ୍ତି ଥିବାରୁ ତୁରନ୍ତ ତାଙ୍କୁ ବହିଷ୍କାର କରାଯାଉ। ମୃତକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ। ଏହି କ୍ଷତିପୂରଣ ରାଶି ଥାନାଧିକାରୀଙ୍କ ଦରମାରୁ କଟାଯାଉ। ଏହାର ନିରପେକ୍ଷ ତଦନ୍ତ ଲାଗି ଜିଲା ବାହାର ଏବଂ ପୋଲିସ ବିଭାଗ ବ୍ୟତୀତ ଅନ୍ୟ ଉଚ୍ଚ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଉ। ଥାନାଧିକାରୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ପାଇଁ ମଞ୍ଚ କମିଶନଙ୍କୁ ଅନୁରୋଧ କରିଛି। ସେହିପରି ଆଇନଜୀବୀ ଗୋପାଳକୃଷ୍ଣ ପଣ୍ଡା ବାସେଳିସାହି ଥାନାରେ ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ ଏତଲା ଦେଇଛନ୍ତି। କିନ୍ତୁ ଏ ସମ୍ପର୍କରେ ଥାନା ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?