ମୁଖ୍ୟ ସଚିବ, ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ/
ପୁରୀ ଅଫିସ, ୨୧। ୧୧: ପୁରୀ ପୋଲିସ ହେପାଜତରେ ମୃତ୍ୟୁ ମାମଲାକୁ ନେଇ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଇନର ଶାସନ ଚାଲିଥିବା ଦେଶରେ ଏସବୁ ଗ୍ରହଣୀୟ ନୁହେଁ ବୋଲି କମିଶନ କହିଛନ୍ତି। ଏହି ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି କମିଶନ ଶୁକ୍ରବାର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନୋଟିସ ଜାରି କରିଛନ୍ତି। ଆଗାମୀ ୪ ସପ୍ତାହ ମଧ୍ୟରେ କେ. ରମେଶଙ୍କ ମୃତ୍ୟୁର ସବିଶେଷ କାରଣ ଦର୍ଶାଇ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏନ୍‌ଏଚ୍‌ଆର୍‌ସି ଅଭିଯୋଗ କପି, ଅଭିଯୁକ୍ତଙ୍କ ନାମରେ ଦାଏର ଏତଲା କପି ସହ ପଞ୍ଚନାମା, ମେଡିକାଲ ଲିଗାଲ ସାର୍ଟିଫିକେଟ, ପୋଷ୍ଟମର୍ଟମ ରିପୋର୍ଟ, ପୋଷ୍ଟମର୍ଟମର ଭିଡିଓ ରେକର୍ଡିଂ, ଭିସେରା ଏବଂ ଫରେନ୍ସିକ ରିପୋର୍ଟ ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତଙ୍କ ଗିରଫ ପରେ ତାଙ୍କ ପରିବାରକୁ ପୋଲିସ ଜଣାଇଥିଲା କି ନାହିଁ, ଗିରଫ ମେମୋ, ଇନ୍ସପେକ୍ସନ ମେମୋ କପି ଆଦି ଦାଖଲ କରିବାକୁ ମଧ୍ୟ କମିଶନଙ୍କ ନିର୍ଦ୍ଦେଶ ରହିଛି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ଡା. ସମ୍ବିତ ପାତ୍ର ଏବଂ ମାନବାଧିକାର କର୍ମୀ ମନୋଜ ଜେନା ଏନ୍‌ଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଡା. ପାତ୍ର କହିଛନ୍ତି, କେ. ରମେଶ ଓ ତାଙ୍କ ପରିବାର ପ୍ରତି ପୁରୀ ପୋଲିସ ଅତି ଅମାନବୀୟତା ପ୍ରଦର୍ଶନ କରିଛି। ପରିବାରବର୍ଗଙ୍କୁ ନ

ଜଣାଇ ରମେଶଙ୍କ ମୃତଦେହକୁ ଦାହ କରିଦେଇଛି। ତାଙ୍କ ମା, ବାପା, ଦାଦାଙ୍କୁ ଉଠାଇ ନେଇ ଲୁଚାଇ ରଖିଛି। ଫଳରେ ସେମାନଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହୋଇଛି। ତେଣୁ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ମୃତକଙ୍କ ପରିବାରକୁ ନ୍ୟାୟ ଦିଆଯାଉ। ଏନ୍‌ଏଚ୍‌ଆର୍‌ସି ଏହି ଘଟଣାକୁ ଅତି ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିବା ପାତ୍ର କହିଛନ୍ତି। ସେହିପରି ମାନବାଧିକାର କର୍ମୀ ଜେନା କହିଛନ୍ତି, କମିଶନ ଏହି ଘଟଣାରେ କ୍ଷୁବ୍ଧ ହେବା ସହ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।
ରିପୋର୍ଟ ମାଗିଲେ ହାଇକୋର୍ଟ
ପୁରୀ ଅଫିସ,୨୧। ୧୧: ପୁରୀ ପୋଲିସ ହେପାଜତରେ କେ. ରମେଶଙ୍କ ମୃତ୍ୟୁକୁ ନେଇ ହାଇକୋର୍ଟରେ ଏକ ମାମଲା (ଡବ୍ଲୁପିସି ନଂ.୩୨୦୫୮) ରୁଜୁ ହୋଇଛି। ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁ ଏହି ମାମଲା କରିଛନ୍ତି। ହାଇକୋର୍ଟ ତାଙ୍କ ମାମଲାକୁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ସହ ଘଟଣାର ସବିଶେଷ ରିପୋର୍ଟ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।
ରାୟଗୁରୁ ତାଙ୍କ ଆବେଦନରେ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ମାମଲାର ତଦନ୍ତ କରିବା ଲାଗି ନିବେଦନ କରିଛନ୍ତି। ଏତଦ୍‌ବ୍ୟତୀତ ଯେଉଁ ପୋଲିସ ଅଧିକାରୀମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିବେଦନ କରିଛନ୍ତି। ଗଣମାଧ୍ୟକୁ ସୂଚନା ଦେଇ ରାୟଗୁରୁ କହିଛନ୍ତି, କେ. ରମେଶଙ୍କ ମୃତ୍ୟୁ ପାଇଁ ପୋଲିସ ସମ୍ପୂର୍ଣ୍ଣ ଦାୟୀ। ତେଣୁ ତୁରନ୍ତ ଏସ୍‌ପିଙ୍କୁ ବଦଳି ଓ ବାସେଳିସାହି ଥାନା ଅଧିକାରୀଙ୍କୁ ବରଖାସ୍ତ କରାଯିବା ସହ ମୃତକଙ୍କ ପରିବାରକୁ ନ୍ୟାୟ ଦେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ମିଳୁନି ସାର, ବଢୁଛି କଳାବଜାର

ଧରାକୋଟ,୩୧ା୭(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୀର୍ଘଦିନ ପରେ ଧରାକୋଟ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଚାଷକାର୍ଯ୍ୟ ଆଗେଇ ନେଉଛନ୍ତି। ତେବେ ଚାଷରେ ପ୍ରୟୋଗ ପାଇଁ ଆବଶ୍ୟକ ପରିମାଣର…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ନର୍ଲା ବିଧାୟିକା: ୩୦୦ ପରିବାରଙ୍କୁ ଦେଲେ…

କେସିଙ୍ଗା, ୩୧।୭ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକରେ ଜୁଲାଇ ମାସର ଶେଷ ସପ୍ତାହରେ ହୋଇଥିବା ଲଗାଣ ବର୍ଷା ଯୋଗୁ ବେଲଖଣ୍ଡି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି…

‘ଆତ୍ମନିର୍ଭର ଭାରତ ଗଠନରେ ଛାତ୍ରୀଛାତ୍ରଙ୍କ ଭୂମିକା’

ଦିଗପହଣ୍ଡି,୩୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଖେମୁଣ୍ଡି କଲେଜରେ ଶୁକ୍ରବାର ‘ନବସୃଜନ ଓ ନବଉଦ୍ୟମ ପ୍ରତିଯୋଗିତା ୨୦୨୬’ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ…

ହାଣ୍ଡିଶାଳକୁ ମହଙ୍ଗା ମାଡ଼: ବର୍ଷା ଋତୁରେ ଆକାଶଛୁଆଁ ପନିପରିବା ଦର

ଲାଞ୍ଜିଗଡ, ୩୧/୭ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ବର୍ଷା ଋତୁରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ…

୨୭୪ ଛାତ୍ରୀଛାତ୍ରଙ୍କ ଲାଗି ୩ ଶିକ୍ଷକ, ଅନ୍ଧାରରେ ଭବିଷ୍ୟତ

ଖଜୁରିପଡ଼ା, ୩୧ା୭ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଦୂତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ଼ରି ସରକାରୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖା ଦେଇଛି। ରାଜ୍ୟ…

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏହିସବୁ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ,୩୧।୭: ଶୁକ୍ରବାର ବସିଥିବା କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପିଏମ କିଷାନ ଯୋଜନା ଉପରେ ସରକାର ବଡ଼ ଘୋଷଣା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଆଉ ୫…

Assam Floods: ବନ୍ୟାର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି

ଗୁଆହାଟି,୩୧।୭: ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୦ରେ ପହଞ୍ଚିଛି, ଯେତେବେଳେ ଆଠଟି ଜିଲ୍ଲାର ୨.୧୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି; ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri