ମୁଖ୍ୟ ସଚିବ, ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ/
ପୁରୀ ଅଫିସ, ୨୧। ୧୧: ପୁରୀ ପୋଲିସ ହେପାଜତରେ ମୃତ୍ୟୁ ମାମଲାକୁ ନେଇ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଇନର ଶାସନ ଚାଲିଥିବା ଦେଶରେ ଏସବୁ ଗ୍ରହଣୀୟ ନୁହେଁ ବୋଲି କମିଶନ କହିଛନ୍ତି। ଏହି ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି କମିଶନ ଶୁକ୍ରବାର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନୋଟିସ ଜାରି କରିଛନ୍ତି। ଆଗାମୀ ୪ ସପ୍ତାହ ମଧ୍ୟରେ କେ. ରମେଶଙ୍କ ମୃତ୍ୟୁର ସବିଶେଷ କାରଣ ଦର୍ଶାଇ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏନ୍‌ଏଚ୍‌ଆର୍‌ସି ଅଭିଯୋଗ କପି, ଅଭିଯୁକ୍ତଙ୍କ ନାମରେ ଦାଏର ଏତଲା କପି ସହ ପଞ୍ଚନାମା, ମେଡିକାଲ ଲିଗାଲ ସାର୍ଟିଫିକେଟ, ପୋଷ୍ଟମର୍ଟମ ରିପୋର୍ଟ, ପୋଷ୍ଟମର୍ଟମର ଭିଡିଓ ରେକର୍ଡିଂ, ଭିସେରା ଏବଂ ଫରେନ୍ସିକ ରିପୋର୍ଟ ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତଙ୍କ ଗିରଫ ପରେ ତାଙ୍କ ପରିବାରକୁ ପୋଲିସ ଜଣାଇଥିଲା କି ନାହିଁ, ଗିରଫ ମେମୋ, ଇନ୍ସପେକ୍ସନ ମେମୋ କପି ଆଦି ଦାଖଲ କରିବାକୁ ମଧ୍ୟ କମିଶନଙ୍କ ନିର୍ଦ୍ଦେଶ ରହିଛି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ଡା. ସମ୍ବିତ ପାତ୍ର ଏବଂ ମାନବାଧିକାର କର୍ମୀ ମନୋଜ ଜେନା ଏନ୍‌ଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଡା. ପାତ୍ର କହିଛନ୍ତି, କେ. ରମେଶ ଓ ତାଙ୍କ ପରିବାର ପ୍ରତି ପୁରୀ ପୋଲିସ ଅତି ଅମାନବୀୟତା ପ୍ରଦର୍ଶନ କରିଛି। ପରିବାରବର୍ଗଙ୍କୁ ନ

ଜଣାଇ ରମେଶଙ୍କ ମୃତଦେହକୁ ଦାହ କରିଦେଇଛି। ତାଙ୍କ ମା, ବାପା, ଦାଦାଙ୍କୁ ଉଠାଇ ନେଇ ଲୁଚାଇ ରଖିଛି। ଫଳରେ ସେମାନଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହୋଇଛି। ତେଣୁ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ମୃତକଙ୍କ ପରିବାରକୁ ନ୍ୟାୟ ଦିଆଯାଉ। ଏନ୍‌ଏଚ୍‌ଆର୍‌ସି ଏହି ଘଟଣାକୁ ଅତି ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିବା ପାତ୍ର କହିଛନ୍ତି। ସେହିପରି ମାନବାଧିକାର କର୍ମୀ ଜେନା କହିଛନ୍ତି, କମିଶନ ଏହି ଘଟଣାରେ କ୍ଷୁବ୍ଧ ହେବା ସହ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।
ରିପୋର୍ଟ ମାଗିଲେ ହାଇକୋର୍ଟ
ପୁରୀ ଅଫିସ,୨୧। ୧୧: ପୁରୀ ପୋଲିସ ହେପାଜତରେ କେ. ରମେଶଙ୍କ ମୃତ୍ୟୁକୁ ନେଇ ହାଇକୋର୍ଟରେ ଏକ ମାମଲା (ଡବ୍ଲୁପିସି ନଂ.୩୨୦୫୮) ରୁଜୁ ହୋଇଛି। ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁ ଏହି ମାମଲା କରିଛନ୍ତି। ହାଇକୋର୍ଟ ତାଙ୍କ ମାମଲାକୁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ସହ ଘଟଣାର ସବିଶେଷ ରିପୋର୍ଟ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।
ରାୟଗୁରୁ ତାଙ୍କ ଆବେଦନରେ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ମାମଲାର ତଦନ୍ତ କରିବା ଲାଗି ନିବେଦନ କରିଛନ୍ତି। ଏତଦ୍‌ବ୍ୟତୀତ ଯେଉଁ ପୋଲିସ ଅଧିକାରୀମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିବେଦନ କରିଛନ୍ତି। ଗଣମାଧ୍ୟକୁ ସୂଚନା ଦେଇ ରାୟଗୁରୁ କହିଛନ୍ତି, କେ. ରମେଶଙ୍କ ମୃତ୍ୟୁ ପାଇଁ ପୋଲିସ ସମ୍ପୂର୍ଣ୍ଣ ଦାୟୀ। ତେଣୁ ତୁରନ୍ତ ଏସ୍‌ପିଙ୍କୁ ବଦଳି ଓ ବାସେଳିସାହି ଥାନା ଅଧିକାରୀଙ୍କୁ ବରଖାସ୍ତ କରାଯିବା ସହ ମୃତକଙ୍କ ପରିବାରକୁ ନ୍ୟାୟ ଦେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଚେକ୍‌ ବାଉନ୍ସ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଏକ ଚେକ ବାଉନ୍ସ ମାମଲାରେ ଖଣ୍ଡଗିରି ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଜାଗମରା ଅଞ୍ଚଳର କାଶୀ ବିଶ୍ୱନାଥ ମହାପାତ୍ର।...

ଆମେରିକା-ଭାରତ ଏମ୍‌କ୍ୟୁ-୯ବି ଡ୍ରୋନ୍‌ ଚୁକ୍ତି ପାଇଁ ପ୍ରସ୍ତୁତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩ା୨: ଭାରତ ଏବଂ ଆମେରିକା ଖୁବ୍‌ଶୀଘ୍ର ୩ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ୩୦ ଏମ୍‌କ୍ୟୁ-୯ବି ପ୍ରିଡେଟର ସଶସ୍ତ୍ର ଡ୍ରୋନ ପାଇଁ ଚୁକ୍ତି କରିବାକୁ ଯାଉଛନ୍ତି।...

ଗୋବିନ୍ଦପୁର ବଡ଼ପୋଖରୀରେ ଗାଧୋଇବାକୁ ବାରଣ କଲେ ତହସିଲଦାର: ପୂରା ଗ୍ରାମ ବୁଲି କଲେ ଅନୁରୋଧ

ଶେରଗଡ଼,୨।୭(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ପ୍ରତିଦିନ ତହସିଲ...

ଜଳ ପାଇଁ ଜଙ୍ଗଲମୁହାଁ ପିଲା

କେନ୍ଦୁଝର, ୧୬।୫(ସ୍ବ.ପ୍ର.): ‘୫-ଟି’ ବ୍ୟବସ୍ଥାରେ ବଦଳୁଛି ବିଦ୍ୟାଳୟ। ଚିକିମିକିଆ ସ୍ମାର୍ଟ କ୍ଲାସ୍‌ ରୁମ୍‌ର ଚିନ୍ତାମୁକ୍ତ ବାତାବରଣରେ ପାଠ ପଢୁଛନ୍ତି ପିଲା। ଏହାକୁ ନେଇ ରାଜ୍ୟ ସରକାର...

ହସ୍ପିଟାଲରେ ସାପ ଛାଡିଗଲେ ରୋଗୀ

ଢେଙ୍କାନାଳ ଅଫିସ,୨୪।୨: ହସ୍ପିଟାଲରେ ସାପ ଛାଡ଼ିଗଲେ ରୋଗୀ। ଏଭଳି ଘଟଣା ଝଟିଛି ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓପିଡି ଆଗରେ। ଡବାରେ ଭର୍ତ୍ତି ହୋଇଥିବା ସାପକୁ...

ବିଦ୍ୟୁତ୍‌ ବକେୟା ପୈଠ ନ କଲେ ଜାନୁୟାରୀ ୧୫ରୁ ଲାଇନ୍‌ ବନ୍ଦ: ସେସୁ ସିଇଓ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ସେସୁର ଆର୍ଥିକ ସ୍ଥିତି ବର୍ତ୍ତମାନ ସେତେ ଭଲ ନାହିଁ। ଲୋକଙ୍କୁ ଗୁଣାତ୍ମକ ମାନଯୁକ୍ତ ବିଦ୍ୟୁତ୍‌ ଦେବାକୁ ହେଲେ ଆମକୁ ଅର୍ଥ ଦରକାର। ଏହାକୁ ନେଇ...

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ୫ ଗାଡି ଧକ୍କା, ୩ ମୃତ

ନୂଆଦିଲ୍ଲୀ,୨୯ ।୧୨: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ସୋମବାର ଏକ ବଡ ଦୁର୍ଘଟଣା ହୋଇଛି । ଏଥିରେ ୮ ଜଣ ଗୁରୁତର ଆହତ ହୋଇଥିବା ବେଳେ ୩...

ଗହଣା, ଟଙ୍କା ଚୋରି ଘଟଣା: ଅଭିଯୁକ୍ତଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୪ା୧୧: ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗରର ଏକ ତାଲା ବନ୍ଦ ଘରେ ଲୁଟିଆଗ୍ୟାଙ୍ଗ ଗତ ସେପ୍ଟେମ୍ବର ୨୧ତାରିଖରେ କଳାକାନା ବୁଲାଇଥିଲେ। ତେବେ ଏ ଯାଏ...

Advertisement
Archives

Model This Week