୨୦୨୨ ବ୍ୟାଚ୍ ଓଡିଶା ପ୍ରଶାସନିକ ଅଧିକାରୀଙ୍କ ଦାରିଙ୍ଗବାଡି ଗସ୍ତ: ଦୁର୍ଗମ ଅଞ୍ଚଳରେ ବୁଲି ନେଲେ ତାଲିମ
ଦାରିଙ୍ଗବାଡି,୧୫।୧୦(ଅରୁଣ ସାହୁ):୨୦୨୨ ବ୍ୟାଚର ଓଡିଶା ପ୍ରଶାସନିକ ଅଧିକାରୀଙ୍କ ୮ ଜଣିଆ ଦଳ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଏକ୍ସପୋଜର ପରିଦର୍ଶନ ତଥା ତାଲିମ ପାଇଁ ୪ ଦିନିଆ ଗସ୍ତ କରିଛନ୍ତି। ସେମାନେ ରବିବାର ଦାରିଙ୍ଗବାଡି ଜାଗୃତି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ…
ସରକାରଙ୍କ ବଡ଼ ନିଷ୍ପତ୍ତି! ପୁରୀ ସେବାୟତ ପିଲାଙ୍କ ପାଇଁ ହେବ…
ଭୁବନେଶ୍ୱର, ୧୫।୧୦: ନୀଳାଦ୍ରି ଭକ୍ତନିବାସରେ ସୋମବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ ସମ୍ପର୍କରେ ବିସ୍ତୃତ…
ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ,୧୫ା୧୦(ଅଜିତ୍ କୁମାର ମହାନ୍ତି):ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶୃଙ୍ଗାର ବା ବନକ ଲାଗି ନୀତି ଅନୁଷ୍ଠିତ ହେବ। ବୁଧବାର ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ…
ଗାଁରେ ଦେଶୀ,ବିଦେଶୀ ମଦ ବିକ୍ରି ବନ୍ଦ କରିବାକୁ ନେଇ ମହିଳା କଲେ ଏମିତି କାମ, ଥାନାରେ ଦ୍ବାରସ୍ଥ ହୋଇ…
ଅମରପାଲି ,୧୫।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମ ପଞ୍ଚାୟତର ବଳିପାଲି ଗ୍ରାମରେ ବ୍ୟାପକ ମାତ୍ରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ଏଣୁ ଏଥିରେ ଅତିଷ୍ଠ ହୋଇ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ମଦ…
ମଦ ବିରୋଧରେ ଏସ୍ପି ଅଫିସ ଘେରାଉ: ୭ଦିନ ଭିତରେ ଦାବି ପୂରଣ ନ ହେଲେ ଭୋଟ ବର୍ଜନ
ନୂଆପଡ଼ା,୧୪ା୧୦ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଆମାନାରା ପଞ୍ଚାୟତ ପାୱାରତୋଳା ଗାଁରେ ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରିକୁ ବିରୋଧ କରି ମଙ୍ଗଳବାର ଗ୍ରାମବାସୀ ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ୭ଦିନ ଭିତରେ ଦାବି ପୂରଣ ନ ହେଲେ…
ଥୁଆମୂଳ ରାମପୁର ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୫ ଦଫା ଦାବିପତ୍ର…
ଥୁଆମୂଳ ରାମପୁର,୧୪।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ବିଜେଡି ପକ୍ଷରୁ ୧୫ ଦଫା ଦାବି ନେଇ ବିଧାୟକ ତଥା ବିଜେଡି ଜିଲା ସଭାପତି ପ୍ରଦୀପ କୁମାର ଦିଶାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଙ୍ଗଳବାର ଦିନ ମାଁ ମାଣିକେଶ୍ବରୀ ମନ୍ଦିରରେ ମାଁଙ୍କ…
ଦୋକାନ ଆଗରେ ରଖିଥିଲେ ଗାଡ଼ି,ଆସି ଦେଖିଲା ବେଳକୁ
ଗଞ୍ଜାମ,୧୪ା୧୦(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ସ୍ଥିତ ଏକ ଦୋକାନ ନିକଟ ଏବଂ ଲକ୍ଷ୍ମୀପୁର ଗ୍ରାମରୁ ରାତିରେ ୨ଟି ବାଇକ୍ ଚୋରି ହୋଇଛି। ଏନେଇ ଗଞ୍ଜାମ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଚଳାଇଛି। ଦାମଦରପୁର ଗ୍ରାମର ସୁନୀଲ…
ଯେଉଁ ନଦୀ ଦେଉଥିଲା ରୋଜଗାର, ସେହି ନେଇଗଲା ଜୀବନ; ବାଲି କାଢ଼ିବା ବେଳେ…
ଥୁଆମୂଳ ରାମପୁର,୧୪।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଖମାରପଦର ନିକଟ ଇନ୍ଦ୍ରାବତୀ ନଦୀରେ ମଙ୍ଗଳବାର ବାଲି କାଢୁଥିବା ସମୟରେ ଜଣେ ବୟସ୍କା ମହିଳା ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଏବେ ତାଙ୍କର ମୃତଦେହ ଉଦ୍ଧାର…
ବାଣ ଗୋଦାମରେ ଅତର୍କିତ ଚଢ଼ାଉ, ୫୦ଲକ୍ଷ ଟଙ୍କାର…
ଗଜପତି,୧୪ା୧୦(ଗିରିଧାରୀ ପରିଚ୍ଛା): ବେଆଇନ ବାଣ ବିକ୍ରି ନେଇ ପାରଳାଖେମୁଣ୍ଡି ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ କରିଛି। ଏହି ଦୁଇ ଦୋକାନର ଦୁଇଟି ଗୋଦାମ ପାରଳାଖେମୁଣ୍ଡି ସହରର ରେଲି ସାହିରେ ରହିଛି।…
ନାଗେଶ୍ୱରୀ ଖଣି ଖନନକୁ ବିରୋଧ କରି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ
କୋରାପୁଟ,୧୪ା୧୦(ଅମିତାଭ ବେହେରା): କୋରାପୁଟ ଜିଲା ନନ୍ଦପୁର ବ୍ଲକର ନାଗେଶ୍ବରୀ ପାହାଡ଼ ଖଣି ଖନନକୁ ବିରୋଧ କରି ମଙ୍ଗଳବାର ମାଳି ସୁରକ୍ଷା ମଞ୍ଚର ଶତାଧିକ ଅଞ୍ଚଳବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଅଦାନୀ କମ୍ପାନୀକୁ ଖଣି ଖନନ ପାଇଁ ଦିଆଯିବ ନାହିଁ ବୋଲି…
ମନ୍ଦିରରେ ପଡ଼ିଛି ଅଚିହ୍ନା ହାଡ଼: ଗୁଣି ଗାରେଡି ନେଇ ଗାଁରେ କୋକୁଆ ଭୟ
ମୋହନା,୧୪।୧୦: (ମନ୍ମଥ ମିଶ୍ର) ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କର୍ଚ୍ଚବାଡି ଗାଁରେ ଥିବା ବହୁ ପୁରାତନ ମା’ ବ୍ରାହ୍ମଣିଦେଇ ମନ୍ଦିରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳ ସମୟରେ ମନ୍ଦିରର ପୂଜାରୀ ନରେନ୍ଦ୍ର ପାଇକ ମନ୍ଦିରକୁ ପୂଜା…
ପୂର୍ବତନ ବିବାଦୀୟ ବିଡିଓଙ୍କ ପୁନଃ ନିଯୁକ୍ତି ପ୍ରତିବାଦରେ ଧାରଣା
କର୍ଲାମୁଣ୍ଡା,୧୪ା୧୦(ପ୍ରତାପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ପୂର୍ବତନ ବିବାଦୀୟ ବିଡିଓଙ୍କୁ ପୁନଃ ନିଯୁକ୍ତି ପ୍ରତିବାଦରେ ଗଣଧାରଣା ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଥିଲା। ତେବେ ଭବାନୀପାଟଣା ଉପଜିଲାପାଳଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ଅପରାହ୍ନରେ ଉପଜିଲାପାଳ…
Archives


