ଗଞ୍ଜାମର ୭ ପୌରସଂସ୍ଥାର ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ: ମାର୍ଚ୍ଚ ସୁଦ୍ଧା ୩୬ ନବଗଠିତ ୱାର୍ଡ଼ ହେବ ସୀମା ନିର୍ଦ୍ଧାରଣ

ଭଞ୍ଜନଗର,୩।୨(ବାବୁଲା ପ୍ରଧାନ): ୨୦୨୭ରେ ପଞ୍ଚାୟତ ଏବଂ ପୌରସଂସ୍ଥା ଗୁଡ଼ିକର ନିର୍ବାଚନ କରିବା ପାଇଁ ସରକାର ଯୋଜନା ରଖିଛନ୍ତି। ତେଣୁ ସରକାର ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟ ସରକାର ରାଜ୍ୟର ନବଗଠିତ ୨୮ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୭ଟି ପୌରପାଳିକା ସଂସ୍ଥାର ୱାର୍ଡ଼ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିସହ ଓଡଗାଁ ଏନଏସିର ମଧ୍ୟ ଆସନ ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ହେବ।

ଏନେଇ ସୋମବାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ (ଆଇଏଏସ) ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ସମସ୍ତ ପ୍ରକ୍ରିୟା ସାରି ମାର୍ଚ୍ଚ ୩୧ରେ ଚୁଡାନ୍ତ ବିଜ୍ଞପ୍ତି ପ୍ରକାଶ ଲକ୍ଷ୍ୟ ରଖାଯାଇଛି। ଏହି ଚିଠି ଭଞ୍ଜନଗର ପୌରପାଳିକାରେ ମଧ୍ୟ ପହଞ୍ଚିଛି। ଯାହାକୁ ନେଇ ଅଧିକାରୀମାନେ ତତ୍ପର ହୋଇପଡିଛନ୍ତି ।
ସୂଚନାଯୋଗ୍ୟ ଯେ, ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲଟି ଘୋଷଣା କରାଯାଇଥିଲା। ଏଥିରେ ଲାଲସିଂ ପଞ୍ଚାୟତ, ବାଉଁଶଲୁଣ୍ଡି ଏବଂ ଜିଲୁଣ୍ଡି ପଞ୍ଚାୟତର ଅନେକ ଗ୍ରାମ ମିଶିଥିଲା। ଫେବୃୟାରୀ ୧୨ରେ ପ୍ରସ୍ତାବିତ ୱାର୍ଡ଼ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ଉପରେ ଆପତ୍ତି ଏବଂ ପରାମର୍ଶ ଆମନ୍ତ୍ରଣ ପାଇଁ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ପାଇବ। ଏନେଇ ଫେବୃୟାରୀ ୨୧ ସୁଦ୍ଧା ଆପତ୍ତି ଏବଂ ପରାମର୍ଶ ଗ୍ରହଣ କରାଯିବ। ଫେବୃୟାରୀ ୨୬ରେ ୱାର୍ଡ଼ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ସମ୍ବନ୍ଧୀୟ ଅସ୍ଥାୟୀ ବିଜ୍ଞପ୍ତି ପ୍ରକାଶ ପାଇବ।
ଫେବୃୟାରୀ ୨୬ ରୁ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ଜିଲା ମାଜିଷ୍ଟ୍ରେଟଙ୍କ ଦ୍ବାରା ପ୍ରକାଶ ପାଇଥିବା ବିଜ୍ଞପ୍ତି ବିରୋଧରେ ଲୋକେ ଅପିଲ କରିପାରିବେ। ଏହାପରେ ଆସିଥିବା ଅଭିଯୋଗ ଗୁଡ଼ିକ ୨୮ ସୁଦ୍ଧା ଫଇସଲା ହେବ। ଏହାପରେ ମାର୍ଚ୍ଚ ୩୧ରେ ଚୁଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ଏହିଭଳି ଗଞ୍ଜାମ ଜିଲାର ୭ ନବଗଠିତ ପୌରସଂସ୍ଥାର ଆସନ ସଂରକ୍ଷଣ ଏବଂ ୱାର୍ଡ଼ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଗୁଡିକୁ ହେଲା ଭଞ୍ଜନଗର, ଆସିକା, ଛତ୍ରପୁର, କବିସୂର୍ଯ୍ୟନଗର ମ୍ୟୁନିସିପାଲଟି, ପୋଲସରା ଏନଏସି, ଜଗନ୍ନାଥପ୍ରସାଦ ଏନଏସି ଏବଂ ପାତ୍ରପୁର ଏନଏସି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଘୁମୁସରୀ ଗାଈର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବଜେଟ୍ ଦାବି: ଦାବି ପୂରଣ ନହେଲେ ଧର୍ମଘଟ ଚେତାବନୀ

ଭଞ୍ଜନଗର,୨୭।୯(ବାବୁଲା ପ୍ରଧାନ): ଘୁମୁସରୀ ଗୋପାଳ ସମିତି ପକ୍ଷରୁ କାରଗିଲ ଭବନ ଠାରେ ଘାସବାସ ଚାଷ ଓ ଗୋ-ଆଧାରିତ କୃଷିର ବିକାଶ ନିମନ୍ତେ ରବିବାର ଅପରାହ୍ନରେ ଏକ ସାମ୍ବାଦିକ…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ମା’ର ତ୍ୟାଗ ଆଗରେ ହାର୍‌ ମାନିଲା ବିପଦ: ପ୍ରଖର ସ୍ରୋତରୁ ଛୁଆଙ୍କୁ ଉଦ୍ଧାର କଲା ହରିଣୀ

ରାଜନଗର,୨୭।୯(ଭାସ୍କର ରାଉତରାୟ): ଯୁଗେ ଯୁଗେ ସନ୍ତାନ ଯେତେବେଳେ ବିପଦରେ ପଡେ ସେଇଠି ମାନବ ହେଉ ବା ବନ୍ୟପ୍ରାଣୀ ସନ୍ତାନକୁ ବିପଦ ମୁହଁରୁ ରକ୍ଷା ପାଇଁ ଜୀବନକୁ ବାଜିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?