ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ଘଟଣା: ଆଶ୍ୱାସନା ଦେଲେ ଅଧିକାରୀ

ଦାରିଙ୍ଗବାଡି, ୩।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପାଦ୍ରୀପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଗଣିତ ଖାତା ଆଣି ନ ଥିବାରୁ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରି ଲହୁଲୁହାଣ ଘଟଣାରେ ତତ୍ପରତା ଦେଖାଇଛି ଶିକ୍ଷା ବିଭାଗ। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ମଙ୍ଗଳବାର ଦାରିଙ୍ଗବାଡି ବିଇଓ ମହେଶ୍ୱର ମାଝୀଙ୍କ ନିର୍ଦ୍ଦେଶକ୍ରମେ ୩ ଜଣ ଅତିରିକ୍ତ ବିଇଓ ତଥା ଗୋକୁଳାନନ୍ଦ ନାୟକଙ୍କ ନେତୃତ୍ୱରେ ବନମାଳୀ ମାଝୀ ଏବଂ କୌଶିକ ନାୟକ ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ।

ସେହିପରି ମାଡ଼ ମାରିଥିବା ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର ସମସ୍ତ କାର୍ଯ୍ୟରତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ପଚରାଉଚରା କରିବା ସହ ଆଗକୁ କୌଣସି ବିଦ୍ୟାର୍ଥୀଙ୍କୁ ଏଭଳି ମାଡ଼ ନ ମାରିବାକୁ ତାଗିଦ କରିଥିବା ଏବିଇଓ ଗୋକୁଳାନନ୍ଦ ନାୟକ କହିଛନ୍ତି। ତେବେ ଘଟଣାରେ ସତ୍ୟତା ରହିଥିବାବେଳେ ଛାତ୍ରୀଛାତ୍ରଙ୍କୁ ହୋମ ୱାର୍କ କରିବାକୁ କୁଆଡେ ଶିକ୍ଷୟିତ୍ରୀ ଦେଇଥିଲେ। ତେବେ ତାହା ନ କରିବା ସହ ଗଣିତ ଖାତା ମଧ୍ୟ ଆଣି ନ ଥିଲେ। ଏଥିରେ ରାଗିଯାଇ ଶିକ୍ଷୟିତ୍ରୀ ଏକାଧିକ ଛାତ୍ରୀଛାତ୍ରଙ୍କୁ ବାଉଁଶ ବାଡ଼ିରେ ମାଡ଼ ମାରିଥିଲେ ଓ ଏଥିପାଇଁ ଶିକ୍ଷୟିତ୍ରୀ ଜଣଙ୍କ କୁଆଡେ ଅଭିଭାବକ ଏବଂ ତଦନ୍ତ ଅଧିକାରୀଙ୍କୁ କ୍ଷମା ପ୍ରାର୍ଥନା କରିଥିବା ଏବିଇଓ କହିଛନ୍ତି।
ପରେ ୩ ଅଧିକାରୀ ଛାତ୍ରଙ୍କ ଘରକୁ ଯାଇ ଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ପଚାରିବୁଝିବା ସହ ଆଉ କିଛି ଦିନ ବିଶ୍ରାମ କରିବାକୁ ଓ ବିଦ୍ୟାଳୟକୁ ଆଉ କିଛି ଦିନ ପରେ ପଠାଇବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ତଦନ୍ତକାରୀ ଅଧିକାରୀ ତଥା ଏବିଇଓମାନେ କହିଛନ୍ତି ଯେ, ଏହାର ତଦନ୍ତ ରିପୋର୍ଟ ବିଇଓଙ୍କୁ ଦିଆଯିବ ପରେ ସେ ଯାହା କାର୍ଯ୍ୟାନୁଷ୍ଠାନ ନେବେ। ଏନେଇ ଛାତ୍ରଙ୍କ ବାପା ଅମରେନ୍ଦ୍ର ପ୍ରଧାନ କହିଛନ୍ତି, ଯେଉଁ ଶିକ୍ଷୟିତ୍ରୀ ତାଙ୍କ ପୁଅଙ୍କୁ ମାଡ଼ ମାରୁଥିଲେ ସେ କ୍ଷମା ପ୍ରାର୍ଥନା କରିଥିଲେ। ତେଣୁ ସେ ତାଙ୍କ ପୁଅର ଭବିଷ୍ୟତକୁ ନଜରରେ ରଖି ଆଇନର ଆଶ୍ରୟ ନେଇ ନାହିଁ ଓ ଆଗକୁ କିଛି ଅଘଟଣ ହେଲେ ନିଶ୍ଚିତ ଆଇନର ଆଶ୍ରୟ ନେବି। ପିଲାଙ୍କ ପରୀକ୍ଷା ସରିଲେ ତାଙ୍କ ପରିବାରରେ ଆଉ ୩ ଶିଶୁଙ୍କୁ ଉକ୍ତ ବିଦ୍ୟାଳୟ ନ ଛାଡ଼ି ଅନ୍ୟତ୍ର ପଢାଇବି ବୋଲି କ୍ଷୋଭର ସହ ଅମରେନ୍ଦ୍ର କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ ୪ ଛାତ୍ରୀ, ଛାତିରେ ଯନ୍ତ୍ରଣା ସହ…

ଦେବଗଡ଼,୧୨ା୮(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ, ପୁଣି ଏକ ଅଘଟଣ ସାମ୍ନାକୁ ଆସିଛି। ଦେବଗଡ଼ ଜିଲା ନଈକୂଳ…

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଅଭିଭାବକଙ୍କୁ ଫୋନ୍‌ କରି କହିଲେ ସାର୍‌ ମୋତେ…

ମହାକାଳପଡ଼ା,୧୨ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି…

ମୋଦି-ପ୍ରିୟଙ୍କାଙ୍କ ବାର୍ତ୍ତାଳପ ମଝିରେ ଏପରି କହିଦେଲେ ଖାର୍ଗେ, ସବୁ ହସି କହିଲେ….

ନୂଆଦିଲ୍ଲୀ,୧୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ବାର୍ତ୍ତାଳପ ସମୟରେ ଏପରି ଏକ ଘଟଣା ଘଟିଛି, ଯାହା ସାଧାରଣତଃ ବହୁତ କମ୍…

ତ୍ରିରଙ୍ଗା ଆମ ଗର୍ବ ଗୌରବ: ଦେଶାତ୍ମବୋଧକ ନାରା ଦେଇ ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୧୨ା୮(ଦୀପକ କୁମାର ପରାସେଠ୍‌): ତ୍ରିରଙ୍ଗା ଆମ ଗର୍ବ ଗୌରବ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କନ୍ଧମାଳ ଜିଲା ତୁମଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ…

ପାକିସ୍ତାନ ରାଜନୀତିରେ ହଇଚଇ! ଜେଲରେ ଇମ୍ରାନ ଖାନଙ୍କ ମୃତ୍ୟୁ ନେଇ ସାମ୍ବାଦିକଙ୍କ ଦାବି, ଜାଣନ୍ତୁ ସତ

ଇସଲାମବାଦ,୧୨ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan)ଙ୍କୁ ନେଇ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ପାକିସ୍ତାନର ଜଣେ ସାମ୍ବାଦିକ…

ସକାଳେ ସ୍ତ୍ରୀଙ୍କ ସହ କଥା ହେଲେ ରାତିରେ ଆସିଲା ମୃତ୍ୟୁଖବର, ହାଇଦ୍ରାବାଦରେ କାମ କରୁକରୁ ଶିବା…

ଥୁଆମୂଳ ରାମପୁର,୧୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଦାଦନ ସମସ୍ୟା ଗମ୍ଭୀର ରୂପ ନେଇଛି। ପରିବାର ଚଳାଇବା ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Surya Grahan 2026: ଏହି ୫ରାଶିଙ୍କ ଜୀବନରେ ଆସିବ ବଡ଼ ପ୍ରଳୟ! ଧନହାନୀ ସହ ପ୍ରେମ ସମ୍ପର୍କରେ ପଡିବ ଭଟ୍ଟା…

ଧାର୍ମିକ ଓ ଖଗୋଳୀୟ ଦୃଷ୍ଟିକୋଣରୁ ଆଜିର ଦିନଟି ବହୁତ ଖାସ୍, କାରଣ ଆଜି ଅର୍ଥାତ୍ ୧୨ ଅଗଷ୍ଟ ୨୦୨୬ ରେ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri