ରାଜନୀତିରେ ବଡ଼ ହଇଚଇ:  ଶଳାଙ୍କ ନାଁ ନ ନେଇ ବର୍ଷିଲେ ଅରିନ୍ଦମ, ନାମ ନେ…

ଯାଜପୁର.୩।୨: ଯାଜପୁର ରାଜନୀତି ସର୍ବଦା ଚର୍ଚ୍ଚାରେ। ବିଜେଡି  ଗଡ଼ କୁହାଯାଉଥିବା ଯାଜପୁର ନିର୍ବାଚନମଣ୍ଡଳୀକୁ ୨୦୨୪ ନିର୍ବାଚନରେ ଭାଙ୍ଗିଲା ଭାଜପା। ହାରିଲେ ବିଜେଡିର ହେବିଓ୍ବେଟ୍‌ ନେତା। ପୂର୍ବତନ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ମଧ୍ୟ ଗଡ଼ ବଞ୍ଚେଇ ପାରିଲେନି। ହାରିଗଲେ ପ୍ରଣବ ବଳବନ୍ତରାୟ , ଡାନି ଘଡେଙ୍କ ଭଳି ନେତା।
ତେବେ ଯାଜପୁର କରଦା ହରିହାଟ ମହୋତ୍ସବ ମଞ୍ଚ ସର୍ବଦା ଚର୍ଚ୍ଚାରେ ରହି ଆସୁଛି। ଉଦ୍‌ଯାପନୀ ଉତ୍ସବରେ ବବିଙ୍କ ନାଁ ନ ନେଇ ଡାଇଲଗ୍‌ ବାଣ ଛାଡ଼ିଲେ ଭିଣୋଇ ଅଭିନେତା ତଥା ଭାଜପା ନେତା  ଅରିନ୍ଦମ ରାୟ। ତାଙ୍କ ସହ ଯୋଡି ହୋଇଥିଲେ ବିଧାୟକ ଆକାଶ ଦାସ ନାୟକ।
ଅରିନ୍ଦମ ମଞ୍ଚରେ କହିଥିଲେ,  ଯାଜପୁର ସାଙ୍ଗରେ ମୋର ସମ୍ପର୍କ ଅଛି, ହେଲେ ମୁଁ ୨୦୨୪ ପର ଠାରୁ ଯାଜପୁର ଆସିନଥିଲି, ଆକାଶ ଭାଇ ଆଜି ମୋତେ ଯାଜପୁର ଆସିବାର ସୁଯୋଗ ଦେଇଛନ୍ତି। ଆକାଶ ଭାଇ ବହୁତ ନରମ ଥିଲେ ଏବେ ଗରମ ହେଲେଣି ବୋଲି ଅରିନ୍ଦମ କହିଥିଲେ । ଏହା ସହ ଆକାଶଙ୍କୁ ଗରମ କରିବା ପାଇଁ ଅରିନ୍ଦମ ଅଭିନୟ କରିଥିବା ଚଳଚ୍ଚିତ୍ର ‘ରଜା ଝିଅ ସଙ୍ଗେ ହୋଇଗଲା ଭାବ’ର ଏକ ଡାଇଲଗ କହିଥିଲେ। ସେ ଡାଇଲଗ ହେଲା – ମୁଁ ମନା କରୁଛି, ମୁଁ  ମନା କରୁଛି,ମୋ ସାଙ୍ଗ ରେ ନାଗ ନା , ନାଗ ନା, ନାମ ନେ, ସେ ନାମ ଦେଇଛନ୍ତି। ଏ ଡାଇଲଗ ଆକାଶ ଭାଇ କହିବା କଥା ମୁଁ ତାଙ୍କ ପାଇଁ କହୁଛି। ଆକାଶ ଭାଇ ଆଗକୁ ଯାଅ ଆମେ ତୁମ ସାଥୀରେ ଅଛୁ।
ଆକାଶ ମଧ୍ୟ ମଞ୍ଚ ଉପରୁ  ନାଁ ନନେଇ ବବିଙ୍କୁ ଟାର୍ଗେଟ୍‌ କରି କହିଥିଲେ  କୋରେଇ ଲୋକ ଖଟ ମୁଣ୍ଡେଇ ନାହାନ୍ତି, ମୁଣ୍ଡ ଖଟେଇଛନ୍ତି। କୋରେଇ ଲୋକଙ୍କୁ ବୋକା ଭାବିବନି, କୋରେଇ ଲୋକ ବହୁତ୍‌ ଚାଲାକ। ରାମାୟଣରେ ରାବଣ ଛଦ୍ମ ବେଶରେ ଆସିଥିଲେ, ସେହି ଛଦ୍ମ ବେଶୀ ରାବଣ ମାନେ ଯେଉଁ ସାଧୁ ବେଶରେ ଆସି ଏବେ କୋରେଇରେ ଘରେ ଘରେ ବୁଲୁଛନ୍ତି ସେମାନଙ୍କୁ ଆମକୁ ଚିହ୍ନିବାକୁ ପଡ଼ିବ। ଆମେ ଆଉ ଠକି ହେବାନି, କୋରେଇର ଭାଗ୍ୟ କୋରେଇର ପୁଅ କୋରେଇ ବାସୀ ଲେଖିବେ।
ଗତ ବର୍ଷ  ମଧ୍ୟ ବବିଙ୍କୁ ମଞ୍ଚ ଉପରୁ ଟାର୍ଗେଟ କରିଥିଲେ ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ। ଯାହା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା।
ଉଦ୍‌ଯାପନୀ ଉତ୍ସବରେ ବଡଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା, ଉପାଧ୍ୟକ୍ଷଙ୍କ ସମେତ କରଦା ହରିହାଟ ମହୋତ୍ସବ କମିଟିର ସଦସ୍ୟ ଉପସ୍ଥିତ ଥିଲେ ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକରେ ରହିବ ବାର୍‌କୋଡ୍‌

ଭୁବନେଶ୍ୱର,୨୩ା୬(ସୁଚିସ୍ମିତା ସାହୁ): ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ପୁସ୍ତକଗୁଡ଼ିକୁ କିପରି ତ୍ରୁଟିଶୂନ୍ୟ କରାଯାଇ ପିଲାଙ୍କ ପାଖରେ ପହଞ୍ଚାଯିବ ସେନେଇ ବିକଳ୍ପ ସମ୍ପର୍କରେ ସୋମବାର ଲୋକସେବା ଭବନରେ ଗଣଶିକ୍ଷା…

ହ୍ବାଟ୍‌ସଆପ୍‌ ମୁଖ୍ୟ ହେବେ କୁନାଲ ଶାହା

ନୂଆଦିଲ୍ଲୀ,୨୩ା୬: ଫିନ୍‌ଟେକ୍‌ କମ୍ପାନୀ ସିଆର୍‌ଇଡି(କ୍ରେଡ୍‌)ର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରେ ରହିଥିବା କୁନାଲ ଶାହା ତାଙ୍କ ପଦବୀ ଛାଡ଼ି ମେଟାରେ ଯୋଗ ଦେବେ ବୋଲି ସୋମବାର ଘୋଷଣା କରିଛନ୍ତି।…

ସଂଶୋଧନ ହେଲା ୬୪ ସ୍ଥାନର ଇଂଲିଶ ବନାନ, ତାଲିକାରେ…

ଭୁବନେଶ୍ୱର,୨୩ା୬(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଓଡ଼ିଶାର ଯେଉଁ କେତେଗୁଡ଼ିଏ ସ୍ଥାନର ଇଂଲିଶ ବନାନ୍‌ ଭୁଲ୍‌ ଅଛି ତାକୁ ବଦଳାଇବା…

ରାଜନୀତିରେ ହଇଚଇ: ୧୧ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଆବେଦନକୁ ଖାରଜ କଲେ ବାଚସ୍ପତି

ଭୁବନେଶ୍ୱର,୨୩ା୬(ସୁନିତ୍‌ ମିଶ୍ର): ବିଜେଡି ପକ୍ଷରୁ ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ଲାଗି କରାଯାଇଥିବା ଆବେଦନକୁ ବାଚସ୍ପତି ସୁରମା ପାଢ଼ୀ ଅଗ୍ରାହ୍ୟ କରିଦେଇଛନ୍ତି। ସେହିପରି କଂଗ୍ରେସର…

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ଜଙ୍ଗଲରୁ ମିଳିଲା ଯୁବତୀଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ନା ହତ୍ୟା ବଢିଲା ସସ୍‌ପେନ୍ସ

ପଟ୍ଟାଙ୍ଗି,୨୨।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଅନ୍ତର୍ଗତ କପାଟିଗୁଡା ଜଙ୍ଗଲରୁ ସନ୍ଦେହଜନକ ଭାବେ ଯୁବତୀଯୁବକଙ୍କ ମୃତଦେହ ସୁଙ୍କି ପୋଲିସ ଉଦ୍ଧାର…

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ : ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଲାଞ୍ଜିଗଡ଼,୨୨।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ନିଜେ ଚଳାଉଥିବା ଟ୍ରାକ୍ଟର ଚକରେ ଚାପିହୋଇ ଡ୍ରାଇଭରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri