ଆମ ଜିଲା ଖବର

କଂଗ୍ରେସ ରାଲିରେ ଯୋଗ ଦେଇଥିବା ଯୁବକଙ୍କୁ ହତ୍ୟା:କୁସୁମପାଣି ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଝରିଗାଁ,୧୭।୪(ସ୍ବ.ପ୍ର)-କଂଗ୍ରେସ ରାଲିରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକ ନିଖୋଜ ହେବାର ୮ ଦିନ ପରେ ବୁଧବାର ତାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ଯୁବକଙ୍କ ବାପା ଝରିଗାଁ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଯୁବକ ଜଣକ…

ଶ୍ରାଦ୍ଧ ଦିବସରେ ଅସମ୍ମାନ: ବିଜୁଙ୍କ ପ୍ରତିମୂର୍ତ୍ତିରେ ପଡିଲାନି ଫୁଲମାଳ

ଗୁଣପୁର,୧୭।୪(ଡି.ଏନ୍‌.ଏ.)-ରାୟଗଡା ଜିଲା ଗୁଣପୁର ବିଜେଡିରେ ଥିବା ମତଭେଦ ଯୋଗୁ ଶ୍ରାଦ୍ଧ ଦିବସରେ ପ୍ରବାଦ ପୁରୁଷଙ୍କ ପ୍ରତି ଅସମ୍ମାନ ହେଲାଭଳି ଘଟଣା ଦେଖିବାକୁ ମିଳିଛି। ବୁଧବାର ନୂତନ ବସ୍‌ଷ୍ଟାଣ୍ଡସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ବିଜେଡିର କେହି ନେତା ଓ କର୍ମୀ ଫୁଲମାଳଟିଏ ସୁଦ୍ଧା…

ଚର୍ଚ୍ଚରେ ଭଙ୍ଗାରୁଜା ଘଟଣା: ୭ ଜଣ ନିର୍ଦ୍ଦୋଷରେ ଖଲାସ

ଗୁଣପୁର,୧୭।୪(ଡି.ଏନ୍‌.ଏ.):ରାୟଗଡା ଜିଲା ରାମନାଗୁଡା ବ୍ଲକ ସୁଲୁଡିସ୍ଥିତ କାଥୋଲିକ ଚର୍ଚ୍ଚରେ ୨୦୦୮ ଅଗଷ୍ଟ ୨୫ରେ ପ୍ରାୟ ୫୦ରୁ ୬୦ ଜଣ ଲୋକ ପଶି ଜିନିଷ ପତ୍ର ଭଙ୍ଗାରୁଜା କରିବା ସହ ଏକ ବାଇକ୍‌ ପୋଡି ଦେଇଥିଲେ। ଏହି ଘଟଣା ଗୁଣପୁର ଏଡିଜେଙ୍କ କୋର୍ଟରେ…

ବିଦ୍ୟୁତ୍‌ ଲୋଭୋଲଟେଜ ସମସ୍ୟା: ଜିଲାପାଳଙ୍କୁ ଦେଖାକଲେ ଚାଷୀ ପ୍ରତିନିଧି

ନୂଆପଡା ଅଫିସ,୧୭ା୪: ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଦର୍ଲିପଡା, ସିଆଲଟି ଗ୍ରାମପଞ୍ଚାୟତରେ ବିଦ୍ୟୁତ୍‌ ଲୋଭୋଲଟେଜ ସମସ୍ୟା ଯୋଗୁ ଶତାଧିକ ଏକର ଜମିର ରବି ଚାଷ ଉଜୁଡିବାରେ ଲାଗିଛି। ଏହାକୁ ନେଇ ଚଷୀମାନେ ବାରମ୍ବାର ବୁିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ…

ଏଟିଏମ୍‌ ସୁରକ୍ଷା କର୍ମୀଙ୍କ ମୃତ୍ୟୁ: ଅଂଶୁଘାତ ସନ୍ଦେହ

ଧାମନଗର, ୧୭।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଅର୍ଜୁନପୁର ଗ୍ରାମର ପ୍ରହଲ୍ଲାଦ ରାଉତଙ୍କ ପୁଅ ଇନ୍ଦ୍ରଜିତ(୩୩)ଙ୍କର ବୁଧବାର ସକାଳେ ମୃତ୍ୟୁ ଘଟିଛି। ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଇନ୍ଦ୍ରଜିତ୍‌ ଏଟିଏମ୍‌ ଟଙ୍କା ଭରା ଗାଡ଼ିରେ…

ଶକ୍ତିପ୍ରଦର୍ଶନ କଲା ବିଜେଡି

ଭୁବନ, ୧୭।୪(ଡି.ଏନ୍‌.ଏ.)-ଭୁବନ ଏନ୍‌ଏସିରେ ବୁଧବାର ବିଜେଡି ଶକ୍ତିପ୍ରଦର୍ଶନ କରିଛି। ଶତାଧିକ କର୍ମୀ ଏନ୍‌ଏସିରେ ଶୋଭାଯାତ୍ରା କରି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପାଇଁ ଭୋଟଭିକ୍ଷା କରିଥିଲେ। ପ୍ରାରମ୍ଭରେ ବିଜେଡି କାର୍ଯ୍ୟାଳୟରେ ନିର୍ବାଚନୀ ସଭା ହୋଇଥିଲା। ଏହାପରେ…

ଟ୍ରକ୍‌ -୧୦୮ ଆମ୍ବୁଲାନ୍‌ସ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ଗୁରୁତର

ଦେବଗଡ଼,୧୭।୪(ସ୍ବ.ପ୍ର.)-ଦେବଗଡ ଜିଲା ତିଲେଇବଣି ବ୍ଲକ ପ୍ରଭାଶୁଣି ଗ୍ରାମ ନିକଟରେ ବୁଧବାର ଭୋର ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଓ ଆମ୍ବୁଲାନ୍‌ସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ…

ବିଜେଡି ବିଧାୟକ ପ୍ରାର୍ଥୀ ଓ ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ

ପାଟଣା,୧୭।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡା ହାଇସ୍କୁଲ ପଡ଼ିଆରେ ବୁଧବାର ପୂର୍ବାହ୍ନରେ ଏକ ବିଶାଳ ଜନସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇ ୧୫ହଜାର ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହାପରେ ସେ…

ଏବେ ବି ଅପହଞ୍ଚ ସ୍ବାଭିମାନଅଞ୍ଚଳ

ମାଲକାନଗିରି,୧୭।୪(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳ ଏବେ ବି ଲୋକଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ଏବେ ମଧ୍ୟ ବିଚ୍ଛିନ୍ନାଞ୍ଚଳର ୫ଟି ପଞ୍ଚାୟତ ଅଣ୍ଡ୍ରାହାଲ, ପଣସପୁଟ, ଜଡାମ୍ବ, ଗାଜଲମାମୁଡି ଓ ଯନ୍ତ୍ରୀ ଗ୍ରାମର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ…

ବଢୁଛି ତାପମାତ୍ରା, ଘରୁ ବାହାରି ପାରୁନାହାନ୍ତି ଲୋକେ

ପାରଳାଖେମୁଣ୍ଡି, ୧୭।୪ (ସ୍ବ.ପ୍ର.): ଗଜପତି ଜିଲା ଏକ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଗ୍ରୀଷ୍ମତାତି ଦିନକୁ ଦିନ ବଢ଼ୁଛି। ଗ୍ରାମାଞ୍ଚଳ ଏବଂ ସହରଞ୍ଚଳରେ କଂକ୍ରିଟ ରୋଡମାନ ବୃଦ୍ଧି ପାଉଥିବାରୁ ଏହା ତାପମାତ୍ରା ବୃଦ୍ଧିର ପ୍ରମୁଖ ଏକ କାରଣ ବୋଲି…

ସୀମାନ୍ତବର୍ତ୍ତୀ ଅଞ୍ଚଳରେ ହାତୀ

ପାରଳାଖେମୁଣ୍ଡି, ୧୭।୪ (ସ୍ବ.ପ୍ର.): ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ପଡୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟର ଅମରା ଓ ରାଟିଣୀ ଅଞ୍ଚଳରେ କେତେକ ଜଙ୍ଗଲୀ ହାତୀ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳ ସୁଦ୍ଧା ଏହି ହାତୀଗୁଡିକ ଆନ୍ଧ୍ରର ବସନ୍ଧରା ଏବଂ ଓଡିଶାର ଭିନୋଳା,…

କାଳିଆ ଯୋଜନା ବନ୍ଦ ପାଇଁ ହୀନଚକ୍ରାନ୍ତ : ମୁଖ୍ୟମନ୍ତ୍ରୀ

ଠାକୁରମୁଣ୍ଡା,୧୭ା୪(ଡି.ଏନ୍‌.ଏ.): କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀର ଠାକୁରମୁଣ୍ଡା ପଣସଡିହା ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଏମ୍‌ପି ଓ ବିଧାୟିକା ପ୍ରାର୍ଥତ୍ନୀଙ୍କୁ ଭୋଟ୍‌ ଦେଇ ବିଜୟୀ କରିବାକୁ ଅନୁରୋଧ କରିଛନ୍ତି। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ଆସି ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?