କାଳବୈଶାଖୀ ପ୍ରଭାବ: ଉଡ଼ିଗଲା କଲେଜ ଶ୍ରେଣୀଗୃହ ଆଜବେଷ୍ଟସ୍‌

ଗଣିଆ,୯।୬(ଡି.ଏନ.ଏ.)-ଗଣିଆ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗଣିଆସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜୀଉ ଡିଗ୍ରୀ ମହାବିଦ୍ୟାଳୟର ୨ଟି ଶ୍ରେଣୀଗୃହର ଆଜବେଷ୍ଟସ୍‌ ଛପର ଉଡିଯାଇଛି । ଆସନ୍ତା ୨୦ ତାରିଖରେ ମହାବିଦ୍ୟାଳୟରେ ଫୋର୍ଥ ସେମିଷ୍ଟର ପରୀକ୍ଷା ହେବାକୁ ଥିବାବେଳେ ଛାତ୍ରୀଛାତ୍ରମାନେ କିଭଳି ପରୀକ୍ଷା ଦେବେ ସେନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ତେବେ ଏହି ମହାବିଦ୍ୟାଳୟର ଶ୍ରେଣୀଗୃହ ମରାମତି ନିମିତ୍ତ ପୂର୍ବରୁ କୌଣସି ସରକାରୀ ସହାୟତା ମିଳି ନ ଥିବା ଅଧ୍ୟକ୍ଷ ଅଖିଳ ହୋତା ସୂଚନା ଦେଇଛନ୍ତି ା ଗଣିଆ ବ୍ଲକରେ ଏକମାତ୍ର ଡିଗ୍ରୀ ମହାବିଦ୍ୟାଳୟରେ ବହୁ ସମସ୍ୟା ଲାଗିରହିଥିଲେ ମଧ୍ୟ ପ୍ରଶାସନିକ କିମ୍ବା ରାଜନୈତିକ ସ୍ତରରେ ତପତ୍ରତା ପ୍ରକାଶ ପାଉନାହିଁ ା ଆସନ୍ତା ୧୮ ତାରିଖରେ କଲେଜ ଖୋଲୁଥିବା ବେଳେ ଏହା ପୂର୍ବରୁ ମରାମତି କରା ନ ଗଲେ ଛାତ୍ରୀଛାତ୍ରମାନେ ପାଠ ପଢ଼ିବା ଓ ପରୀକ୍ଷା ଦେବା ପାଇଁ ସମସ୍ୟାର ସମ୍ମୁଖୀନ ହେବେ ା ଏହି କଲେଜ ଶ୍ରେଣୀଗୃହ ମରାମତି ଦିଗରେ ସ୍ଥାନୀୟ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ଭଉଣୀ-ଭିଣୋଇଙ୍କୁ ଅଟକ ରଖି…

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ରାଇପୁର ଗାଁର କାହ୍ନୁ ସେଠୀ ନାମକ ଜଣେ ଯୁବକଙ୍କ ମୃତଦେହ ତୋଟା ସାହି ପାଳୁଅ ବାରି କେନାଲରୁ ଶୁକ୍ରବାର ଉଦ୍ଧାର…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

ଲୋ-ଭୋଲଟେଜ ଓ ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଦଶପଲ୍ଲାରେ ଗଣଶୋଭାଯାତ୍ରା: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନୟାଗଡ଼/ଦଶପଲ୍ଲା, ୧୦/୬ (ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି):ଦଶପଲ୍ଲାର ଟାକରାସ୍ଥିତ ଗ୍ରୀଡ୍‌କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଲୋ-ଭୋଲଟେଜ ସମସ୍ୟାର ସମାଧାନ, ଟିପିସିଓଡିଏଲର…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ ମଇଁଷି ମୃତ, ଗାଁରେ ଉତ୍ତେଜନା

ନୟାଗଡ଼,୯।୬( ଲୋକନାଥ ମିଶ୍ର):ନୟାଗଡ଼ ବ୍ଲକ ମଙ୍ଗରାଜପୁର ଗାଁ ଗହୀରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମଇଁଷିଙ୍କର ମୃତ୍ୟୁ ହୋଇଛି। ମଙ୍ଗରାଜପୁର ଗାଁର ରାମ ବେହେରା ନିଜର…

ପଞ୍ଚାୟତ ଅଫିସ ନିକଟରେ ପଡ଼ିଛି ମହିଳାଙ୍କ କ୍ଷତାକ୍ତ ମୃତଦେହ, ହତ୍ୟା ଅଭିଯୋଗ ଆଣି…

ନୟାଗଡ଼,୪ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଘୋଳାହାଣ୍ଡି ପଞ୍ଚାୟତ ଅଫିସ ନିକଟରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଜବତ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ…

ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ୪୫ ଜଣ ସରପଞ୍ଚ, ସମିତିସଭ୍ୟ ଉପଜିଲାପାଳଙ୍କୁ ଭେଟି…

ନୟାଗଡ,୧୮।୫( ଲୋକନାଥ ମିଶ୍ର): ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପ୍ରସ୍ତାବ। ଗତ ୧୧ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ…

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri