ମୁରତୁ ସଂଗେ ଯୁଝୁଛନ୍‌ ଦେବକୀ

ବିନିକା, ୯ା୬(ଡି.ଏନ୍‌.ଏ.):  ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ପଁଚେତ୍‌ ଅଧୀନ ଜାମପାଲି ତଲିପଡ଼ାର ଦେବକୀ କଲିତା(୩୪)। ଆପ୍‌ନେ ହାଡ଼ୁ କଲିତା(୪୨) ଆର ତିନ୍‌ ପିଲାକୁ ନେଇ ତାକର ପରିବାର ହସ୍‌ଖୁସିଥି ଚାଲିଥିଲା। ୨୦୧୭ ଜୁନ୍‌ ୧୨ ତାରିଖରେ ଦେବକୀକଁର ପେଟ୍‌ ଚିଅଁାବାର ଆରମ୍‌ ହେଲା। ହାଡ଼ୁ ଦେବକୀକେ ନେଇ ବୁର୍ଲା ଡାକ୍‌ତରଖାନାରେ ଚିକିସତ୍ା କରାଲେ। ଡାକ୍‌ତର ଦେବକୀକଁର ପେଟଭିତରେ ଗୁଟେ ଆବୁ ବଢ଼ୁଛେ, ଅପରେଶନ କରବାକେ ପଡ଼ବା ବଲି ପରାମଶ୍‌ ଦେଇଥିଲେ। ଏନ୍‌ତାଥି ଭୂମିହୀନ ହାଡ଼ୁ ଚିନ୍‌ତାରେ ପଡ଼ିଗଲେ। କୁଲିମଜୁରି କରି କୁଟୁମ ପୁଷ୍‌ବେ କି ମାଏକିନାର ଅପରେଶନ ଲାଗି ଟଁକା ଯୁଗାଡ଼ କରବେ। ଶେଷେ ସାହୁକାରନେ କାମ କରବାର ଲାଗି ଆଗତୁରା ବଏନା ଆନି ସେ ଟଁକାରେ ଦେବକୀର ଅପରେଶନ କରାଲେ। ଫେନ୍‌ଥରେ ପରିବାରର ହସ୍‌ଖୁସି ଫିରିଆଏଲା ସତ୍‌, ହେଲେ ଖୁସିଟା ବେଶିଦିନ ନାଇଁ ଠହରିଲା। ଦିନାକେତେ ଉତାରୁ ଫେନ୍‌ ଦେବକୀକଁର ପେଟ୍‌ଚିଅଁା ଆରମ୍‌ ହେଲା। ହାଡୁ ଫେନ୍‌ଥରେ ମାଏକିନାକେ ଧରି ଚିକିସତ୍ା ଲାଗି ବୁର୍ଲା ଗଲେ। ସେଠାନେ ପରୀକ୍ଷା ନିରୀକ୍ଷା ଉତାରୁ ଦେବକୀର ପେଟେ ପାଏନ୍‌ ଜମା ହେଇଥିବାର ଡାକ୍‌ତର କହିଥିଲେ। ଯେତେ ଜଲ୍‌ଦି ହେବା ପେଟୁ ପାଏନ୍‌ ବାହାର କରବାକେ ପଡ଼ବା ବଲି ଡାକ୍‌ତର ପରାମଶ୍‌ ଦେଇଥିଲେ। ଇ କଥା ଶୁନି ହାଡ଼ୁର ମୁଡେ ଅକାଲ ଚଡ଼କ ପଡ଼ିଥିଲା। ସାହୁକାରନୁ ଆନିଥିବାର ବଏନା ଟଁକା ଅସୁଝା ଥିଲାବେଲେ ଫେନ୍‌ ଘାଏ ଅପରେଶନ କଥା ଶୁନି ହାଡ଼ୁ ଚିନ୍‌ତାରେ ଭାଂଗି ପଡ଼୍‌ଲେ। ଉପେ ଶୂଇନ୍‌ ହେଇ ହାଡ଼ୁ ଘରର ଜିନିଷପାତି ବିକାଭଂଗା କରି ସେ ଟଁକାରେ ଦେବକୀର ପେଟୁ ପାଏନ୍‌ କଢ଼ାଗଲା। ହେଲେ ଥିତିରେ କେହେନ୍‌ସି ପରକାର ପରିବରତନ୍‌ ନାଇଁ ହେଲା। ଫେନ୍‌ଘାଏ ସବୁପରକାର ପରୀକ୍ଷା ନିରୀକ୍ଷା କଲାରୁ ଜନାଗଲା ଯେ ଦେବକୀ କର୍କଟ ରୋଗ୍‌ରେ ପୀଡ଼ିତ ଅଛନ୍‌। ଇଆଡ଼େ ହାଡ଼ୁ ମାଏକିନାର ଚିକିସତ୍ାରେ ସରବ୍‌ସୁଅଁାତ ହେଇଯାଇଛନ୍‌। ଏନ୍‌ତାଥି ଦେବକୀର ଚିକିସତ୍ା କରାବାର ହାଡୁର ପକ୍ଷେ ଅସମ୍‌ଭବ ହେଇଯାଇଛେ। ଏହେଦେ ଦେବକୀ ବୁର୍ଲା ମେଡିକାଲରେ ମୁରତୁ ସଂଗେ ଯୁଝୁଛନ୍‌। ବଡ଼ଝିଅ ବର୍ଷା(୧୫), ମଝିଅଁା ଝି ଲିଜା ଆର ପୁଓ ରାକେଶ ମା’ର ଚିକିସତ୍ା ଲାଗି ଗଣମାଧ୍ୟମ ଜରିଆରେ ସରକାରୀ, ବେସରକାରୀ ସାହାଯ୍‌ ଲାଗି ଗୁହାରି କରିଛନ୍‌। ଇ ଦୁଖି ଦରିଦିରିଆ ପରିବାରକେ ଯେତେ ଜଲ୍‌ଦି ହେବା ସରକାର ଚିକିସତ୍ା ସାହାଯ୍‌ ଯୁଗେଇ ଦେବାକେ ଜାମପାଲି ଗଁାବାସୀ ବି ନିବେଦନ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri