ଆମ୍‌ ଚାଷ୍‌ ଦେଇଛେ ଜୀବ୍‌କା : ପୋରଛାହନ୍‌ ଅଭାବ, ତଥାପି ସଫଲ

ପଦ୍ମପୁର, ୯।୬ (ଡି.ଏନ.ଏ):  ଫଲ ଭିତରେ ରଜା ହେଉଛେ ଆମ୍‌। ସାରା ବିଶ୍ୱରେ ଅମ୍‌ର ଚାହିଦା କାହିଁରେ କେତେ। ଆଘ ଗଁ।ଗଁଲିମାନକେ ଅନେକ କିସମର ଆମ୍‌ ଦେଖ୍‌ବାକେ ମିଲୁଥିଲା। ଲୋକ୍‌ ଆମ୍‌ ବୁରେଇ ତିଆର କରୁଥିଲେ। ରୁତୁ ସମିଆରେ ଆମ୍‌ ବୁରେଇରେ ଡେରା ପକେଇ ଜୁଗୁଥିଲେ। ଆମ୍‌ ବତର ହେଲେ ସେଟାକେ ବଜାରରେ ବିକି ଭଲ ଦୁଇପଏସା କମଉଥିଲେ। ଯେନ୍‌ଥିରେ ତାକର ପରିବାରର ବନେ ମାସ୍‌କେତେର ତେଲନୁନ୍‌ ବାହାରି ପଡ଼ୁଥିଲା। ହେଲେ ଆଏଜ୍‌କାଲି ହାତ୍‌ ଗନ୍‌ତି କେତେ ଗଁ।ଗଁଡ଼ାକେ ଛାଡ଼ିଦେଲେ ଆର ଆମ୍‌ବୁରେଇ ଦେଖ୍‌ବାକେ ନାଇଁମିଲବାର। ଆମ୍‌ ବଗିଚା କରବାରଟା ଆଏଜ୍‌କାଲି ବଡ଼ବଡ଼ିଆ ଲୋକ୍‌, ଚାଷୀକର ଗୁଟେ ସଉକରେ ପରିନତ୍‌ ହେଇଛେ। ବଗିଚାରେ ଭିନେ ଭିନେ କିସମର ଉନ୍‌ନତ ଧରନ୍‌ର ଆମ୍‌ ଗଛ ଲଗେଇ ଭଲ ଦୁଇ ପଏସା କମଉଛନ୍‌। ଆମର ରାଏଜେ, ଦେଶ୍‌ରେ ଆମ୍‌ର ବହୁତ୍‌ ଚାହିଦା ରହିଥିଲାବେଲେ ଭଲ କିସମର ଆମ୍‌ ବିଦେଶକେ ରପ୍‌ତାନୀ ହେଉଛେ। ସରକାର ଚାଷୀକୁ ଆମ୍‌ ବଗିଚା କରବାକେ ଅନେକ ପରକାର ସୁବିଧା ବି ଯୁଗେଇ ଦେଉଛନ୍‌। ଚାଷୀ ଇଥ୍‌ରେ ଭଲ ଦୁଇପଏସା କମାବାର ସଂଗେ ତାର ଆରଥିକ୍‌ ଥିତି ମଜବୁତ ହେଉଛେ। ଏନ୍‌ତା ଝନେ ସଫଲ ଆମ୍‌ ଚାଷୀକୁ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ପଦ୍ମପୁର ବ୍ଲକର ସତୀଭଟା ଗଁାରେ।
ସୂଚନା ହିସାବେ ସତୀଭଟା ଗଁ।ର ସୁବାଷ ପଟେଲ ଅଂଚଲରେ ଝନେ ସଫଲ ଆମ୍‌ ଚାଷୀ ବଲି ନଁା କମେଇଛନ୍‌। ସେ ବିଦ୍ୟୁତ୍‌ ବିଭାଗରୁ ଲାଇନ୍‌ମ୍ୟାନ ଚାକିରିରୁ ଅବସର ନେଲା ଉତାରୁ ନିଜର ପଡ଼ିଆ ପଡ଼ିଥିବାର ୩ ଏକର ଜମିରେ ଗୁଟେ ଆମ୍‌ ବଗିଚା କରବାର ସଂଗେ ଉନିଆ ଗଛ୍‌ଖୁଟ ବି ଲଗେଇଛନ୍‌। ଏହେଦେ ସେ ପଡ଼ିଆ ଜମିରେ ସୁବାଷ ସୁନା ଫଲଉଛନ୍‌ କହିଲେ କିଛି କମ୍‌ ନାଇଁ ହୁଏ। ୨୦୦୩ ମସିହାରେ ସେ ପହେଲା ମୋଟ ୪୦ଟା ଆମ୍‌ ଗଛ ଲଗେଇଥିଲେ। ସେଠାନେ ପାଏନ୍‌ର ସୁବିଧା ନାଇଁଥିବାର ଲାଗି ନିଜର ମୋପେଡ ଗାଡ଼ିରେ ପାସର ବଁଧୁ ପାଏନ୍‌ ଆନି ଗଛ୍‌ ବଁଚେଇଥିଲେ। ପଛେ ଚାକିରିରୁ ଅବସର ନେଲା ଉତାରୁ ଜମିରେ ୨ଟା ଗଭୀର ନଲ୍‌ଚୁଅଁ। କୁଡ଼ି ଜମିରେ ବହୁତ୍‌ଟେ ଆମ୍‌ଗଛ ଲଗେଇଛନ୍‌। ସେ ତାକର ବଗିଚାରେ ମଲିକା, ଦସରୀ, ବାଇଗଣପଲେଇ, ଆମ୍ରପର୍ଲି ଲେଖେଁ ଉନ୍‌ନତ କିସମର ଆମ୍‌ ଗଛ ଲଗେଇଛନ୍‌। ଇ ବଗିଚା କରବାର ଲାଗି ପାସର ଉଦ୍ୟାନ ବିଭାଗର ତେଜରାଜ ପଟେଲ ତାହାକୁ ଉସ୍‌କେଇଥିଲେ ବଲି କହିଛନ୍‌ ସୁବାଷ। ଇ ଆମ୍‌ ଚାଷ୍‌ରୁ ବଛରକ ସେ ପାଖାପାଖି ୮୦ ହଜାର ଟଁକା ଲାଭ କରବାର ଆଶ୍‌ ରଖିଛନ୍‌। ଇତାର ବାହାରେ ଜଂଗଲରୁ ଲୋପ ପାଇଯାଉଥିବାର ଗଛ୍‌ ଯେନ୍‌ତା କି ଅଁଏଲା, ବାହାଡ଼ା ଲେଖେଁ ଗଛ୍‌ ଲଗେଇଛନ୍‌। ହେଲେ ଇ ସଫଲ ଆମ୍‌ ଚାଷୀ ଗୁଟେ ପେକ ହାଉସ ଦେବାର ଲାଗି ଉଦ୍ୟାନ ବିଭାଗରେ ବାରବାର ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇତାର ସଂଗେ ଆମ୍‌ ବିକ୍‌ରି ଲାଗି ସରକାର ବେବସ୍‌ତା କରୁନ ବଲି ବି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଶୋଭାଯାତ୍ରାରେ ହେଲା ହନୁମାନ ଜୟନ୍ତୀ: ଆଳତି କଲେ ଧର୍ମେନ୍ଦ୍ର

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର): ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିନା ଶୋଭାଯାତ୍ରାରେ ସମ୍ବଲପୁର ସହରରେ ରବିବାର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ଗତବର୍ଷର ହନୁମାନ...

ଆମଦାନୀ ନେତାଙ୍କୁ ଭରସା କରିଚାଲିଛି ବିଜେଡି

ସମ୍ବଲପୁର,୧୪।୪ (ଭବାନୀ ଶଙ୍କର ଭୋଇ)ସମ୍ବଲପୁର ଜିଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏହି କ୍ଷେତ୍ରରେ ବିଜେଡି ଆମଦାନୀ...

ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରରେ ରବିବାର ହନୁମାନ ଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶାସନିକ କଟକଣା ହେତୁ ବିନା ଶୋଭାଯାତ୍ରାରେ ଉତ୍ସବ...

ଆଜିଠୁ ସମଲେଇ ମନ୍ଦିରରେ ମାଦକଦ୍ରବ୍ୟ ନିଷେଧ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ମନ୍ଦିର ଟ୍ରଷ୍ଟବୋର୍ଡର ନିଷ୍ପତ୍ତି ଅନୁସାରେ ପୀଠ...

ବିଜେଡି ଗୋଷ୍ଠୀ କନ୍ଦଳ ଟାଳିବାକୁ ପ୍ରସନ୍ନ କାର୍ଡ

ସମ୍ବଲପୁର,୧୩ା୪(ପ୍ରମୋଦ ବହିଦାର), ଭୁବନେଶ୍ୱର(ଅନିଲ ଦାସ): ବିଜେଡି ଗୁରୁବାର ସମ୍ବଲପୁର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ରେଢ଼ାଖୋଲ ଓ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି।...

ବିଜେଡିରେ ଯୋଗ ଦେବାପରେ ଏଭଳି ପ୍ରତିକ୍ରିୟା ରଖିଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର

ଭୁବନେଶ୍ୱର,୧୩ା୪: ସମ୍ବଲପୁର ଜିଲା କୁଚିଣ୍ଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଛତ୍ରିଆ ଶୁକ୍ରବାର ଶଙ୍ଖଭବନଠାରେ ଜିଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ...

ନୂଆ ଲୁକ୍‌ରେ ଆସିଲେ ଧର୍ମେନ୍ଦ୍ର ପ୍ରଧାନ, ପ୍ରଚାର ମଇଦାନରେ କିଣୁଛନ୍ତି ମନ

ସମ୍ବଲପୁର,୧୨।୪: ଏଥର ସମ୍ବଲପୁର ଦେଖିବ ବଡ଼ ଲଢ଼େଇ । ମଇଦାନର ଗୋଟିଏ ପଟେ ଅଛନ୍ତି ଭାଜପାର ହେଭିୱେଟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ...

ଦୁଇଜଣଙ୍କ କଳିରୁ ଫାଇଦା ଉଠାଇଲେ ପ୍ରସନ୍ନ

ସମ୍ବଲପୁର,୧୨ା୪(ପ୍ରମୋଦ ବହିଦାର):ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ କିଏ ପ୍ରାର୍ଥୀ ହେବେ, ତାହା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri