ଯୁବକଙ୍କ ମୃତଦେହ ଉଦ୍ଧାର
ଆସିକା,୧୯।୪(ଡି.ଏନ୍.ଏ.):ଆସିକା ଥାନା ବାବନପୁର-ଢୁଙ୍କୁଣି ରାସ୍ତା କଡରେ ଏକ ଚାଷଜମିରୁ ଗୁରୁବାର ରାତିରେ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ଏହି ଥାନା ଅନ୍ତର୍ଗତ ଖାରିଆ ଗ୍ରାମର ଚିତ୍ରସେନ ପ୍ରଧାନ (୨୨)। ପୋଲିସ ମୃତଦେହ ଉଦ୍ଧାର କରି ଶୁକ୍ରବାର…
୩ ହାର୍ଡକୋର ମାଓବାଦୀ ଗିରଫ
ମାଲକାନଗିରି,୧୯।୪ (ଡି.ଏନ.ଏ.)- ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ୩ ଜଣ ହାର୍ଡକୋର ମାଓବାଦୀଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ମଙ୍ଗଳ କୁଞ୍ଜାମି୍, ବୁଦୁରା ମାଡକାମି ଓ ବାମନ୍ ମାଣ୍ଡାବି। ବସ୍ତର ରେଞ୍ଜ ଡି.ଆଇ.ଜି. ବିବେକାନନ୍ଦ ସିହ୍ନାଙ୍କ ସୂଚନା ଅନୁଯାୟୀ ଦାନ୍ତେୱାଡା…
ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ପାପଡାହାଣ୍ଡି,୧୯।୪(ଡ.ିଏନ.ଏ)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଖୁଟୁବାଇ ପଞ୍ଚାୟତ ଛାଲିପେଟା ଗ୍ରାମରେ ଗୁରୁବାର ଅପରାହ୍ନରେ ବିଦ୍ୟୁତ ଖୁଣ୍ଟରେ ଚଢି ତାର ମରାମତି ସମୟରେ ବିଦ୍ୟୁତ ଆଘାତରେ ମନ କାତିଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ତୁରନ୍ତ ବିଦ୍ୟୁତ ବିଭାଗର କୌଣସି କର୍ମଚାରୀ…
ନାଲକୋ ହିଲ୍ଟପ୍ରେ ଛାଇଗଲା କୁଆପଥର
ଦାମନଯୋଡ଼ି/କୋରାପୁଟ,୧୯ା୪(ସ୍ବ.ପ୍ର.): କୋରାପୁଟ ଜିଲା ଦାମନଯୋଡ଼ିରେ ଶୁକ୍ରବାର ଅପରାହ୍ନରେ ପ୍ରବଳ କୁଆପଥର ବର୍ଷା ହୋଇଛି। ଏଥିରେ ନାଲକୋର ହିଲଟପ୍ ବରଫାବୃତ୍ତ ହୋଇ କାଶ୍ମୀରର ଭ୍ରମ ସୃଷ୍ଟି କରିଛି। ପଞ୍ଚପଟ୍ଟମାଳି ଖଣିର ହିଲଟପ ଅଞ୍ଚଳରେ ପ୍ରାୟ ୨ ଇଞ୍ଚର କୁଆପଥର ବର୍ଷା ହୋଇଥିଲା। ରାଜ୍ୟ…
ଆବାସ ଅଧାରେ ଥାଇ ହଡ଼ପ ହେଉଛି ଅର୍ଥ
ଦଶମନ୍ତପୁର,୧୯।୪(ଡି.ଏନ୍.ଏ.): ଆବାସ ଯୋଜନାରେ ଦୁର୍ନୀତିର ଗନ୍ତାଘର ସାଜିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ। କେଉଁଠି ପୁନାଦିରେ କାମ ରହି ମଧ୍ୟ ଶେଷ ବିଲ୍ ଉଠାଯାଇ ଥିବାବେଳେ ଅନ୍ୟ କେଉଁଠି ଗୃହ ସଂପୂର୍ଣ୍ଣ ହୋଇ ନଥିଲେ ହେଁ କାର୍ଯ୍ୟାଳୟରେ ଫଟୋ ଦେଖାଇ କିଛି…
ଚାଷ ଉଜାଡୁଛି ପଥର କ୍ୱାରି, କ୍ରଶର
ନନ୍ଦପୁର,୧୯।୪(ଡି.ଏନ୍.ଏ.): ନନ୍ଦପୁର ବ୍ଲକ ଘାଗ ଗ୍ରାମ ନିକଟରେ ଏକ ପଥର କ୍ୱାରି ସହ କ୍ରସର ଚାଲୁଥିବା ଯୋଗୁଁ ବିଭିନ୍ନ ସମସ୍ୟା ଉପୁଜୁଥିବା ସ୍ଥାନୀୟ ଗ୍ରାମବାସୀ ଗତ ରବିବାର ନନ୍ଦପୁର ଥାନାରେ ଏତଲା ଦେଇଛନ୍ତି। ପ୍ରତିଦିନ ବ୍ଲାଷ୍ଟିଂ ଯୋଗୁଁ ଘର ଭିତ୍ତି ଦୋହଲିଯିବା…
ବିହନ ଅନୁକୂଳ, ସାଥୀ ବାଛିବାର ପର୍ବ ‘ଚୈତ୍ର’: ଗୀତବାଦ୍ୟ ସହ ଢେମ୍ସା ନାଚରେ କମ୍ପୁଛି ଆଦିବାସୀ ପଡ଼ା
କୋରାପୁଟ,୧୯।୪(ସ୍ବ.ପ୍ର.): କୋରାପୁଟ ଜିଲାର ଆଦିବାସୀ ବହୁଳ ଅଞ୍ଚଳ ଚୈତ୍ର ପରବ ପାଇଁ ଉତ୍ସବମୁଖର ହୋଇପଡ଼ିଛି। ଆଦିବାସୀ ତରୁଣୀଙ୍କ ଢେମସା ନାଚ ସାଙ୍ଗକୁ ମାଇକରେ ଆଦିବାସୀ ଗୀତ ସାଙ୍ଗକୁ ଯୁବକଙ୍କ ବାଦ୍ୟ ଗାଁଦାଣ୍ଡ ପ୍ରକମ୍ପିତ କରୁଛି। ଗୁରୁବାର ଜିଲାର କୋରାପୁଟ ବ୍ଲକର ମସ୍ତିପୁଟ,…
୬ ପୋଲିଂ କର୍ମଚାରୀ ସସ୍ପେଣ୍ଡ
ବରଗଡ଼ ଅଫିସ,୧୯।୪: ୬ଜଣ ପୋଲିଂ କର୍ମଚାରୀଙ୍କୁ ସସ୍ପେଣ୍ଡ କଲେ ବରଗଡ଼ ଜିଲାପାଳ। ନିର୍ବାଚନରେ ଅବହେଳା ଯୋଗୁଁ ପୋଲିଂ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଥିବା ସୂଚନା ମିଳିଛି। ସସ୍ପେଣ୍ଡ ମଧ୍ୟରେ ୩ ପ୍ରିଜାଇଡିଂ ଅଫିସର ଓ ୩ ସେକ୍ଟର ଅଫିସର ରହିଛନ୍ତି। ବୁଥ ନମ୍ବର…
ରେଭେନ୍ଶାରେ ଛାତ୍ରୀଙ୍କୁ ର଼୍ୟାଗିଂ ଘଟଣା : ୧୪ ଦିନ ପୂରିଲା: ଦଣ୍ଡାଦେଶ ମାନିଲେନି
କଟକ ଅଫିସ,୧୯।୪- ରେଭେନ୍ଶା ବିଶ୍ୱବିଦ୍ୟାଳୟର କାଠଯୋଡ଼ି ହଷ୍ଟେଲରେ ଘଟିଥିବା ଛାତ୍ରୀ ର଼୍ୟାଗିଂ ଘଟଣାର ତଦନ୍ତ ରିପୋର୍ଟ ଗତ ୫ ତାରିଖରେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ନିକଟରେ ବିଶ୍ୱବିଦ୍ୟାଳୟର ଆଣ୍ଟି ର଼୍ୟାଗିଂ ସେଲ୍ ପକ୍ଷରୁ ଦାଖଲ କରାଯାଇଥିଲା। ଉଭୟ ପକ୍ଷକୁ ନେଇ ତଦନ୍ତ…
୪ ଜଣଙ୍କ ଜୀବନ ନେଲା ଦନ୍ତାହାତୀ
ତାଳଚେର,୧୯ା୪(ଡି.ଏନ୍.ଏ): ତାଳଚେର ପୋରାଞ୍ଚଳର ଷଣ୍ଢଗାଁରେ ଗୁରୁବାର ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ୪ଜଣଙ୍କ ଜୀବନ ଯାଇଛି। ସେମାନେ ହେଲେ କାଳିଆ ସହର, ସୁନୀତା ସେଠ୍, ସାରଥି ସହର ଓ ଅନୀତା ସହର। ଗୋଟିଏ ଆଦିବାସୀ ପରିବାର କୁଡ଼ିଆ କରି ଗ୍ରାମ ନିକଟରେ…
ସର୍ଟସର୍କିଟରୁ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା
ଭୁବନ, ୧୯ା୪(ଡି.ଏନ.ଏ) ଢେଙ୍କାନାଳ ଜିଲା ଭୁବନ ଏନ୍ଏସିର ପରିବା ମାର୍କେଟରେ ଥିବା ନାରାୟଣ ପୋଥାଳଙ୍କ ଗ୍ରୋସରୀ ଦୋକାନରେ ବିଦ୍ୟୁତ ସର୍ଟସର୍କିଟରୁ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ସବୁ ଜଳି ପାଉଁଶ ହୋଇଯାଇଛି । ନାରାୟଣ ଦୋକାନ ବନ୍ଦ କରି ଘରକୁ…
ବେଆଇନ ପିସ୍ତଲ ସହ ୮ ଜୀବନ୍ତ ଗୁଳି ଜବତ, ଅଭିଯୁକ୍ତ ଗିରଫ
ବଡବିଲ, ୧୯।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଉପରବସ୍ତିରୁ ଜଣେ ଯୁବକଙ୍କ ନିକଟରୁ ଏକ ବିଦେଶୀ ପିସ୍ତଲ ସହ ୮ଟି ଜୀବନ୍ତ ଗୁଳି ଜବତ ହୋଇଥିବାବେଳେ ସମ୍ପୃକ୍ତ ଅଭିଯୁକ୍ତ ସେକ ମୁମତାଜଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି। ସେକଙ୍କ ନାମରେ ବଡବିଲ…

