ପଲିଟେକନିକରେ ଖାଲି ପଡୁଛି ସିଟ୍‌: ପ୍ରଚାର ପ୍ରସାର ଅଭାବରୁ ଏହାର ସୁଯୋଗ ନେଇପାରୁନାହାନ୍ତି ଉପାନ୍ତ ଅଞ୍ଚଳର ପିଲା

ଜୟପୁର,୧୦।୬(ଡି.ଏନ୍‌.ଏ.)ଜୟପୁର ବ୍ଲକର ରଣ୍ଡାପାଲୀରେ ରାଜ୍ୟ ସରକାରଙ୍କ ଏକ ସରକାରୀ ପଲିଟେକନିକ ୨୦୧୪ରୁ ପ୍ରତିଷ୍ଠା ହୋଇଛି। କିନ୍ତୁ ଜିଲାର ଉପାନ୍ତ ବ୍ଲକର ଛାତ୍ରୀଛାତ୍ର ପଲିଟେକନିକକୁ ନେଇ ସଚେତନ କିମ୍ବା ଅଜ୍ଞ ରହିଥିବା ଯୋଗୁ ଏହିପରି ବୈଷୟିକ ଶିକ୍ଷାନୁଷ୍ଠାନରେ ସେମାନଙ୍କ ଯୋଗଦାନ କମ୍‌ ରହୁଛି । ଅନୁଷ୍ଠାନଟି ଜୟପୁରର ରଣ୍ଡାପାଲିରେ ଥିଲେ ମଧ୍ୟ କୋରାପୁଟ ଠିକଣା ଦିଆଯାଉଥିବା ଯୋଗୁ ଉପାନ୍ତ ଅଞ୍ଚଳର ଛାତ୍ରୀଛାତ୍ର ଓ ଅଭିଭାବକ କୋରାପୁଟ ସହରରେ ଏହାକୁ ଖୋଜୁଛନ୍ତି। ପ୍ରକାଶ ଯେ, ପଲିଟେକନିକରେ ସିଭିଲ, ମେକାନିକାଲ ଓ ଇଲେକ୍ଟ୍ରିକାଲ ଡିପ୍ଲୋମା ପାଠ୍ୟକ୍ରମ ପାଇଁ ୬୦ଟି ଲେଖାଏଁ ସିଟ୍‌ ରହିଛି। ୨୦୧୬ରେ ସିଭିଲରେ ୨୯, ମେକାନିକାଲ ୭୫, ଇଲେକ୍ଟ୍ରିକାଲରେ ୪୯ ଜଣ ଥିବାବେଳେ ୨୦୧୭ରେ ସିଭିଲ ୩୬, ମେକାନିକାଲ ୪୬, ଇଲେକ୍ଟ୍ରିକାଲ ୩୩ ସଂଖ୍ୟା ରହିଥିଲା। ୨୦୧୮ରେ ସିଭିଲ ୨୧, ମେକାନିକାଲ ୫୨, ଇଲେକ୍ଟ୍ରିକାଲରେ ୪୩ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ପ୍ରତିଷ୍ଠାନର ଛାତ୍ର ନିବାସରେ ୧୦୦ ଶଯ୍ୟା ରହିଥିଲେ ସୁଦ୍ଧା ୪୦ ଜଣ ଛାତ୍ର ଓ ଛାତ୍ରୀ ନିବାସରେ ୧୦ ଜଣ ଛାତ୍ରୀ ରହୁଛନ୍ତି। ପ୍ରତିଷ୍ଠାନର ଅଧ୍ୟକ୍ଷ କହିଛନ୍ତି, ଜିଲାର ଅଧିକାଂଶ ବ୍ଲକରେ ପ୍ରଚାର ପ୍ରସାର କରାଯାଉଥିଲେ ମଧ୍ୟ କେତେକ ଉପାନ୍ତ ଅଞ୍ଚଳରେ ଏହା ସମ୍ଭବ ହୋଇପାରିନାହିଁ। ଆସନ୍ତା ବର୍ଷ ଜିଲାର ବହୁ ଛାତ୍ରୀଛାତ୍ର ଯୋଗଦେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀବାସୀ ଖାଇବେ ରାୟଗଡ଼ାର ‘ଆମ୍ରପଲ୍ଲୀ’ ଆମ୍ବ, ରପ୍ତାନି ହେଲା ୨.୫ ମେଟ୍ରିକ୍‌ ଟନ୍‌

ଗୁଣପୁର,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାରେ ସାମୂହିକ ବିପଣନକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଚାଷୀଙ୍କ ପାଇଁ ଉତ୍ତମ ବଜାର ସଂଯୋଗ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା…

ରାୟଗଡ଼ା ଲିଙ୍ଗମଝୋଲା ଗାଁରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଲେକେ ଦୌଡ଼ିଲେ

କଲ୍ୟାଣସିଂହପୁର, ୧୭।୫ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ଲିଙ୍ଗମଝୋଲା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତି ଅଧରେ ଏକ ୧୦ଟିକିଆ…

ହତ୍ୟା କରି ନଦୀପଠାରେ ଫିଙ୍ଗି ଦେଇଥିଲେ: ୭ ଦିନ ପରେ ବିହାରରୁ ଗିରଫ ହେଲେ ୩ ମୁଖ୍ୟ ଅଭିଯୁକ୍ତ

ରାୟଗଡ଼ା,୧୬ା୫(ସୁଜାତା ପାଢ଼ୀ): ରାୟଗଡ଼ାର ନିଖିଲ ହାଡ଼ପାଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ହତ୍ୟାକାଣ୍ଡକୁ ନେଇ ରାୟଗଡ଼ା ସହର ଅଶାନ୍ତ…

ଅଟୋ-ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଗୁଣପୁର,୧୫ା୫(ସୁଜାତା ପାଢ଼ୀ): କୋରାପୁଟ-ରାୟଗଡ଼ା ସୀମାନ୍ତ ୩୨୬ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ରାୟଗଡ଼ା ଜିଲାର କୁଟୁଲୀ ଅଞ୍ଚଳରେ ବାଇକ ଓ ଅଟୋ…

ମନ୍ଦିରରୁ ବଡ଼ ଧରଣର ଚୋରି: ହୁଣ୍ଡି ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କା ସହ ଅଳଙ୍କାର

ରାୟଗଡ଼ା,୧୨।୫: ରାୟଗଡ଼ା ସାଇଲେଶ୍ୱର ମନ୍ଦିରରୁ ଏକ ବଡ଼ ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଇଛନ୍ତି। ମିଳିଥିବର…

ନାହିଁ ବିଶ୍ରାମାଗାର, ଖରାରେ ଛଟପଟ ହେଉଛନ୍ତି ଯାତ୍ରୀ

କଲ୍ୟାଣସିଂହପୁର, ୧୨।୫ (ଦୀପକ କୁମାର ପରିଡା): ରାୟଗଡା ଜିଲା କଲ୍ୟାଣସିଂହପୁର ସହରରୁ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଯାତ୍ରୀ ବସ୍‌, ଅଟୋ ରିକ୍ସାଠାରୁ ଆରମ୍ଭ କରି ବିଭିନ୍ନ…

ଗୁଳିକାଣ୍ଡ ଘଟଣାରେ ଡିଆଇଜିଙ୍କ ରାୟଗଡ଼ା ଗସ୍ତ: ସ୍ଥିତି ଉପରେ ଅନୁଧ୍ୟାନ

ଗୁଣପୁର,୧୧।୫( ସୁଜାତା ପାଢ଼ୀ):ରାୟଗଡ଼ା ଗୁଳିକାଣ୍ଡ ଘଟଣା ପରେ ଦକ୍ଷିଣ ପଶ୍ଚିମlଞ୍ଚଳ ଡିଆଇଜି ଡ. କନୱର ବିଶାଲ ସିଂ ସୋମବାର ପହଞ୍ଚି ପରିସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ଅପରାଧୀମାନଙ୍କୁ…

ରାୟଗଡ଼ାରେ ଯୁବକଙ୍କୁ ଅପହରଣ ପରେ ହତ୍ୟା: ତେଜିଲା ପ୍ରତିବାଦ, ବାଇକ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ରାୟଗଡ଼ା,୯।୫: ରାୟଗଡ଼ାର ନିଖିଲ ହାଡ଼ିପାଙ୍କୁ ଅପହରଣ ପରେ ହତ୍ୟା ଘଟଣାକୁ ନେଇ ସହରରେ ଚାପା ଉତ୍ତେଜନା ଦେଖାଦେଇଛି। ହତ୍ୟା ପ୍ରତିବାଦରେ ସ୍ଥାନୀୟ ଲୋକେ ରାୟଗଡ଼ା ଥାନା ଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri