ବଲୋଦାରେ ପଞ୍ଚାୟତ ଗୃହ ନିର୍ମାଣ ଦାବି ତେଜିଲାପଞ୍ଚାୟତବାସୀ ଜିଲାପାଳ ଅଫିସ ଘେରିଲେ

ନୂଆପଡା ଅଫିସ,୧୦ା୬:ଓଡିଶା ହାଇକୋର୍ଟ ନୂଆପଡ଼ା ଜିଲା ଭୈଷାଁଟାଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ବଲୋଦାରେ ନିର୍ମାଣ କରିବାକୁ ଚୂଡାନ୍ତ ରାୟ ଦେଇଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବା ଦାବିରେ ୫ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ସୋମବାର ନୂଆପଡା ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଜିଲାପାଳଙ୍କ ଅନୁପସ୍ଥିତି ଯୋଗୁ ଅତିରିକ୍ତ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ପରେ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ଘେରାଉ କରି ଦାବି ଜଣାଇଛନ୍ତି । ଏଭଳି ସ୍ଥିତିରେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେବେ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।
ରାଜ୍ୟ ସରକାର ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାକୁ ଲୋକଙ୍କ ଦ୍ୱାର ମୁହଁରେ ପଞ୍ଚାଇବାକୁ ଯାଇ ପଞ୍ଚାୟତ ସଂଖ୍ୟା ବୃଦ୍ଧି କରିଛନ୍ତି । ଏହି କ୍ରମରେ ଲୋକଙ୍କ ସୁବିଧାକୁ ଭିତ୍ତିକରି ବିଭିନ୍ନ ଜାଗାରେ ପଞ୍ଚୟତ ହେଡକ୍ୱାର୍ଟର ସବୁ ସ୍ଥାପନ ସକାଶେ ଘୋଷଣା କରିସାରିଛନ୍ତି । ହେଲେ ବିଭିନ୍ନ ଜାଗାରେ ପଞ୍ଚାୟତବାସୀଙ୍କ ମଧ୍ୟରେ ଟଣାଓଟରା ଚାଲିଥିବାବେଳେ ପ୍ରଶାସନ ଠୋସ ପଦକ୍ଷେପ ନେଇପାରୁନାହିଁ । ଫଳରେ ଜିଲାର ୪/୫ଟି ଗ୍ରାମପଞ୍ଚାୟତରେ ଏସବୁ ବ୍ୟବସ୍ଥା ଝୁଲା ହୋଇ ରହିଯାଉଛି। ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି । ଏଭଳି ଏକ ଉଦାହରଣ ହୋଇଛି ସଦର ବ୍ଲକ ଭଇଁଷାଟାଲ ଗ୍ରାମପଞ୍ଚାୟତ। ସରକାର ଏହାକୁ ଗ୍ରାମପଞ୍ଚାୟତର ମାନ୍ୟତା ଦେଇଥିବାବେଳେ ବଲୋଦାରେ କାର୍ଯ୍ୟାଳୟ ସ୍ଥାପନ କରିବାକୁ ଘୋଷଣା କରି ସେଠାରେ ଭିତିଭୂମି ବିକାଶ ସକାଶେ ଅନୁଦାନ ମଞ୍ଜୁରୀ କରିଥିଲେ। ହେଲେ ଠିକ ସମୟରେ ଭୈଷାଁଟାଲ ବାସିନ୍ଦା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ନିର୍ମାଣ ହେବାକୁ ଥିବା ପଞ୍ଚାୟତ ଗୃହ କାର୍ଯ୍ୟ ବନ୍ଦ ହୋଇପଡିଥିଲା। ନିର୍ବାଚନ ପୂର୍ବରୁ ଭୈଷାଁଟାଲବାସିଙ୍କ ମାମଲାକୁ ହାଇକୋର୍ଟ ଖାରଜ କରି ପୂର୍ବବତ ବଲୋଦାରେ ପଞ୍ଚାୟତ ଗୃହ ନିର୍ମାଣ ସକାଶେ ନିର୍ଦ୍ଦେଶ କରିଥିଲେ। ହେଲେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ଯୋଗୁ ତାହା କାର୍ଯ୍ୟକାରୀ ହୋଇ ନ ଥିଲା। ହେଲେ ବର୍ତ୍ତମାନ ଦିନ ଗଡିଯାଉଛି ସିନା ପ୍ରଶାସନ ଏହା ଉପରେ ପଦକ୍ଷେପ ନେଉ ନ ଥିବାରୁ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପୁଞ୍ଜିଭୂତ ହେଉଛି। ସୋମବାର ପୂର୍ବତନ ପରକୋଡ ସରପଞ୍ଚ ପ୍ରେମ କୁମାର ନାଏକ, ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢୀ, ଚତୁର୍ଭୁଜ ଶର୍ମାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ନୂଆପଡା ଜିଲାପାଳଙ୍କ ଅଫିସରେ ପହଞ୍ଚତ୍ଥିଲେ। ଜିଲାପାଳଙ୍କ ଅନୁପସ୍ଥିତିକ୍ରମେ ଅତିରିକ୍ତ ଜିଲାପାଳ ସୀତାରାମ ପଟେଲଙ୍କୁ ଭେଟି ଜଣାଇଥିଲେ। ଏହା ପରେ ନୂଆପଡା ବିଡିଓ ସୁନୀଲ କୁମାର କେର୍କେଟାଙ୍କୁ ଭେଟି ଦାବି ଜଣାଇଥିଲେ । ବିଡିଓ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବ। ସପ୍ତାହେ ସମୟ ଦେବାକୁ କହିଥିଲେ। ଏହାକୁ ତୁରନ୍ତ କାର୍ଯ୍ୟକାରୀ ନ କଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଗ୍ରାମବାସୀଙ୍କ ମଧ୍ୟରେ ଚନ୍ଦୁ ନାଏକ, ମେଳୁ ନାଏକ, ଜୀବନଲାଲ ସାହୁ, ଡକ୍ଟର ମାଝି, ସୀତାରାମ ମାଝି ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri