ଆମ ଜିଲା ଖବର

ପୁରୀ ପଠାଗଲା ୭ ବେତା ତୁଳସୀପତ୍ର

ଧର୍ମଶାଳା,୧୮।୫(ଡି.ଏନ.ଏ.)- ସାମୁଦ୍ରିକ ବାତ୍ୟା ‘ଫନୀ’ ପରେ ସମଗ୍ର ପୁରୀ ସହରରେ ତୁଳସୀପତ୍ରର ଅଭାବ ସୃଷ୍ଟି ହୋଇଥିବା ଜଣାପଡିଛି। ଏହା ଜଣାପଡ଼ିବା ପରେ ଧର୍ମଶାଳା ଥାନା ଜାରକା ଅନ୍ତର୍ଗତ ଭାଲୁଖାଇସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ୭ବେତା ତୁଳସୀପତ୍ର ଓ ଗୋଟିଏ ପଦ୍ମଫୁଲ ଝୁଡି…

ଟ୍ରେନ୍‌ରେ କଟି ଟ୍ରକ୍‌ ଡ୍ରାଇଭରଙ୍କ ଜୀବନ ଗଲା

ଧର୍ମଶାଳା,୧୮।୫(ଡି.ଏନ.ଏ.): ଧାନମଣ୍ଡଳ ଷ୍ଟେଶନରେ ଶୁକ୍ରବାର ରାତି ୨ଟାରେ ଜଣେ ଟ୍ରକ୍‌ ଡ୍ରାଇଭର ରେଳଧାରଣା ପାର ହେଉଥିବାବେଳେ ଟ୍ରେନରେ କଟି ମୃତ୍ୟୁ ଘଟିଛି। ମୃତକ ନିରଞ୍ଜନ ମଲିକ (୪୨)ଙ୍କ ଘର କୁଆଖିଆ ଥାନା ମସୁରପୁର ଗ୍ରାମରେ। ସେ ଧର୍ମଶାଳା ଥାନା ଅନ୍ତର୍ଗତ ଛେଳିଆପଦା…

ଘରୁ ୮୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଚୋରି

ଭଣ୍ଡାରିପୋଖରୀ, ୧୮।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ନାଆଁମୀ ପଞ୍ଚାୟତ ନାୟକସାହିର କିଶୋର ନାୟକଙ୍କ ଘରୁ ଗତ ୧୧ ତାରିଖ ରାତିରେ ନଗଦ ୮୦ ହଜାର ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା…

ବାଇକ୍‌ ଦୁର୍ଘଟଣାରେ ଗୁରୁତର ବୃଦ୍ଧଙ୍କ ଜୀବନ ଗଲା : ପ୍ରତିବାଦରେ ରାସ୍ତା ଅବରୋଧ

ଦିଗପହଣ୍ଡି,୧୮ା୫(ଡି.ଏନ୍‌.ଏ.):ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ବାଗଡ଼ା ଗାଁ ଛକ ନିକଟରେ ବାଇକ ଦୁର୍ଘଟଣାରେ ଶନିବାର ପୂର୍ବାହ୍ନରେ ୨ ଯୁବକଙ୍କ ସମେତ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଏହାର ପ୍ରତିବାଦରେ ଲୋକେ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି। ପ୍ରକାଶଥାଉ କି, ସେହି ସ୍ଥାନରେ ଶୁକ୍ରବାର…

ଦେଶୀ ମଦ ଜବତ, ଜଣେ ଗିରଫ

ଦିଗପହଣ୍ଡି,୧୮ା୫(ଡି.ଏନ୍‌.ଏ.): ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟ ପାନ ଦୋକାନରେ ଦେଶୀ ମଦ ବିକ୍ରି କରୁଥିବା ସୀମାଞ୍ଚଳ ପାତ୍ରଙ୍କୁ ଶନିବାର ପୋଲିସ କୋର୍ଟଚାଲାଣ କରିଛି। ଶୁକ୍ରବାର ସନ୍ଧ୍ୟାରେ ସୀମାଞ୍ଚଳ ଦୋକାନ ପାଖରେ ଏକ ଜରି ବ୍ୟାଗ ଧରି ଠିଆ ହୋଇଥିଲେ। ପୋଲିସ ଏସ୍‌ଆଇ…

ଅନର କିଲିଂ ମାମଲା : ୩ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ

ବ୍ରହ୍ମପୁର ଅଫିସ,୧୮ା୫ : ଅନର କିଲିଂ ମମଲାରେ ଅତିରିକ୍ତ ଜିଲା ଦୌରା ଜଜ୍‌ – ୧ ସଞ୍ଜୟ ସାହୁ ୩ ଅଭିଯୁକ୍ତଙ୍କୁ ଶନିବାର ଉପଯୁକ୍ତ ପ୍ରମାଣ ମିଳିବାରୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି।

ଦୁଇ ଶିକାରୀ ଗିରଫ: ବନ୍ଧୁକ ଜବତ

ଉଦଳା,୧୮ା୫(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ଶିମିଳିପାଳ କୋର ଏରିଆ ଉପର ବାର୍‌ହାକାମୁଡ଼ା ରେଞ୍ଜ ଭଞ୍ଜବସା ଅଞ୍ଚଳରୁ ଏସଟିଆର ଟିମ୍‌ ଦୁଇ ଶିକାରୀଙ୍କୁ ଗିରଫ କରିଛି। ଏଥିସହିତ ଉଭୟଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ସହ ବନ୍ୟଜନ୍ତୁ ମାଂସ ଜବତ କରାଯାଇଛି।

ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିିରହିଛି ଶୀତଳଭଣ୍ଡାର

ଭବାନୀପାଟଣା,୧୮।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଆଦିବାସୀ ହରିଜନ ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ସରକାରଙ୍କ ଅନେକ ଯୋଜନା ପ୍ରସ୍ତୁତ ହୋଇଛି । ହେଲେ ଉକ୍ତ ବ୍ଲକରେ ଏହାର କୌଣସି ସୁଫଳ ମିଳି ନ ଥିବା ଦେଖିବାକୁ…

ନିଖିଳ ଉକତ୍ଳ ବିଚାର ବିଭାଗୀୟ କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା

ଭବାନୀପାଟଣା,୧୮।୫ (ଡି.ଏନ୍‌.ଏ.): ବାତ୍ୟ ପନୀରେ ଓଡ଼ିିଶାର ବିଭିନ୍ନ ଜିଲାରେ କ୍ଷୟକ୍ଷତି ହୋଇଛି। ବାତ୍ୟା ବିପନ୍ନଙ୍କୁ ସହାୟତା ପାଇଁ ଦେଶ ବିଦେଶରୁ ବିଭିନ୍ନ ବର୍ଗର ବ୍ୟକ୍ତି ଓ ସଂସ୍ଥାମାନେ ସହାୟତାର ହାତ ବଢାଇଛନ୍ତି। ତେବେ ଏ ନେଇ ନିଖିଳ ଉକତ୍ଳ ବିଚାର ବିଭାଗୀୟ…

ମାଓବାଦୀ ନେତା ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର ଅଫିସ, ୧୮।୫: ୨୦୧୪ ଜୁଲାଇ ୧୭ ତାରିଖ ବିଳମ୍ବିତ ରାତିରେ ବଡ଼ବଜ଼ାର ଥାନା ଅନ୍ତର୍ଗତ ମଙ୍ଗଲବରମ ପେଟାସାହିର ଏ. ଚନ୍ଦ୍ରା ରାଓଙ୍କ ଘରୁ ମାଓବାଦୀ ନେତା ସବ୍ୟସାଚୀଙ୍କୁ ପୋଲିସ ଗିରଫ କରିଥିଲା। ତେବେ ଶୁକ୍ରବାର ଏହି (ଏସ୍‌ଟି -୩୩/୧୫) ମାମଲାର…

ଗୟଳ ଆକ୍ରମଣରେ ବନ କର୍ମଚାରୀ ଗୁରୁତର

ସଜନାଗଡ଼,୧୮।୫(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଲ୍‌ଡ଼ିହା ଅଭୟାରଣ୍ୟ ରେଞ୍ଜରେ ଶନିବାର ସକାଳେ କୁଲ୍‌ଡ଼ିହା ବିଟ୍‌ରେ କାର୍ଯ୍ୟରତ ସବୁଜବାହିନୀର ପୂର୍ଣ୍ଣଚନ୍ଦ୍ର ରାଉତ ଗୟଳ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ବର୍ତ୍ତମାନ ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜଙ୍ଗଲରେ…

ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ଗଲେ ଯୁବକ, ଓହ୍ଲାଇବାକୁ କଲେ ନାକେଦମ

ପରଜଙ୍ଗ,୧୮।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଅନନ୍ତ ଶୟନ ନିକଟରେ ଥିବା ଅତି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ଟାଓ୍ବାର ଉପରକୁ ଜଣେ ଯୁବକ ଶନିବାର ସକାଳେ ଚଢ଼ି ଯାଇଥିଲେ। ଦୀର୍ଘ ସମୟ ଧରି ନ ଓହ୍ଲାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?