ବିଲେଇ ପ୍ରତି ନିବେଦିତାଙ୍କ ଭଲପାଇବା: ନିଖୋଜ ହୋଇଯିବାରୁ ଗ୍ରହଣ କଲେନି ଖାଦ୍ୟ

ନୟାଗଡ଼ ଅଫିସ,୨୧|୬- ପୋଷା ବିଲେଇ ନିଖୋଜ ହୋଇଯିବାରୁ ଜଣେ ମହିଳା ୭ଦିନ ଧରି ଖାଇ ନ ଥିଲେ। ପରେ ଜଣେ କାମବାଲୀ ଉକ୍ତ ବିଲେଇର ସନ୍ଧାନ ଦେଇଥିଲେ। ଏହା ବଦଳରେ ମହିଳା ଜଣକ ତାଙ୍କୁ ପୁରସ୍କାର ସ୍ବରୂପ ୫୦୦ ଟଙ୍କା ଓ ଶାଢ଼ି ଦେଇଥିଲେ। ଏହି ମହିଳା ହେଉଛନ୍ତି ନୟାଗଡ଼ ପୌର ପରିଷଦର ଦେବୋତ୍ତର କଲୋନୀରେ ରହୁଥିବା ନିବେଦିତା ରାୟଗୁରୁ।
ରାଜସୁନାଖଳାର ବାସିନ୍ଦା ନିବେଦିତା ଜଣେ ଶିକ୍ଷୟିତ୍ରୀ। ପରିବାର ସହିତ ସେ ନୟାଗଡ଼ ଦେବୋତ୍ତର କଲୋନୀରେ ରୁହନ୍ତି। ୨ବର୍ଷ ତଳେ ଶଙ୍କାମାଟି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ନିବେଦିତା ଉକ୍ତ ବିଲେଇକୁ ଆଣିଥିଲେ। ସେ ତା’ର ନାମ ରଖିଥିଲେ ଶଙ୍ଖି। ଶଙ୍ଖିକୁ ସେ ନିଜ ପୁଅ ପରି ଲାଳନପାଳନ କରୁଥିଲେ। ଯୁଆଡ଼େ ଯାଆନ୍ତି ତା’ ପସନ୍ଦ ଖାଦ୍ୟ ଆଣନ୍ତି। ନିବେଦିତା ଘରକୁ ଫେରିବା ପରେ ବିଲେଇଟି ମଧ୍ୟ ତାଙ୍କ ପାଖକୁ ଆସି ଗେଲ ହୁଏ। ଏପରିସ୍ଥଳେ ୭ଦିନ ତଳେ ବିଲେଇଟି କେଉଁଆଡ଼େ ପଳାଇ ଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ପରେ ନିବେଦିତା ମନ ଦୁଃଖରେ ରହିଥିଲେ। ଏପରି କି ୭ଦିନ ଖାଇ ନ ଥିଲେ। ବୁଧବାର ତାଙ୍କ ଘରେ କାମ କରୁଥିବା କାମବାଲୀ ଆସି ବିଲେଇଟି କଲୋନୀର ୩ ନମ୍ବର ଲେନ୍‌ରେ ଜଣେ ବ୍ୟକ୍ତିଙ୍କ ଶିଡ଼ି ତଳେ ରହିଥିବା ଖବର ଦେଇଥିଲେ। ପରେ ନିବେଦିତା ସେଠାକୁ ଯାଇ ଶଙ୍ଖିକୁ ସାଙ୍ଗରେ ଧରି ଆସିଥିଲେ। ୭ଦିନ ଧରି ବାହାରେ ବୁଲୁଥିବାବେଳେ ଅନ୍ୟ ବିରାଡ଼ିଙ୍କ ଆକ୍ରମଣର ଶିକାର ହୋଇଥିଲା ଶଙ୍ଖି। ଏଥିରେ ସେ କ୍ଷତାକ୍ତ ମଧ୍ୟ ହୋଇଥିଲା। ତେଣୁ ଭୟଭୀତ ହୋଇ ସେ ଅନ୍ୟଜଣଙ୍କ ଘରେ ପଶି ଶିଡ଼ି ତଳେ ଛପି ରହିଥିଲା। ଆହତ ଶଙ୍ଖିକୁ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯିବା ପରେ ବର୍ତ୍ତମାନ ସୁସ୍ଥ ରହିଛି। ନିବେଦିତାଙ୍କ ବିଲେଇ ପ୍ରତି ଏଭଳି ଭଲପାଇବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

ଓଡ଼ଗାଁ ହତ୍ୟା: ସିନ୍‌ ରିକ୍ରିଏଶନରେ ପୂରା ଘଟଣା ଦେଖାଇଲେ ଅଭିଯୁକ୍ତ, ଭିଡିଓ ଦେଖିଲେ…

ନୟାଗଡ଼,୧୩ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନାଠାରୁ ପ୍ରାୟ ୨କିମି ଦୂର କଦଳୀବନ୍ଧଠାରେ ଗତ ରବିବାର ରାତିରେ ଘଟିଥିବା ଓଡ଼ଗାଁ ଖେଳପଡ଼ିଆ ସାହିର ଅଜିତ କୁମାର…

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…

ପଥର ଖୋଲରେ ନାବାଳକ ଫସିବା ଘଟଣାରେ ଅଗ୍ନିଶମ ଡିଜିଙ୍କ ସୂଚନା; ବୈଷୟିକ ଚ୍ୟାଲେଞ୍ଜ୍‌, ଅଜଗର ପାଖରେ…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ନାବାଳକ ଫସିବା ଘଟଣା । ଦୀର୍ଘ ୧୦ ଘଣ୍ଟା ପରେ ଆଜି ଅପରାହ୍ନରେ…

ମହୁ ସଂଗ୍ରହ କରିବାକୁ ଯାଇ ପଥରଖୋଲରେ ଫସିଗଲେ ନାବାଳକ, ପଥରସନ୍ଧିରେ ମୁଣ୍ଡ ପଶି…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ଫସିଯାଇଛନ୍ତି ଜଣେ ନାବାଳକ। ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହବେଳେ ଫସିଯାଇଛନ୍ତି। ପଥରସନ୍ଧିରେ…

ଚତୁର୍ଥୀ ପୂର୍ବରୁ ଶାଶୁ ଘରୁ କନ୍ୟାକୁ ଉଠାଇ ନେଲା ପୋଲିସ, ବର ମାରିଲା ଛୁ

ନୟାଗଡ଼, ୨।୫(ଲୋକନାଥ ମିଶ୍ର): ନୟାଗଡ଼ ଚାଇଲ୍ଡ ହେଲ୍ପ ଲାଇନ ଦ୍ୱାରା ଇଟାମାଟି ଥାନା ଅଧୀନସ୍ଥ ଡେଂଗେରାଗୋଡି ଅଞ୍ଚଳରେ ଚତୁର୍ଥୀ ପୂର୍ବରୁ ଶାଶୁଘରୁ କନ୍ୟାକୁ ଉଠାଇ ନେଲା ପୋଲିସ…

ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ: କାଳବୈଶାଖୀର ସୁଯୋଗ ନେଇ…

ନୟାଗଡ଼,୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଜାମୁକଣସ୍ଥିତ ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଗୁରୁବାର ରାତିରେ କାଳବୈଶାଖୀ ଯୋଗୁ ବିଦ୍ୟୁତ୍‌ ନ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri