ଆମ ଜିଲା ଖବର

ଚିଙ୍ଗୁଡି ମାଫିଆଙ୍କ କବଳରେ ଶତାଧିକ ଏକର ସରକାରୀ ଜମି

ବାଲିଆପାଳ, ୨୧ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ତହସିଲ ଅନ୍ତର୍ଗତ ଜମ୍ଭୀରାଇ, ପଞ୍ଚୁପାଲି ଓ ବୋଳଂ ଆଦି ପଞ୍ଚାୟତର ଶହ ଶହ ଏକର ସରକାରୀ ଗୋଚର ଚାରଣ ଜମି, ଜଙ୍ଗଲଜମି ଏବେ ଚିଙ୍ଗୁଡି ମାଫିଆଙ୍କ କବଳରେ ରହିଛି। ପ୍ରଶାସନ ସବୁ ଜାଣି ମଧ୍ୟ ମାଫିଆଙ୍କ…

ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା

ବସ୍ତା, ୨୧।୫(ସ୍ବ.ପ୍ର.)-ମଙ୍ଗଳବାର ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ। ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ବାଲେଶ୍ୱର ଜିଲା ବସ୍ତା ଥାନା ପଣ୍ଡରୁଙ୍ଗି ଗ୍ରାମର ଜଣେ ଦଶମ ଶ୍ରେଣୀର ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ…

ଅନୁଗୋଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର: ଏ ୧ରେ ୧୧ ଜଣ ପାସ

ବନ୍ତଳା,୨୧।୫(ଡି.ଏନ.ଏ.)- ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ସକାଳେ ପ୍ରକାଶ ପାଇଛି। ଅନୁଗୋଳ ଜିଲା ଗାନ୍ଧିମାର୍ଗରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସମୁଦାୟ ୧୫୨ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲାବେଳେ ସମସ୍ତେ କୃତକାର୍ଯ୍ୟ ହୋଇଛନ୍ତି। ଏ ୧ରେ ୧୧ ଜଣ…

ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ଯୁବକ

ନବରଙ୍ଗପୁର,୨୧ା୫(ବି.ପ୍ର)- ନବରଙ୍ଗପୁର ସହର ଗୋରାମୁଣ୍ଡା ପୋଖରୀରେ ବୁଡି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ରାଜୁ ସାହିର ଅର୍ଜୁନ ନାୟକ (୩୫)। ମଙ୍ଗଳବାର ଅପରାହ୍ନରେ ସେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅର୍ଜୁନ ପୋଖରୀରେ ବୁଡି ଯାଇଥିବା ଅନ୍ୟମାନେ…

୨ ପୃଷ୍ଠାର ଚିଠି ଜାରି କଲା ଆନ୍ଦ୍ର-ଓଡିଶା ସ୍ପେଶାଲ ଜୋନାଲ କମିଟି

ଚିତ୍ରକୋଣ୍ଡା,୨୧ା୫(ଡି.ଏନ.ଏ.)- ମଙ୍ଗଳବାର ମାଓବାଦୀମାନେ ତେଲୁଗୁ ଭାଷାରେ ୨ ପୃଷ୍ଠାର ଚିଠି ଜାରି କରିଛନ୍ତି। ଏଥିରେ ସେମାନେ ପାଡୁଆ ଏନକାଉଣ୍ଟରକୁ ତୀବ୍ର ନିନ୍ଦା କରିଛନ୍ତି। ଆନ୍ଦ୍ର-ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର କମ୍ରେଡ ଗଣେଶ ଏହି ଚିଠି ଜାରି କରିଥିବା ଜଣାପଡିଛି। ପାଡୁଆ…

ମାଟ୍ରିକ ପରୀକ୍ଷା ଫଳ: ଶକ୍ତି ପ୍ରସାଦ ମାଲକାନଗିରି ଜିଲାରେ ପ୍ରଥମ

ମାଲକାନଗିରି,୨୧ା୫ (ଡି.ଏନ୍‌.ଏ.)- ମଙ୍ଗଳବାର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ମାଲକାନଗିରି ଜିଲାରେ ଶତକଡ଼ା ୫୮.୩୯ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ୫୪୧ ନମ୍ବର ଅର୍ଥାତ୍‌ ଶତକଡ଼ା ୯୦.୧୬ ପ୍ରତିଶତ ନମ୍ବର ରଖି ଜିଲାରେ ଶକ୍ତିପ୍ରସାଦ ରାଉତ ଟପ୍ପର ହୋଇଛନ୍ତି।…

ପାଣି ପାଇଁ ନଳକୂପ ପାଖରେ ଲମ୍ବାଧାଡି

ଟିକ୍ରାପଡା, ୨୧ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଅଧିନ ଦାବଯୁରି ଗ୍ରାମରେ ଉକତ୍ଟ ପାନୀୟ ଜଳ ସମସ୍ୟା ଦେଖା ଦେଇଛି। ଗାଁରେ ମାତ୍ର ଦୁଇଟି ନଳକୂପ ଥିବା ବେଳେ ଜଳସ୍ତର ହ୍ରାସ ପାଇଥିବାରୁ ସେଥିରୁ ପର୍ଯ୍ୟାପ୍ତ ମାତ୍ରାରେ ପାଣି…

ବଲାଙ୍ଗୀର ଜିଲା: ମାଟ୍ରିକ୍‌ ପରୀକ୍ଷା ପାସ୍‌ହାର ୭୩.୦୮ % , ସିଦ୍ଧାନ୍ତ ରାୟ ଜିଲା ଟପ୍ପର

ବଲାଙ୍ଗୀର ଅଫିସ, ୨୧ା୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ମଙ୍ଗଳବାର ପ୍ରକାଶ ପାଇଛି ା ଜିଲାରେ ପାସ୍‌ହାର ୭୩.୦୮ ପ୍ରତିଶତ ରହିଛି । ଜିଲାର ୩୬୩ ହାଇସ୍କୁଲର ୨୨ହଜାର ୫୫୩ ଜଣ ପରୀକ୍ଷାର୍ଥୀ ୧୫୬ଟି…

ପେଟ୍ରୋଲ ପମ୍ପରେ ଡକାୟତି ଯୋଜନା ପଣ୍ଡ: ପାଟ୍ରୋଲିଂ ବେଳେ ପୋଲିସ ହାତରେ ଧରାପଡ଼ିଲେ, ୬ ଗିରଫ; ବୋମା, ଖଣ୍ଡା ଜବତ

ବ୍ରହ୍ମପୁର ଅଫିସ,୨୧।୫: ବଡ଼ବଜାର ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ଥାନାଧିକାରୀ ପ୍ରଶାନ୍ତ ଭୂପତି ଏବଂ ତାଙ୍କ ଟିମ୍‌ ସୋମବାର ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଶ୍ରୀକ୍ଷେତ୍ର ବିହାରରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ସହ ଏକତ୍ରିତ ହୋଇଥିବା ୬ ଜଣିଆ…

ରଙ୍ଗିପୁର ମା’ ବୁଢ଼ୀ ଠାକୁରାଣୀ ଯାତ୍ରାରେ ଭକ୍ତଙ୍କ ଭିଡ଼

ଗୋପାଳପୁର,୨୧।୫-ରଙ୍ଗେଇଲୁଣ୍ଡା ବ୍ଲକ ରଙ୍ଗିପୁର ଗ୍ରାମରେ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ୧୬ ତାରିଖରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ଯାତ୍ରା ଷଷ୍ଠ ଦିବସରେ ପହଞ୍ଚତ୍ଛି। ମା’ ଠାକୁରାଣୀ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ବେଳେ ପ୍ରତ୍ୟହ ଆଖପାଖ ବହୁ ଭକ୍ତଙ୍କ ସମାଗମ…

ନାଲ୍‌କୋ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଟପ୍ପର ହେଲେ ଶୁଭମ୍‌ ଦାସ

ବଅଁରପାଳ,୨୧।୫(ଡି.ଏନ୍‌.ଏ.): ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଅନୁଗୋଳ ଜିଲା ନାଲ୍‌କୋ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ମୋଟ ୨୨୫ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୪…

ଓଏସ୍‌ଆର୍‌ଟିସି ବସ୍‌ ସ୍ଥାନାନ୍ତର ଯୋଜନା ପ୍ରତିବାଦରେ ଭଞ୍ଜନଗର ବନ୍ଦ

ଭଞ୍ଜନଗର,୨୧।୫(ଡି.ଏନ୍‌.ଏ.): କ୍ଷତିରେ ଚାଲୁଥିବା ଭଞ୍ଜନଗର ଓଏସ୍‌ଆର୍‌ଟିସିି ଜୋନ୍‌ରୁ ଅନ୍ୟ ଜୋନ୍‌କୁ ବସ୍‌ ସ୍ଥାନାନ୍ତର ଯୋଜନା ପ୍ରତିବାଦରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ବନ୍ଦ ଡାକରା ଦିଆଯାଇଛି। ସକାଳୁ କ୍ରିୟାନୁଷ୍ଠାନ କର୍ମକର୍ତ୍ତା ସହରରେ ଦୋକାନ ବଜାର ବନ୍ଦ କରିବା ପାଇଁ ନିବେଦନ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?