ଆମ ଜିଲା ଖବର

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ଗୋରୁ ମୃତ

ପବିତ୍ରନଗର,୬।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ବିରୁ ପଞ୍ଚାୟତ ବୁଲାଝର ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ଗୋରୁଙ୍କ ମୃତ୍ୟୁ ଘଟିଛି। ସମସ୍ତ ଗୋରୁ ଗ୍ରାମର ପରମାନନ୍ଦ ସାହୁଙ୍କର ହୋଇଥିବା ବେଳେ ଏଥିରେ ଗୋଟିଏ ବଳଦ ଓ ଅନ୍ୟ ଚାରୋଟି ଗାଈ…

ନର୍ଲା ନବୋଦୟ ବିଦ୍ୟାଳୟରୁ ଛାତ୍ର ନିଖୋଜ: ଥାନାରେ ମାମଲା ରୁଜୁ

ଭବାନୀପାଟଣା, ୬।୭ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲାସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଅଷ୍ଠମ ଶ୍ରେଣୀ ଛାତ୍ର ସଞ୍ଜିତ ନାଏକ ଗତ ୧ତାରିଖରୁ ନିଖୋଜ ଅଛନ୍ତି। ଏ ନେଇ ଶନିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଥୁ.ରାମପୁର ବ୍ଲକ ଲୋହରାଯୋର ଗ୍ରାମର ସଞ୍ଜିତ…

ଜିଲା ଶିକ୍ଷା ବ୍ୟବସ୍ଥାରେ ବିଚିତ୍ର ନୀତି : ଛୁଟିଦିନରେ ବି ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଇଥିବା ଦର୍ଶାଯାଇଛି

ମାଲକାନଗିରି,୬ା୭(ଡି.ଏନ୍‌.ଏ.): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଛନ୍ତି। କିନ୍ତୁ ସରକାରୀ ଛୁଟି ଦିନଗୁଡ଼ିକରେ ଏହି ବ୍ୟବସ୍ଥା ନ ଥିଲେ ମଧ୍ୟ ଶିକ୍ଷକଙ୍କ ଖାମଖିଆଲ ତଥା ଅର୍ଥଲୋଭ ଜିଲାର ଶିକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ…

ପାଣିଘେରରେ ଅଙ୍ଗନବାଡ଼ି କେନ୍ଦ୍ର, ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ଦାବି

ମାଲକାନଗିରି,୬ା୭(ଡି.ଏନ୍‌.ଏ.) : କୋମଳମତି ଶିଶୁଙ୍କ ଶିକ୍ଷା ଏବଂ ସ୍ବାସ୍ଥ୍ୟରେ ଉନ୍ନତି ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଅନେକ ଯୋଜନା ମାଧ୍ୟମରେ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ଲଗାଣ ବର୍ଷାରେ କେନ୍ଦ୍ର ମଧ୍ୟରେ ପାଣି ପଶି ଯିବାରୁ ସେହି ପାଣି…

ନବବିବାହିତାଙ୍କ ଆତ୍ମହତ୍ୟା: ଯୌତୁକ ଯୋଗୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବାପା

ଭବାନୀପାଟଣା, ୬।୭(ଡି.ଏନ୍‌.ଏ.): ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାସୋଢ଼ା ଗ୍ରାମର ଜନୈକା ନବବିବାହିତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସାବିତ୍ରୀ ରଣା। ତେବେ ସାବିତ୍ରୀଙ୍କୁ ହତ୍ୟା କରାଯାଇଥିବା ବାପା ଭାଗ୍ୟବାନ ରଣା ସଦର ଥାନାରେ ଲିଖିତ ଅଭିଯୋଗ…

ନୃଶଂସ ପୁଅଙ୍କ ଅମାନବୀୟ କାଣ୍ଡ: ବାପାଙ୍କୁ ଠେଙ୍ଗାରେ ପିଟି ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ପାଟଣାଗଡ଼, ୬।୭ (ଡି.ଏନ୍‌.ଏ.): ସାମାନ୍ୟ ବଚସାକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ମାଡ଼ମାରିବା ପରେ ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ ପୁଅ। ଏଭଳି ଏକ ସ୍ପର୍ଶକାତର ଘଟଣା ଘଟିଛି ବଲାଙ୍ଗିର ଜିଲା ବେଲପଡ଼ା ଥାନା ଅନ୍ତର୍ଗତ ରାଡ଼ବାହାଲ ଗ୍ରାମରେ। ସୂଚନାନୁଯାୟୀ, ଶନିବାର ଭୋର…

ପୁରୁଣା ବୋରିଗୁମ୍ମା ପୋଲ ଉପରେ ୫ ଫୁଟର ଜଳ: ୧୫ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ଜୟପୁର, ୬।୭(ନି.ପ୍ର.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ପୁରୁଣା ବୋରିଗୁମ୍ମାଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା। ଫଳରେ ଯାତାୟାତ ପାଇଁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲା। ସେହି ରାସ୍ତା ଦେଇ ଯାନବାହନ ଚଳାଚଳ ହେଉଥିଲା। ମାତ୍ର ଶନିବାର…

ବରସାହି କୋଠଘରେ ଅଗ୍ନିକାଣ୍ଡ

ଛେଣ୍ଡିପଦା,୬।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରସାହି ଗ୍ରାମ କୋଠଘରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। କୋଠଘର ପାଖରେ ପାଳଗଦା ଥିଲା। କୌଣସି କାରଣରୁ ପାଳଗଦାରେ ନିଆଁ ଲାଗିଯାଇ ତାହା କୋଠଘରକୁ ବ୍ୟାପିଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ଖବର…

କେନ୍ଦୁଝର ସଦରଥାନା ଅଞ୍ଚଳରେ ଟ୍ରକ୍‌-ହାଇଓ୍ବା ଦୁର୍ଘଟଣା: ଜଣେ ମୃତ

କେନ୍ଦୁଝର:୬।୭ (ସ୍ବ.ପ୍ର.): କେନ୍ଦୁଝର ସଦରଥାନା ଅନ୍ତର୍ଗତ ବାଲିଆ ଗୋଡ଼ା ଛକ ନିକଟରେ ଶନିବାର ସକାଳ ପ୍ରାୟ ୬ଟାରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଆଇରନ ବୋଝେଇ ଟ୍ରକ(ଓଡି-୦୪-ଏଚ୪୩୧୩) ଯୋଡ଼ା ଆଡୁ ଆସୁଥିବା ବେଳେ ବାଲିଆ ଗୋଡ଼ା ଛକ ନିକଟରେ ଏକ ହାଇୱାକୁ…

ଢେଙ୍କାନାଳ ଜିଲାରେ ବିପର୍ଯ୍ୟସ୍ତ ଶିକ୍ଷା : ୧୦୮ ହାଇସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ

ଢେଙ୍କାନାଳ ଅଫିସ, ୬।୭ – ଢେଙ୍କାନାଳ ଜିଲାରେ ଶିକ୍ଷା ବ୍ୟବସ୍ଥା ରସାତଳଗାମୀ ହେବାରେ ଲାଗିଛି। ଭିତ୍ତିଭୂମି ଥିବା ସତ୍ତ୍ୱେ ଶିକ୍ଷକ ଅଭାବ ଏବେ ଶିକ୍ଷା ପ୍ରଗତିରେ ସାଜିଛି ଅନ୍ତରାୟ। ଜିଲାର ୧୩୩ ହାଇସ୍କୁଲ ମଧ୍ୟରୁ ୧୦୮ଟିରେ ପ୍ରଧାନ ଶିକ୍ଷକ ନାହାନ୍ତି। ସେହିପରି…

ଢେଙ୍କାନାଳରେ ହିମାଚଳ ପ୍ରଦେଶ ଅଧିକାରୀ: ଛତୁ ଫାର୍ମ ବୁଲିଲେ, ଚାଷୀଙ୍କୁ ଉତ୍ସାହିତ କଲେ

ଢେଙ୍କାନାଳ ଅଫିସ, ୬ା୭ – ହିମାଚଳ ପ୍ରଦେଶ ସୋଲାନ ଛତୁ ଗବେଷଣା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ବେଦ ପ୍ରକାଶ ଶର୍ମା ଶୁକ୍ରବାର ଢେଙ୍କାନାଳ ଜିଲାରେ ଛତୁ ଚାଷ ଫାର୍ମ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସଦର ବ୍ଲକ ଲମ୍ବୋଦରପୁର ଗ୍ରାମର…

ଜୁନ୍‌ରେ ହୋଇଛି କମ୍‌ ବର୍ଷା : ଚିନ୍ତାରେ ତାଳଚେର କୃଷି ଜିଲା ଚାଷୀ

ତାଳଚେର, ୬ା୭(ନି.ପ୍ର.)- ତାଳଚେର କୃଷି ଜିଲାରେ ଚଳିତବର୍ଷ ୫୮,୩୬୪ ହେକ୍ଟର ଜମିରେ ଖରିଫ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହେଲେ ଅନିୟମିତ ବର୍ଷା ଏବେଠାରୁ ଚାଷୀଙ୍କୁ ହତାଶ କଲାଣି। ଆଗାମୀ ଦିନରେ ଭଲ ବର୍ଷା ନ ହେଲେ ଚାଷ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?