ମୌଳିକ ସୁବିଧାରୁ ବଞ୍ଚିତ ୭ ପରିବାର : ରାସ୍ତା କି ବିଦ୍ୟୁତ୍‌ ସେବା ନାହିଁ

ବାଲିଆ,୩।୮: ବିରିଡ଼ି ବ୍ଲକ ବାରେଡିଆ ପଞ୍ଚାୟତ ୪ ନଂ. ଓ୍ବାର୍ଡ ଗୋପାଳ ସାହି ବାସିନ୍ଦା ଏବେ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ  ହୋଇ ରହିଛନ୍ତି। ସାହିର ନିରଞ୍ଜନ ବେହେରା, ଶ୍ରୀକାନ୍ତ ବେହେରା, ବନମାଳି ବେହେରା, ଅନୁପମା ବେହେରା, ଶ୍ରୀମତି ଦାସ, ଦୈତାରୀ ବେହେରା, ସନାତନ ବେହେରାଙ୍କ ପରିବାର ରାସ୍ତା, ବିଦ୍ୟୁତ୍‌, ପାନୀୟଜଳ ଭଳି ମୌଳିକ ସୁବିଧା ପାଇପାରୁନାହାନ୍ତି। ସେମାନଙ୍କ ଘର ନିକଟକୁ ସ୍ଥାୟୀ ପକ୍କା ରାସ୍ତା ଖଣ୍ଡେ ନାହିଁ। ତେଣୁ ଅଣଓସାରିଆ ହିଡ଼ ରାସ୍ତାରେ ସେମାନେ ଯାତାୟାତ କରୁଛନ୍ତି। ସରକାରଙ୍କ ପକ୍ଷରୁ ଉକ୍ତ ପଞ୍ଚାୟତରେ ପ୍ରତିବର୍ଷ ରାସ୍ତା ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି, କିନ୍ତୁ ଉକ୍ତ ରାସ୍ତା ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ଏଥିପାଇଁ ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସନକୁ ସେମାନେ ଦାୟୀ କରିଛନ୍ତି। ସେହିପରି ବିଦ୍ୟୁତ୍‌ ସେବା ସେମାନଙ୍କ ନିକଟରେ ପହଞ୍ଚତ୍ପାରିନାହିଁ। ଏବେ ବି ସେମାନେ ଡିବିରି ଓ ଲଣ୍ଠନ ଆଲୁଅରେ ଚଳୁଛନ୍ତି। କିଛିମାସ ତଳେ ସେମାନେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ନିମନ୍ତେ ଆବେଦନ କରିଥିଲେ। କିନ୍ତୁ ଆଜି ହେବ କାଲି ହେବ କହି ସେସୁ ପକ୍ଷରୁ ସମୟ ଗଡ଼ା ଚାଲିଛି। ଫନି ବାତ୍ୟା ପରେ ଜଣେ ଠିକାଦାର ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ଟାଣି ଦେବାକୁ କହି ସେମାନଙ୍କଠାରୁ ଆଧାର କାର୍ଡ ଓ ଅନ୍ୟ କେତେକ ଆବଶ୍ୟକ କାଗଜପତ୍ର ସହ ୫୦୦ ଟଙ୍କା ଲେଖାଏ ନେଇଥିଲେ। ତେବେ ସମସ୍ତଙ୍କ କାନ୍ଥରେ ୨ଟି ସୁଇଜ ବୋଡ ଲଗାଇ ଦେଇ ସେ ଆଉ ଧରା ଦେଉନାହାନ୍ତି। ଏ ସମ୍ପର୍କରେ ସାହି ବାସିନ୍ଦା ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ସେମାନେ ନ ଶୁଣିଲା ଭଳି ରହୁଛନ୍ତି। ଗତ ୨୨ ତାରିଖରେ ବିରିଡ଼ିରେ ଅନୁଷ୍ଠିତ ଜିଲାପାଳଙ୍କ ଜନଶୁଣାଣିରେ ମଧ୍ୟ ଏନେଇ ଅଭିଯୋଗ ହୋଇଥିଲା। ସେତେବେଳେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ୭ ଦିନ ମଧ୍ୟରେ ଉକ୍ତ କାର୍ଯ୍ୟ ସାରିବା ନିମନ୍ତେ ସେସୁ ଜେଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଇତିମଧ୍ୟରେ ୧୫ ଦିନ ବିତିଥିଲେ ସୁଦ୍ଧା ବିଭାଗୀୟ ଯନ୍ତ୍ରୀ ବନୋଜ ନାୟକ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏ ସମ୍ପର୍କରେ ଯନ୍ତ୍ରୀ ନାୟକଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ତେବେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱରଞ୍ଜନ ଦେହୁରୀଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ ଅବଗତ ନ ଥିଲେ, ଏବେ ଜାଣିବା ପରେ ଖୁବ୍‌ ଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri