ଆମ ଜିଲା ଖବର

ରେଳଧାରଣା ପାର ହେବା ବେଳେ ପିଟିଲା ମାଲବାହୀ ଟ୍ରେନ୍‌: ଯୁବକ ମୃତ

ମୁନିଗୁଡ଼ା, ୯।୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ରେଳଷ୍ଟେଶନରେ ମଙ୍ଗଳବାର ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମୁନିଗୁଡ଼ା ସୁଣ୍ଡିସାହିର ଠାକୁର ବେହେରା। ପ୍ରକାଶ ଯେ, ଠାକୁର କୌଣସି କାରଣରୁ ରେଳଲାଇନ ପାର ହେଉଥିବା ବେଳେ ଏକ ମାଲବାହୀ…

ବସୁନ୍ଧରା ଯୋଜନାରେ ଆନନ୍ଦପୁର ବ୍ଲକର ୫୫ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ

ଆନନ୍ଦପୁର,୯।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ମଙ୍ଗଳବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ତପନ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଭାଗୀରଥି ସେଠୀ, ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁ ଅତିଥିଭାବେ ଯୋଗଦେଇ…

ବିଷାକ୍ତ ଛତୁ ଖାଇ ୬ ଅସୁସ୍ଥ

ସୁନ୍ଦରଗଡ଼, ୯।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଗ୍ରାମପଞ୍ଚାୟତ ଦାଣ୍ଡପାଣି ଗ୍ରାମରେ ମଙ୍ଗଳବାର ବିଷାକ୍ତ ଛତୁ ଖାଇ ୬ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କିଂଜିରିକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାଘ ଆତଙ୍କ: ବନ ବିଭାଗ ଏବଂ ମଙ୍ଗଳ ବିଭାଗର ତଦନ୍ତ,ତୁରନ୍ତ ବାଘକୁ ଚିହ୍ନଟ କରିବାକୁ ଦାବି

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରଗୁଡ଼ା ପଞ୍ଚାୟତରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ପରିସର ମଧ୍ୟରେ ବାଘ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଭୋର ସମୟରେ ବିଦ୍ୟାଳୟର କୁକୁ କମ୍‌ ଆଟେଣ୍ଡାଣ୍ଟଙ୍କ ସ୍ବାମୀ ଅମିତ ମଲ୍ଲିକ ନିଜ ବାସଭବନ…

ଆଜି ପବିତ୍ର ତାରିଣୀ ବ୍ରତ: ଜଗନ୍ନାଥଙ୍କୁ ପୂଜା କରି ବ୍ରତ ଧାରଣ କଲେ ଶତାଧିକ ମହିଳା

ଢେଙ୍କିକୋଟ,୯।୭(ଡି.ଏନ୍‌.ଏ.): ମଙ୍ଗଳବାର ପବିତ୍ର ତାରିଣୀ ବ୍ରତ। କେନ୍ଦୁଝର ଜିଲାର ଆରାଧ୍ୟା ମା’ ତାରିଣୀଙ୍କ ଏହି ବ୍ରତ ପ୍ରତିବର୍ଷ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ମଝିରେ ପଡ଼ିଥାଏ। ଏହି ସମୟରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ମାଉସୀ ମା’ ମନ୍ଦିରରେ…

ସୁକୁମାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ: ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ

ମାଲକାନଗିରି,୯।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛିି। ଏଥିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ର ଡି.ଆଇ.ଜି. (ଆଣ୍ଟି ନକ୍ସଲ ଅପେରଶନ୍‌) ସୁନ୍ଦର ରାଜଙ୍କ ସୂଚନାଅନୁଯାୟୀ,…

ସାବେରୀ ନଦୀରେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି,୯।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଛତିଶଗଡ଼ ପଡିଆ ଥାନା ଅଞ୍ଚଳ ସାବେରୀ ନଦୀ କୂଳରେ ଥିବା ସିଙ୍ଗାଣିଗୁଡ଼ା ଗ୍ରାମର ଲାକା ପଡ଼ିଆମି ନଦୀରେ ଭାସି ଯାଇ ନିଖୋଜ ଥିଲେ। ତେବେ ମଙ୍ଗଳବାର ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ଶନିବାର ସନ୍ଧ୍ୟାରେ ସିଙ୍ଗାନିଗଡ଼ାର…

ତହସିଲଦାର ସଫା କଲେ କାର୍ଯ୍ୟାଳୟ ପରିସର

ଶେରଗଡ଼,୯।୭(ଡି.ଏନ.ଏ.) : ଗଞ୍ଜାମ ଜିଲା ଶେରଗଡ଼ ତହସିଲ କାର୍ଯ୍ୟାଳୟ ପରିସରକୁ ମଙ୍ଗଳବାର କର୍ମଚାରୀମାନେ ମିଶି ସଫା କରିଛନ୍ତି। ଏହାକୁ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ସଫା କରୁଥିବା ଦେଖିବାକୁ ମିଳିଛି। ତାଙ୍କ ସହ ରାଜସ୍ବସ୍‌ ନିରୀକ୍ଷକ ମନୋଜ କୁମାର ନାହାକଙ୍କ ସମେତ…

ବସ୍‌ ବାଇକ୍‌ ମୁହାଁମୁହିଁ: କଲେଜ ଛାତ୍ରୀଙ୍କ ସହ ୨ ମୃତ

ଦେବଗଡ଼,୯।୭(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ହଦମୁଣ୍ଡା ଘାଟି ନିକଟସ୍ଥ ୫୩ ନଂ ଜାତୀୟ ରାଜପଥରେ ମଙ୍ଗଳବାର ଏକ ବସ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ କଲେଜ ଛାତ୍ରୀଙ୍କ ସହ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ…

ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କ ଜୀବନଗଲା

କେନ୍ଦୁଝର,୯।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଦଅଁଳା ମୁଣ୍ଡାସାହିରେ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସେ କଦମି ମୁଣ୍ଡା ବୋଲି ଜଣାପଡ଼ିଛି। ସୋମବାର ବିଳମ୍ବିତ ରାତିରେ କଦମି ବାହାରକୁ ବାହାରିଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଖବରପାଇ…

ବିପଦ ଆଶଙ୍କାରେ ୩୩୦ ଛାତ୍ରୀଛାତ୍ରଙ୍କ ଜୀବନ: ଭରା ନଦୀରେ ଧୋଉଛନ୍ତି ବାସନ

ନୟାଗଡ଼ ଅଫିସ,୯।୭-ବିପଦ ଆଶଙ୍କାରେ ୩୩୦ ଛାତ୍ରୀଛାତ୍ରଙ୍କ ଜୀବନ । ପ୍ରତିଦିନ ମଧ୍ୟାହ୍ନ ଭୋଜନ ପରେ ଭରା ନଦୀକୁ ବାସନ ଧୋଇବାକୁ ଯାଉଛନ୍ତି ସେମାନେ। ଦିନ ନୁହେଁ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି…

ଜିଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି

ବୋଲଗଡ଼,୯ା୭(ଡି.ଏନ.ଏ.)-ବୋଲଗଡ଼ ବ୍ଲକ କାର୍ଯ୍ୟାଳୟସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଗୃହର ସମ୍ମିଳନୀ କକ୍ଷରେ ଖୋର୍ଦ୍ଧା ଜିଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲାପାଳ ସୀତାଂଶୁୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଏସ୍‌ପି ଅମୂଲ୍ୟ କୁମାର ଦାଶ, ଗ୍ରାମ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?