ଶିଶୁ ଓ ନାବାଳିକା ଅସୁରକ୍ଷିତ : ଜୁଲାଇ ଶେଷ ସୁଦ୍ଧା ଜିଲାର ବିଭିନ୍ନ ଥାନାରେ ୭୧ଟି ନାବାଳିକା ବଳାତ୍କାର ମାମଲା ରୁଜୁ

ଭଦ୍ରକ ଅଫିସ, ୫।୮ : ଭଦ୍ରକ ଜିଲାରେ ଦିନକୁ ଦିନ ବାଳ ଅପରାଧ ଘଟଣା ବଢ଼ିଚାଲିଛି। ଚଳିତବର୍ଷ ଜୁଲାଇ ଶେଷ ସୁଦ୍ଧା ଜିଲାର ବିଭିନ୍ନ ଥାନାରେ ୭୧ଟି ନାବାଳିକା ବଳାତ୍କାର ମାମଲା ରୁଜୁ ହୋଇଛି। ଶିଶୁଙ୍କୁ ସୁରକ୍ଷା ଦେବା ଲାଗି କଡ଼ା ଆଇନ ସାଙ୍ଗକୁ ଫାଶୀ ଦଣ୍ଡାଦେଶ ଭଳି ବ୍ୟବସ୍ଥା ଥିଲେ ମଧ୍ୟ ନାବାଳିକା ଯୌନ ନିର୍ଯାତନା ଘଟଣା ବଢ଼ି ଚାଲିଛି। ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି କରିବା ଲାଗି ଉଦ୍ୟମ କରାଯାଉଥିଲେ ମଧ୍ୟ ଏହାର କିଛି ପ୍ରଭାବ ପରିଲକ୍ଷିତ ହେଉନାହିଁ। ୨୦୧୮ରେ ଜିଲାର ବିଭିନ୍ନ ଥାନାରେ ୧୧୭ ନାବାଳିକା ବଳାତ୍କାର ଘଟଣା ନେଇ ମାମଲା ରୁଜୁ ହୋଇଥିବା ବେଳେ ୨୦୧୭ରେ ୧୫୨ ମାମଲା ହୋଇଛି। ୨୦୧୬ରେ ୯୨ ଏବଂ ୨୦୧୫ରେ ୭୬ ମାମଲା ହୋଇଥିବା ବେଳେ ୨୦୧୪ ଓ ୨୦୧୩ରେ ଯଥାକ୍ରମେ ୫୧ ଓ ୪୫ ମାମଲା ରୁଜୁ କରାଯାଇଛି। ଏହି ପରିସଂଖ୍ୟାନକୁ ଦେଖିଲେ ଜିଲାରେ ଶିଶୁ ଓ ନାବାଳିକା କିଭଳି ଅସୁରକ୍ଷିତ ହୋଇପଡୁଛନ୍ତି ତାହା ସ୍ପଷ୍ଟ ବାରି ହେଉଛି।
ପୋଲିସ ସୂଚନା ଅନୁଯାୟୀ, ଅଧିକାଂଶ ମାମଲାରେ ନାବାଳିକାମାନେ ପ୍ରାୟତଃ ସମ୍ପର୍କୀୟ ଓ ବାହାର ଲୋକଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହେଉଛନ୍ତି। କେତେକ ପ୍ରେମ ପ୍ରତାରଣାର ଶିକାର ହେବା ନଜିର ରହିଛି। ନାବାଳକମାନେ ମଧ୍ୟ ବଳାତ୍କାର ମାମଲାରେ ଛନ୍ଦି ହୋଇପଡୁଛନ୍ତି। ବାଳ ଅପରାଧ ରୋକିବା ପାଇଁ ସେମାନଙ୍କ ବୟସସୀମା ୧୮ ପରିବର୍ତ୍ତେ ୧୬ ବର୍ଷ କରାଯାଇଥିଲେ ବି ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁନି। ସେହିପରି ଶିକ୍ଷାନୁଷ୍ଠାନ ସ୍ତରରେ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯିବା ସକାଶେ ପ୍ରଶାସନ ପକ୍ଷରୁ ହାରାସମେଣ୍ଟ ସେଲ୍‌ ଗଠନ ସାଙ୍ଗକୁ ସ୍କୁଲ, କଲେଜରେ ସଚେତନତା ସୃଷ୍ଟି କରାଯାଉଛି। ଏ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ବି ଜିଲାରେ ବାଳ ଅପରାଧୀଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ହୋଇଛି।
ଉଲ୍ଲେଖନୀୟ ଯେ, ଶିଶୁଙ୍କୁ ଯୌନ ଶୋଷଣ, ଅପହରଣ ଭଳି ଅପରାଧରୁ ସୁରକ୍ଷା ଦେବା ନିମନ୍ତେ ପୋକ୍ସୋ ଆଇନ-୨୦୧୨ ପ୍ରଣୀତ ହେବା ପରେ ବିଭିନ୍ନ ଥାନାରେ ମହିଳା ଓ ଶିଶୁ ଡେସ୍କ ଖୋଲାଯାଇଥିଲା। ଆବଶ୍ୟକ କର୍ମଚାରୀ ଅଭାବରୁ ଏସବୁ ବ୍ୟବସ୍ଥା ଫେଲ୍‌ ମାରିଛି। ଅନେକ କ୍ଷେତ୍ରରେ ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ପୀଡ଼ିତା ନାବାଳିକାଙ୍କ ପରିବାରବର୍ଗ ଉଚିତ ନ୍ୟାୟ ପାଇପାରୁ ନ ଥିବା ଅଭିଯୋଗ କରୁଛନ୍ତି। ପୋଲିସର ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ହୋଇ ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ଜଣେ ପୀଡ଼ିତାଙ୍କ ପରିବାରବର୍ଗ ଓ ଗଁାର ୨୦ରୁ ଊର୍ଦ୍ଧ୍ୱ ମହିଳା ଭଦ୍ରକ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଗତ ଶନିବାର ଦିନତମାମ ଧାରଣା ଦେବା ଘଟଣା ଚର୍ଚ୍ଚାକୁ ଆସିଛି। ସେମାନଙ୍କୁ ଭେଟିବାକୁ କୌଣସି ଅଧିକାରୀ ସନ୍ଧ୍ୟା ସୁଦ୍ଧା ଆସି ନ ଥିଲେ। ତେବେ ରାତି ୮ଟା ବେଳେ ଏସ୍‌ପି ରାଜେଶ ପଣ୍ଡିତ ସେମାନଙ୍କୁ ଭେଟି ୧୫ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ। ସେହିପରି ଭଣ୍ଡାରିପୋଖରୀ ଅଞ୍ଚଳର ଜଣେ ବିବାହିତ ଯୁବକଙ୍କ ଦ୍ୱାରା କେନ୍ଦୁଝର ଅଞ୍ଚଳର ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଏବେ ପଦାକୁ ଆସିଛି। ଏହି ନାବାଳିକା ଜଣଙ୍କ ମାନସିକ ଭାରସାମ୍ୟ ହରାଇ ୪ ଦିନ ତଳେ ଘରୁ ବାହାରି ଦୀର୍ଘ ୧୧ କି.ମି. ରାସ୍ତା ଚାଲି ଚାଲି ଆସି କାଦବରାଙ୍ଗ ପାଖରେ ପହଞ୍ଚିଥିବା ବେଳେ ଜଣେ ମହିଳା ସ୍ବେଚ୍ଛାସେବୀ ତାଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହାମଧ୍ୟରେ ୪ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ମାମଲା ରୁଜୁ କରି ନାହିଁ। ପୀଡ଼ିତାଙ୍କୁ ସ୍ବଳ୍ପ ରହଣିକେନ୍ଦ୍ର ବାତ୍ସଲ୍ୟରେ ଜିଲା ଶିଶୁ ମଙ୍ଗଳ କମିଟି ନିର୍ଦ୍ଦେଶ କ୍ରମେ ରଖାଯାଇଛି। ସେ ଅନ୍ତଃସତ୍ତ୍ୱା ଥିବା ଜାଣି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ବାତ୍ସଲ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଭଣ୍ଡାରିପୋଖରୀ ଥାନା ପୋଲିସ କାହିଁକି ମାମଲା ରୁଜୁ କରି ନାହିଁ ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ନାବାଳିକା ବଳାତ୍କାର ମାମଲାରେ ପୋଲିସ କେତେକ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଉ କେତେକ ଫେରାର ରହି ସେମାନଙ୍କ ପରିବାର ଉପରେ ଚାପ ସୃଷ୍ଟି କରୁଥିବା ଜଣାପଡ଼ିଛି। ଜିଲା ଶିଶୁ ସୁରକ୍ଷା ୟୁନିଟର ପ୍ରୋବେଶନ ଅଧିକାରୀ ସୁବ୍ରତ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଯୌନ ଶୋଷଣ ଓ ନିର୍ଯାତନା ରୋକିବା ପାଇଁ ସଚେତନତା ସୃଷ୍ଟି ସାଙ୍ଗକୁ ଥାନା, ପଞ୍ଚାୟତ ଏବଂ ବିଦ୍ୟାଳୟ ସ୍ତରରେ ଯୌନ ଉତ୍ପୀଡ଼ନ ପ୍ରକୋଷ୍ଠ(ହାରାସମେଣ୍ଟ ସେଲ୍‌) ଗଠନ କରାଯିବା ଦରକାର। ଶିକ୍ଷାନୁଷ୍ଠାନ ସ୍ତରରେ ସଚେତନତା ସୃଷ୍ଟି ଅପରାଧ ନିୟନ୍ତ୍ରଣରେ ସହାୟକ ହୋଇପାରିବ। ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ. ବାରିକ ଅନୁରୂପ ମତବ୍ୟକ୍ତ କରି କହିଛନ୍ତି, ବାଳ ଅପରାଧ ନିୟନ୍ତ୍ରଣ ଲାଗି ସରକାରୀ ସ୍ତରରେ ଶିଶୁ ସୁରକ୍ଷା ବିଭାଗ, ଚାଇଲ୍ଡ ଲାଇନ, ଶିଶୁ ମଙ୍ଗଳ କମିଟି, ଆଇନସେବା ପ୍ରାଧିକରଣ, ମହିଳା ଓ ଶିଶୁ ବିକାଶ ଭଳି ବିଭିନ୍ନ ସଂସ୍ଥା ରହିଛି। ପୋଲିସ ଓ ପ୍ରଶାସନ ସମେତ ସବୁ ସଂସ୍ଥା ମଧ୍ୟରେ ସମନ୍ବୟ ରହିଲେ ଏଥିରୁ ସୁଫଳ ମିଳିପାରିବ। ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଦେବା ଲାଗି ୨୦୧୨ରେ ପ୍ରଣୀତ ହୋଇଥିବା ପୋକ୍ସୋ ଆକ୍ଟ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନ ଥିବା ଏକ ବିଡ଼ମ୍ବନା ବୋଲି ଆଇନଜୀବୀ ଗଦାଧର ବଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ

ପୁରୀ,୧୮ା୪(ଅଜିତ ମହାନ୍ତି)ପବିତ୍ର ରାମନବମୀ ଅବସରରେ ବୁଧବାରଠାରୁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ସହିଯାତ ପାଇଁ ଉତ୍ସବମୁଖର ହୋଇପଡ଼ିଛି ଶ୍ରୀକ୍ଷେତ୍ର। ଶ୍ରୀରାମଙ୍କ ଜନ୍ମଲୀଳାଠାରୁ ଆରମ୍ଭ...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ଅପରାଜିତାଙ୍କ ବିପକ୍ଷରେ ୨ ଯୁବନେତା

ଖୋର୍ଦ୍ଧା,୧୮।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଭାଜପା ଅପରାଜିତା ଷଡ଼ଙ୍ଗୀ, ବିଜେଡି ମନ୍ମଥ ରାଉତରାୟ ଏବଂ କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଦୁଇ...

ଅସ୍ଥିଶଲ୍ୟ ବିଭାଗରେ ଅସ୍ତ୍ରୋପଚାର ଠପ୍‌

ଭବାନୀପାଟଣା,୧୮।୪(ଉତ୍ତମ କୁମାର ଦାଶ)କଳାହାଣ୍ଡିବାସୀ ମେଡ଼ିକାଲ କଲେଜ ଆରମ୍ଭ ହେବାରୁ ଖୁସୀ ହୋଇଥିଲେ। ହେଲେ ଜିଲା ହସ୍ପିଟାଲ ଓ ଶହୀଦ ରେଣ୍ଡୋ ମାଝି ମେଡ଼ିକାଲ କଲେଜ ମଧ୍ୟରେ...

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ଶିକ୍ଷିତ ଯୁବବର୍ଗଙ୍କ ନିଯୁକ୍ତି ବ୍ୟବସ୍ଥାରେ ଢିଲା

ରାଉରକେଲା,୧୮ା୪(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜିଲା ନିଯୁକ୍ତି ନିୟୋଜନ କାର୍ଯ୍ୟାଳୟ ସ୍ଥାପନ ହେବାର ଆଜକୁ ୬୩ ବର୍ଷ ପୂରିଲା। ବିଭାଗ ହାତରେ ଜିଲାର ୧୭ ବ୍ଲକର ଶିକ୍ଷିତ...

ଚର୍ଚ୍ଚାରେ ସମୀରଙ୍କ ଭାଇରାଲ ଫଟୋ

ନିମାପଡ଼ା,୧୮।୪ (ରଞ୍ଜନ କୁମାର ପଟ୍ଟନାୟକ)ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ହାତ ଧରିବା ନେଇ ଆଲୋଚନା ହେଉଛି। ବୁଧବାର ସମୀରଙ୍କ ସହିତ ରାହୁଲ ଗାନ୍ଧୀଙ୍କ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri