ଉଠା ସେଚ ପ୍ରକଳ୍ପ ଅଚଳ, ଚାଷୀ ହତାଶ

କେନ୍ଦୁଝର, ୫ା୮(ସ୍ବ.ପ୍ର.) : କେନ୍ଦୁଝର ଜିଲାରେ ଅନିୟମିତତା ବର୍ଷା ଯୋଗୁ ଚଳିତ ବର୍ଷ ଚାଷ କାର୍ଯ୍ୟ ବ୍ୟାହତ ହୋଇଛି। ଫଳରେ ଚାଷୀମାନେ ଚିନ୍ତାରେ ରହିଛନ୍ତି। ଚାଷ କାର୍ଯ୍ୟ ଆରମ୍ଭ କରିଥିବା ଚାଷୀମାନେ କ୍ଷତିଗ୍ରସ୍ତ ହେବା ଆଶଙ୍କା କରି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଠିକ ସମୟରେ ବର୍ଷା ନ ହେଲେ ଚାଷ କ୍ଷତିଗ୍ରସ୍ତ ହେବ ଏବଂ ଧାରକରଜ କରି ଖର୍ଚ୍ଚ କରିଥିବା ଅର୍ଥ କିପରି ଫେରିପାଇବେ ଓ ବର୍ଷ ତମାମ ଘର କିପରି ଚଳିବ ସେ ନେଇ ଚିନ୍ତା ପ୍ରକଟ କରୁଛନ୍ତି। ଏହି ପରିସ୍ଥିତିରେ ବିଭିନ୍ନ ନଦୀ/ନାଳରେ ନିର୍ମାଣ କରାଯାଇଥିବା ଜଳସେଚନ ପ୍ରକଳ୍ପ ସେମାନଙ୍କ ସାହା ଭରସା ହୋଇଛି। ଏହି ଆଶାରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ଅନେକ ଅଞ୍ଚଳରେ ଜଳସେଚନ ପ୍ରକଳ୍ପ ଗୁଡିକ ଅଚଳ ହୋଇଯାଇଥିବାରୁ ଚାଷୀମାନେ ଅଡୁଆ ପରିସ୍ଥିତିରେ ପଡ଼ିଯାଇଛନ୍ତି। ଏଭଳି ସମସ୍ୟା ସଦର ବ୍ଲକ ରାଇସୁଆଁ, ପଦ୍ମପୁର, ନୂଆଗାଁ ଆଦି ପଞ୍ଚାୟତର ଚାଷୀମାନେ ସମ୍ମୁଖୀନ ହୋଇ ପଡିଛନ୍ତି। ଏହି ପଞ୍ଚାୟତଗୁଡିକରେ ଜଳସେଚନର ବ୍ୟବସ୍ଥା ଥିଲେ ହେଁ କାମରେ ଲାଗୁ ନ ଥିବାରୁ ଚାଷୀମାନେ ଚାଷ କାର୍ଯ୍ୟ ଆଗେଇ ପାରୁନାହାନ୍ତି। ଏ ନେଇ ଅଭିଯୋଗ କରୁଥିଲେ ହେଁ କେହି ଶୁଣୁ ନ ଥିବାରୁ କିପରି ଚାଷ କରିବେ ସେ ନେଇ ଚିନ୍ତା ପ୍ରକଟ କରୁଛନ୍ତି। ଚାଷ ପାଇଁ ଜଳସେଚନ ବ୍ୟବସ୍ଥା କରିବା ଲାଗି ସାନମାଛ କାନ୍ଦଣା ନଦୀ ଓ ଅରଡେଇ ନଦୀରେ ବହୁ ବନ୍ଧ କେନାଲ ଆଦି ନିର୍ମାଣ କରାଯାଇଛି ା ବନ୍ଧ ଓ କେନାଲ ନିର୍ମାଣ ତଥା ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିିଲେ ହେଁ ଆବଶ୍ୟକ ସମୟରେ ପାଣି ପାଉ ନ ଥିବା ଚାଷୀମାନେ ଅଭିଯୋଗ କରିଆସୁଛନ୍ତି। ଏହି ନଦୀରେ ପାଣି ଅଛି କିନ୍ତୁ ଜମିକୁ ମାଡୁନାହିଁ। ଏଣୁ ଚାଷୀମାନେ ପାଣି ନିକଟରେ ଥାଇ ଚାଷ ପାଇଁ ପାଣି ପାଇପାରୁ ନ ଥିବାରୁ ଜଳ ସମସ୍ୟା ମଧ୍ୟରେ ରହୁଥିବା ଅଭିଯୋଗ କରୁଛନ୍ତି। ପଦ୍ମପୁର ପଞ୍ଚାୟତର ଜଡିଚାତର ଗ୍ରାମରେ ଅରଡେଇ ଓ ମାଛକାନ୍ଦଣା ନଦୀରେ ୨ଟି, ସାନମାଛକାନ୍ଦଣା ନଦୀରେ ଭାଟୁଣିଆ ଗ୍ରାମରେ ୨ଟା ଉଠା ଜଳସେଚନ ପ୍ରକଳ୍ପ ଓ ନୂଆଗାଁ ପଞ୍ଚାୟତ ରତନପୁର ଗ୍ରାମରେ ଅରଡେଇ ନଦୀରେ ଗୋଟିଏ ଉଠା ଜଳସେଚନ ପ୍ରକଳ୍ପ ରହିଥିଲେ ହେଁ ଅଚଳ ହୋଇ ରହିଥିବାରୁ ଚାଷ କାର୍ଯ୍ୟରେ ଲାଗିପାରୁନାହିଁ। ଏହି ଅଞ୍ଚଳର ଅଧିକାଂଶ ଚାଷୀ ଗରିବ ଓ ଆଦିବାସୀ ପରିବାରର ଅଟନ୍ତି। ଚାଷ ଉପରେ ସମସ୍ତେ ନିର୍ଭରଶୀଳ। ଧାନଚାଷ ବ୍ୟତୀତ ବିଲାତି, ବାଇଗଣ ଆଦି ପନିପରିବା ଚାଷ କରି ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି। ନଦୀରେ ପାଣି ଅଛି। କିନ୍ତୁ ବିଭିନ୍ନ କାରଣରୁ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ଅଚଳ ହୋଇ ପଡିଥିବାରୁ ଆବଶ୍ୟକତା ଥିବା ସମୟରେ ଜମିକୁ ପାଣି ମଡାଯାଇପାରୁନାହିଁ। ଫଳରେ ଚାଷ ନଷ୍ଟ ହେବାକୁ ବସିଛି ବୋଲି ଜଡିଚାତର ଗ୍ରାମର ଚାଷୀ ଦିଲିପ କୁମାର ମାଝି କହିଛନ୍ତି। ପାଣି ପଞ୍ଚାୟତ ଗଠନ କରି ସରକାର ଦାୟିତ୍ୱ ଶେଷ କରିଦେଉଛନ୍ତି। କିନ୍ତୁ ଚାଷୀଙ୍କ ଜମିକୁ ପାଣି କିପରି ମାଡିବ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି। ଏଣୁ ଚାଷୀମାନେ କଷ୍ଟ କରୁଥିଲେ ହେଁ ଲାଭବାନ ହୋଇପାରୁନାହାନ୍ତି ବୋଲି ଚାଷୀ ଗୋପାଲ ମାଝି କହିଛନ୍ତି। ବିଦ୍ୟୁତ ସମସ୍ୟା ଯୋଗୁ ଉଠାଜଳସେଚନ ପ୍ରକଳ୍ପଗୁଡିକ କାମ କରୁନାହିଁ।  ଏ ନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଏଣୁ ଏ ନେଇ ସ୍ଥାୟୀ ପ୍ରତିକାର କରାଗଲେ ସମସ୍ତେ ଉପକୃତ ହୋଇପାରନ୍ତେ ବୋଲି ଚାଷୀ ରଘୁନାଥ ମାଝି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri