ଉଠା ସେଚ ପ୍ରକଳ୍ପ ଅଚଳ, ଚାଷୀ ହତାଶ

କେନ୍ଦୁଝର, ୫ା୮(ସ୍ବ.ପ୍ର.) : କେନ୍ଦୁଝର ଜିଲାରେ ଅନିୟମିତତା ବର୍ଷା ଯୋଗୁ ଚଳିତ ବର୍ଷ ଚାଷ କାର୍ଯ୍ୟ ବ୍ୟାହତ ହୋଇଛି। ଫଳରେ ଚାଷୀମାନେ ଚିନ୍ତାରେ ରହିଛନ୍ତି। ଚାଷ କାର୍ଯ୍ୟ ଆରମ୍ଭ କରିଥିବା ଚାଷୀମାନେ କ୍ଷତିଗ୍ରସ୍ତ ହେବା ଆଶଙ୍କା କରି ମୁଣ୍ଡରେ ହାତ ଦେଇ ବସିଛନ୍ତି। ଠିକ ସମୟରେ ବର୍ଷା ନ ହେଲେ ଚାଷ କ୍ଷତିଗ୍ରସ୍ତ ହେବ ଏବଂ ଧାରକରଜ କରି ଖର୍ଚ୍ଚ କରିଥିବା ଅର୍ଥ କିପରି ଫେରିପାଇବେ ଓ ବର୍ଷ ତମାମ ଘର କିପରି ଚଳିବ ସେ ନେଇ ଚିନ୍ତା ପ୍ରକଟ କରୁଛନ୍ତି। ଏହି ପରିସ୍ଥିତିରେ ବିଭିନ୍ନ ନଦୀ/ନାଳରେ ନିର୍ମାଣ କରାଯାଇଥିବା ଜଳସେଚନ ପ୍ରକଳ୍ପ ସେମାନଙ୍କ ସାହା ଭରସା ହୋଇଛି। ଏହି ଆଶାରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ଅନେକ ଅଞ୍ଚଳରେ ଜଳସେଚନ ପ୍ରକଳ୍ପ ଗୁଡିକ ଅଚଳ ହୋଇଯାଇଥିବାରୁ ଚାଷୀମାନେ ଅଡୁଆ ପରିସ୍ଥିତିରେ ପଡ଼ିଯାଇଛନ୍ତି। ଏଭଳି ସମସ୍ୟା ସଦର ବ୍ଲକ ରାଇସୁଆଁ, ପଦ୍ମପୁର, ନୂଆଗାଁ ଆଦି ପଞ୍ଚାୟତର ଚାଷୀମାନେ ସମ୍ମୁଖୀନ ହୋଇ ପଡିଛନ୍ତି। ଏହି ପଞ୍ଚାୟତଗୁଡିକରେ ଜଳସେଚନର ବ୍ୟବସ୍ଥା ଥିଲେ ହେଁ କାମରେ ଲାଗୁ ନ ଥିବାରୁ ଚାଷୀମାନେ ଚାଷ କାର୍ଯ୍ୟ ଆଗେଇ ପାରୁନାହାନ୍ତି। ଏ ନେଇ ଅଭିଯୋଗ କରୁଥିଲେ ହେଁ କେହି ଶୁଣୁ ନ ଥିବାରୁ କିପରି ଚାଷ କରିବେ ସେ ନେଇ ଚିନ୍ତା ପ୍ରକଟ କରୁଛନ୍ତି। ଚାଷ ପାଇଁ ଜଳସେଚନ ବ୍ୟବସ୍ଥା କରିବା ଲାଗି ସାନମାଛ କାନ୍ଦଣା ନଦୀ ଓ ଅରଡେଇ ନଦୀରେ ବହୁ ବନ୍ଧ କେନାଲ ଆଦି ନିର୍ମାଣ କରାଯାଇଛି ା ବନ୍ଧ ଓ କେନାଲ ନିର୍ମାଣ ତଥା ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିିଲେ ହେଁ ଆବଶ୍ୟକ ସମୟରେ ପାଣି ପାଉ ନ ଥିବା ଚାଷୀମାନେ ଅଭିଯୋଗ କରିଆସୁଛନ୍ତି। ଏହି ନଦୀରେ ପାଣି ଅଛି କିନ୍ତୁ ଜମିକୁ ମାଡୁନାହିଁ। ଏଣୁ ଚାଷୀମାନେ ପାଣି ନିକଟରେ ଥାଇ ଚାଷ ପାଇଁ ପାଣି ପାଇପାରୁ ନ ଥିବାରୁ ଜଳ ସମସ୍ୟା ମଧ୍ୟରେ ରହୁଥିବା ଅଭିଯୋଗ କରୁଛନ୍ତି। ପଦ୍ମପୁର ପଞ୍ଚାୟତର ଜଡିଚାତର ଗ୍ରାମରେ ଅରଡେଇ ଓ ମାଛକାନ୍ଦଣା ନଦୀରେ ୨ଟି, ସାନମାଛକାନ୍ଦଣା ନଦୀରେ ଭାଟୁଣିଆ ଗ୍ରାମରେ ୨ଟା ଉଠା ଜଳସେଚନ ପ୍ରକଳ୍ପ ଓ ନୂଆଗାଁ ପଞ୍ଚାୟତ ରତନପୁର ଗ୍ରାମରେ ଅରଡେଇ ନଦୀରେ ଗୋଟିଏ ଉଠା ଜଳସେଚନ ପ୍ରକଳ୍ପ ରହିଥିଲେ ହେଁ ଅଚଳ ହୋଇ ରହିଥିବାରୁ ଚାଷ କାର୍ଯ୍ୟରେ ଲାଗିପାରୁନାହିଁ। ଏହି ଅଞ୍ଚଳର ଅଧିକାଂଶ ଚାଷୀ ଗରିବ ଓ ଆଦିବାସୀ ପରିବାରର ଅଟନ୍ତି। ଚାଷ ଉପରେ ସମସ୍ତେ ନିର୍ଭରଶୀଳ। ଧାନଚାଷ ବ୍ୟତୀତ ବିଲାତି, ବାଇଗଣ ଆଦି ପନିପରିବା ଚାଷ କରି ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି। ନଦୀରେ ପାଣି ଅଛି। କିନ୍ତୁ ବିଭିନ୍ନ କାରଣରୁ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ଅଚଳ ହୋଇ ପଡିଥିବାରୁ ଆବଶ୍ୟକତା ଥିବା ସମୟରେ ଜମିକୁ ପାଣି ମଡାଯାଇପାରୁନାହିଁ। ଫଳରେ ଚାଷ ନଷ୍ଟ ହେବାକୁ ବସିଛି ବୋଲି ଜଡିଚାତର ଗ୍ରାମର ଚାଷୀ ଦିଲିପ କୁମାର ମାଝି କହିଛନ୍ତି। ପାଣି ପଞ୍ଚାୟତ ଗଠନ କରି ସରକାର ଦାୟିତ୍ୱ ଶେଷ କରିଦେଉଛନ୍ତି। କିନ୍ତୁ ଚାଷୀଙ୍କ ଜମିକୁ ପାଣି କିପରି ମାଡିବ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି। ଏଣୁ ଚାଷୀମାନେ କଷ୍ଟ କରୁଥିଲେ ହେଁ ଲାଭବାନ ହୋଇପାରୁନାହାନ୍ତି ବୋଲି ଚାଷୀ ଗୋପାଲ ମାଝି କହିଛନ୍ତି। ବିଦ୍ୟୁତ ସମସ୍ୟା ଯୋଗୁ ଉଠାଜଳସେଚନ ପ୍ରକଳ୍ପଗୁଡିକ କାମ କରୁନାହିଁ।  ଏ ନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଏଣୁ ଏ ନେଇ ସ୍ଥାୟୀ ପ୍ରତିକାର କରାଗଲେ ସମସ୍ତେ ଉପକୃତ ହୋଇପାରନ୍ତେ ବୋଲି ଚାଷୀ ରଘୁନାଥ ମାଝି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ନିଷ୍ପତ୍ତି, ଭୋଟର ଲିଷ୍ଟକୁ ନେଇ କହିଲେ ବଡ଼କଥା…

ନୂଆଦିଲ୍ଲୀ,୩୦।୯: ନିର୍ବାଚନ ଆୟୋଗ ‘ସ୍ପେଶାଲ ଇଣ୍ଟେନସିଭ ରିଭିଜନ’ (SIR) ପ୍ରକ୍ରିୟା ଶେଷ କରିସାରିଥିବା ରାଜ୍ୟଗୁଡ଼ିକରେ ନୂଆ ଭୋଟରମାନଙ୍କ ପାଇଁ ଫର୍ମ-୬ ସହିତ ଯୋଡ଼ା ଯାଇଥିବା ଅତିରିକ୍ତ ଘୋଷଣାନାମା…

ଶୌଚ ହେବାକୁ ଯାଇଥିଲେ ଗୋବର୍ଦ୍ଧନ, ଅତର୍କିତ ଆକ୍ରମଣ କଲା ଭାଲୁ, ଆଉ ତା’ ପରେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ଗ୍ରାମ ନିକଟରେ ବୁଧବାର ଭୋର୍‌ରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ…

ବଡ଼ ଖବର: ଅକ୍ଟୋବର ୧ରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର, କେନ୍ଦ୍ର ସରକାର ନେଲେ କଡ଼ା ଆକ୍ସନ

ନୂଆଦିଲ୍‌ଲୀ,୩୦।୯: କେନ୍ଦ୍ର ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ଅକ୍ଟୋବର ୧ ତାରିଖରୁ ଏଲପିଜି ସବସିଡି (LPG Subsidy) ପାଇଁ ଇ-କେୱାଇସି (e-KYC) ବାଧ୍ୟତାମୂଳକ କରିଛନ୍ତି। ଏହି ସମୟରେ…

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି: ୧୧ ଡିସେମ୍ୱର ପର୍ଯ୍ୟନ୍ତ ରହିବାକୁ ହେବ ସତର୍କ, ଆରମ୍ଭ ହେଲା ଘୋର ଶନିଦଶା!

ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ଏବେ ୧୧ ଡିସେମ୍ୱରରେ ଶନି ମାର୍ଗୀ ହେବେ। ଏହି ସମୟ ମଧ୍ୟରେ ଶନିଙ୍କର ବକ୍ରୀ ଚଳନ ୫ଟି…

ଭୟାବହ ଅଗ୍ନିକାଣ୍ଡ: ଶୋ-ରୁମରେ ୫୦ରୁ ଅଧିକ ବାଇକ ଭସ୍ମ

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?