‘ମଣ୍ଡାପିଠାର ମଜା’ ବାଟ ଦେଖାଇଲା

ସିମୁଳିଆ, ୫ା୮(ସନ୍ତୋଷ କୁମାର ନାୟକ): ଗାଁ ମାଟିର ବାସ୍ନା, ପାଣି ପବନର ଆକର୍ଷଣ ତାଙ୍କ ଜୀବନକୁ ପରିଷ୍‌ୃଷ୍ଟ କରିଛି। ଗ୍ରାମୀଣ ପରିବେଶରେ ଶିକ୍ଷାଲାଭ, ଶିକ୍ଷକ ଓ ପରିବାରର ପ୍ରେରଣା ତାଙ୍କୁ ବାଟ ଦେଖାଇଛି। ଚାକିରି ଜୀବନରେ ଗାଁ ଲୋକଙ୍କ ସହ ସମ୍ପର୍କ ଯୋଡିବାର ସୁଯୋଗ ତାଙ୍କ ଅନୁଭବକୁ କରିଛି ଅଧିକ ଶାଣିତ। ପିଲାଦିନୁ ସାହିତ୍ୟ ପ୍ରତି ରୁଚି ରଖି ଆସିଥିବାରୁ ଦୈନନ୍ଦିନର କାର୍ଯ୍ୟବ୍ୟବସ୍ଥା ସତ୍ତ୍ୱେ ସେ ଶତାଧିକ କିବତା, ପ୍ରବନ୍ଧ ଲେଖି ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ଯେବେ କିଛି ଫୁରସତ୍‌ ମିଳେ, ସେ ବିଭିନ୍ନ ପୁସ୍ତକ ଅଧ୍ୟୟନ କରିବା ସହ ଲେଖାଲେଖି କରିଥାନ୍ତି ବୋଲି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ ଅବସ୍ଥାପିତ ବିଡ଼ିଓ ଡ. ନରହରି ବେହେରା କହିଛନ୍ତି।
ପ୍ରଶାସନିକ ସେବା ତାଙ୍କର ପେଶା ହୋଇଥିଲେ ବି ନିଶା ସାହିତ୍ୟ ରଚନା। ପ୍ରତିଦିନ ଅଫିସ କାର୍ଯ୍ୟ ସାରି ସନ୍ଧ୍ୟାରେ ଘରକୁ ଫେରି ରାତି ୧୨ଟା ପର୍ଯ୍ୟନ୍ତ ବିଭିନ୍ନ ବହି ପଢ଼ିଥାନ୍ତି । ଆଜିକାଲି ପିଲାଙ୍କ ମଧ୍ୟରେ ପଠନ ଅଭ୍ୟାସ କମିଯାଉଛି। ଯୁବତୀଯୁବକମାନେ ପଢ଼ନ୍ତି ନାହିଁ, କହନ୍ତି ବେଶୀ। ସେମାନେ ଉଚ୍ଚକୋଟିର ଲେଖା ପଢ଼ିଲେ, ନିଜ ମାନସିକତାକୁ ସେହିସ୍ତରକୁ ନେଇଯାଇ ପାରିବେ । ଏକ ସାକ୍ଷାତ୍‌କାରରେ ନରହରି ଏହି ବକ୍ତବ୍ୟ ରଖିବା ଅବସରରେ ନିଜ ପିଲାଦିନ କଥା ମନେ ପକାଇଥିଲେ। ସେ କହିଥିଲେ, ରେଡିଓରୁ ପୌରାଣିକ ନାଟକ ଶୁଣି ସେ ଲେଖାଲେଖି କରିବାକୁ ପ୍ରଥମେ ଚିନ୍ତା କରିଥିଲେ। ଗାଁ ସ୍କୁଲରେ ପଢୁଥିବା ବେଳେ ସେ ଲେଖିଥିଲେ ‘ମଣ୍ଡାପିଠାର ମଜ୍ଜା’ କବିତା । ଏହା ଏକ ପତ୍ରିକାରେ ପ୍ରକାଶ ପାଇଥିଲା। ଏଥିଲାଗି ତାଙ୍କୁ ମିଳିଥିଲା ବହୁ ପ୍ରଶଂସା । ଶିକ୍ଷକ ଅମର ପ୍ରସାଦ ବାରିକଙ୍କ ପ୍ରେରଣା ତାଙ୍କୁ ଲେଖାଲେଖି କରିବାକୁ ଉତ୍ସାହ ଯୋଗାଇଥିଲା। ପାଠ ପଢି ସାରି ଶିକ୍ଷକତା କରିବାକୁ ସେ ଲକ୍ଷ୍ୟ ରଖିଥିଲେ। ଶେଷରେ ଆଶା ପୂରଣ ହେଲା। ଗତ ତା୨୪ା୧୧ା୮୯ରିଖରେ ସେ ମୟୂରଭଞ୍ଜ ଜିଲାର ଜନତା ଉଚ୍ଚ ବିଦ୍ୟାପୀଠରେ ଚାକିରି ଜୀବନ ଆରମ୍ଭ କରିଥିଲେ। ଭଦ୍ରକ ଜିଲାର ସାବରଙ୍ଗ ଉଚ୍ଚ ବିଦ୍ୟାଳୟକୁ ପରେ ବଦଳି ହୋଇଥିଲେ। ୧୧ବର୍ଷ ଶିକ୍ଷକତା କରିବା ପରେ ପ୍ରଶାସନିକ ସେବା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ଢେଙ୍କାନାଳ ଓ ବାଲେଶ୍ୱରରେ ବନ୍ଦୋବସ୍ତ ଅଧିକାରୀ, ବାସୁଦେବପୁରରେ ସହକାରୀ ତହସିଲଦାର, ନୀଳଗିରିରେ ରାଜସ୍ବ ଅଧିକାରୀ, ମାଲକାନାଗିରିରେ ଡେପୁଟି କଲେକ୍ଟର, ଧାମନଗରରେ ତହସିଲଦାର ଭାବେ ଦାୟିତ୍ୱ ତୁଲାଇ ଏବେ ଗତ ତା୧୬ା୮ା୧୮ରିଖରୁ ସିମୁଳିଆ ବିଡ଼ିଓ ଭାବେ କାର୍ଯ୍ୟ କରୁଛନ୍ତି ା
ନରହରିଙ୍କ ପରିବାର କହିଲେ ସ୍ତ୍ରୀ ଛବିଲତା ଏବଂ ଦୁଇଝଅ ଦେବଦତ୍ତା ଓ ଦେବୀଦତ୍ତା । ଛବିଲତା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ା ବଡ଼ଝିଅ ପ୍ରଶାସନିକ ସେବା ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି। ସାନଝିଅ ଯୁକ୍ତ୩ରେ ପଢୁଛନ୍ତି। ତାଙ୍କ ଜନ୍ମସ୍ଥାନ ଭଦ୍ରକ ଜିଲା ରାହାଞ୍ଜ ପଞ୍ଚାୟତର ବିଶ୍ୱନାଥପୁରରେ । ମାତା ସ୍ବର୍ଗତଃ ଭାମାମଣି ଓ ପିତା ବାସୁଦେବ ବେହେରା। ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇ ସେ ପଡ଼ୋଶୀ ଚଣ୍ଡିଗାଁରେ ପ୍ରାଥମିକରୁ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢିଥିଲେ। ପରେ ଭଦ୍ରକ ଜଲେଜରେ ପାଠ ପଢ଼ି ସଂସ୍କୃତରେ ଏମ୍‌ଫିଲ, ଓଡ଼ିଆରେ ପିଏଚ୍‌ଡ଼ି, ଇଂରାଜୀରେ ସ୍ନାତକ, ପାଠାଗାର ଓ ସୂଚନା ବିଜ୍ଞାନରେ ବିଏଡ୍‌ ପ୍ରଭୃତି ଶିକ୍ଷାଲାଭ କରଥିଲେ। ସାରସ୍ବତ ପ୍ରତିଭାର ସ୍ବୀକୃତି ସ୍ବରୂପ ତାଙ୍କୁ ମିଳିଛି ‘ଭଦ୍ରକ ଗୌରବ ସମ୍ମାନ’ ଓ ‘ଜୟଦେବ ସମ୍ମାନ’ । ଏଥିସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମ୍ମାନୀତ ହୋଇଛନ୍ତି। ସାହିତ୍ୟ ସାଧନା ଭଳି ପ୍ରଶାସନିକ ସେବାକୁ ଲୋକାଭିମୁଖୀ କରିବା ତାଙ୍କ ଜୀବନର ଅନ୍ୟତମ ଲକ୍ଷ୍ୟ ବୋଲି ନରହରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନୋଜ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ): ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରୁନଗାଁର ମନୋଜ କୁମାର ଦାନୀଙ୍କୁ ଶୁକ୍ରବାର…

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

TMCକୁ ଆଉ ଏକ ଧକ୍କା, ମେୟର ପଦରୁ ଇସ୍ତଫା ଦେଲେ ମମତାଙ୍କ ନିକଟତମ

କୋଲକାତା,୫।୬: ବଙ୍ଗଳା ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଦେଖାଦେଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବଂ ବିଭାଜନ ମଧ୍ୟରେ, ଦଳର ବରିଷ୍ଠ ନେତା ଏବଂ ପୂର୍ବତନ…

ପାନୀୟ ଜଳ ବିଦ୍ୟୁତ ସମସ୍ୟା ନେଇ ଟାଟା ପାଓ୍ବାର ଅଫିସ ଘେରାଉ

ବଲାଙ୍ଗୀର,୫ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତର ବହୁ ଗ୍ରାମବାସୀ ଶୁକ୍ରବାର ବଲାଙ୍ଗୀର ଆସି ଆରଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ଅଫିସ ଏବଂ…

ମୋଦିଙ୍କ ପ୍ରଶଂସା ମଧ୍ୟରେ କ୍ୟାମେରାରେ କଏଦ ହୋଇଥିଲା ଏକ ହସ ପୁଟିନଙ୍କ ସାମ୍ନାରେ ବସିଥିବା ଏହି ରହସ୍ୟମୟୀ ମହିଳା ଜଣକ କିଏ? ଜାଣନ୍ତୁ…

ନୂଆଦିଲ୍ଲୀ,୫।୬: ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆନ୍ତର୍ଜାତୀୟ ସମ୍ବାଦ ସଂସ୍ଥାର ମୁଖ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେ ଖୋଲାଖୋଲି ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୯ ଦିନ ପରେ ମିଳିଲା ଗୌରାଙ୍ଗଙ୍କ ଗଳିତ ମୃତଦେହ, ପାଖରେ ପଡ଼ିଥିବା ଏସବୁ ଜିନିଷ ଦେଖି…

ଆଳି,୫ା୬(ବନମାଳୀ ସେନାପତି): ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗ୍ରାମର ନିଖୋଜ ଗୌରାଙ୍ଗ ସେଠୀଙ୍କ ଗଳିତ ମୃତଦେହ ୯ ଦିନ ପରେ ଉଦ୍ଧାର ହୋଇଛି। ଆଳି ଥାନା ଅନ୍ତର୍ଗତ…

କାହିଁକି ଭାଜପା ଛାଡିଲେ ଆନ୍ନାମଲାଇ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୫।୬: ତାମିଲନାଡୁରେ କେ. ଆନ୍ନାମଲାଇ ଏବଂ ଭାଜପା ଅଲଗା ହୋଇଯାଇଛନ୍ତି; ଭାଜପା ଆନ୍ନାମଲାଇଙ୍କ ଇସ୍ତଫା ଗ୍ରହଣ କରିଛି। ଭାଜପାରୁ ଅଲଗା ହେବା ପରେ ତୁରନ୍ତ ଆନ୍ନାମଲାଇ ଘୋଷଣା…

ରାଜନୀତିରେ ବଡ଼ ହଲଚଲ: NAC ଅଧ୍ୟକ୍ଷଙ୍କ ସହ ୧୧ କାଉନସିଲର ଛାଡ଼ିଲେ ବିଜେଡି

ବାଲିଗୁଡ଼ା,୫ା୬: କନ୍ଧମାଳ ଜିଲା ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ହଲଚଲ ହୋଇଛି। ଏକାଧିକ ନେତା ବିଜେଡି ଛାଡ଼ିଛନ୍ତି। ବାଲିଗୁଡ଼ା NAC ଅଧ୍ୟକ୍ଷଙ୍କ ସମେତ ୧୧ କାଉନସିଲର ଏକାବେଳକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri