ଆମ ଜିଲା ଖବର

ଆକାଶ ଇଣ୍ଡିଆ ମଲ୍ଟି କମ୍ପ୍ଲେକ୍ସ ଚିଟ୍‌ଫଣ୍ଡ ଠକେଇ ମାମଲା: ୨ ନିର୍ଦ୍ଦେଶକଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ଆକାଶ ଇଣ୍ଡିଆ ମଲ୍ଟି କମ୍ପ୍ଲେକ୍ସ ଚିଟ୍‌ଫଣ୍ଡ ସଂସ୍ଥା ଠକେଇ ମାମଲାରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଶୁକ୍ରବାର ୨ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ସେମାନେ ହେଲେ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁ ଏବଂ ଆକାଶଦୀପ ସମବାୟ…

କୋର୍ଟକୁ ମନ୍ଦିର ସହ ତୁଳନା କଲେ ପୀଡ଼ିତାଙ୍କ ମା’ ବାପା : ଏଭଳି ସବୁ ଦୋଷୀଙ୍କୁ ଫାଶୀ ମିଳୁ

ଅନୁଗୋଳ ଅଫିସ, ୨୭।୭ – ଅନୁଗୋଳ ସହର ଉପକଣ୍ଠରେ ଘଟିଥିବା ନାବାଳିକା ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟଣାର ରାୟକୁ ସବୁ ମହଲରେ ସ୍ବାଗତ କରାଯାଇଛି। ଅନୁଗୋଳ କୋର୍ଟ ଦେଇଥିବା ଏହି ଦୃଷ୍ଟାନ୍ତମୂଳକ ରାୟ କାର୍ଯ୍ୟକାରୀ ହେଲେ ଏପରି ଅପରାଧ ହ୍ରାସ…

ସମନ୍ବୟ କମିଟି ସଚେତନତା ବୈଠକ : ଫାଇଲେରିଆମୁକ୍ତ ଜିଲା ଆହ୍ବାନ

ଢେଙ୍କାନାଳ ଅଫିସ, ୨୭।୭ – ଢେଙ୍କାନାଳକୁ ଫାଇଲେରିଆମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ଜିଲା ପ୍ରଶାସନ। ଏ ନେଇ ଶୁକ୍ରବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଆୟୋଜିତ ହୋଇଛି ଜିଲା ସମନ୍ବୟ ବୈଠକ। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା…

ରାଷ୍ଟ୍ରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତା: ଓଡ଼ିଶାକୁ ୨୦ ପଦକ

ବଅଁରପାଳ, ୨୭।୭(ଡି.ଏନ.ଏ.) – ଚଳିତ ମାସ ୧୮ ତାରିଖ ଠାରୁ ୨୧ ପର୍ଯ୍ୟନ୍ତ ହରିୟାଣାର ରୋହତକ ସ୍ଥିତ ଏମ୍‌ଡିୟୁ ବିଶ୍ୱ ବିଦ୍ୟାଳୟରେ ସିନିୟର ରାଷ୍ଟ୍ରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଆମେଚର କିକବକ୍ସିଂ ଆସୋସିଏଶନ ଓଡ଼ିଶାର ଖେଳାଳିମାନେ ସଫଳତା ହାସଲ କରିଛନ୍ତି। ୧୭…

ଚେଇଁ ଶୋଇଛନ୍ତି ବିଏମ୍‌ସି ଡ୍ରେନେଜ ବିଭାଗ ଅଧିକାରୀ: ସହରର ୪୦% ଡ୍ରେନ୍‌ରେ ଢାଙ୍କୁଣି ନାହିଁ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଧୀନ ୬୭ଟି ଓ୍ବାର୍ଡରେ ମୋଟ ୬୫୦କିମିର ଆଭ୍ୟନ୍ତରୀଣ ଡ୍ରେନ ଓ ୬୦ କିମିର ୧୦ଟି ମୁଖ୍ୟ ଡ୍ରେନ୍‌ ରହିଛି। ତନ୍ମଧ୍ୟରୁ ପୂର୍ତ୍ତ ବିଭାଗର କେତୋଟି ଡ୍ରେନକୁ ବାଦ୍‌ ଦେଲେ ବାକି ସବୁ ବିଏମ୍‌ସି ଦ୍ୱାରା…

ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି: ସ୍କୁଲରେ ତାଲା ପକାଇ ପ୍ରତିବାଦ

ଭୁବନ, ୨୭।୭(ଡି.ଏନ.ଏ.)- ଭୁବନ ବ୍ଲକ ବାଲିଝାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ପୁଷ୍ପଲତା ହୋତାଙ୍କୁ ବଦଳି ଦାବିରେ ଶୁକ୍ରବାର ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ଶିକ୍ଷା ବିଭାଗର ପଦସ୍ଥ ଅଧିକାରୀ ପହଞ୍ଚତ୍ ବୁଝାଶୁଝା କରିବା ପରେ…

ସୁଆର ମହାସୁଆର ନିଯୋଗ ନିର୍ବାଚନ: ପ୍ରାର୍ଥିପତ୍ର ଯାଞ୍ଚ ସରିଲା, ଆଜି ପ୍ରତ୍ୟାହାର

ପୁରୀ ଅଫିସ, ୨୭ା୭: ଆସନ୍ତା ଅଗଷ୍ଟ ୧୦ ତାରିଖରେ ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଗତ ୨୧ ତାରିଖରେ ନାମାଙ୍କନପତ୍ର ଦାଖଲ କରାଯାଇଛିି। ମୋଟ ୩୭ ଜଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ପ୍ରାର୍ଥିପତ୍ର ଦାଖଲ…

୫୦୦ ଏଏସ୍‌ଓଙ୍କୁ ନିଯୁକ୍ତି ପ୍ରଦାନ: ନିଷ୍ଠାପର ମନୋଭାବ ରଖି ସେବା କର; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ରାଜ୍ୟ ସଚିବାଳୟରେ ନୂତନ ଭାବେ ନିଯୁକ୍ତ ହୋଇଥିବା ସହକାରୀ ଉପଅଧିକାରୀ (ଏଏସ୍‌ଓ)ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ରବୀନ୍ଦ୍ର ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୫୦୦ ନୂତନ ଏଏସ୍‌ଓଙ୍କୁ…

ମିଶର, ଗ୍ରୀସ୍‌ ସହ ରହିଛି ପୁରୀର ସାମଞ୍ଜସ୍ୟ

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ପ୍ରାଚୀନ ଇଜିପ୍ଟ, ବେବିଲୋନ୍‌ ଓ ମିଶର ସଂସ୍କୃତି ସହ ଶ୍ରୀଜଗନ୍ନାଥ ସଂସ୍କୃତିର ଅନେକ ସାମଞ୍ଜସ୍ୟ ରହିଛି। ପଣ୍ଡିତ ନୀଳକଣ୍ଠ ଦାସ ଏକଦା କହିଥିଲେ ଶ୍ରୀଜଗନ୍ନାଥ ଦର୍ଶନତତ୍ତ୍ବ ଖ୍ରୀ.ପୂ ୪୦୦୦ ବର୍ଷ ପୂର୍ବର ବେବିଲୋନ୍‌ ସଭ୍ୟତାରେ ଦେଖାଯାଏ। ପ୍ରାଚୀନ ମିଶର ଓ…

ଜିଲାପାଳଙ୍କୁ ଭେଟିଲେ ମୁମ୍ବାଇର ଛାତ୍ରୀଛାତ୍ର

ଛତ୍ରପୁର,୨୭ା୭(ଡି.ଏନ.ଏ.)-ମୁମ୍ବାଇରେ ସିଭିଲ୍‌ ସର୍ଭିସ୍‌ କୋଚିଂ ନେଉଥିବା ସେଠାକାର କେତେଜଣ ଛାତ୍ରୀଛାତ୍ର ଶୁକ୍ରବାର ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟିଛନ୍ତି। ନିଜ ଅଞ୍ଚଳରୁ ଛାତ୍ରୀଛାତ୍ରଙ୍କୁ ଦେଖି ଜିଲାପାଳ ଖୁସି ପ୍ରକାଶ କରିଥିଲେ ା ଛାତ୍ରୀଛାତ୍ରମାନେ ମଧ୍ୟ ଅନୁରୂପ…

ନୂଆ ରୂପରେ ‘ଓଡ଼ିଶା ପର୍ଯ୍ୟଟନ’

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ଦୀର୍ଘଦିନର ପ୍ରତୀକ୍ଷା ପରେ ନୂଆ ରୂପ ପାଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ ଓ୍ବେବ୍‌ସାଇଟ୍‌। ଓଡ଼ିଶା ପର୍ଯ୍ୟଟନର ଏହି ନୂଆ ଓ୍ବେବ୍‌ସାଇଟ୍‌ www.odishatourism.gov.inକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ବତନ୍ତ୍ର ଉତ୍ସବରେ ଲୋକାର୍ପଣ କରିଛନ୍ତି। ପ୍ରଥମଥର ପାଇଁ ଏକ ସରକାରୀ…

ଦୁର୍ଘଟଣା ହ୍ରାସ, ଜିରୋ କାଜୁଆଲଟିକୁ ଗୁରୁତ୍ୱ

ଛତ୍ରପୁର,୨୭ା୭(ଡି.ଏନ.ଏ.)-ଛତ୍ରପୁରସ୍ଥିତ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଶୁକ୍ରବାର ସଡ଼କ ସୁରକ୍ଷା ସମ୍ପର୍କୀତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସପି ବ୍ରିଜେଶ କୁମାର ରଏ ଅଧ୍ୟକ୍ଷତା କରିଥିଲେ। ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ଅଞ୍ଚଳରେ ଦିନକୁ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?