କଳ୍ପନା ଦାଶଙ୍କ ସ୍ମୃତିରକ୍ଷା ପାଇଁ ଅଭିନବ ପ୍ରୟାସ: ଢେଙ୍କାନାଳରୁ ଭୁବନେଶ୍ୱର ଦୌଡ଼ିଲେ ସିଦ୍ଧାର୍ଥ

ଢେଙ୍କାନାଳ ଅଫିସ, ୧୭।୮ – ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଢେଙ୍କାନାଳରୁ ଭୁବନେଶ୍ୱର ଦୌଡ଼ିଛନ୍ତି ସିଦ୍ଧାର୍ଥଶଙ୍କର ଦାସ। ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ସିଦ୍ଧାର୍ଥ ସ୍ବାଧୀନତା ଦିବସ ଉପଲକ୍ଷେ ଗୁରୁବାର ପୂର୍ବାହ୍ନ ୮ଟା ୧୫ରେ ଜିଲା କାର୍ଯ୍ୟାଳୟ ପରିସରରୁ ଦୌଡ଼ିବା ଆରମ୍ଭ କରିଥିଲେ। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ମହାନ୍ତି, ସଂସ୍କୃତି ପରିଷଦ ସଂଯୋଜକ ଅବନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସିଦ୍ଧାର୍ଥ ସନ୍ଧ୍ୟା ୭ଟା ୩ରେ ଭୁବନେଶ୍ୱର ଇନ୍‌ଡୋର ହଲ୍‌ରେ ପହଞ୍ଚତ୍ଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବାସ୍କେଟବଲ୍‌ ଆସୋସିଏଶନ ଏବଂ ଢେଙ୍କାନାଳ ସାଂସ୍କୃତିକ ପରିଷଦ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜନାରାୟଣ ତ୍ରିପାଠୀ, ପ୍ରେମାନନ୍ଦ ବିଶ୍ୱାଳ, ସାଇପ୍ରସାଦ ଦାସ ଏହି ଦୌଡ଼ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭୁବନେଶ୍ୱରର ଏକ ପ୍ରମୁଖ ରାସ୍ତାକୁ କଳ୍ପନାଙ୍କ ନାମରେ ନାମିତ କରିବାକୁ ସିଦ୍ଧାର୍ଥ ପ୍ରଶାସନକୁ ଅନୁରୋଧ କରିଛନ୍ତି। ନିଜର ପ୍ରତିକ୍ରିୟାରେ ସେ କୁହନ୍ତି, କଳ୍ପନା ଦାଶଙ୍କ ସ୍ମୃତିରକ୍ଷା ପାଇଁ ଏହା ଏକ ଛୋଟିଆ ପ୍ରୟାସ। ଚଳିତ ବର୍ଷ ୧୦୦ ଦିନରେ ୫୮୦୦ କିମିକୁ ୭୬୩ ଘଣ୍ଟାରେ ଦୌଡ଼ି ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଚାଲିଗଲା ପ୍ରାଣ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଜକା ଗ୍ରାମରେ ଅଭାବନୀୟ ଘଟଣା। ବିଲକୁ କାମ କରିବାକୁ ଯାଇ ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସି…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ବାର୍‌ହା ଆକ୍ରମଣରେ ଜଣଙ୍କ ଜୀବନ ଗଲା, ୧୦ରୁ ଅଧିକ ଆହତ

ଢେଙ୍କାନାଳ,୨୬ା୭(ରତନ ନାୟାର): ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁରେ ବାର୍‌ହା ଆତଙ୍କ। ବାର୍‌ହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଇନ୍ଦିପୁର…

ଲୁଟ ଟଙ୍କାରେ ମଉଜମସ୍ତି, ୨ ଗିରଫ

ପରଜଙ୍ଗ, ୨୫।୭ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ବିଭିନ୍ନ ଚୋରି, ଲୁଟ୍‌, ଡକାୟତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri