ଜୁଆର ମାଡ଼ରେ ୩୦ ପରିବାରର ଘର ନଷ୍ଟ

ଚିକିଟି,୧୭ା୮(ଡି.ଏନ.ଏ.)-ଚିକିଟି ବ୍ଲକ୍‌ କତୁରୁ ପଞ୍ଚାୟତର ସମୁଦ୍ରତଟବର୍ତ୍ତୀ ରାମେୟାପାଟଣା ଗ୍ରାମରେ ଗୁରୁବାର ମଧ୍ୟାହ୍ନରେ ୫ ଫୁଟର ସମୁଦ୍ର ଜୁଆର ମାଡିଯାଇ ୩୦ ପରିବାରର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଅନ୍ୟ କେତେଜଣଙ୍କ ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଛି ା କ୍ଷତିଗ୍ରସ୍ତ ପରିବାରଗୁଡିକ ମଧ୍ୟରୁ କେତେକ ନିଜ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି। ଅନ୍ୟପକ୍ଷରେ କେତେକ ପରିବାର ଭୋକ ଉପାର୍ଶ୍ୱରେ ସେଠାରେ ରହିଥିବା ଦେଖିବାକୁ ମିଳୁଛି। ରାମେୟାପାଟଣା ଗ୍ରାମର ଡି. ବଳରାମ, ଏଲ୍‌. ପଟାମା, ଏଲ୍‌.କାଲମା, ପି. ଝୋନା, ପି. ନୋକାମା, ଜି. କମେଳଶ୍ୱରୀ, ପି. ଧନଲକ୍ଷ୍ମୀ, ଏ.ସୁଲୋଚନା, ଜି. ମାଲକ୍ଷ୍ମୀ, ଜେ.ପୁଷ୍ପା, ଏଲ୍‌. ରାଜେଶ୍ୱରୀ, ଆର. ଭୁଲୋକି, ଏଲ୍‌. ସୁନିତା, ଏଲ୍‌. ମୋହନ ରାଓଙ୍କ ସମେତ ୩୦ ପରିବାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛନ୍ତି ା ଶୁକ୍ରବାର ପୂର୍ବାହ୍ନରେ ଚିକିଟି ଅତିରିକ୍ତ ତହସିଲ୍‌ଦାର ଡ. ଶକ୍ତିପ୍ରସାଦ ଶ୍ରୀଚନ୍ଦନ, ଏବିଡିଓ ରମାକାନ୍ତ ସାହୁ, ରାଜସ୍ବ ନିରୀକ୍ଷିକ ଗିରିଜା ପ୍ରସାଦ ମଲ୍ଲିକ୍‌ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତିି ା ସରକାରଙ୍କ ପକ୍ଷରୁ ସମୁଦ୍ର ତଟବର୍ତ୍ତୀ ଗ୍ରାମରେ ଥିବା ମତ୍ସ୍ୟଜୀବୀ ପରିବାରକୁ ଓଡିଆରପି ଯୋଜନାରେ ବାତ୍ୟା ନିରୋଧକ ଗୃହ ଯୋଗାଇ ଦିଆଯାଉଛି। ହେଲେ ରାମେୟାପାଟଣା ଗ୍ରାମରେ ଅଧିକାଂଶ ମସତ୍‌ୟଜୀବୀ ଏହି ଯୋଜନାରୁ ବାଦ୍‌ ପଡିଛନ୍ତି। ୨୦୧୫ ମସିହାରେ ଉକ୍ତ ଗ୍ରାମରେ ମୋଟ ୪୫୦ ପରିିବାର ମଧ୍ୟରୁ ୩୩୧ ପରିବାରକୁ ଓଡିଆର୍‌ପି ଯୋଜନାରେ ଗୃହ ଦିଆଯାଇଥିଲା। ବଳକା ୧୧୯ ପରିବାର ଏହି ଯୋଜନାରୁ ବାଦ୍‌ ପଡିଛନ୍ତି ା ଦିନକୁ ଦିନ ସମୁଦ୍ର ଜୁଆର ମାଡି ଘର, ଧନସମ୍ପତ୍ତି ନଷ୍ଟ ହେଉଛି। ତେଣୁ ଗୃହ ପାଇବାରୁ ବାଦ୍‌ ପଡିଥିବା ମସତ୍‌ୟଜୀବୀ ପରିବାରଙ୍କୁ ତୁରନ୍ତ ଓଡିଆର୍‌ପି ଯୋଜନାରେ ସାମିଲ କରାଯିବାକୁ ଦାବି ହୋଇଛି। ଏ ସମ୍ପର୍କରେ ଚିକିଟି ଅତିରିକ୍ତ ତହସିଲ୍‌ଦାର ଶ୍ରୀଚନ୍ଦନ କହିଛନ୍ତି, ଜୁଆର ମାଡି କେତେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ସମ୍ପର୍କୀୟ ପାଇଥିବା ଓଡିଆର୍‌ପି ଗୃହକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ା ସନ୍ଧ୍ୟା ସୁଦ୍ଧା ସବିଶେଷ ରିପୋର୍ଟ ଜିଲା ପ୍ରଶାସନ ଓ ଜଳସେଚନ ବିଭାଗକୁ ଜଣାଇ ଦିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା: ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା

ଦିଗପହଣ୍ଡି, ୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଏକ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?