ବନ୍ୟା ବିପନ୍ନଙ୍କୁ ଭେଟିଲେ ବିଧାୟକ

ବନ୍ତଳା, ୧୭ା୮(ଡି.ଏନ.ଏ.) – ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଟିକରପଡାରେ ଶୁକ୍ରବାର ବନ୍ୟା ସ୍ଥିତି ଅନୁଧ୍ୟାନ ସହ ବିପନ୍ନଙ୍କୁ ଭେଟିଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ। ବିଧାୟକ ପ୍ରଥମେ ଟିକରପଡା, ମଝିପଡା, ଗଇନ୍ଦି, ବେହେରା ସାହି ଆଦି ବୁଲି ଦେଖିଥିଲେ। ବନ୍ୟା ସମୟରେ ସ୍ଥାନାନ୍ତର ହୋଇଥିବା ଲୋକଙ୍କୁ ଠିକ ଭାବରେ ରନ୍ଧାଖାଦ୍ୟ ଦିଆ ଯାଇ ନ ଥିବାରୁ ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅନ୍ୟ ପକ୍ଷରେ ବନ୍ୟା ଅଞ୍ଚଳରେ ସଂକ୍ରମଣ ନ ହେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ଲିଚିଂ ପାଉଡର ଦିଆଯାଉ ନ ଥିବା ଗ୍ରାମବାସୀ ବିଧାୟକଙ୍କୁ ଅଭିଯୋଗ କରିଥିଲେ। ସେହିପରି ବାରମ୍ବାର ଦାବି ସତ୍ତ୍ୱେ ଜିଲା ପ୍ରଶାସନ ପକ୍ଷରୁ ସେଠାରେ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ କରାଯାଉ ନ ଥିବା ନେଇ ଗ୍ରାମବାସୀ ବିଧାୟକଙ୍କୁ ଜଣାଇଥିଲେ। ଏ ନେଇ ସରକାରଙ୍କୁ ଜଣାଇବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଏଥି ସହିତ ଟିକରପଡା ଘାଟସାହି ବାସିନ୍ଦାମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିଥିଲେ ମଧ୍ୟ କରି ବିଲ୍‌ ପାଉ ନ ଥିବା ଓ ସେଥିପାଇଁ ଘର ଅଧାରେ ଅଟକି ରହିବା ନେଇ ବିଧାୟକଙ୍କୁ ଅବଗତ କରାଇଥିଲେ। ପରେ ବିଧାୟକ ସାଏ ସେଠାରୁ ଟାଇଁସି ସ୍କୁଲ ପରିଦର୍ଶନରେ ଯାଇଥିଲେ। ତାଙ୍କ ସହ ସାଥିରେ ଜିଲା ପରିଷଦ ସଭ୍ୟ ବିନୋଦିନୀ ପ୍ରଧାନ, ଜିଲା ଯୁବ ବିଜେଡଡି ସଭାପତି ଦୀନେଶ ପ୍ରଧାନ, ଟିକରପଡା ସରପଞ୍ଚ ସୁମତି ଦଳବେହେରା, ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ, ପୁରୁଣା କୋଟ ସମିତି ସଭ୍ୟ ଲିଟୁ ସାହୁ, ଜଗନ୍ନାଥପୁର ଯୁବ ବିଜେଡି ସଭାପତି ବିକାଶ ବେହେରା, ସମିତିସଭ୍ୟା ଝୁନୁରାଣୀ ସାହୁ, କୃଷି ବିଭାଗ ଏଓ ପ୍ରଦୀପ କୁମାର ନନ୍ଦ, ଟିକରପଡା ପଞ୍ଚାୟତ ସମ୍ପାଦକ ସଞ୍ଜୀବ କୁମାର ନାଥ, ପୁରୁଣାକୋଟ ଡାକ୍ତର ବୀରେନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri