ପୁରୀରେ ବ୍ରିଟିଶ ଅମଳର ହାତଚାଳିତ ଇଞ୍ଜିନ
ପୁରୀ ଅଫିସ, ୧।୮: ପୁରୀ ସହରରେ ରହିଛି ବ୍ରିଟିଶ ଅମଳର ହାତଚାଳିତ ଇଞ୍ଜିନ। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟ ଏକ ପରିତ୍ୟକ୍ତ ଘରେ ପଡ଼ିରହିଛି ଏହି ଐତିହାସିକ କୀର୍ତ୍ତିରାଜି। ସୋମବାର ଓଡ଼ିଶା ହାଇକୋର୍ଟ ଅତିଥି ଭବନ ଶିଳାନ୍ୟାସ ସମୟରେ ଏହା…
ଜଗତ୍ସିଂହପୁର ଜିଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ୧୨୬ ବିଦ୍ୟାଳୟରେ ନାହାନ୍ତି ପ୍ରଧାନଶିକ୍ଷକ
ଜଗତ୍ସିଂହପୁର ଅଫିସ,୧ା୮: ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବରେ ସରକାରୀ ଉଦାସୀନତା ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରୋତ୍ସାହନ ଦେଉଛି। ଯାହା ଜଗତ୍ସିଂହପୁର ଜିଲାରେ ଦେଖିବାକୁ ମିଳଛି। ଏହି ଜିଲାରେ ୧୬୪ଟି ସରକାରୀ…
ଅପରେଶନ ପରୀ: ୨ ନାବାଳିକା ଉଦ୍ଧାର
ପାରାଦୀପ,୧ା୮(ସ୍ବ.ପ୍ର.): ଅପରେଶନ ପରୀ ମାଧ୍ୟମରେ ପାରାଦୀପ ଆଦର୍ଶ ଥାନା ଓ ଅଭୟଚାନ୍ଦପୁର ଥାନା ଅଞ୍ଚଳରୁ ପୋଲିସ ୨ ନାବାଳିକାଙ୍କୁ ଉଦ୍ଧାର କରିଛି। ଏଥିସହିତ ସେମାନଙ୍କୁ ଅପହରଣ କରିଥିବା ନାବାଳକ ଦ୍ୱୟ ମଧ୍ୟ ଧରା ପଡ଼ିଛନ୍ତି। ଅଭୟଚାନ୍ଦପୁର ପୋଲିସ ସୂଚନା ଅନୁସାରେ, ଥାନା…
ଡ୍ରେନ୍ ପାଲିଟିଛି ମଶାଙ୍କ ଆବାସସ୍ଥଳୀ
ଏରସମା,୧ା୮(ସ୍ବ.ପ୍ର.): ଏରସମା ବ୍ଲକ ସଦରମହକୁମାସ୍ଥିତ ଡ୍ରେନ ଗୁଡ଼ିକ ଦୀର୍ଘ ଦିନ ହେବା ସଫା କରାଯାଉ ନାହିଁ। ଫଳରେ ତାହା ବର୍ତ୍ତମାନ ଏଡିସ୍ ମଶାଙ୍କ ଆବାସସ୍ଥଳୀ ପାଲଟିଛି। ଏଥିସହିତ ବର୍ଷାଜଳ ପ୍ରବାହିତ ହେବାରେ ବାଧା ସୃଷ୍ଟି ହୋଇଛି। କିନ୍ତୁ ଏଥିପ୍ରତି ପ୍ରଶାସନର ଦୃଷ୍ଟି…
ରସୁଲପୁର ବ୍ଲକ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ
ରସୁଲପୁର,୧।୮(ଡି.ଏନ୍.ଏ.): ଯାଜପୁର ଜିଲାପାଳ ରଞ୍ଜନକୁମାର ଦାସ ବୁଧବାର ପୂର୍ବାହ୍ନରେ ରସୁଲପୁର ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲାପାଳ ଦାସ ଧର୍ମଶାଳା ବ୍ଲକ ଜାରକା ବଜାରସ୍ଥିତ ତ୍ରିନାଥ ମନ୍ଦିରଠାରେ ବରିଷ୍ଠ ନାଗରିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ବାଟରେ ଏହି ବ୍ଲକ…
କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଏମ୍ପି: ଆଇଆଇଏମ୍ସିର ଉନ୍ନତୀକରଣ କରାଯାଉ
ଢେଙ୍କାନାଳ ଅଫିସ,୧ା୮ – ଢେଙ୍କାନାଳଠାରେ ଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନର ଉନ୍ନତୀକରଣ କରାଯିବା ପାଇଁ ଏମ୍ପି ମହେଶ ସାହୁ ୨୭ ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ସଂସ୍ଥାନକୁ ୨୬ ବର୍ଷ ପୂରିଥିବା…
ଅସହାୟ ମା’,ଝିଅଙ୍କୁ ସହାୟତାର ହାତ ବଢ଼ାଇଲେ ତହସିଲଦାର
ରସୁଲପୁର,୧।୮(ଡି.ଏନ୍.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତର ପଠାଣ ମହାଲାରେ ରହୁଥିବା ମା’ ୱାହେଦା ପରବିନ୍ ଓ ତାଙ୍କ ୧୨ବର୍ଷର ଝିଅଙ୍କୁ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ସହାୟତାରେ ବଢାଇଛନ୍ତି। ଏହି ମା’ଝିଅ ଗତ କିଛିଦିନ ହେଲା ଅର୍ଥାଭାବରୁ ରନ୍ଧାଖାଦ୍ୟ…
ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଷ୍ଟ୍ରେଚରରେ ବୁହାହେଲେ ପ୍ରସୂତ
ଭାପୁର, ୧ା୮(ଡି.ଏନ.ଏ.) – ରାସ୍ତା ନ ଥିବାରୁ ଗାଁରେ ପଶି ପାରି ନ ଥିଲା ଆମ୍ବୁଲାନ୍ସ। ଫଳରେ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରସୂତିଙ୍କୁ ଷ୍ଟ୍ରେଚରରେ ବୋହି ପ୍ରାୟ ୨ କିମି ଚାଲିବା ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ଭାପୁର ସଦର…
କଟକରେ ଗଳାକାଟି ୩ ଜଣଙ୍କୁ ହତ୍ୟା ଘଟଣା: ନାରାୟଣଙ୍କୁ ଫସାଇ ଦେଇଛି ପୋଲିସ
ନୟାଗଡ଼ ଅଫିସ,୧।୮: କଟକ ସହରରେ ଗତ ୨୩ ଓ ୨୪ ତାରିଖରେ ଫୁଟ୍ପାଥ୍ରେ ଶୋଇଥିବା ୩ ଜଣ ଲୋକଙ୍କ ଗଳାକାଟିି ହତ୍ୟା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟିକରିଛି। ଏହି ଘଟଣାରେ ୨୭ ତାରିଖ ବିଳମ୍ବିତ ରାତ୍ରିରେ କଟକ ଓ ଓଡ଼ଗାଁ…
ଉପଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ
ଛେଣ୍ଡିପଦା,୧ା୮(ସ୍ବ.ପ୍ର) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତ ବରମଳିହା ଗ୍ରାମକୁ ୧୫ ଦିନ ହେବ ଯାତାୟାତ ଠପ୍ ହୋଇଯାଇଛି। ଉକ୍ତ ରାସ୍ତାକୁ ଗ୍ରାମର କେତେଜଣ ବ୍ୟକ୍ତି ବନ୍ଦ କରିଦେଇଥିବାରୁ ଗ୍ରାମବାସୀ ଅସୁବିଧା ଭୋଗୁଛନ୍ତି। ଏ ସଂକ୍ରାନ୍ତରେ ଗ୍ରାମବାସୀ ବୁଧବାର…
ଯକ୍ଷ୍ମା ରୋଗ ଚିହ୍ନଟ, ନିରାକରଣ ଉପରେ ସଚେତନତା ଆବଶ୍ୟକ
କାଳିଆପାଣି,୧।୮(ଡି.ଏନ୍.ଏ.): ଓଡ଼ିଶା ଖଣି ନିଗମ ପକ୍ଷରୁ ବୁଧବାର ଯକ୍ଷ୍ମା ନିରାକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖଣି ନିଗମ ଆଞ୍ଚଳିକ ପରିଚାଳକ ବିଜୟ କୁମାର ବେହେରାଙ୍କ ପ୍ରଚେଷ୍ଟାରେ କାଳିଆପାଣି ହାଇସ୍କୁଲର ଛାତ୍ରୀଛାତ୍ରଙ୍କୁ ନେଇ କମ୍ୟୁନିଟି ହଲ୍ଠାରେ କାର୍ଯ୍ୟକ୍ରମ…
କାମରେ ଆସୁନି ଡାଇଭର୍ସନ ରାସ୍ତା
ଡାବୁଗାଁ,୧।୮(ଡି.ଏନ୍.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରୁ ୨୦୦ ମିଟର ଦୂର ୩୯ ନଂ ରାଜ୍ୟ ରାଜପଥର ଅଙ୍ଗୀ ନଦୀ ଉପରେ ପୂର୍ତ୍ତ ବିଭାଗ ତରଫରୁ ଚାଲିଛି ପୋଲ ନିର୍ମାଣ। ଲୋକମାନଙ୍କ ଯାତାୟାତ ପାଇଁ ପକ୍କା ଡାଇଭର୍ସନ ନିର୍ମାଣ ପାଇଁ…

