ପୂର୍ବ ଶତ୍ରୁତାକୁ ନେଇ କଟକରେ ବୋମାମାଡ଼

କଟକ ଅଫିସ,୨୨ା୮: ଲାଲବାଗ ଥାନା ଅନ୍ତର୍ଗତ ଡଗରପଡା ଭୂତିଆସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ବୋମାମାଡ ହୋଇଛି। ୩ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଗୋଲକ ପରିଡା(୪୦) ଓ ସମ୍ପର୍କୀୟ ଭାଇ ଲିକୁନା (୩୫)ଙ୍କ ଘର ଉପରକୁ ୪ ବୋମା ଫିଙ୍ଗିଛନ୍ତି। ସେଥିମଧ୍ୟରୁ ୩ ବୋମା ଫୁଟିଥିଲା। ବୋମାମାଡରେ କାନ୍ଥଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଏଥିସହ ବୋମା ନିଷ୍କ୍ରିୟକାରୀ ଦଳ କୋଟିଏ ଅଫୁଟା ବୋମାକୁ ଜବତ କରି ନିଷ୍କ୍ରିୟ କରିଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖିଛି। ତଦନ୍ତରେ ବାଧା ଉପୁଜିବା କାରଣରୁ ସେମାନଙ୍କ ନଁ। ପ୍ରକାଶ କରିବାକୁ ମନା କରିଛି। ଏ ନେଇ ଗୋଲକ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗୋଲକ ଓ ଉକ୍ତ ଅଞ୍ଚଳର ହାଡିଆଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଗୋଲକ ଓ ତାଙ୍କ ଭାଇ ପଦ୍ମନାଭଙ୍କର ଅଶ୍ୱିନୀ ହସ୍ପିଟାଲ ପାଖରେ ଦୁଇଟି ଦୋକାନ ଥିଲା। ସେଥିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏଥିରେ ହାଡିଆଙ୍କ ସମ୍ପୃକ୍ତି ଥିବା ନେଇ ଗୋଲକ ଓ ପଦ୍ମନାଭ ସନ୍ଦେହ କରିବା ସହ ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପୂର୍ବରୁ ହାଡ଼ିଆଙ୍କ ନାମରେ ଏକାଧିକ ଆପରାଧିକ ମାମଲା ରହିଥିବାବେଳେ ସେ କିଛିଦିନ ତଳେ ଜେଲ୍‌ରୁ ଫେରିଥିଲେ। ବୁଧବାର ଅପରାହ୍ନ ୧ଟାରେ ହାଡିଆ ଓ ତାଙ୍କ ଦୁଇ ଜ୍ୱାଇଁ ଦୁଇଟି ବାଇକ୍‌ରେ ଗଳିମୁଣ୍ଡରେ ଆସି ପହଞ୍ଚତ୍ଥିଲେ। ଦୁଇ ଜ୍ୱାଇଁ ଗାଡ଼ି ଷ୍ଟାର୍ଟ କରି ଛିଡ଼ା ହୋଇଥିବାବେଳେ ହାଡିଆ ପ୍ରଥମେ ଲିକୁନାଙ୍କ ଘର ଉପରକୁ ଗୋଟିଏ ବୋମା ଫିଙ୍ଗିଥିଲେ। ପରେ ଗୋଲକଙ୍କ ଘର ଉପରକୁ ତିନୋଟି ବୋମାମାଡ଼ କରିଥିଲେ। ସେଥିରୁ ଦୁଇଟି ବୋମା ଫୁଟିଥିଲା ବୋଲି ଗୋଲକ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ବୋମାମାଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ। ସୂଚନାଯୋଗ୍ୟ, କିଛିଦିନ ତଳେ ଖାନ୍‌ନଗରରେ ବୋମାମାଡ ହୋଇଥିଲା। ଆଗକୁ ପାର୍ବଣ ଆସୁଥିବାବେଳେ ପୁଣି ବୋମାମାଡ଼ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଏ ନେଇ ଗୋଲକ କହିଛନ୍ତି, ଉକ୍ତ ଘଟଣା ପରଠାରୁ ମୁଁ ଓ ମୋ ପରିବାର ଭୟଭୀତ ଅବସ୍ଥାରେ ରହିଛୁ। ହାଡିଆ ଜଣେ ବଡ଼ ଗୁଣ୍ଡା ଓ ତାଙ୍କ ପାଖରେ ଅର୍ଥବଳ ରହିଛି। ତେଣୁ ସେ ଆଗକୁ ଆମର ଅନେକ କ୍ଷତି ଘଟାଇପାରେ। ପୋଲିସ ତାଙ୍କୁ କଠୋର ଦଣ୍ଡ ଦେବା ସହ ଆମକୁ ସୁରକ୍ଷା ପ୍ରଦାନ କରୁ। ସ୍ଥାନୀୟ ବାସିନ୍ଦା ସୁରେନ୍ଦ୍ର ପରିଡା କୁହନ୍ତି, ଘଟଣା ଘଟିବା ସମୟରେ ଛୋଟ ପିଲାମାନେ ଚଳପ୍ରଚଳ ହେଉଥିଲେ। ଠାକୁରଙ୍କ କୃପାରୁ କାହାର କିଛି କ୍ଷତି ହୋଇନି। ଏ ସମ୍ପର୍କରେ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି, ତଦନ୍ତ ସରିବା ପରେ ଯାହା କହିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?