ଅସଜଡ଼ା ଭିତ୍ତିଭୂମିରେ ଚାଲିଛି ଶିକ୍ଷାଦାନ

ବ୍ରହ୍ମଗିରି,୨୨ା୮(ଡି.ଏନ.ଏ): ବ୍ରହ୍ମଗିରି ବ୍ଲକରେ ଶିକ୍ଷା ବ୍ୟବସ୍ଥା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି। ଏହିି ବ୍ଲକ ଅନ୍ତର୍ଗତ କାଣ୍ଡୋଗଦା ପଞ୍ଚାୟତର ମୁଣ୍ଡାଳ ଗ୍ରାମସ୍ଥିତ ମୁଣ୍ଡାଳ ଜାଡିପୁର ପ୍ରାଥମିକ ବିଦ୍ୟାଳୟ ଓ ଯୁଗୋଜ୍ୟୋତି ୟୁପି ଏମଇ ବିଦ୍ୟାଳୟ ଦେଖିଲେ ଭିତ୍ତିଭୂମି ଓ ଏହାର ଶିକ୍ଷା ବ୍ୟବସ୍ଥାରୁ ସବୁ ଅନୁମେୟ ହୋଇଯିବ। ମୁଣ୍ଡାଳ ଜାଡିପୁର ପ୍ରାଥମିକ ବିଦ୍ୟାଳୟଟି ୧୯୫୮ରେ ସ୍ଥାପିତ ହୋଇଥିବାବେଳେ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଛି। ଏହି ୫ଟି ଶ୍ରେଣୀରେ ବର୍ତ୍ତମାନ ୭୭ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏମାନଙ୍କ ପାଇଁ ୩ଜଣ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। କିନ୍ତୁ ଏହି ବିଦ୍ୟାଳୟରେ ଥିବା ଏକ ପୁରୁଣା ଶ୍ରେଣୀଗୃହ ୫ବର୍ଷ ତଳୁ ବିପଦସଙ୍କୁଳ ଘୋଷଣା କରାଯାଇଥିଲା। ତାହା ଫନୀ ବାତ୍ୟାରେ ସମ୍ପୂର୍ଣ୍ଣ ମାଟିରେ ମିଶିଯିବା ପରେ ଏବେ ଗୋଟିଏ ଶ୍ରେଣୀଗୃହରେ ୫ଟି ଶ୍ରେଣୀର ଛାତ୍ରୀଛାତ୍ର ବସିପାଠ ପଢୁଛନ୍ତି। ଏ ନେଇ ଶିକ୍ଷକ ଶରତ ସେଠୀ କୁହନ୍ତି, ସରକାରଙ୍କ କୁଠାରୀ ନିୟମାନୁଯାୟୀ ଯେତିକି ଶ୍ରେଣୀକୁ ସେତିକି ଗୃହ ରହିବା ଆବଶ୍ୟକ, କିନ୍ତୁ ଆମ ବିଦ୍ୟାଳୟରେ ୫ଟି ଶ୍ରେଣୀ ଥିବାବେଳେ ଗୋଟିଏ ଶ୍ରେଣୀଗୃହ ଅଛି। ଅନ୍ୟ ଗୋଟିଏ ଗୃହ ଫନୀରେ ଭାଙ୍ଗିଯିବାପରେ ଆମେ ପ୍ରଶାସନ ନିକଟରେ ଆବଶ୍ୟକୀୟ ଶ୍ରେଣୀଗୃହ ପାଇଁ ଅଭିଯୋଗ କରିଛୁ। ସେହିଭଳି ଯୁଗୋଜ୍ୟୋତି ୟୁପି ଏମଇ ବିଦ୍ୟାଳୟରେ ୬ଷ୍ଠ ଓ ୭ମ ଶ୍ରେଣୀ ରହିଛି। ଏହାର ପରିବେଶ ବିପଦପୂର୍ଣ୍ଣ ଭାବେ ରହିଥିବାବେଳେ ଚାରିପଟେ ପାଣି ଜମିରହିଛି। ଫଳରେ ସରୀସୃପଙ୍କ ଭୟ ସର୍ବଦା ଲାଗିରହିଛି। ବିଦ୍ୟାଳୟଟି ରୋଡ ପାର୍ଶ୍ୱରେ ଥିବାରୁ ଏହାର ସୁରକ୍ଷା ପ୍ରାଚୀର ମଧ୍ୟ ନାହିଁ। ଏହାସହ ବିଦ୍ୟାଳୟ ନିକଟରେ ରହିଛି ଦୁଇଟି ପୋଖରୀ। ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା ନ ଥିବାରୁ ଛାତ୍ରୀଛାତ୍ରମାନେ ମଧ୍ୟାହ୍ନଭୋଜନ ସମୟରେ ପୋଖରୀ ଉପରେ ନିର୍ଭର କରନ୍ତି। ଫଳରେ ଛୋଟ ପିଲାମାନେ ପୋଖରୀକୁ ଯିବା ନିରାପଦ ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ କରନ୍ତି । ତୁରନ୍ତ ଏହାର ଭିତ୍ତିଭୂମି ସଜାଡ଼ିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri