ଆମ ଜିଲା ଖବର

ପୋଲିସ ଏନ୍‌କାଉଣ୍ଟର: ସୁପାରିକିଲର ମେହେତାବ ଗୁରୁତର, କଟକ ବଡ଼ ମେଡିକାଲରେ ଭର୍ତ୍ତି

କେନ୍ଦ୍ରାପଡ଼ା ଅଫିସ,୬।୮: କେନ୍ଦ୍ରାପଡ଼ା ସଦର ପୋଲିସ ଓ ଜିଲା ପୋଲିସ ସ୍କ୍ବାଡ୍‌ ପକ୍ଷରୁ ଗଣ୍ଡାଖିଆ ରାସ୍ତାର ଏରାଠାରେ ସୋମବାର ବିଳମ୍ବିତ ରାତିରେ ଏନ୍‌କାଉଣ୍ଟର କରାଯାଇଛି। ଏଥିରେ ଟାଉନ ଥାନା ଅନ୍ତର୍ଗତ ଜଇପୁରା ଗ୍ରାମର ସେକ୍‌ ମେହେତାବ ଗୁରୁତର ହୋଇ କଟକ ବଡ…

ଲକ୍ଷ୍ୟପଥରୁ ଦୂରଉଛି ଆର୍‌ଏସ୍‌ଏସ୍‌: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ, ୬।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଲା, ଏବେ ସେଥିରୁ ଦୂରେଇଯାଉଛି ବୋଲି କହିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ସୋମବାର ଶଙ୍କରାଚାର୍ଯ୍ୟ ମଠରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ…

ଲୋକଙ୍କୁ ସେବା ଯୋଗାଇ ଆସ୍ଥା ଭାଜନ ହୁଅ- ରାଜସ୍ବ ମନ୍ତ୍ରୀ

ବାରିପଦା ଅଫିସ,୬।୮- ମୟୂରଭଞ୍ଜ ଜିଲାର ବାରିପଦା ତହସିଲକୁ ରାଜ୍ୟର ଏକ ଆଦର୍ଶ ତହସିଲରେ ପରିଣତ କରାଯିବ। ଏଥିଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ମତବ୍ୟକ୍ତ କରିଛନ୍ତି। ସୋମବାର ସକାଳ ପ୍ରାୟ…

ହାତୀ ଉଜାଡିଲେ ଧାନ ଫସଲ

ଠାକୁରମୁଣ୍ଡା,୬ା୮(ଡି.ଏନ୍‌.ଏ.)-ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଚମ୍ପାଝର ବିଟ ଜରକ ପଞ୍ଚାୟତ ଘଣ୍ଟିଆଦର ଓ ଖୁଦଶୀଳା ଗ୍ରାମରେ କିଛିଦିନ ହେଲା ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ହାତୀ ପଲ ଗ୍ରାମ ନିକଟ ଜଙ୍ଗଲ ଛାଡ଼ି ଯାଉ ନ ଥିବାରୁ ଚାଷୀମାନେ ଚିନ୍ତାରେ…

ଉତ୍ତର ଓଡ଼ିଶା ଯୁବ ଓ ଛାତ୍ର ସଂଗଠନର ବିକ୍ଷୋଭ

ବାରିପଦା ଅଫିସ,୬।୮- ଉତ୍ତର ଓଡ଼ିଶା ଯୁବ ଓ ଛାତ୍ର ସଂଘ ପକ୍ଷରୁ ସୋମବାର ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଡ.ତରୁଣ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

୬ ଆନ୍ତଃରାଜ୍ୟ ଲୁଟେରା ଗିରଫ

ବାଲେଶ୍ୱର ଅଫିସ, ୬।୮-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ନହରପାଟଣା ଛକରେ ଗୋଟିଏ ଟ୍ରକ୍‌ ଅଟକାଇ ୬ ଆନ୍ତଃରାଜ୍ୟ ଲୁଟେରାମାନେ ଟ୍ରକ୍‌ରେ ଥିବା କମ୍ବଳକୁ ଲୁଟିନେବାକୁ ଉଦ୍ୟମ କରିଥିଲେ। ପୋଲିସ ପହଞ୍ଚତ୍ ସମସ୍ତଙ୍କୁ କାବୁ କରିଛି। ପୋଲିସ…

ଅବ୍ୟବସ୍ଥାରେ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର:ଡାକ୍ତର ନ ଥିବାରୁ ଉତ୍ତେଜନା

ବାହାନଗା, ୬ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ଥିବା ଏକମାତ୍ର ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନାନା ଅବ୍ୟବସ୍ଥା ଦେଇ ଗତି କରୁଛି। ଏଠାରେ ଡାକ୍ତର ନ ଥିବାରୁ ଡେପୁଟେଶନରେ ଆସୁଥିବା ଜୁନିୟର ଡାକ୍ତରଙ୍କ ଦ୍ୱାରା ରୋଗୀସେବା କରାଯାଉଛି। ଅନେକ ସମୟରେ ଜୁନିୟର ଡାକ୍ତର…

କାଳିଆ ଯୋଜନାରୁ ବାଦ୍‌ ପଡ଼ିବେ ଅଯୋଗ୍ୟ ହିତାଧିକାରୀ

ତିହିଡ଼ି, ୬।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତରେ କାଳିଆ ଯୋଜନାରେ ବହୁ ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଛନ୍ତି। ସେମାନେ ପ୍ରଥମ କିସ୍ତିରେ ୫ ହଜାର ଲେଖାଏ ଟଙ୍କା ପାଇସାରିଛନ୍ତି। ତେବେ ସେହି ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ…

ଫେଲ୍‌ ମାରିଛି ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା

ଯୋଡ଼ା, ୬।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ଟ୍ରକରେ ଜିପିଏସ୍‌ ଟ୍ରାକିଂ ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ କରାଯାଇଥିଲେ ବି ଏହି ବ୍ୟବସ୍ଥା ଫେଲ୍‌ ମାରିଛି। ଖଣିଜ ଚୋରା ଚାଲାଣ ରୋକିବାକୁ ରାଜ୍ୟ ସରକାର ୨୦୧୨ରେ ଏଭଳି…

ମହିଳାଙ୍କୁ ବଳାତ୍କାର ଉଦ୍ୟମ ମାମଲାଜେଲ ଗଲେ ଗ୍ରାସୀମର ପୂର୍ବତନ ସୁରକ୍ଷା ଅଧିକାରୀ

ଛତ୍ରପୁର/ଗଞ୍ଜାମ, ୬ା୮(ଡି.ଏନ.ଏ.)-ଗଞ୍ଜାମ ଥାନା ଅଞ୍ଚଳରେ କାମ ଦେବା ନାଁରେ ଜଣେ ମହିଳାଙ୍କୁ ବଳାକତ୍ାର ଉଦ୍ୟମ କରିବା ଘଟଣାର ଅଭିଯୁକ୍ତ ତଥା ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ର ପୁର୍ବତନ ମୁଖ୍ୟ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ଦାସ ସୋମବାର ଜେଲ ଯାଇଛନ୍ତି ା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ…

ଗଞ୍ଜାମ ଜିଲାରେ ବଢ଼ିଲା ଝିଅଙ୍କ ସଂଖ୍ୟା

ବ୍ରହ୍ମପୁର ଅଫିସ୍‌,୬ା୮-ପୁଅମାନଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ନୈରାଶ୍ୟଜନକ ଯୋଗୁ ଯେଉଁ ଗଞ୍ଜାମ ଜିଲାର ବଦନାମ୍‌ ଥିଲା, ସେଇ ଜିଲାରେ ଝିଅଙ୍କ ସଂଖ୍ୟା ଉତ୍ସାହଜନ ଭାବେ ବଢ଼ିବାରେ ଲାଗିଛି। ଗତ କିଛିବର୍ଷ ଭିତରେ ଲିଙ୍ଗାନୁପାତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସୋମବାର ରାଜ୍ୟ…

ଓଟିଇଟି ପରୀକ୍ଷା ପାଇଁ ହିନସ୍ତା ହେଲେ ପରୀକ୍ଷାର୍ଥୀ: ଶଙ୍ଖା, ମଙ୍ଗଳସୂତ୍ର କାଢ଼ି ପରୀକ୍ଷା ଦେଲେ ସଧବା

ଖଣ୍ଡପଡା,୬।୮(ସ୍ବ.ପ୍ର.)-ଚଳିତ ଓଟିଇଟି ପରୀକ୍ଷାରେ ନୟାଗଡ଼ ଜିଲା ପାଣିପଇଲା ନିକଟ ଇଞ୍ଜିନିୟରିଂ କଲେଜ ପରୀକ୍ଷାକେନ୍ଦ୍ରରେ ସୋମବାର ପରୀକ୍ଷାର୍ଥୀମାନଙ୍କୁ ବହୁ ହିନସ୍ତା ହେବାକୁ ପଡିଛି। ପରୀକ୍ଷାକେନ୍ଦ୍ର ଭିତରକୁ ପଶିବା ପୂର୍ବରୁ ସେମାନଙ୍କ ହାତ, ବେକରୁ ଚୁଡି ଗହଣା କାଢିବା ପାଇଁ ବାଧ୍ୟ କରାଯାଇଛି। ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?