ତ୍ୟାଗ ପାଇଁ ପ୍ରସ୍ତୁତ, ପ୍ରଥମେ ଥଇଥାନ କରାଯାଉ

ପୁରୀ ଅଫିସ, ୨୭।୮: ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପ୍ରଶାସନ ମଙ୍ଗଳବାରଠାରୁ ୭୫ ମିଟର ଉଚ୍ଛେଦ ଅଭିଯାନ ଆରମ୍ଭ କରିବ। ମେଘନାଦ ପ୍ରାଚୀରଠାରୁ ୭୫ ମିଟର ପରିଧି ମଧ୍ୟରେ ଥିବା ସମସ୍ତ ନିର୍ମାଣକୁ ଭଙ୍ଗାଯିବ। ଏଥିଲାଗି ପ୍ରାଥମିକ ପର୍ଯ୍ୟାୟରେ ମଙ୍ଗଳବାର ଲଙ୍ଗୁଳି ମଠ ଉଚ୍ଛେଦ ହେବ। ଏହି ମଠରେ ଥିବା ଦୋକାନୀଙ୍କୁ ସେମାନଙ୍କ ଜିନିଷପତ୍ର ଖାଲି କରିବାକୁ ପ୍ରଶାସନ କହିବା ପରେ ବ୍ୟବସାୟୀମାନେ ଚିନ୍ତାରେ ପଡିଥିଲେ। ହେଲେ ସୋମବାର ଅପରାହ୍ନ ଗୋଟାଏ ସୁଦ୍ଧା ଦୋକାନ ଖାଲି କରିବାକୁ ପ୍ରଶାସନର ତାଗିଦକୁ ବିରୋଧ କରି ବ୍ୟବସାୟୀମାନେ ସିଂହଦ୍ୱାର ନିକଟ ବଡ଼ଦାଣ୍ଡରେ ଧାରଣାରେ ବସିଥିଲେ। ପ୍ରଶାସନ ଜୋରଜବରଦସ୍ତ ଭୟଭୀତ କରାଇ ଯେଉଁ ନିଷ୍ପତ୍ତି ନେଉଛି, ତାହା ଠିକ୍‌ ନୁହେଁ। ମହାପ୍ରଭୁଙ୍କ ସୁରକ୍ଷା ପାଇଁ ସେମାନେ ତ୍ୟାଗ କରିବାକୁ ପ୍ରସ୍ତୁତ, କିନ୍ତୁ ପ୍ରଥମେ ଥଇଥାନ କରି ତାଙ୍କୁ ବିସ୍ଥାପିତ କରାଯାଉ ବୋଲି ବ୍ୟବସାୟୀମାନେ କହିଛନ୍ତି।
ଲଙ୍ଗୁଳି ମଠ କୋଠାରେ ଦୋକାନ କରିଥିବା କୃଷ୍ଣମୋହନ ସାହୁ କହିଛନ୍ତି, ପ୍ରଶାସନ ଆମକୁ କୌଣସି ନୋଟିସ ଦେଇନାହିଁ କିମ୍ବା କୌଣସି ଆଲୋଚନା ନ କରି ତରବରିଆ ଭବେ ଦୋକାନ ଖାଲି କରିବାକୁ କହିଛି। ଆମେ ଏ ନେଇ ଭୟଭୀତ ଅଛୁ। ଶ୍ରୀଜଗନ୍ନାଥଙ୍କ ପାଇଁ ଆମେ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛୁ। କିନ୍ତୁ ଆଗ ଥଇଥାନ କରି ପରେ ଭଙ୍ଗାଯାଉ। ଅନ୍ୟତମ ବ୍ୟବସାୟୀ ତପନ କୁମାର ସାହୁ କହିଛନ୍ତି, ବାପଅଜା ଅମଳରୁ ଆମେ ଠାକୁରଙ୍କ ପାଇଁ ତ୍ୟାଗ କରିଆସୁଛୁ। ଏବେ ପୁଣି ତ୍ୟାଗ କଥା କହୁଛନ୍ତି ଠିକ୍‌ ଅଛି, କିନ୍ତୁ ପ୍ରଥମେ ଥଇଥାନ କରି ଆମକୁ ଉଚ୍ଛେଦ କରାଯାଉ। ୭୫ ମିଟର ଭିତରେ ଆମ ଘର ମଧ୍ୟ ଯାଉଛି। ଦୋକାନ ଜିନିଷପତ୍ର ନେଇ କେଉଁଠି ରଖିବୁ? ଘର ଭାଙ୍ଗିଲେ ପିଲାଛୁଆ ଏବଂ ରୋଗରେ ପଡ଼ିଥିବା ମା’ବାପାଙ୍କୁ ଧରି କେଉଁଠି ରହିବୁ ବୋଲି ତପନ ପ୍ରଶ୍ନ କରିଛନ୍ତି। କେବଳ କୃଷ୍ଣ କିମ୍ବା ତପନ ନୁହନ୍ତି, ସବୁ ବ୍ୟବସାୟୀ ଥଇଥାନ ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଉପାୟଶୂନ୍ୟ ହୋଇ ଦୋକାନ ଘର ଖାଲି କରିଥିଲେ ବ୍ୟବସାୟୀ। ବଡ଼ ବଡ଼ ବ୍ୟବସାୟୀ ଗାଡିରେ ଜିନିଷପତ୍ର ଲଦି ନେଉଥିବା ବେଳେ ଆଉ କେହି ଲୋକଙ୍କୁ ଲଗାଇ ମୁଣ୍ଡରେ ଜିନିଷପତ୍ର ଲଦି ଦୋକାନ ଘର ଖାଲି କରୁଥିଲେ। ତେବେ ତରବରିଆ ଭାବେ ଦୋକାନ ଭାଙ୍ଗିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସ୍ଥାନୀୟ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ। ସେ କହିଛନ୍ତି, ବର୍ତ୍ତମାନ ଦୋକାନ ଭାଙ୍ଗିଲେ ବ୍ୟବସାୟୀମାନେ କେଉଁଠି ଥଇଥାନ ହେବେ। ପ୍ରଥମେ ତାଙ୍କୁ ଥଇଥାନ କରାଯିବା ଦରକାର। ସାଧାରଣତଃ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ତିଆରି ପାଇଁ ୨/୩ ବର୍ଷ ସମୟ ଲାଗିବ। ଦୋକାନୀମାନେ ଚଳିବେ କେମିତି, କ’ଣ ଖାଇବେ? ଯଦି ଏଭଳି ନିଷ୍ପତ୍ତି ନେବାର ଥିଲା ତେବେ ୨/୩ ବର୍ଷ ପୂର୍ବରୁ ଦୋକାନ ଘର ତିଆରି କରିବାର ଥିଲା ବୋଲି ବିଧାୟକ ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri