ସପ୍ତମ ଆର୍ଥିକ ଜନଗଣନାର ଶୁଭାରମ୍ଭ: ୩ ମାସ ଧରି ଜିଲାରେ ଚାଲିବ

ନୟାଗଡ଼ ଅଫିସ,୨୭ା୮: ସପ୍ତମ ଆର୍ଥିକ ଜନଗଣନା (ଇକୋନୋମିକ ସେନ୍‌ସସ୍‌) କାର୍ଯ୍ୟକ୍ରମ ସୋମବାର ଆରମ୍ଭ ହୋଇଛି। ଜିଲାପାଳଙ୍କ ସଦ୍‌ଭାବନା ଗୃହଠାରେ ଜିଲାପାଳ ଡ. ପୋମା ଟୁଡୁ ଏହାକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମର ମଧ୍ୟାନ୍ତର ସମୟରେ ଏହାର ରିପୋର୍ଟ ଦେବା ପାଇଁ ସେ ଜନସେବା କେନ୍ଦ୍ର (ସିଏସସି)ର ଅଧିକାରୀମାନଙ୍କୁ କହିଥିଲେ। ସୂଚନାଯୋଗ୍ୟ ପୂର୍ବରୁ ଶିକ୍ଷକମାନେ ଏହି ଗଣନା କାର୍ଯ୍ୟ କରୁଥିବା ବେଳେ ଏଥର କିନ୍ତୁ ସେମାନଙ୍କୁ ବିରତି ଦିଆଯାଇ ଜନସେବା କେନ୍ଦ୍ର କର୍ମଚାରୀମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଜନସେବା କେନ୍ଦ୍ରରେ ଥିବା ସୁପରଭାଇଜର ଓ ଗଣନାକାରୀମାନେ ମୋବାଇଲ୍‌ ଆପ୍ଲିକେସନ୍‌ ମାଧ୍ୟମରେ ଏହି ଗଣନା କାର୍ଯ୍ୟକ୍ରମ କରିବେ। ୭ଦିନ ମଧ୍ୟରେ ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ଓ ୩ମାସ ଧରି ଚାଲିବ। ସୁପରଭାଇଜର ଓ ଗଣନକାରୀମାନେ ଘର ଓ ବିଭିନ୍ନ ପ୍ରତିଷ୍ଠାନ ବୁଲି ଲୋକମାନଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ସେମାନଙ୍କର ନାମ, କେଉଁ ସଂସ୍ଥାରେ କ’ଣ କାମ କରୁଛନ୍ତି ଓ ଆର୍ଥିକ ସ୍ଥିତି ଆଦି ବିଷୟରେ ତଥ୍ୟ ସଂଗ୍ରହ କରିବେ। ଏହା ପରେ ଉକ୍ତ ତଥ୍ୟ କେନ୍ଦ୍ରକୁ ପଠାଯିବ ବୋଲି ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଣନା ଅଧିକାରୀ ତପନ କୁମାର ମିଶ୍ର, ସହକାରୀ ନିର୍ଦ୍ଦେଶକ ଶଙ୍କର ବେହେରା, ଡ଼େପୁଟି ନିର୍ଦ୍ଦେଶକ ତାରା ପ୍ରସାଦ ପଟ୍ଟନାୟକ, ଜନସେବା କେନ୍ଦ୍ରର ଜିଲା ପରିଚାଳକ ଆଶୁତୋଷ ଶତପଥୀ, ସୁବାସ ଚନ୍ଦ୍ର ପରିଡ଼ା, ଜିଲା ସଂଯୋଜକ ହିମାଂଶୁ ଶେଖର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏ ନେଇ କୌଣସି ସମସ୍ୟା ଦେଖାଦେଲେ ୧୮୦୦-୩୦୦୦-୩୪୬୮ ଟୋଲ୍‌ ଫ୍ରି ନମ୍ବରରେ କଲ୍‌ କରିବା ପାଇଁ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri