ନୀଳମାଧବଙ୍କ ପୀଠରେ ଲବଣୀଖିଆ ଉତ୍ସବ

ଖଣ୍ଡପଡା,୨୭।୮(ସ୍ବ.ପ୍ର.)-ସୋମବାର କାଳୀୟଦଳନ ଏକାଦଶୀ ତିଥିରେ କଣ୍ଟିଲୋ ନୀଳମାଧବ ଜୀଉଙ୍କ ପୀଠରେ ବାଳୁତ କୃଷ୍ଣଙ୍କର ଲବଣୀଖିଆ ଓ କାଳୀୟ ଦଳନ ଉତ୍ସବ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ନୀଳମାଧବ ଜୀଉଙ୍କ ସ୍ନାନ ଏବଂ ଅବକାଶ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା । ଅପରାହ୍ନ ପ୍ରାୟ ୨ଟାରେ ଠାକୁରଙ୍କ ସନ୍ଧ୍ୟା ଆଳତି ପରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ବାଳୁତକୃଷ୍ଣ (ଗୁରୁଣ୍ଡି ଗୋପାଳ)ଙ୍କୁ ବେଶ କରାଯାଇଥିଲା । ଗୋପାଳ ଭୂମିକାରେ ଅବତୀର୍ଣ୍ଣ ନୀହାର ରଞ୍ଜନ ମିଶ୍ର, ବାଳଗୋପାଳ କୃଷ୍ଣ ଓ ମଦନମୋହନଙ୍କୁ ସେବକସାହିସ୍ଥ ରବୀନ୍ଦ୍ର ନାଥ ମିଶ୍ରଙ୍କ ବାସଭବନକୁ ନିମନ୍ତ୍ରଣ ରକ୍ଷା କରି ଲବଣୀ ଖାଇବାକୁ ନେଇଥିଲେ ା ନିମନ୍ତ୍ରଣ ସାଥିରେ ଅଣାଯାଇଥିବା ନୂତନ ବସ୍ତ୍ର ଓ ଅଳଙ୍କାର ପରିଧାନ କରି ବାଳୁତକୃଷ୍ଣ ସମ୍ପୃକ୍ତ ପୂଜକ ମିଶ୍ରଙ୍କ ଗୃହକୁ ଅପରାହ୍ନ ପ୍ରାୟ ସାଢେ୪ଟାରେ ବିଜେ କରିଥିଲେ । ପୂଜକ ମିଶ୍ର ଠାକୁରଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରିବା ପରେ ସାହିର ସମସ୍ତ ବ୍ରାହ୍ମଣ ସମ୍ପ୍ରଦାୟର ମହିଳାମାନେ ବାଳଗୋପାଳଙ୍କୁ ବନ୍ଦାପନା କରି ପୂଜାର୍ଚ୍ଚନା କରିଥିଲେ ।  ଏହାପରେ ଶ୍ରୀ ଜୀଉଙ୍କୁ ସର, ଲବଣୀ ଓ ବିଭିନ୍ନ ପ୍ରକାର ଫଳ ଅର୍ପଣ କରାଯାଇଥିଲା । ଅପରାହ୍ନ ପ୍ରାୟ ୫ଟାରେ କାଳିନ୍ଦୀ ହ୍ରଦ ଭାବରେ ନୀତି ସମ୍ପନ୍ନ ହେଉଥିବା ନୀଳମାଧବ ଜୀଉଙ୍କ ଦୟଣା ଚୋରି ବଗିଚାକୁ ବିଜେ ହୋଇଥିଲେ ବୋଲି ଦେବୋତ୍ତର ମ୍ୟାନେଜର ହରିହର ଦାଶ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ଦିଲ୍ଲୀରେ ମେଟ୍ରୋ ବନ୍ଦ ମାମଲା: CJI କହିଲେ ଲଞ୍ଚ୍‌ ପରେ ଦେଖିବା…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ମଧ୍ୟରେ ସୁରକ୍ଷା କାରଣରୁ ୧୬ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି। ଏହି ମାମଲା ଏବେ ସୁପ୍ରିମ୍ କୋର୍ଟରେ ପହଞ୍ଚିଛି। SCBA…

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

‘ଯଦି ମୋତେ ଆଜି ଜନ୍ତରମନ୍ତରରେ ପାଇବେନି ତେବେ ଜାଣିନେବେ’… ଅଭିଜିତ୍‌ ଦୀପ୍‌କେଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୩।୭: କକରୋଚ ଜନତା ପାର୍ଟିର ମୁଖ୍ୟ ଅଭିଜିତ ଦୀପକେ ଆନ୍ଦୋଳନକାରୀମାନଙ୍କୁ ଏକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ଆଜି ଜନ୍ତର-ମନ୍ତରରେ ଦେଖା ନ…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri