ନୀଳମାଧବଙ୍କ ପୀଠରେ ଲବଣୀଖିଆ ଉତ୍ସବ

ଖଣ୍ଡପଡା,୨୭।୮(ସ୍ବ.ପ୍ର.)-ସୋମବାର କାଳୀୟଦଳନ ଏକାଦଶୀ ତିଥିରେ କଣ୍ଟିଲୋ ନୀଳମାଧବ ଜୀଉଙ୍କ ପୀଠରେ ବାଳୁତ କୃଷ୍ଣଙ୍କର ଲବଣୀଖିଆ ଓ କାଳୀୟ ଦଳନ ଉତ୍ସବ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ନୀଳମାଧବ ଜୀଉଙ୍କ ସ୍ନାନ ଏବଂ ଅବକାଶ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା । ଅପରାହ୍ନ ପ୍ରାୟ ୨ଟାରେ ଠାକୁରଙ୍କ ସନ୍ଧ୍ୟା ଆଳତି ପରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ବାଳୁତକୃଷ୍ଣ (ଗୁରୁଣ୍ଡି ଗୋପାଳ)ଙ୍କୁ ବେଶ କରାଯାଇଥିଲା । ଗୋପାଳ ଭୂମିକାରେ ଅବତୀର୍ଣ୍ଣ ନୀହାର ରଞ୍ଜନ ମିଶ୍ର, ବାଳଗୋପାଳ କୃଷ୍ଣ ଓ ମଦନମୋହନଙ୍କୁ ସେବକସାହିସ୍ଥ ରବୀନ୍ଦ୍ର ନାଥ ମିଶ୍ରଙ୍କ ବାସଭବନକୁ ନିମନ୍ତ୍ରଣ ରକ୍ଷା କରି ଲବଣୀ ଖାଇବାକୁ ନେଇଥିଲେ ା ନିମନ୍ତ୍ରଣ ସାଥିରେ ଅଣାଯାଇଥିବା ନୂତନ ବସ୍ତ୍ର ଓ ଅଳଙ୍କାର ପରିଧାନ କରି ବାଳୁତକୃଷ୍ଣ ସମ୍ପୃକ୍ତ ପୂଜକ ମିଶ୍ରଙ୍କ ଗୃହକୁ ଅପରାହ୍ନ ପ୍ରାୟ ସାଢେ୪ଟାରେ ବିଜେ କରିଥିଲେ । ପୂଜକ ମିଶ୍ର ଠାକୁରଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରିବା ପରେ ସାହିର ସମସ୍ତ ବ୍ରାହ୍ମଣ ସମ୍ପ୍ରଦାୟର ମହିଳାମାନେ ବାଳଗୋପାଳଙ୍କୁ ବନ୍ଦାପନା କରି ପୂଜାର୍ଚ୍ଚନା କରିଥିଲେ ।  ଏହାପରେ ଶ୍ରୀ ଜୀଉଙ୍କୁ ସର, ଲବଣୀ ଓ ବିଭିନ୍ନ ପ୍ରକାର ଫଳ ଅର୍ପଣ କରାଯାଇଥିଲା । ଅପରାହ୍ନ ପ୍ରାୟ ୫ଟାରେ କାଳିନ୍ଦୀ ହ୍ରଦ ଭାବରେ ନୀତି ସମ୍ପନ୍ନ ହେଉଥିବା ନୀଳମାଧବ ଜୀଉଙ୍କ ଦୟଣା ଚୋରି ବଗିଚାକୁ ବିଜେ ହୋଇଥିଲେ ବୋଲି ଦେବୋତ୍ତର ମ୍ୟାନେଜର ହରିହର ଦାଶ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri