ଆମ ଜିଲା ଖବର

ବନ୍ୟା ବିପନ୍ନଙ୍କୁ ଭେଟିଲେ ବିଧାୟକ

ବନ୍ତଳା, ୧୭ା୮(ଡି.ଏନ.ଏ.) – ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଟିକରପଡାରେ ଶୁକ୍ରବାର ବନ୍ୟା ସ୍ଥିତି ଅନୁଧ୍ୟାନ ସହ ବିପନ୍ନଙ୍କୁ ଭେଟିଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ। ବିଧାୟକ ପ୍ରଥମେ ଟିକରପଡା, ମଝିପଡା, ଗଇନ୍ଦି, ବେହେରା ସାହି ଆଦି ବୁଲି ଦେଖିଥିଲେ।…

ଉପସ୍ଥାନକୁ ନେଇ ପୌର କାର୍ଯ୍ୟାଳୟରେ ବିବାଦ

ଅନୁଗୋଳ ଅଫିସ, ୧୭।୮ – ଅନୁଗୋଳ ପୌରପାଳିକାରେ ସ୍ବାଧୀନତା ଦିବସ ପାଳନ ପୂର୍ବରୁ କର୍ମଚାରୀଙ୍କ ଉପସ୍ଥାନ ନେଇ ଏକ ବିବାଦୀୟ ସ୍ଥିତି ଉପୁଜିଥିଲା। ପୌର ନିର୍ବାହୀ ଅଧିକାରୀ ସକାଳ ୭.୩୦ ସୁଦ୍ଧା ସମସ୍ତ କର୍ମଚାରୀ ଉପସ୍ଥିତ ରହିବାକୁ ନୋଟିସ ଜାରି କରିଥିଲେ।…

ପାଚେରି ଡେଇଁ ୩ ଦିନ ହେଲା କଏଦୀ ଚମ୍ପଟ

ବଡବିଲ,୧୭।୮ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡବିଲସ୍ଥିତ ସବ୍‌ଜେଲର ପାଚେରି ଡେଇଁ ଗତ ୧୩ ତାରିଖ ରାତିରେ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଥିବାରୁ ତାଙ୍କୁ ଧରିବା ଲାଗି ତନାଘନା ଚାଲିଛି। ଅଭିଯୁକ୍ତ ହେଲେ ଗାଢା ହଟିଂ ଅଞ୍ଚଳର ସାୱନ ପାତ୍ର ଓରଫ…

ପୋଲିସକୁ ଆକ୍ରମଣ: ୫ ଗିରଫ

ତିହିଡ଼ି,୧୭।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି-ଗୁଆମାଳ ରାସ୍ତାପାର୍ଶ୍ୱରେ ଥିବା ବିଦେଶୀ ମଦ ଦୋକାନ ନିକଟରେ ଗୁରୁବାର ମଧ୍ୟାହ୍ନରେ ତିହିଡ଼ି ପୋଲିସକୁ କେତେକ ଯୁବକ ମିଳିତ ଭାବେ ଆକ୍ରମଣ କରିଥିଲେ। ଏ ନେଇ ତିହିଡ଼ି ଥାନାରେ ଏକ…

ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ରକ୍ଷାବନ୍ଧନ ଉତ୍ସବ

ରୂପ୍‌ସା, ୧୭ା୮(ଡି.ଏନ୍‌.ଏ.)-ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଦିଗରେ ସରକାର ଯତ୍ନବାନ ହେବାର ସମୟ ଆସିଛି। ବିରଳ ଓ ବିଲୁପ୍ତପ୍ରାୟ ଏହି କଙ୍କଡ଼ାର ସୁରକ୍ଷା ଓ ତା ସମ୍ପର୍କରେ ଗବେଷଣା ପାଇଁ ବାଲେଶ୍ୱରରେ ଏକ ଗବେଷଣାଗାର ପ୍ରତିଷ୍ଠା ଜରୁରୀ ବୋଲି ରକ୍ଷାବନ୍ଧନ ଉତ୍ସବରେ ଉପସ୍ଥିତ…

ଥମୁନି ଝାଡ଼ାବାନ୍ତି, ୯ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ସଜନାଗଡ଼, ୧୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ବାଇଗଡ଼ିଆ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି। ନୀଳଗିରି ବ୍ଲକର ମହିଷାପଟା ପଞ୍ଚାୟତର ଶାଳବଣୀ ଓ କୁଆନାଳୀ ଗ୍ରାମର ୭ଜଣ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅଯୋଧ୍ୟା,…

ପୂର୍ବ ଶତ୍ରୁତାରୁ ଆକ୍ରମଣ: ଭାଇଙ୍କୁ ନ ପାଇ ଭଉଣୀଙ୍କୁ ହାଣିଲେ, ୬ ଅଟକ

ବ୍ରହ୍ମପୁର ଅଫିସ,୧୭ା୮: ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ଗୋଟିଏ ଗୋଷ୍ଠୀର ମୁଖିଆ ଲବ ସେଠୀଙ୍କୁ ଗୁରୁବାର ରାତିରେ ଅନ୍ୟ ଏକ ଗୋଷ୍ଠୀର କେତେଜଣ ଆକ୍ରମଣ କରିବାକୁ ଯାଇଥିଲେ। ତେବେ ସେମାନେ ଲବଙ୍କୁ ନ ପାଇ ତାଙ୍କ ଭଉଣୀ କାମିନୀଙ୍କୁ ଖଣ୍ଡାରେ…

ବୀମା ଅର୍ଥ ନ ମିଳିବା, ଡାକ୍ତର ଅଭାବ ନେଇ ଉଦ୍‌ବେଗ

ଛତ୍ରପୁର,୧୭ା୮(ଡି.ଏନ.ଏ)-ଗଞ୍ଜାମ ଜିଲାପରିଷଦର ସାଧାରଣ ଅଧିବେଶନ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପରିଷଦ ଅଧ୍ୟକ୍ଷା ସୋନମ ପଲେଇ ଅଧ୍ୟକ୍ଷତା କରିଥିଲେ ା ଚାଷୀଙ୍କୁ ଫସଲ ବୀମା ସହାୟତା ମିଳୁ ନ ଥିବା ଓ ଜିଲାରେ ଡାକ୍ତର ଅଭାବ ଥିବା…

ଜୁଆର ମାଡ଼ରେ ୩୦ ପରିବାରର ଘର ନଷ୍ଟ

ଚିକିଟି,୧୭ା୮(ଡି.ଏନ.ଏ.)-ଚିକିଟି ବ୍ଲକ୍‌ କତୁରୁ ପଞ୍ଚାୟତର ସମୁଦ୍ରତଟବର୍ତ୍ତୀ ରାମେୟାପାଟଣା ଗ୍ରାମରେ ଗୁରୁବାର ମଧ୍ୟାହ୍ନରେ ୫ ଫୁଟର ସମୁଦ୍ର ଜୁଆର ମାଡିଯାଇ ୩୦ ପରିବାରର ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଅନ୍ୟ କେତେଜଣଙ୍କ ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଛି ା କ୍ଷତିଗ୍ରସ୍ତ ପରିବାରଗୁଡିକ…

ମୃତକଙ୍କୁ ବଞ୍ଚାଇବାକୁ ଶ୍ମଶାନରେ ପୂଜାପାଠ

କବିସୂର୍ଯ୍ୟନଗର,୧୭ା୮- ଡାକ୍ତର ମୃତ ଘୋଷଣା କଲେ, ମାତ୍ର ମାନିଲେନି ବନ୍ଧୁ ପରିଜନ। ବଞ୍ଚାଇବାକୁ ଗୁଣିଆର ସହାୟତା ନେଲେ। ମୃତ୍ୟୁର ୧୬ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ରଖି ଚାଲିଲା ପୂଜାପାଠ। ଶେଷରେ ଗୁଣିଆ ଚତୁରତାର ସହ ଚମ୍ପଟ ମାରିଲା ଗ୍ରାମବାସୀଙ୍କ ଆଖିରେ ଧୁଳିଦେଇ।…

ଶିକ୍ଷୟିତ୍ରୀଙ୍କ ଗହଣା ଲୁଟ୍‌, ବଳାତ୍କାର ଉଦ୍ୟମ

ଦିଗପହଣ୍ଡି,୧୭୮(ଡି.ଏନ.ଏ.)-ଦିଗପହଣ୍ଡି ଥାନା ମହୁଡ଼ା ଅଞ୍ଚଳ ଅପରାଧୀଙ୍କ ଅମରାବତୀ ପାଲଟିଛି। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହେଉଛି। ଗୁରୁବାର ଜଣେ ଶିକ୍ଷୟିତ୍ରୀଙ୍କୁ ମହୁଡ଼ା-ନରସିଂହପୁର ଗ୍ରାମ ନିଛାଟିଆ ରାସ୍ତାରେ ଲୁଟ୍‌ ପରେ ବଳାତ୍କାର ଉଦ୍ୟମ ହୋଇଛି। ଦୁର୍ବୃତ୍ତଜଣକ ଶିକ୍ଷୟିତ୍ରୀଙ୍କଠାରୁ ଗହଣା ଲୁଟିନେବାପରେ ବଳାତ୍କାର ଉଦ୍ୟମ…

ଜାତୀୟ ପତାକାକୁ ଅସମ୍ମାନ, ଥାନାରେ ଅଭିଯୋଗ

ଭଞ୍ଜନଗର,୧୭।୮(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ସ୍ଥାନୀୟ ଜେଲ ପଡ଼ିଆରେ ଗୁରୁବାର ଚାଲିଥିଲା। ଏହି ସମୟରେ ସହରର ଜଣେ ବ୍ୟବସାୟୀ ନିଜ ପୋଷା କୁକୁର ବେକରେ ଓ ଚେନରେ ଜାତୀୟ ପତାକା ମାରି ପଡ଼ିଆକୁ ଆଣିଥିଲେ। ଏହାକୁ ନେଇ ପଡ଼ିଆରେ ଉତ୍ତେଜନା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?