ବ୍ଲାକରୋଜ ବୁଡ଼ିକୁ ୧୦ବର୍ଷ : ଶୀତଳଭଣ୍ଡାରରେ ସିବିଆଇ ତଦନ୍ତ

ପାରାଦୀପ,୯।୯(ସ୍ବ.ପ୍ର.): ପାରାଦୀପ ବନ୍ଦର ଇତିହାସରେ କଳଙ୍କର ଛାପ ଛାଡ଼ିଥିବା ଏମ୍‌ଭି ବ୍ଲାକରୋଜ ବୁଡ଼ି ଘଟଣାକୁ ସୋମବାର ୧୦ବର୍ଷ ପୂରିଛି। ଏହି ୧୦ବର୍ଷ ମଧ୍ୟରେ ମଙ୍ଗୋଲିଆର ସେହି ଜାହାଜକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲେ ହେଁ ବୁଡ଼ିବାର କାରଣ ଏ ପର୍ଯ୍ୟନ୍ତ ରହସ୍ୟାବୃତ୍ତ ହୋଇରହିଛି। ଏହାକୁ ନେଇ ଓଡ଼ିଶା ଓ କଲିକତା ହାଇକୋର୍ଟରେ ମାମଲା ରୁଜୁ ହେବା ସହ ୩ଟି ତଦନ୍ତକାରୀ ସଂସ୍ଥା ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟର ସ୍ବତନ୍ତ୍ର କମିଟି ଦ୍ୱାରା ତଦନ୍ତ ହୋଇଛି। ସେହିପରି ରାଜ୍ୟ ଓ କେନ୍ଦ୍ରରେ ରାଜନୈତିକ ହଟଚମଟ ମଧ୍ୟ ସୃଷ୍ଟି ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ତଦନ୍ତକାରୀ ସଂସ୍ଥା ଜାହାଜର ମାଲିକ ମଙ୍ଗୋଲିଆର ସି.କକ୍‌ଙ୍କ ପାଖରେ ପହଞ୍ଚତ୍ପାରିନାହିଁ। ଅନ୍ୟପକ୍ଷରେ ଏହି ଜାହାଜ ଆଣିଥିବା ସେତେବେଳର ସି ଟ୍ରାନ୍ସ କମ୍ପାନୀ ଓ ରପ୍ତାନୀ କରିଥିବା ୩ ଖଣି ମାଲିକ ରେକ୍ଟର ମାଇନ୍ସ, ଓରିକାଷ୍ଟ, ପାଓରୋକ୍ସନାଇଟ ବିରୋଧରେ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଅନ୍ୟପକ୍ଷରେ ସେହି କମ୍ପାନୀମାନେ ପୂର୍ବନାମ ବଦଳାଇ ଏବେ ମଧ୍ୟ ବ୍ୟବସାୟ ଚଳାଇଛନ୍ତି। ଗତବର୍ଷ ଟ୍ରଷ୍ଟବୋର୍ଡ ବୈଠକରେ କେତେକ ଟ୍ରଷ୍ଟିଙ୍କ ସୁପାରିଶ କ୍ରମେ ବ୍ଲାକରୋଜ ବୁଡି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ସିବିଆଇ ତଦନ୍ତ ଶୀତଳଭଣ୍ଡାରରେ ରହିଯାଇଛି। ସମୁଦ୍ରର ଯେଉଁ ଆଙ୍କରେଜ ଏରିଆରେ ଜାହାଜ ବୁଡ଼ିଥିଲା, ସେଠାରେ ଯାହାଜର କିଛି ଅଂଶ ଉପରକୁ ଦେଖାଯାଉଥିଲା। କିନ୍ତୁ ଗତ ୨ବର୍ଷ ହେଲା ତାହା ଆଉ ଦୃଶ୍ୟମାନ ହେଉନାହିଁ। ଗତ ୧୦ବର୍ଷ ଭିତରେ ସେହି ସ୍ଥାନରେ ଯଦିଓ ସେଭଳି କୌଣସି ଦୁର୍ଘଟଣା ଘଟିନାହିଁ, ତଥାପି ଭୟ ରହିଛି। ସେହି ସ୍ଥାନରେ କୌଣସି ନୌଦୁର୍ଘଟଣା ଘଟିବନାହିଁ ବୋଲି କହିହେବ ନାହିଁ। ସୂଚନାଯୋଗ୍ୟ, ୨୦୦୯ ସେପ୍ଟେମ୍ବର ୯ ତାରିଖ (୦୯-୦୯-୦୯)ରେ ମଙ୍ଗୋଲିଆର ବ୍ଲାକରୋଜ ଜାହାଜ ପାରାଦୀପ ବନ୍ଦର ଭିତରେ ୪୨,୯୭୫ ମେଟ୍ରିକ ଟନ୍‌ ଲୁହାପଥର ବୋଝେଇ କରିଥିଲା। ଏହି ଲୁହାପଥର ଓଦା ଥିଲା। ତେଣୁ ଏହା ବିପଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ ଅଧାରୁ ବୋଝେଇ ବନ୍ଦ କରାଯାଇ ସେହି ଜାହାଜକୁ ସମୁଦ୍ରର ଆଙ୍କରେଜ ଏରିଆରେ ଅପେକ୍ଷା କରିବାକୁ ବନ୍ଦର ପକ୍ଷରୁ ମୌଖିକ ଭାବେ କୁହାଯାଇଥିଲା। ଜାହାଜଟି ଆଙ୍କରେଜ ଏରିଆରେ ଥିବାବେଳେ ଓଦା କାର୍ଗୋ ଅଣେଇ ହୋଇପଡିବାରୁ ତାହା ବୁଡ଼ିଯାଇଥିଲା। ସେତେବେଳେ ଜାହାଜରେ ଥିବା ୨୭ଜଣ ନାବିକଙ୍କ ମଧ୍ୟରୁ ବନ୍ଦର ମେରାଇନ ବିଭାଗ ୨୬ ଜଣଙ୍କୁ ଉଦ୍ଧାର କରିଥିଲା। ଜାହାଜର ମୁଖ୍ୟଯନ୍ତ୍ରୀ ଆଲେକ ଜାଣ୍ଡାର ୟୁଲୋଶ୍ୱେଙ୍କୋଙ୍କ ମୃତ୍ୟୁ ଘଟିଥିଲା। ଜାହାଜ ବୁଡିର ୮ଦିନ ପରେ ତାଙ୍କ ମୃତଦେହ ମିଳିଥିଲା। ପରେ ଜାହାଜରୁ ତେଲ ନିର୍ଗତ ହୋଇ ସମୁଦ୍ରରେ ଭାସିବାରୁ ବ୍ୟାପକ ପ୍ରଦୂଷଣ ସୃଷ୍ଟି ହୋଇଥିଲା। ପ୍ରଥମେ ମେରାଇନ ଥାନା ଓ ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରିଥିଲା। ଏବେ ତଦନ୍ତ ଦାୟିତ୍ୱ ସିବିଆଇ ହାତରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri