ମହାରାଜା ବସ୍‌ ଦୁର୍ଘଟଣାକୁ ୩ ବର୍ଷ: ସମୟ ବିତିଛି, ସୁଧୁରିନି କିଛି

(ମନୋଜ କୁମାର ପ୍ରଧାନ) ମାଧପୁର, ୯ା୯:  ଅନୁଗୋଳ ଜିଲା ଆଠମଲ୍ଲିକଠାରେ ଘଟିଥିବା ମହାରାଜା ବସ୍‌ ଦୁର୍ଘଟଣାକୁ ପୂରିଛି ୩ ବର୍ଷ। ୨୦୧୬ ସେପ୍ଟେମ୍ବର ୯ରେ ପୁରୁଣାମାଣତ୍ରୀ ପୋଲ ତଳକୁ ଏହି ବସ୍‌ ଖସି ୧୯ ଜଣଙ୍କ ଜୀବନ ଦୀପ ଲିଭିଯାଇଥିଲା। ବର୍ଷ ପରେ ବର୍ଷ ବିତିଯାଇଥିଲେ ବି ଏହି ଦୁର୍ଘଟଣା ଏବେ ବି ଆଠମଲ୍ଲିକବାସୀଙ୍କ ମନରେ ତାଜାହୋଇ ରହିଛି। ଚାଳକଙ୍କ ବେପରୁଆ ଗାଡ଼ିଚାଳନା, ଓଭରଲୋଡିଂ ଯୋଗୁ ଅକାଳରେ ଏତେ ସଂଖ୍ୟକ ଲୋକଙ୍କ ପ୍ରାଣହାନି ସେତେବେଳେ ପ୍ରଶାସନର ଅପାରଗତାକୁ ପଦାରେ ପକାଇ ଦେଇଥିଲା। ତେବେ ଦୁର୍ଘଟଣା ପରେ ଚେଇଁ ଉଠିଥିବା ପ୍ରଶାସନ, ପରିବହନ ବିଭାଗ ପକ୍ଷରୁ ହଠାତ୍‌ ସମସ୍ତ ନିୟମକୁ କଡ଼ାକଡ଼ି କରାଯାଇଥିଲା। ଆଗକୁ ଏପରି ଦୁର୍ଘଟଣା ଯେପରି ନ ଘଟେ ସେଥିପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପରିବହନ ବିଭାଗ ସହ ପ୍ରଶାସନ ପକ୍ଷରୁ ବଡ଼ ବଡ଼ ପ୍ରତିଶ୍ରୁତି ମିଳିଥିଲା। ହେଲେ କେବଳ ସମୟ ବିତିଛି ସିନା ଯାନବାହନ ଚଳାଚଳଜନିତ ସମସ୍ୟା ଏବେ ବି ସୁଧୁରିପାରି ନ ଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଆଠମଲ୍ଲିକବାସୀ।

ଅସୁରକ୍ଷିତ ଛାତ୍ରୀଛାତ୍ର
ମହାରାଜା ବସ୍‌ରେ କଲେଜ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା। ଏଥିରେ ମୋ ହାତ ଭାଙ୍ଗି ଯାଇଥିଲା। ବସ୍‌ରେ ନିର୍ଦ୍ଧାରିତ ଯାତ୍ରୀଙ୍କଠାରୁ ଅଧିକ ଲୋକଙ୍କୁ ପରିବହନ କରାଯିବା ଦୁର୍ଘଟଣାର ଅନ୍ୟତମ ମୁଖ୍ୟ କାରଣ ଥିଲା। ଏହା ପରେ ବି କିଛି ସୁଧୁରିନି। ହାତଗଣତି ବସ୍‌ରେ ମାଧପୁର, କିଆକଟା, ବିନିକେୟୀ ଅଞ୍ଚଳରୁ ଛାତ୍ରୀଛାତ୍ରମାନେ ଅସୁରକ୍ଷିତ ଭାବେ ଦୈନିକ ଆଠମଲ୍ଲିକ କଲେଜ ଆସୁଛନ୍ତି। ଓଭରଲୋଡିଂ ନ ହେବା ଦିଗରେ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ।
-ଅମର ପ୍ରଧାନ,କୁନ୍ଦନାଳୀ

ମରାମତି ହେଉନି ରାସ୍ତା
ଚାଳକଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁ ଏତେବଡ ଦୁର୍ଘଟଣା ଘଟିଗଲା। ପ୍ରାଣ ହରାଇଥିବା ୧୯ ଲୋକଙ୍କ ମଧ୍ୟରେ ବାପା ବି ଥିଲେ। କ୍ଷତିପୂରଣ ପାଇଁ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଏଯାଏ ପୂରଣ ହୋଇନାହିଁ। ଆଜି ପର୍ଯ୍ୟନ୍ତ ବୀମା ଟଙ୍କା ମିଳିପାରୁନାହିଁ। ଏବେ ବି ଅନେକ ବସ୍‌ ବେଆଇନ ଭାବେ ଚଳାଚଳ କରୁଛି। ରାସ୍ତା ଅବସ୍ଥା ଖରାପ ଥିଲେ ବି ତାହାର ସମାଧାନ କରାଯାଉ ନାହିଁ।
-ଭୀମସେନ ମହାକୁଡ଼

ଯାଞ୍ଚ କଡ଼ାକଡି ହେଉ
ମହାରାଜା ବସ୍‌ ଦୁର୍ଘଟଣାରେ ୧୯ ଲୋକଙ୍କ ଜୀବନ ଚାଲିଗଲା। ସେତେବେଳେ ପ୍ରଶାସନ ବେଶ୍‌ ତତ୍ପରତା ଦେଖାଇଥିଲା। ହେଲେ ସମୟ କ୍ରମେ ପୁଣି ଅବ୍ୟବସ୍ଥା ଜାରି ରହିଛି। ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀମାନେ ଯା’ଆସ କରୁଛନ୍ତି। ତେଣୁ ସବୁ ରାସ୍ତାରେ ପୋଲିସ ଓ ପରିବହନ କର୍ମଚାରୀ ଜଗି ରହି ବସ୍‌ଗୁଡିକର ଯାଞ୍ଚ କଡ଼ାକଡ଼ି କରିବା ଦରକାର।
-ଅମରେଶ ଷଡ଼ଙ୍ଗୀ, ମାଧପୁର/ରମେଶ ପ୍ରଧାନ, ପୁରୁଣାମାଣତ୍ରୀ

ଅଧିକ ବସ୍‌ର ସୁବିଧା କରାଯାଉ
ଅଳ୍ପ ସଂଖ୍ୟକ ବସ୍‌ ଥିବାରୁ ଅଧିକ ସଂଖ୍ୟାରେ ଯାତ୍ରୀ ସେଥିରେ ଯିବାଆସିବା କରୁଛନ୍ତି। ଫଳରେ ଅନେକ ସମୟରେ ଓଭରଲୋଡିଂ ଦୁର୍ଘଟଣାର କାରଣ ହେଉଛି। ବିଭାଗ ତଥା ସରକାରଙ୍କ ପକ୍ଷରୁ ଏ ଦିଗରେ ଦୃଷ୍ଟି ଦିଆଯାଇ ଆଠମଲ୍ଲିକରେ ଅଧିକ ସଂଖ୍ୟକ ବସ୍‌ ଚଳାଚଳର ସୁବିଧା କରାଯାଉ।
-ଇଂ. ଆଭାସ କୁମାର କ୍ଷେତୀ, ଆଠମଲ୍ଲିକ
-ଦେବେନ୍ଦ୍ର ପ୍ରଧାନ, ସଭାପତି, କୃଷକ ମହାସଂଘ ଆଠମଲ୍ଲିକ ଶାଖା


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri