ବନ୍ୟାରେ ୩୦୨ ହେକ୍ଟର ଚାଷଜମି ବାଲିଚର : ୧୨ଟି ପଞ୍ଚାୟତ ପ୍ରଭାବିତ
କର୍ଲାମୁଣ୍ଡା,୨୨।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଗତ ସପ୍ତାହରେ ପ୍ରବଳ ବର୍ଷାହେବା ଯୋଗୁ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା। ଫଳରେ ବ୍ଲକର ୧୨ଟି ପଞ୍ଚାୟତର ଅଧିକାଂଶ ଗ୍ରାମ ପ୍ରଭାବିତ ହେବା ସହ ଚାଷୀଙ୍କ ରୁଆଧାନ ନଷ୍ଟ ହେବା ସାଙ୍ଗକୁ ମାଟିଘରଗୁଡିକ ଭୁଶୁଡ଼ି…
ଶିକ୍ଷକ ନିଲମ୍ବନ ପ୍ରତିବାଦରେ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରୀଛାତ୍ର
ନାଉଗାଁ,୨୨।୮(ସ୍ବ.ପ୍ର.): ଜଗତସିଂହପୁର ଜିଲା ଅନ୍ତର୍ଗତ ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତର ଗୋପାଳଜିଉ ବିଦ୍ୟାଳୟର ସହକାରୀ ଶିକ୍ଷକ ଉମାକାନ୍ତ ଆଚାର୍ଯ୍ୟଙ୍କୁ ବୁଧବାର ନିଲମ୍ବନ କରାଯାଇଥିଲା। ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ଛାତ୍ରୀଛାତ୍ରୀ, ଅଭିଭାବକ ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇ ରାସ୍ତା…
୬୩୦ ଲିଟର ଦେଶୀ ମଦ, ୯୭୦ ଲିଟର ମହୁଲ ପୋଚ ଜବତ : ୫ ଗିରଫ
ପାଟଣାଗଡ଼,୨୨।୮(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ମଦ ଜବତ ସହ ୫ ଜଣଙ୍କୁ ଗିରଫ କରାଯାଇଛି। ଗୁରୁବାର ସକାଳେ ମାଜିଷ୍ଟ୍ରେଟ ଭାବେ ପାଟଣାଗଡ଼ ଅତିରିକ୍ତ ତହସିଲଦାର ଧୀରଜ କୁମାର ପାତ୍ରଙ୍କ ଉପସ୍ଥିତିରେ ପାଟଣାଗଡ଼ ଅବକାରୀ…
ଆର୍ଏଓ୍ବାଇ ଘର ପ୍ରଦାନ ପାଇଁ ଦାବିପତ୍ର
ବ୍ରହ୍ମପୁର ଅଫିସ,୨୨।୮: ବ୍ରହ୍ମପୁର ମହାନଗର ନିଗମ(ବିଏମ୍ସି) ୪ ନଂ ଓ୍ବାର୍ଡ ଅନ୍ତର୍ଗତ ପିଚିପିଚା ନଗରର ପ୍ରାୟ ୪୦ ପରିବାରଙ୍କୁ ରାଜୀବ ଆବାସ ଯୋଜନାରେ ଗୃହ ପ୍ରଦାନ ଦାବି ନେଇ ଗୁରୁବାର ହିତାଧିକାରୀମାନେ ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଦାବିପତ୍ର ଦେଇଛନ୍ତି।…
ରାଜ୍ୟରେ ପ୍ରଥମ: ଟ୍ରକ ଧକ୍କାରେ ୩ହାତୀଙ୍କ ମୃତ୍ୟୁ
ଢେଙ୍କିକୋଟ/କେନ୍ଦୁଝର,୨୨।୮(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଉପରଡିହା ଗ୍ରାମପଞ୍ଚାୟତର ବାଲିଯୋଡି ଗ୍ରାମ ନିକଟ ୨୦ନଂ ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଦୁଇଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ଆହତ ହାତୀର ମୃତ୍ୟୁ ଘଟିଥିବା…
ଭିଜିଲାନ୍ସ ଜାଲରେ ଭଞ୍ଜନଗର ମେଡିକାଲ ଅଧୀକ୍ଷକ
ଭଞ୍ଜନଗର, ୨୨ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ମେଡିକାଲ ଅଧୀକ୍ଷକ ଡ. ପୀତାମ୍ବର ଦାସ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ତାରସିଂ ଥାନା ଅନ୍ତର୍ଗତ ପଟାଙ୍ଗର ଭାନୁମତୀ ବାରିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଅଧିକ ତଦନ୍ତ…
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟରେ ଯୋଗଦେଲେ କ୍ରିଶନ କୁମାର
ପୁରୀ ଅଫିସ,୨୨।୮: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇଏଏସ୍ ଡକ୍ଟର କ୍ରିଶନ କୁମାର। ମଧ୍ୟାହ୍ନରେ ପ୍ରଥମେ ସେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ…
ଖରାପ ପାଗ ଯୋଗୁ ଓହ୍ଲାଇ ପାରିଲାନି ବିମାନ: ଆକାଶ ମାର୍ଗରୁ ଫେରିଲେ ମୁଖ୍ୟଶାସନ ସଚିବ
ବଲାଙ୍ଗୀର ଅଫିସ,୨୨ା୮: ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ବୁଧବାର ବଲାଙ୍ଗୀର ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା । ସକାଳ ପ୍ରାୟ ସାଢ଼େ ୭ଟାରୁ ଭୁବନେଶ୍ୱର ବିମାନବନ୍ଦରରୁ ସେ ଏକ ବିମାନରେ ବଲାଙ୍ଗୀର ଜିଲା ତୁଷରା ଅଭିମୁଖେ ଆସିଥିଲେ।…
ଛେଳି ଖାଇବାକୁ ଆସିଥିବା ୧୪ ଫୁଟର ଅହିରାଜ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ବନବିଭାଗ
ପାଟଣା,୨୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ତଣ୍ଡ ଗ୍ରାମ ମଝିସାହିର ପ୍ରଭାକର ବେହେରାଙ୍କ ଘରୁ ୧୪ ଫୁଟ ଲମ୍ବର ଏକ ଅହିରାଜକୁ ଗୁରୁବାର ବନ ବିଭାଗ ଉଦ୍ଧାର କରିଛି। ପରେ ସାପଟିକୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡ଼ି…
ରାହୁରେଖା ଲାଗି ହେଲେ ମହାପ୍ରଭୁ
ପୁରୀ ଅଫିସ,୨୨ା୮: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କୁ ସୁନା ରାହୁରେଖା ଲାଗି କରାଯାଇଛି। ଦଇତାପତି ସେବକମାନେ ରାହୁରେଖା ଲାଗି କରିଛନ୍ତି। ଏଥିପାଇଁ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ୫ ମିନିଟ୍ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସମ୍ପନ୍ନ…
ରୋଜ୍ଭ୍ୟାଲି ଚିଟ୍ଫଣ୍ଡ ମାମଲା: ହାଇକୋର୍ଟରେ ସିବିଆଇର ଚାର୍ଜଶିଟ୍ ଦାଖଲ
କଟକ ଅଫିସ, ୨୨ା୮: ରୋଜଭ୍ୟାଲି ଚିଟ୍ଫଣ୍ଡ ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ଏଥିରେ ସିବିଆଇ ଚାର୍ଜଶିଟ୍ ଦାଖଲ କରିଛି। ତେବେ ତଦନ୍ତରୁ କ’ଣ ମିଳିଛି ସେ ସମ୍ପର୍କରେ ସିବିଆଇ ହାଇକୋର୍ଟଙ୍କୁ କୌଣସି ସୂଚନା ଦେଇନାହିଁ। ଅନ୍ୟପକ୍ଷରେ ଗତ ୩ମାସ ଧରି…
୨୦ ବିଚାରପତିଙ୍କ ବଦଳି
କଟକ ଅଫିସ,୨୨ା୮: ଓଡ଼ିଶା ହାଇକୋର୍ଟ ପକ୍ଷରୁ ବିଭିନ୍ନ ଜିଲାରେ କାର୍ଯ୍ୟରତ ୨୦ ଜଣ ବିଚାରପତିଙ୍କୁ ବଦଳି କରାଯାଇଛି। ଏ ନେଇ ଗତ ୧୭ରେ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତଦନୁଯାୟୀ, ଶିଶିର କୁମାର ରଥଙ୍କୁ କଟକ ଜିଲା ଓ ସେସନ୍…

