‘ଦେଶାନ୍ତରୀ ଶିଶୁ, କିଶୋର ଶ୍ରମିକ ଚାଲାଣକୁ ନେଇ ଜାରି ହେବ ନିର୍ଦ୍ଦେଶାବଳୀ’

ବଲାଙ୍ଗୀର ଅଫିସ,୧୪ା୯
ବଲାଙ୍ଗୀର ଡିଆରଡିଏ ସମ୍ମିଳନୀ କକ୍ଷରେ ଶୁକ୍ରବାର ଦେଶାନ୍ତର ଶିଶୁ ଓ ଯୁବ ଶ୍ରମିକ ଚାଲାଣକୁ ନେଇ ଏକ ଆଞ୍ଚଳିକ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଥିଲା ା ଦେଶାନ୍ତର ଶ୍ରମିକ ଶିଶୁଙ୍କ ସମସ୍ୟା ଉପରେ କାମ କରୁଥିବା ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ସଙ୍ଗଠନ ଏଡ୍‌ ଏଟ୍‌ ଆକ୍ସନ୍‌ର ବୈଷୟିକ ସହାୟତାରେ ଏହି ଏକଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା। ପଶ୍ଚିମ ଓଡିଶାର ଦାଦନ ପ୍ରବଣ ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ବରଗଡ, ସୁବର୍ଣ୍ଣପୁର ଓ ବୌଦ୍ଧ ଆଦି ୬ଟି ଜିଲାର ମହିଳା ଓ ଶିଶୁ ବିକାଶ, ଶିକ୍ଷା, ଶ୍ରମ, ଶିଶୁ ସୁରକ୍ଷା ୟୁନିଟ, ଜିଲା ସମାଜ ମଙ୍ଗଳ, ଶିଶୁ ମଙ୍ଗଳ ସମିତି, ଚାଇଲ୍ଡ ଲାଇନ, ପୋଲିସ-ମାନବ ଚାଲାଣ ୟୁନିଟର ବରିଷ୍ଠ ପଦାଧିକାରୀ, ସମସ୍ୟା ଉପରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ସଙ୍ଗଠନ ପ୍ରତିନିଧି କର୍ମଶାଳାରେ ଯୋଗଦାନ କରିଥିଲେ ା ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାକୁ ମୁଖ୍ୟଅତିଥି ଭାବେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷ ସନ୍ଧ୍ୟାବତୀ ପ୍ରଧାନ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଆୟୋଗ ଅଧ୍ୟକ୍ଷା ପ୍ରଧାନ ପ୍ରାରମ୍ଭିକ ବକ୍ତବ୍ୟରେ କର୍ମଶାଳାର ଉଦ୍ଦେଶ୍ୟ, ଦାଦନ ଶ୍ରମିକ ପରିବାରର ଶିଶୁ, କିଶୋରୀ-କିଶୋର ଓ ମହିଳାମାନଙ୍କ ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ ା ଏଭଳି ଶିଶୁଙ୍କ ସୁରକ୍ଷା ଦିଗରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଦେଉଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ ା ଶ୍ରମିକ ଚାଲାଣରେ ପୋଲିସ ଓ ଋତୁକାଳୀନ ଆବାସିକ ଶିକ୍ଷାକେନ୍ଦ୍ରର ଭିତ୍ତିଭୂମି ତିଆରିରେ ପଞ୍ଚାୟତିରାଜ ବିଭାଗ ଭୂମିକାକୁ ସୂଚାଇଥିଲେ ା ଏଡ୍‌ ଏଟ୍‌ ଆକ୍ସନ୍‌ର ସ୍ଥାନାନ୍ତରଣ ଓ ଶିକ୍ଷା ୟୁନିଟ୍‌ର ଦକ୍ଷିଣ ଏସିଆ ମୁଖ୍ୟ ଉମି ଡାନିଏଲ୍‌ ଉଭୟ ଉପତ୍ତ୍ତି ଓ ଗନ୍ତବ୍ୟସ୍ଥଳରେ କାମ କରିବାର ଅଭିଜ୍ଞତା ଓ ଅଧ୍ୟୟନକୁ ଆଧାର କରି ପରିବାର ସହ କାର୍ଯ୍ୟସ୍ଥଳକୁ ଯାଉଥିବା ଶିଶୁ, ଘରେ ରହିଯାଉଥିବା ଶିଶୁ, ଏକାକୀ ସ୍ଥାନାନ୍ତର ହେଉଥିବା କିଶୋରୀ, କିଶୋର ଏବଂ ଋତୁକାଳୀନ ଆବାସିକ ଶିକ୍ଷାକେନ୍ଦ୍ରରେ ଅନ୍ତର୍ଭୁକ୍ତ ହେଉଥିବା ଶିଶୁମାନଙ୍କ ଉପରେ ପଡୁଥିବା ପ୍ରଭାବ ଉପରେ ଆଲୋଚନା କରିଥିଲେ ା ସ୍ଥାନାନ୍ତର ଶ୍ରମିକ ପରିବାର ଓ ସେମାନଙ୍କ ଶିଶୁଙ୍କ ଠିକ୍‌ ତଥ୍ୟର ଅନୁପସ୍ଥିତି ସେମାନଙ୍କ ଅଧିକାର ଓ ସୁରକ୍ଷା ଦିଗରେ କାମ କରିବାରେ ସବୁଠୁ ବଡ ପ୍ରତିବନ୍ଧକ ବୋଲି କହିଥିଲେ ା କିନ୍ତୁ ଜିଲାସ୍ତରୀୟ ବିଭିନ୍ନ ବିଭାଗର ସମନ୍ବୟରେ ଗ୍ରାମ ତଥା ପଞ୍ଚାୟତ ସ୍ତରରେ ତଥ୍ୟ ସଂଗ୍ରହ ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିହେବ ବୋଲି ସେ କହିଥିଲେ ା କିଶୋରୀ-କିଶୋରମାନଙ୍କ କର୍ମନିଯୁକ୍ତି ଅନ୍ବେଷଣରେ ବହୁଳ ଭାବରେ ସ୍ଥାନାନ୍ତରଣ ଏକ ଚିନ୍ତାର ବିଷୟ ଓ ଏଥିରୁ ଅନେକ ମାନବ ଚାଲାଣର ଶିକାର ମଧ୍ୟ ହେଉଥିତ୍ବା ସୂଚାଇଥିଲେ ା ଅନ୍ୟତମ ଅତିଥି ଜିଲା ପୋଲିସ ଆରକ୍ଷୀ ଅଧିକ୍ଷକ ଏମ୍‌.ସନ୍ଦୀପ ସମ୍ପତ୍‌ ସ୍ଥାନାନ୍ତରଣ ଓ ଶ୍ରମିକ ଚାଲାଣରେ ପୋଲିସ ବିଭାଗର ଦାୟିତ୍ୱକୁ ଗୁରୁତ୍ୱର ସହ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ା ପରବର୍ତ୍ତୀ ଅଧିବେଶନରେ ଆୟୋଗ ଅଧ୍ୟକ୍ଷା ପ୍ରଧାନ ପ୍ରତ୍ୟେକ ଜିଲାର ସ୍ଥାନାନ୍ତର ପରିବାରର ଶିଶୁଙ୍କ ସ୍ଥିତି ଓ ବିଭାଗଗୁଡିକ ତରଫରୁ ନିଆଯାଇଥିବା ପଦକ୍ଷେପଗୁଡିକୁ ସମୀକ୍ଷା କରିଥିଲେ। ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାରେ ସ୍ଥାନାନ୍ତର ଶିଶୁଙ୍କ କୌଣସି ତଥ୍ୟ ନଥିବା ଯୋଗଁୁ ଉଦ୍‌ବେଗ ପ୍ରକାଶ କରିଥିଲେ। ସମସ୍ତ ପରାମର୍ଶ ଏବଂ ମତାମତଗୁଡିକୁ ନେଇ ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ପ୍ରଦାନ କରିବା ଓ ଏହାକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ଅଧ୍ୟକ୍ଷା ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri