ଗ୍ରୀନ କେମେଷ୍ଟ୍ରି ଖାତା ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ: ପରୀକ୍ଷା ନିୟନ୍ତ୍ରକଙ୍କୁ ଭେଟିଲେ ବିଦ୍ୟାର୍ଥୀ

ବ୍ରହ୍ମପୁର ଅଫିସ,୧୩ା୯-ବୁଗୁଡା ପିପୁଲସ୍‌ କଲେଜ ଯୁକ୍ତ ୩ ରସାୟନ ବିଜ୍ଞାନ ସମ୍ମାନର ପରୀକ୍ଷା ଖାତା ମୂଲ୍ୟାୟନରେ ତ୍ରୁଟି ହୋଇଛି ା ୫ ସେମିଷ୍ଟାରର ଗ୍ରିନ କେମେଷ୍ଟ୍ରି ବିଷୟର ପରୀକ୍ଷା ଖାତା ମୂଲ୍ୟାୟନରେ ତ୍ରୁଟି ହୋଇଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ଆର୍‌ଟିଆଇରେ ମଗାଯାଇଥିବା ଉତ୍ତରଖାତାର ନକଲ ଧରି ଶୁକ୍ରବାର କେତେଜଣ ଛାତ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପହଞ୍ଚି ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି। ପୁର୍ନବାର ପରୀକ୍ଷା ଖାତା ମୁଲ୍ୟାୟନ କରିବାକୁ ସେମାନେ ଦାବି କରିଛନ୍ତି ା
ଛାତ୍ରୀଛାତ୍ରଙ୍କ ଅଭିଯୋଗ ଯେ, ୫ମ ସେମିଷ୍ଟାରର ଗ୍ରୀନ କେମେଷ୍ଟ୍ରି ବିଷୟର ପରୀକ୍ଷା ଖାତା ମୂଲ୍ୟାୟନ ବେଳେ ପ୍ରଶ୍ନପତ୍ର ବଦଳ ହୋଇଥିବା ଯୋଗୁ ଏଭଳି ତ୍ରୁଟି ହୋଇଛି। ଯାହାଫଳରେ ପିପୁଲସ୍‌ କଲେଜର ଉକ୍ତ ବିଭାଗର ୨୯ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୬ ଜଣ ଫେଲ ହୋଇଛନ୍ତି ା ଅନ୍ୟପକ୍ଷରେ ୱେବସାଇଟରେ ପ୍ରକାଶିତ ଫଳାଫଳ ଓ ପରୀକ୍ଷା ଖାତା ମୂଲ୍ୟାୟନ ଫଳରେ ମଧ୍ୟ ତାଳମେଳ ରହୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଆର୍‌ଟିଆଇରେ ଆସିଥିବା ୧୩ ଜଣଙ୍କ ପରୀକ୍ଷା ଖାତା ନକଲରେ ଦେଖାଯାଇଛି ଯେ, ଅଧିକାଂଶ ପ୍ରଶ୍ନର ଉତ୍ତର ଠିକ ଥାଇ ବି ମାର୍କ ଦିଆଯାଇ ନାହିଁ ା ପରୀକ୍ଷା ଖାତା ନକଲ ମଗାଯାଇଥିବା ସମସ୍ତ ୧୩ ଛାତ୍ର ସର୍ବନିମ୍ନ ପାସ ମାର୍କ ଆଣିବାକୁ ଯୋଗ୍ୟ ଅଛନ୍ତି ା ଏ ନେଇ ୩ ମାସ ପୂର୍ବରୁ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ଅବଗତ କରାଯାଇଛି ା ତଥାପି କୌଣସି ପଦକ୍ଷେପ ନିଆଯାଇନାହିଁ ା ଛାତ୍ରୀ ଶୁଭଶ୍ରୀ ଜେନା କହିଛନ୍ତି, ୩ ମାସ ହେଲା ଅଭିଯୋଗ କରାଯିବା ସତ୍ତ୍ୱେ ଖାତା ପୁନଃ ମୁଲ୍ୟାୟନ ଓ ଫଳାଫଳ ପ୍ରକାଶ ଦିଗରେ ପଦକ୍ଷେପ ନିଆଯାଇ ନାହିଁ ା ଯାହାଦ୍ୱାରା ଜଣେ ଛାତ୍ରୀ ପୂର୍ବରୁ ବିିଇଡି ପାଇଥିବା ସତ୍ତ୍ୱେ ନାମଲେଖାଇ ପାରି ନ ଥିବା ସେ କହିଛନ୍ତି ା ଆସନ୍ତା ୧୯ରେ କୋଲକାତାର ଟିସିଏସରେ ନିଯୁକ୍ତି ସୁଯୋଗ ପାଇଥିଲେ ମଧ୍ୟ ଉକ୍ତ ତ୍ରୁଟି ବିଷୟର ଫଳାଫଳ ପ୍ରକାଶରେ ବିଳମ୍ବ ଯୋଗୁଁ କାର୍ଯ୍ୟରେ ଯୋଗଦେବାରେ ସମସ୍ୟା ସୃଷ୍ଟି ହୋଇଥିବା ସେ କହିଛନ୍ତି ା ସେହିପରି ଶିବାନୀ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ଆରପିଏଫରେ ନିଯୁକ୍ତି ସୁଯୋଗ ମିଳିଛି ା କିନ୍ତୁ ପରୀକ୍ଷା ଫଳାଫଳଜନିତ ତ୍ରୁଟିରୁ କାର୍ଯ୍ୟରେ ଯୋଗଦେବାରେ ବାଧା ସୃଷ୍ଟି ହୋଇଛି। ଏସବୁକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି ା ଅନ୍ୟପକ୍ଷରେ ପରୀକ୍ଷା ନିୟନ୍ତ୍ରକ ସୁରେନ୍ଦ୍ର ସେଠୀ କହିଛନ୍ତି, ପରୀକ୍ଷା ଖାତା ମୂଲ୍ୟାୟନରେ ତ୍ରୁଟି ରହିଛି ା ନୂତନ କୁଳପତି ନିଯୁକ୍ତି ହେବା ପରେ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ା ବର୍ତ୍ତମାନ ନିଯୁକ୍ତି ସୁଯୋଗ ପାଇଥିବା ଛାତ୍ରୀଙ୍କୁ ଜରୁରୀକାଳିନ ଭାବେ ଅଣ୍ଡରଟେକିଂ ଦିଆଯାଇଥିବା ସେ ସୂଚାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?