ଭତାକେ ନେଇ ପଁଚେତ୍‌ରେ ତାଲା ପକାଲେ ହିତାଧିକାରୀ

ପୁରୁଣାକଟକ, ୧୪ା୯ (ଡି.ଏନ୍‌.ଏ.):
ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସଂଙ୍କୁଲେଇ ପଁଚେତ୍‌କେ ଶୁକୁରବାର ହିତାଧିକାରୀମାନେ ଭତା ନେବାକେ ଆସି ହଇରାନ ହରକତ ହେଲାରୁ ପଁଚେତ୍‌ରେ ତାଲା ପକେଇଥିବାର ଜନାଯାଇଛେ। ଏହେଦେ ଇ ଘଟନା ଅଂଚଲରେ ଗୁଟେ ଚରଚାର ବିଷେ ପାଲଟିଛେ।
ସୂଚନା ଅନ୍‌ସାରେ ଫିମାସ ଲେଖେଁ ପଁଚେତ୍‌ର ହିତାଧିକାରୀମାନେ ଭତା ଟଁକା ନେବାକେ ଶୁକୁରବାର ପଁଚେତ୍‌କେ ଆସିଥିଲେ। ପଁଚେତ୍‌ର ମଲିକପଡ଼ା, ପାଣିଘରା, ବୁଲୁରା ଗଁାରୁ ହିତାଧିକାରୀମାନେ କିଏ ଚାଲି ଚାଲି ତ ଆର କିଏ ଅଟୋ ଭଡ଼ା କରି ଭତା ଟଁକା ନେବାକେ ଆସି ପଁଚେତ୍‌ରେ ଜମା ହେଇଥିଲେ। ଦିନର ୧୨ ବଜେ ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଅନନ୍ତ କୁମାର ବେହେରା ପଁଚେତ୍‌ରେ ପୁହୁଁଚିଥିଲେ। ସେଠାନେ ଆଗ୍‌ରୁ ଭତାର ଲାଗି ଠୋଲ୍‌ ହେଇଥିବାର ବୁଢ଼ାବୁଢ଼ିମାନକୁ ସେ କାହିଁର ଲାଗି ଇଠାନେ ଭିଡ଼ ଜମେଇଛ, ନିଜର ନିଜର ଗଁାକେ ପଲ, ସେଠାନେ ତମର ଭତା ଟଁକା ଦିଆଯିବା ବଲି କହିଥିଲେ। ହେଲେ ବୁଢ଼ାବୁଢ଼ି, ଭିନ୍ନକ୍ଷମମାନେ ଭତା ଆଶ୍‌ରେ କିଏ ୨୦ କି.ମି. ଚାଲି ଚାଲି ତ ଆର କିଏ ଅଟୋ ଭଡ଼ା କରି ଆସିଥିଲେ। ଏନ୍‌ତାଥି ଅଧ୍‌କାରୀକଁରନୁ ଇ କଥା ଶୁନ୍‌ଲା ଉତାରୁ ସେମାନେ ଚିହିଁକି ଯାଇଥିଲେ। ଆମ୍‌କୁ ଭତା ଦେବାର ଲାଗି କାଏଁଯେ ଡାକୁଥିଲ, ଆଏଲା ଉତାରୁ ହଇରାନ କରୁଛ ବଲି ନିର୍ବାହୀ ଅଧ୍‌କାରୀକୁଁ ପ୍ରଶ୍ନ କରିଥିଲେ। ଭତା ଦିଅ ନାଇଁ ହେଲେ ପଁଚେତ୍‌ରେ ତାଲା ପକାମୁଁ ବଲି କହି ପାଖାପାଖି ୮୦ ଝନ୍‌ ହିତାଧିକାରୀ ପଁଚେତ୍‌ରେ ତାଲା ପକେଇ ଧାରନାରେ ବସିଥିଲେ। ଇ ବାବ୍‌ଦେ ପିଇଓ ଅନନ୍ତ ବେହେରାକୁଁ ପଚରାଲାରୁ କଣ୍ଟାମାଳ ବ୍ଲକରେ ଝନେ ପିଇଓକଁରନୁ ଭତା ଟଁକା ଲୁଟ ହେଲା ଉତାରୁ ଜିଲାପାଲ ସମ୍‌କୁ ତରକି କରି ରହେବାକେ ପରାମଶ୍‌ ଦେଇଛନ୍‌। ପଁଚେତ୍‌ ପାସର ଗଁା ଆର ଦୂର ଗଁାର ହିତାଧିକାରୀମାନକୁ ଅଲଗା ଅଲଗା ଦିନ ଭତା ଦିଆଯିବା ବଲି କହେଲାରୁ ପରିସ୍ଥିତି ଏନ୍‌ତା ହେଇଥିଲା। ମଲିକପଡ଼ା, ପାଣିଘରା, ବୁଲୁରାରୁ ଆସିଥିବାର ହିତାଧିକାରୀମାନେ ଭତା ନେବାକେ ଅଡି ବସିଥିଲେ। ଆଏବାର ମାସ୍‌ଠାନୁ ଇ ହିସାବେ ଦିଆଯିବା ବଲି ସେମାନକୁ ବୁଝାଲାରୁ ତାଲା ଖୁଲିଥିଲେ, ସମ୍‌କୁ ଭତା ବି ଦିଆଯାଇଛେ ବଲି ପିଇଓ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri