ଆମ ଜିଲା ଖବର

ଟ୍ରକ୍‌ ଚାଳକଙ୍କ ଉନ୍ମତ୍ତକାଣ୍ଡ : ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇବା ଉଦ୍ୟମ

ନୟାଗଡ଼ ଅଫିସ,୪ା୧୦: ନୟାଗଡ଼ ଜିଲା ଦେଇ ଯାଇଥିବା ୫୭ନଂ. ଜାତୀୟ ରାଜପଥ-୫୭ରେ ଗୁରୁବାର ଜଣେ ଟ୍ରକ୍‌ ଚାଳକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଥିଲା। ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁ ୨ ବାଇକ୍‌ ସମେତ ପୋଲିସ ଚେକ୍‌ପୋଷ୍ଟ ଭାଙ୍ଗି ଚୂରମାର୍‌ ହୋଇଯାଇଛି। ସେହିଭଳି…

ନୀଳମାଧବ ପୀଠରେ ମା’ ବିମଳାଙ୍କ ଭଦ୍ରକାଳୀ ବେଶ

ଖଣ୍ଡପଡା,୪।୧୦(ସ୍ବ.ପ୍ର.): ନୀଳମାଧବ ପୀଠରେ ଇଷ୍ଟଦେବୀ ମା’ ବିମଳାଙ୍କ ୧୬ପୂଜା ଦ୍ୱିତୀୟା ଓଷାଠାରୁ ଆରମ୍ଭ ହୋଇଛି। ଏହି ପାରମ୍ପରିକ ପର୍ବ ମହାନବମୀ ପଯର୍‌ୟନ୍ତ ଚାଲୁରହିବ। ମହାଳୟା ଅମାବାସ୍ୟାଠାରୁ ମା’ଙ୍କର ନବରାତ୍ର ପୂଜା ଆରମ୍ଭ ହେବା ସହ ପ୍ରତିଦିନ ଚଣ୍ଡୀପାଠ, ହୋମଯଜ୍ଞ କରାଯାଉଛି। ଉକ୍ତ…

୧୦ ହଜାର ଟଙ୍କା ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ : ସ୍ବାମୀ ଓ ଶାଶୁ ଥାନାରେ ଅଟକ

ନୟାଗଡ଼ ଅଫିସ,୪ା୧୦: ନୟାଗଡ଼ ଜିଲା ଶରଣକୁଳ ଥାନା ଚଢ଼େୟାପଲ୍ଲୀ ଗ୍ରାମରେ ଜଣେ ନବବଧୂଙ୍କୁ ଯୌତୁକ ବାବଦରେ ବାକି ଥିବା ୧୦ ହଜାର ଟଙ୍କା ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ମୃତା ମହିଳାଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି।…

ଭୂତକୋଠି ପାଲଟିଛି ଆଦିବାସୀ ବାଳକ ଶିକ୍ଷାଶୌଧ

ଚନ୍ଦ୍ରଗିରି,୪ା୧୦(ଡି.ଏନ.ଏ.)- ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା ଜରିଆରେ ଧାଡିଆମ୍ବ ପଞ୍ଚାୟତର ପଲାବନ୍ଧା ଗାଁରେ ୨୦୧୩-୧୪ ଆର୍ଥିକ ବର୍ଷରେ ଆଦିବାସୀ ଛାତ୍ରଙ୍କ ଶିକ୍ଷାର ବିକାଶ ଲକ୍ଷ୍ୟରେ ନିର୍ମାଣ ହୋଇଥିଲା ୨ଶହ ଆସନ ବିଶିଷ୍ଟ ବାଳକ ଶିକ୍ଷା ଶୌଧ।…

ଜମି ବିବାଦ ତୁଟିଲା, କାର୍ଯ୍ୟକ୍ଷମ ହେଲା ଅଙ୍ଗନଓ୍ବାଡି କୋଠା

ଖଲ୍ଲିକୋଟ,୪ା୧୦(ଡି.ଏନ.ଏ.)- ଜମି ବିବାଦ ଯୋଗୁ ଖଲ୍ଲିକୋଟ ବ୍ଲକ କହ୍ନେଇପୁର ପଞ୍ଚାୟତ କନ୍ଦିଗଁାରେ ପ୍ରାୟ ବର୍ଷେ ହେଲା ନିର୍ମିତ ଅଙ୍ଗନୱାଡ଼ି କେନ୍ଦ୍ର-୧ କୋଠା କାର୍ଯ୍ୟକ୍ଷମ ହୋଇପାରୁ ନ ଥିଲା। ପ୍ରଶାସନ ଓ ପୋଲିସ ହସ୍ତକ୍ଷେପ ପରେ ଗୁରୁବାର ଉକ୍ତ ଜମି ବିବାଦ ତୁଟିଛି।…

ସୋସାଇଟି ସମ୍ପାଦକଙ୍କୁ ବ୍ୟାଙ୍କରେ ମିଳୁନି ନିଯୁକ୍ତି

ବ୍ରହ୍ମପୁର ଅଫିସ,୪ା୧୦- ପ୍ରତିଶ୍ରୁତି ପୂରିବାକୁ ଯାଉଛି ୪ ମାସ । ତଥାପି ବିସିସି (ବ୍ରହ୍ମପୁର ସମବାୟ କେନ୍ଦ୍ର) ବ୍ୟାଙ୍କରେ ସୋସାଇଟି ସମ୍ପାଦକଙ୍କୁ ମିଳୁନି ନିଯୁକ୍ତି। ସୂଚନାଯୋଗ୍ୟ, ଏହି ବ୍ୟାଙ୍କ ଅଧୀନ ଗଞ୍ଜାମ ଓ ଗଜପତି ଜିଲାରେ ୨୫୫ ପ୍ରାଥମିକ ସେବା ସମବାୟ…

ଲକ୍ଷ୍ମୀଦତ୍ତ ହତ୍ୟା ମାମଲା : ୨ ଜଣଙ୍କ ଜାମିନ ଆବେଦନ, ୨୩ରେ ଶୁଣାଣି

ଛତ୍ରପୁର,୪ା୧୦(ଡି.ଏନ.ଏ.): ଛତ୍ରପୁର ଏନ୍‌ଏସିର ତତ୍କାଳୀନ ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ୨୦୧୭ ସେପ୍ଟେମ୍ବର ୧୬ରେ ତାଙ୍କ ଘର ଆଗରେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା ା ଏହି ମାମଲାରେ ସମ୍ପୃକ୍ତ ଏନ୍‌.ଈଶ୍ୱର ରେଡ୍ଡୀ ଓ କୁନା ନାୟକଙ୍କ ପକ୍ଷରୁ ଗୁରୁବାର ଜାମିନ୍‌…

ବ୍ରେଲ୍‌ ଲିପିରେ ପ୍ରକାଶ ପାଇବ ଯୁକ୍ତ ୨ ପାଠ୍ୟପୁସ୍ତକ

ବ୍ରହ୍ମପୁର ଅଫିସ,୪ା୧୦- ବ୍ରହ୍ମପୁର ରେଡକ୍ରସ୍‌ କମ୍ପ୍ୟୁଟରୀକୃତ ବ୍ରେଲ ମୁଦ୍ରଣାଳୟ ପକ୍ଷରୁ ଖୁବଶୀଘ୍ର ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ପାଇଁ ଯୁକ୍ତ ୨ କଳା ପାଠ୍ୟକ୍ରମର ବ୍ରେଲ ଲିପିର ପାଠ୍ୟପୁସ୍ତକ ପ୍ରକାଶ କରାଯିବ। ଏଥିସହ ଦୃଷ୍ଟିବାଧିତଙ୍କ ପାଇଁ ରାମାୟଣ, ମହାଭାରତ, ଭାଗବତକୁ ମଧ୍ୟ ଓଡିଆ ବ୍ରେଲ…

ଅନୈତିକ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟା: ମା’, ପୁଅ ଗିରଫ

ଧରାକୋଟ,୪ା୧୦(ଡି.ଏନ.ଏ.)- ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅଞ୍ଚଳରେ ଅନୈତିକ ସମ୍ପର୍କକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଗମ୍ଭାରୀଗୁଡ଼ା ଗ୍ରାମର ମୁନା ନାଇକ। ମୁନାଙ୍କୁ ମଙ୍ଗଳବାର ରାତିରେ ହତ୍ୟା କରାଯାଇ ପୋଖରୀରେ ଫିଙ୍ଗି ଦିଆଯାଇଥିଲା। ମୃତଦେହଟି…

କଳା ସଂଘର୍ଷ ନୁହେଁ, ଜୀବନ

ଧାମନଗର,୪।୧୦(ଡି.ଏନ.ଏ.)-ଆଞ୍ଚଳିକ ଲୋକକଳା ଆଜିି ବି ଗ୍ରାମାଞ୍ଚଳରେ ଜିଇ ରହିଛି। ଅନେକ ଗ୍ରାମୀଣ ପ୍ରତିଭା ରହିଛନ୍ତି। ବିଭିନ୍ନ ଲୋକକଳାକୁ ଲୋକଲୋଚନକୁ ଆଣିବା ସହ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଦର ଭାବନା ସୃଷ୍ଟି ଲାଗି ଗ୍ରାମାଞ୍ଚଳରେ ସଙ୍ଗୀତ ଶିକ୍ଷା ପ୍ରସାର ଲକ୍ଷ୍ୟରେ ସଂସ୍କୃତି ଗବେଷକ, ତବଲା…

ପ୍ରାର୍ଥନା ବେଳେ ଚେତାଶୂନ୍ୟ ହେଲେ ୫ ଛାତ୍ରୀ

ଖୁଣ୍ଟା,୪ା୧୦(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ କରକଚିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ପ୍ରାର୍ଥନା କରୁଥିବା ବେଳେ ୫ ଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ। ଚିକିତ୍ସା ପାଇଁ ସେମାନଙ୍କୁ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରରେ ଭର୍ର୍ତ୍ତି କରାଯାଇଥିଲା। ଅସୁସ୍ଥ ଛାତ୍ରୀମାନେ ବିପଦମୁକ୍ତ ଥିବାରୁ…

ମଦ ଦୋକାନ ଆଗରେ ପିସିଆର ଭ୍ୟାନ୍‌ ଫଟୋ ଭାଇରାଲ ଘଟଣା: ପୋଲିସ କର୍ମଚାରୀଙ୍କୁ ବ୍ରେଥ ଆନାଲାଇଜରରେ ଯାଞ୍ଚ

ବାରିପଦା ଅଫିସ,୪ା୧୦-ବାରିପଦା ସହର ପାଳବଣି ବାଏପାସସ୍ଥିତ ଏକ ବିଦେଶୀ ମଦଦୋକାନ ସମ୍ମୁଖରେ ପୋଲିସର ପିସିଆର ଭ୍ୟାନ ଗୁରୁବାର ଅପରାହ୍ନ ପ୍ରାୟ ୨ ଟା ୪୫ ସମୟରେ ଠିଆ ହୋଇଥିଲା। ମଦଦୋକାନ କାଉଣ୍ଟର ନିକଟରେ ପୋଲିସ କର୍ମଚାରୀମାନେ ଠିଆ ହୋଇଥିଲେ। ଏହାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?