ଜମି ବିବାଦ ତୁଟିଲା, କାର୍ଯ୍ୟକ୍ଷମ ହେଲା ଅଙ୍ଗନଓ୍ବାଡି କୋଠା

ଖଲ୍ଲିକୋଟ,୪ା୧୦(ଡି.ଏନ.ଏ.)- ଜମି ବିବାଦ ଯୋଗୁ ଖଲ୍ଲିକୋଟ ବ୍ଲକ କହ୍ନେଇପୁର ପଞ୍ଚାୟତ କନ୍ଦିଗଁାରେ ପ୍ରାୟ ବର୍ଷେ ହେଲା ନିର୍ମିତ ଅଙ୍ଗନୱାଡ଼ି କେନ୍ଦ୍ର-୧ କୋଠା କାର୍ଯ୍ୟକ୍ଷମ ହୋଇପାରୁ ନ ଥିଲା। ପ୍ରଶାସନ ଓ ପୋଲିସ ହସ୍ତକ୍ଷେପ ପରେ ଗୁରୁବାର ଉକ୍ତ ଜମି ବିବାଦ ତୁଟିଛି। ନୂତନ ଅଙ୍ଗନଓ୍ବାଡି କୋଠା କାର୍ଯ୍ୟକ୍ଷମ ହୋଇଛି। ପ୍ରକାଶ ଯେ, ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ନିଜ ଜମିରେ ଅଙ୍ଗନୱାଡ଼ି କୋଠା ନିର୍ମାଣ ହୋଇଥିବା ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଗ୍ରାମବାସୀ ତାହା ସରକାରୀ ଜମି ବୋଲି ଦାବି କରିଥିଲେ। ଏହି ବିବାଦ ଲାଗି ରହିଥିବାରୁ ପାଖ ସ୍କୁଲର ଏକ ବିପଦସଂକୁଳ ଗୃହରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିଥିଲା। ତେଣୁ ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାଙ୍କୁ ଛାଡ଼ୁ ନ ଥିଲେ। ଗ୍ରାମ ସଭାପତି ତଥା ସମିତିସଭ୍ୟ ରବୀନ୍ଦ୍ର ନାଏକ ଏହି ସମସ୍ୟା ବ୍ଲକ ପ୍ରଶାସନ ନିକଟରେ ରଖିଥିଲେ। ପରେ ସମସ୍ତ ଗ୍ରାମବାସୀଙ୍କ ଉଦ୍ୟମ ଫଳରେ ଗୁରୁବାର ତହସିଲଦାର ଚିତ୍ତରଞ୍ଜନ ମହାନ୍ତ ଅଙ୍ଗନଓ୍ବାଡି କେନ୍ଦ୍ରଟି ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଦର୍ଶାଇଥିଲେ। ବିଡିଓ ନବକୃଷ୍ଣ ଜେନା, ଖଲ୍ଲିିକୋଟ ଆଇଆଇସି ସତ୍ୟରଞ୍ଜନ ପ୍ରଧାନଙ୍କ ଉପସ୍ଥିତିରେ ଅଙ୍ଗନୱାଡ଼ି କୋଠାକୁ ସିଡିପିଓ ମମତା ରାଣୀ ପାତ୍ର ଶୁଭାରମ୍ଭ କରିଥିଲେ। କହ୍ନେଇପୁର ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ସ୍ବାଇଁ, କନ୍ଦିଗଁା ଅଙ୍ଗନୱାଡ଼ି କେନ୍ଦ୍ର-୧ କର୍ମୀ ପ୍ରଭାତୀ ସାହୁ, ଗ୍ରାମ ସଭାପତି, ସମ୍ପାଦକ କୈଳାସ ଚନ୍ଦ୍ର ପାଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri