କଳା ସଂଘର୍ଷ ନୁହେଁ, ଜୀବନ

ଧାମନଗର,୪।୧୦(ଡି.ଏନ.ଏ.)-ଆଞ୍ଚଳିକ ଲୋକକଳା ଆଜିି ବି ଗ୍ରାମାଞ୍ଚଳରେ ଜିଇ ରହିଛି। ଅନେକ ଗ୍ରାମୀଣ ପ୍ରତିଭା ରହିଛନ୍ତି। ବିଭିନ୍ନ ଲୋକକଳାକୁ ଲୋକଲୋଚନକୁ ଆଣିବା ସହ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଦର ଭାବନା ସୃଷ୍ଟି ଲାଗି ଗ୍ରାମାଞ୍ଚଳରେ ସଙ୍ଗୀତ ଶିକ୍ଷା ପ୍ରସାର ଲକ୍ଷ୍ୟରେ ସଂସ୍କୃତି ଗବେଷକ, ତବଲା ଗୁରୁ ସୁବାସ ଚନ୍ଦ୍ର ମଲ୍ଲିକ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। କଳାକୁ ନେଇ ବଞ୍ଚିବା କଷ୍ଟକର ବୋଲି ଧାରଣା କରି ଯୁବପିଢି ସମ୍ପ୍ରତି ଏହାଠାରୁ ଦୂରେଇ ଯାଛଛନ୍ତି। କିନ୍ତୁ କଳା ସଂଘର୍ଷ ନୁହେଁ, ଜୀବନ। ଏଣୁ ଲୋକକଳାର ବିକାଶ ଲାଗି କାର୍ଯ୍ୟ କରି ସେ ଜୀବନର ଅଧିକାଂଶ ସମୟ ଅତିବାହିତ କରି ପାରିଥିବା କହିଛନ୍ତି।
ବହୁମୁଖି କଳାପ୍ରତିଭାର ଅଧିକାରୀ ସୁବାସଙ୍କ ଘର ଭଦ୍ରକ ଜିଲା ଧାମନଗର ବ୍ଲକ କମାରବନ୍ଧ ଗ୍ରାମରେ। କେବଳ ନିଜ ଜିଲା ନୁହେଁ ରାଜ୍ୟ ଓ ରାଜ୍ୟ ବାହାରେ କଳା ପ୍ରଦର୍ଶନ କରି ସଙ୍ଗୀତ ଜଗତର ଜଣେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ସେ ତବଲାରେ ଚଣ୍ଡିଗଡ ପ୍ରାଚୀନ କଳାକେନ୍ଦ୍ରର ଏମ୍‌ ମିଉଜ କରିବା ସହ ଜଣେ ସଂସ୍କୃତି ଗବେଷକ ଭାବେ ସତ୍ୟପୀର ପାଲା ଉପରେ ଗବେଷଣ କରି ଆସିଛନ୍ତି। ଏହି ପାଲା ୪ ଶହ ବର୍ଷର ଭାଇଚାରା ନିଦର୍ଶନର ପ୍ରତୀକ ବୋଲି ସେ କହନ୍ତି। ଜଣେ ଲୋକ ବାଦ୍ୟକାର ଭାବେ ସେ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହି ବହୁ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ଲୋକବାଦ୍ୟ ନିମନ୍ତେ ତାଙ୍କୁ ମିଳିଛି ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ। ସେହିପରି ରାଜ୍ୟସ୍ତରରେ ବିଭିନ୍ନ ସୁନାମଧନ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ମାନ ଓ ପୁରସ୍କାର ପାଇବା ସହ ଆନ୍ଧ୍ରପ୍ରଦେଶ ଗାରିଭିଡିରେ ଜାତୀୟସ୍ତରୀୟ ବହୁ ଭାଷା ନାଟକ ପ୍ରତିଯୋଗିତା, ଛତିଶଗଡ଼ ଅଖିଳ ଭାରତୀୟ ପାରମ୍ପରିକ ନୃତ୍ୟ ମହୋତ୍ସବ ଏବଂ କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଯୁବ ମହୋତ୍ସବରେ ସମ୍ମାନିତ ହୋଇଛନ୍ତି। ୨୦୧୧ରେ କୋଲକାତାର ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ପୂର୍ବାଞ୍ଚଳ ସଂସ୍କୃତି କେନ୍ଦ୍ର ଦ୍ୱାରା ପ୍ରାୟୋଜିତ ଗୁରୁ ଶିଷ୍ୟ ପରମ୍ପରା ସ୍ବତନ୍ତ୍ର ତାଲିମ ନେଇ ଗବେଷଣା ଜାରି ରଖିିଛନ୍ତି। ଜଣେ ଚିତ୍ରକାର ଭାବେ ଆନ୍ଧ୍ରର ପ୍ରଶାନ୍ତି ନିଳୟମ୍‌ରେ ପର୍ତୀ ଯାତ୍ରାରେ ଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତି ତିଆରି କରି ସର୍ବଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଅଧୁନା ଭଦ୍ରକ ଫେକର କମ୍ପାନୀରେ ସେ ଚାକିରି କରିବା ସହିତ ଧାମନଗର ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ଜିଲାରେ ଦୁଃସ୍ଥ କଳାକାରଙ୍କୁ ଚିହ୍ନଟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରତିଯୋଗିତାରେ ଜଣେ ଦକ୍ଷ ବିଚାରକ ଭାବେ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri